ହୀରା
ହୀରା
ସେଦିନ ପ୍ରଥମ ଦିନ ଥିଲା, ମୋ ଚାକିରିର। ମହୁଲଡିହା ଗ୍ରାମର ଆଦିବାସୀ ସାହୀ।
ଜଙ୍ଗଲ ଭିତରେ ଗୋଟେ ସାହୀ , ରାସ୍ତା ଲମ୍ବିଛି କେଜାଣି କେତେ ଭିତରକୁ ମୋର ଆଖି ପାଏନା। ଜଙ୍ଗଲ ଭାଲୁ, ଶିଆଳ ଆକ୍ରମଣରେ କିଛି କିଛି ଅଦ୍ଭୁତ ଦେଖାଯାଉ ଥାନ୍ତି।
ସାଇକେଲ ଆଗକୁ ମାଡି ଚାଲିଥାଏ , ପ୍ରଥମ ଘରୁ ପିଲା ଡାକିବା ଆରମ୍ଭ କଲି କିଛି ଆସିଥାନ୍ତି ଓ କିଛି ଘର କାମରେ ଲାଗିଥାନ୍ତି।
ହୀରା, ଦୁଇନିଶ , ସେବତୀ , ରାଜୀବ ଏମିତି ଚାରିଜଣ ମୋ ପାଖକୁ ଆସିଲେ, ପାଖେ ଥିବା ଅଧାଗଢା ଘରେ ପାଠ ପଢିବା ବୋଲି ଠିକ୍। କଲି।
ସବୁଠୁଁ ସାନ ଝଅଟି,ପୁରା ପତଳା ଦେହରେ ଡ୍ରେସ ବି ନାହିଁ । ପ୍ୟାଣ୍ଟ ପିନ୍ଧିଚି ସାଥିରେ ଚାରି ମାସ ର ନବଜାତ ଭାଈକୁ ଧରିଛି। ବାପା ଓ ମା କେହି ଘରେ ନାହାନ୍ତି । ସାତ ଭାଇରେ ସେ ପ୍ରଥମ ଭଉଣୀ।
ସମସ୍ତେ କାମ କରିବାକୁ ସକାଳୁ ବାହାରି ଚନ୍ତି। ଆସିଲେ ଭାତ ରାନ୍ଧି କି ୟେ ରଖିଥିବ, ସେମାନେ ଖାଇବେ । ତା' ଛଡା ସାନ ଭାଈକୁ ବଟଲରେ ପେଜ ପିଆଇ ରଖିବ, ତାର ମଳ ମୂତ୍ର ମଧ୍ୟ ସଫା କରିବ ଠିକ୍ ତାର ଦାଇମା ପରି।
ମୋତେ ସେ ଭାରି ଉତ୍ସୁକତାର ସହ ଚାହିଁ ରହିଥାଏ। ମୁଁ ଚିତ୍ର ଦେଖାଇ ଯେବେ ଗପ କହିବାକୁ ବସେ, ସେ ମୋ ପାଖକୁ ଲାଗି କି ବସେ, କେବେ କେବେ ମୋ ନେଲ୍ ପାଲିସକୁ ଛୁଇଁ ଚୁପ୍ ଚାପ୍ ନେଇଯାଏ। ମୁଁ ତାକୁ ଜାଣି ଜାଣି ତା ପାଖକୁ ଗପ ବାହାନାରେ ଢ଼ଳି ଯାଏ।
ସେମାନ କିପରି ସଫା ସୂତର ରହିବେ, ତା ବିଷୟରେରେ କହେ। ମଝିରେ ମଝିରେ ମୁଁ ତାଙ୍କ ପାଇଁ ନେଲ୍ ପାଲିସ ନେଇ କି ଯାଏ। ତାଙ୍କ
ଭିତରେ ଆତ୍ମୀୟତା ପାଇବା ପାଇଁ।
ହୀରା ସାଥିରେ ଆତ୍ମୀୟତା ଏତେ ହେଲା ଯେ, ସେ ମୋ ସାଥିରେ ମୋ ପାଖରେ ରହିବାକୁ ରାଜି ହୋଇଗଲା।
କିନ୍ତୁ ମୁଁ ଜାଣିଥିଲି, ନଈରେ ବୁଡି ବୁଡି ମାଛ ଧରିବା, ଭୀଷଣ ଖରାରେ ଜଙ୍ଗଲରେ ବୁଲି କେନ୍ଦୁ ତୋଳିବାର ମଜା ଓ ସ୍ୱାଧୀନତା ବିନା ସେ ରହିପାରିବ ନାହିଁ।
ତଥାପି ସେ ମୋ ସାଥିରେ ଆସିଲା, ଧୀରେ ଧୀରେ ଜାଣିବାକୁ ପାଇଲି ତାକୁ ରାଜ ଯକ୍ଷ୍ମାରେ ସେ ପୀଡିତ ଅଛି। ତାଙ୍କ ପଡ଼ାରେ କେଜାଣି କେତେ ଜଣ ଏମିତି ଯକ୍ଷ୍ମାରେ ଆର ପାରିକୁ ଚାଲିଯାଇଛନ୍ତି। କିନ୍ତୁ ଅନ୍ଧ ବିଶ୍ୱାସ ଯୋଗୁଁ କେହି ଡାକ୍ତର ପାଖକୁ ନଯାଇ ଝଡ଼ା ଫୁଙ୍କାରେ ବଞ୍ଚାଇ ବାକୁ ଚେଷ୍ଟା କରନ୍ତି।
ହୀରାର ସମସ୍ତ ପରୀକ୍ଷା କରାଗଲା ଓ କିଛିଦିନ ପରେ ସେ ଠିକ୍ ହୋଇଆସିଲା, ଔଷଧ ପୁରା ଓ କିଛି ପଇସା ଦେଇ ତାକୁ ତାଙ୍କ ଘରେ ଛାଡ଼ି ଦେଲି।
ସେ ଖୁବ୍ ଖୁସି ଥିଲା, ସବୁଠୁ ଖୁସି ତା ବାପା ଓ ମାଆ ହୋଇଥିଲେ।
ତା ଜୀବନ ଓ ମୋ ଜୀବନ ଅଲଗା ଅଲଗା ରାସ୍ତାରେ ... ଏବେ ବି ସେ ମୋ ସ୍ମୃତିରେ ଜୀବନ୍ତ ସରଳ ଛାତ୍ରୀ ଠୁଁ ଅଧିକ !!