STORYMIRROR

Jayashree Nanda

Classics Inspirational

3  

Jayashree Nanda

Classics Inspirational

ରାକ୍ଷୀ ପୂର୍ଣ୍ଣିମା ନିୟମ କିଛି

ରାକ୍ଷୀ ପୂର୍ଣ୍ଣିମା ନିୟମ କିଛି

2 mins
166

ଭାଇ ଓ ଭଉଣୀ ସଂପର୍କ କୁ ଆମ ଜଗତ ଠାକୁର ଜଗନ୍ନାଥ ସାରା ପୃଥିବୀ ଦେଖାଉଛନ୍ତି। ଏହା ଏତେ ପବିତ୍ର ଓ ମଧୁର ଯେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଈ ଓ ଭଉଣୀ ସାଥିରେ ସାରା ପୃଥିବୀରେ ପୂଜା ପାଉଛନ୍ତି।ରାକ୍ଷୀ ଆସେ, ସବୁ ଭଉଣୀ ହୁଦୟ କୁ ଭିଜେଇ ଦେଇ ଯାଏ ଭାଇ ସହ ବିତାଇ ଥିବା ମୂହୁର୍ତ୍ତ ରେ।ପ୍ରତି ପ୍ରlଥନା ରେ ଭଉଣୀ ଭାଇ ର ମଙ୍ଗଳ କାମନା କରିଥାଏ।ଭଦ୍ରା ଶନିଙ୍କ ଭଉଣୀ ଥିଲେ, ତାଙ୍କୁ ବ୍ରହ୍ମା ଙ୍କ ଅଭିଶାପ ମିଳିଥିବାରୁ ତାଙ୍କ ସମୟ ରେ କୌଣସି ଧର୍ମ କାର୍ଯ୍ୟ କରାଯାଏ ନାହିଁ। ଏହି ପୁର୍ଣିମା ରେ ଭଦ୍ରା ଆସୁଛନ୍ତି କିନ୍ତୁ ସେ ପାତାଳ ପୂର କୁ ପ୍ରସ୍ଥାନ କରିବେ। ଏହି ସମୟ ରେ ରାବଣ କୁ ତାଙ୍କ ଭଉଣୀ ସୂର୍ପଣେଖା ରାକ୍ଷୀ ବାନ୍ଧି ଥିବାରୁ ରାବଣ ଯୁଦ୍ଧ ରେ ହାରି ମୃତ୍ୟୁ ବରଣ କରିଥିଲେ। ତେଣୁ ଏ ବର୍ଷ ସେପରି କିଛି ଯୋଗ ପଡୁଥିବାରୁ ଆମକୁ ଅଳ୍ପ କିଛି ନିୟମ ମାନି ରାକ୍ଷୀ ପାଳନ କରିବା।ଏଥର ରାକ୍ଷୀ ବିଘ୍ନ ହର୍ତା ଶ୍ରୀ ଗଣେଶ ଙ୍କ ପ୍ରିୟ ଦିନ ରେ ପଡୁଥିବାରୁ ଶ୍ରୀ ଗଣେଶ ଙ୍କୁ ରାକ୍ଷୀ ଟିଏ ନିଶ୍ଚୟ ଅର୍ପଣ କରିବେ।ଭଦ୍ରା କାଳରେ ଏଥର ରାକ୍ଷୀ ପୁର୍ଣିମା ପଡୁଥିବାରୁ ୩୦ ତାରିଖ ୧୦:୫୮ ପରେ ରାକ୍ଷୀ ପିନ୍ଧିବା ନୀତି ହେବା ଉଚିତ୍।

ରାକ୍ଷୀ ପିନ୍ଧିବା ସମୟ ରେ ଭାଇ ପୂର୍ବ ଦିଗ କୁ ମୁଁହ କରି ବସିବା ଉଚିତ୍ ଓ ଭଉଣୀ ମାନେ ତାର ବିପରୀତ ଅର୍ଥାତ୍ ପଶ୍ଚିମ ଦିଗ ବସି ଭାଇ କୁ ବାନ୍ଧିବା ଉଚିତ୍।

ଏହି ଦିନ ରେ ନିରାମିଷ ଭୋଜନ କରିବା ଉଚିତ୍ o ଭାଇ ପାଇଁ ଘିଅ ଦୀପ ଜଳେଇ ଭାଈ ର ସର୍ବାଙ୍ଗୀନ ଉନ୍ନତି ପାଇଁ ପାର୍ଥନା ବା ଧ୍ୟାନ କରିବା ଉଚିତ୍।

ମନ୍ତ୍ର: - "ୟେନ୍ ବନ୍ଧୋ ବଳି ରାଜା ଦାନ ବେନ୍ଦ୍ର ମହାସୁର, ତେନ ତ୍ୱା ପ୍ରତି ବନ୍ଧନାମି ରକ୍ଷ ମା ଚଲ ମା ଚଲ!!" - ବିଷ୍ଣୁ ପୁରାଣ , ଖଣ୍ଡ -୫

    "ସମସ୍ତ ଇଶ୍ୱରଙ୍କ ଅନୁରୋଧ କ୍ରମେ ବିଷ୍ଣୁ ପ୍ରଚଣ୍ଡ ଶକ୍ତିଶାଳୀ ରାଜା ବାଲିଙ୍କୁ ନିଜ ଶକ୍ତିରେ ବାନ୍ଧି ରଖିଥିଲେ। ମୁଁ ପ୍ରଭୁ ବିଷ୍ଣୁ ଶକ୍ତି କୁ ଏହି ରାକ୍ଷୀ ଆକାରରେ ବାନ୍ଧୁଛି।ଏହି ପବିତ୍ର ସୂତ୍ର, ଓ ସମସ୍ତ ଦେବ ଦେବୀ ମାନେ, ତୁମ ପକ୍ଷରେ ସର୍ବଦା ଠିଆ ହେବେ ଏବଂ ତୁମ କୁ ସବୁଦିନ ପାଇଁ ସୁସ୍ଥ ଓ ସ୍ୱାଚ୍ଚନ୍ଦ୍ୟ ରଖିବେ। "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics