The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jenaarundhati 1991

Romance Tragedy

4.8  

Jenaarundhati 1991

Romance Tragedy

ଧୋକା:ପ୍ରେମିକର ଶସ୍ତା ମାନସିକତା

ଧୋକା:ପ୍ରେମିକର ଶସ୍ତା ମାନସିକତା

4 mins
32


ରଙ୍ଗବୋଳା ଜୀବନଠୁ ଭଲ ବରଂ ଏ ବେରଙ୍ଗ ଜୀବନ । କିଛି ରଙ୍ଗ ଜୀବନର ଆରମ୍ଭ ପର୍ଯ୍ୟାୟରେ ଆମକୁ ବେଶ୍ ଆନନ୍ଦ ଦେଇଥାଏ । ହେଲେ ପର ମୁହୂର୍ତ୍ତରେ ସେସବୁ ଅଜାଗା ଘା' ପରି ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ । ଗାୟତ୍ରୀର ଅବସ୍ଥା ମଧ୍ୟ ଠିକ୍ ସେହିପରି ଥିଲା । 

   ଗାୟତ୍ରୀ ଆଉ ମୌସମ ପିଲାଦିନରୁ ସାଙ୍ଗ । ଦୁଇ ଜଣଙ୍କ ବାପା ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ସେଥିପାଇଁ ଦୁଇ ଜଣ ଗୋଟିଏ କଲୋନୀରେ ରୁହନ୍ତି ଏବଂ ଗୋଟିଏ ବିଦ୍ୟାଳୟରେ ପଢନ୍ତି । ଦୁଇ ଜଣଙ୍କର ବନ୍ଧୁତାର ସଂପର୍କ ଯେତେବେଳେ ପ୍ରେମର ସଂପର୍କରେ ପରିଣତ ହେଲା ସେତେବେଳେ ସେମାନଙ୍କର ଦଶମ ଶ୍ରେଣୀ । ଘରେ ଏସବୁ ଜାଣିବାରୁ ଦୁଇ ଜଣ ବହୁତ ମାଡ, ଗାଳି ଖାଇଲେ । ଦଶମ ଶ୍ରେଣୀ ପାଠ ନପଢି ଏହି ସବୁ କାମ କରୁଛନ୍ତି ବୋଲି ଦୁହିଁଙ୍କୁ ଘରେ ବନ୍ଦ କରି ରଖାଗଲା । ଦୁଇ ଜଣଙ୍କ ପରିବାରର ସଂପର୍କରେ ତିକ୍ତତା ଆସିଗଲା । ଏମିତିକି ଗାୟତ୍ରୀର ବାପା କଲୋନୀ ବି ବଦଳାଇ ଦେଲେ । 

   ଦଶମ ଶ୍ରେଣୀ ପାସ୍ କରି ଦୁହେଁ କଲେଜ ଗଲେ । କଲେଜ ପଢୁଥିବା ବେଳେ ଦୁହେଁ ଲୁଚି ଲୁଚି ଦେଖା କରନ୍ତି । ଘରେ ଯେମିତି ଜାଣି ପାରିବେନି । ଯୁକ୍ତ ଦୁଇ ପରେ ଗାୟତ୍ରୀ ଆଉ ମୌସମ ଦୁହେଁ ଇଂଜିନିୟରିଂ କଲେ । ହେଲେ ଅଲଗା ଅଲଗା କଲେଜରେ । ଦୁଇ ଜଣଙ୍କର ପ୍ରେମ ସଂପର୍କ ଦିନକୁ ଦିନ ଶକ୍ତ ହେଉଥାଏ । ଇଂଜିନିୟରିଂ ପରେ ଗାୟତ୍ରୀ ସଫ୍ଟୱେୟାର୍ କମ୍ପାନୀରେ ଚାକିରି କଲା ଆଉ ପୁଅ ଆଇ. ଏ. ଏସ୍. ପାଇଁ ଦିଲ୍ଲୀ ଗଲା । ଗାୟତ୍ରୀ ତା ପାଇଁ ଭଲ ଭଲ ବହି, ନ୍ୟୁଜ୍ ପେପର୍ ସବୁ ଖୋଜି ଖୋଜି ପଠାଏ । ବେଳେବେଳେ ଛୁଟି ନେଇ ଦିଲ୍ଲୀ ଯାଇ ତାକୁ ଦେଖାକରି ଆସେ।ତା'ର କହିବା ଅନୁସାରେ ତାକୁ ଅର୍ଥ ବି ପଠାଏ । ମୌସମକୁ ସବୁବେଳେ କୁହେ ବ୍ୟସ୍ତ ନହେଇ ଧୈର୍ଯ୍ୟ ରଖି ପଢିବା ପାଇଁ । ଅନ୍ୟମାନଙ୍କ ଭଳି ଗାୟତ୍ରୀ ଏତେଟା ଫୋନ୍ କରି ତାକୁ ବ୍ୟସ୍ତ କରେନା । ଗାୟତ୍ରୀର ମୌସମ ପ୍ରତି ଏତେ ଭଲପାଇବା ଦେଖି କେହି କେହି କୁହନ୍ତି ତାକୁ ସେ କଲେକ୍ଟର ହେଇଗଲେ ତୋତେ ଆଉ ବାସିରେ ବି ପଚାରିବନି । ତୁ ଏଠି ଶୁଖିଲାଟାରେ ତା'ର ପାଇଁ ବାଡେଇ ହେଉଛୁ । ହସିଦେଇ ସେ କୁହେ ସେ ମୋର ପ୍ରେମିକ ହେବା ପୂର୍ବରୁ ଜଣେ ଭଲ ବନ୍ଧୁ । ମୁଁ ବନ୍ଧୁତାର ଖାତିର ଏସବୁ କରୁଛି । ଆଗକୁ କ'ଣ ହେବ କିଏ ଜାଣିଛି? ମୁଁ କିଛି ସ୍ୱାର୍ଥ ପାଇଁ କରୁନି କି ପ୍ରତିବଦଳରେ କିଛି ଆଶା ରଖିନି । 

     କଥା ଛଳରେ କହିଦିଏ ସିନା ହେଲେ ଭାବେ ମୌସମ ଯଦି ସତରେ ବଦଳିଯିବ ସେ ତ ପୁରା ଭାଙ୍ଗି ପଡିବ । ତା'ର ସହ ସେ ଯେ କେବେଠୁ ରହିବାର ସ୍ୱପ୍ନ ଦେଖି ସାରିଛି । ସେ ସ୍ୱପ୍ନ ସବୁ ଭାଙ୍ଗି ଚୁରମାର୍ ହୋଇଗଲେ ସେ ବଞ୍ଚିବ କେମିତି? ଏତେ ଦିନ ହେଲା ବାପା, ମାଆଙ୍କୁ ଯୋଉ ବିବାହ ପାଇଁ ମନା କରୁଛି ତା'ର ଜବାବ ଦେବ କ'ଣ? ଏସବୁ ଭାବିବା ବେଳକୁ ତା'ର ଦୁନିଆ ଯେମିତି ଓଲଟି ପଡ଼ିବା ଭଳି ମନେ ହେଉଛି । ତା'ର ଉଠିବା ପାଇଁ ଯେମିତି ଯୁ ନାହିଁ । ସେ ଭାବୁଛି ଆଉ ବେଶୀ ଭାବିବିନି । ଏଇସବୁ ତ ହେଇନି, ଏତେସବୁ ଦୁଶ୍ଚିନ୍ତା କରି ନିଜକୁ କଷ୍ଟ ଦେବି କାହିଁକି? 

     ମୌସମ ଥାର୍ଡ୍ ଆଟେମ୍ପ୍ଟରେ ସକ୍ସେସ୍ ପାଇଲା । କଲେକ୍ଟର ହୋଇ ଅନୁଗୁଳ ଜିଲ୍ଲାରେ ଚାକିରି ପାଇଲା । ଏତେ ବଡ ଖୁସି ଗାୟତ୍ରୀକୁ ଜଣେଇଲା ବି ନାହିଁ । ସେ ଯେତେଥର ଫୋନ୍ କରେ ସମୟର ଅଭାବ ଦର୍ଶାଇ ଫୋନ କାଟିଦିଏ । ଗାୟତ୍ରୀ ବି ଭାବେ ଏତେ ବଡ ପୋଜିସନରେ ବହୁତ ସାରା ରେସପନସିବିଲିଟି, ତେଣୁ ତାକୁ ବେଶୀ ଫୋନ୍ କରି କଷ୍ଟ ଦିଏନି । ଦିନେ ମୌସମ ନିଜ ଆଡୁ ଫୋନ୍ କଲା । ଗାୟତ୍ରୀର ସେଦିନ ଜନ୍ମ ଦିନ ଥାଏ । ଫୋନରେ ଏତେ ଦିନ ପରେ ତା'ର କଲକୁ ଦେଖି ଭାବିଲା ଯାହା ହେଉ ମୌସମ ଏତେ ବ୍ୟସ୍ତତାରେ ବି ତା'ର ଜନ୍ମ ଦିନକୁ ମନେ ରଖି ଫୋନ୍ କରିଛି । ହେଲେ ତା'ର କଥା ଶୁଣି ଗାୟତ୍ରୀର ପାଦ ତଳୁ ମାଟି ଖସିଗଲା ଭଳି ଅନୁଭୂତ ହେଉଥିଲା, ତା ମୁଣ୍ଡ ଭିତରଟା ଯେମିତି ଯନ୍ତ୍ରଣାରେ ଫାଟି ଯାଉଥିଲା । ପାଖରେ ଥିବା ଚୈାକିରେ ସେ ଲତ୍ କିନା ବସି ପଡିଲା । ମୋ ସହ ସିଏ ରୁହେ, ମୁଁ କହିଲି ଗାୟୁ କ'ଣ ହେଲା । କିଏ ଫୋନ କରିଥିଲା ? ଏତେ ଯୋରରେ କାନ୍ଦୁଛୁ କାହିଁକି ? ରୋଷେଇ ଘରୁ ପାଣି ଗ୍ଲାସଟିଏ ବଢେଇ ମୁଁ କହିଲି ଟିକିଏ ପାଣି ପିଇନେ । ବ୍ୟସ୍ତ ହଅନା । ପାଣି ପିଇ ସାରି ମୋତେ କୁଣ୍ଢେଇ କଅଁଳା ଛୁଆ ପରି କାନ୍ଦିବାକୁ ଲାଗିଲା । 

     କହିଲା ଜାଣିଛୁ ଅରୁନ୍ ସାଙ୍ଗମାନେ ଯାହା କହୁଥିଲେ ଠିକ୍ ସେୟା କଲା ମୌସମ । କହିଲା ଗାୟତ୍ରୀ ଆମ ଘରେ ରାଜି ହେବେନି । ମୁଁ କଲେକ୍ଟର ଆଉ ତୁ ସାମାନ୍ୟ ସଫ୍ଟୱେୟାର୍ ଇଂଜିନିୟର । ଷ୍ଟାଟସ ବି ମ୍ୟାଚ କରୁନି । ତା'ର ବାହାଘର ପାଇଁ ଅନେକ ପ୍ରସ୍ତାବ ଆସୁଛି । ସେଥିରେ କୋଉଠି ନେତା, ମନ୍ତ୍ରୀଙ୍କ ଝିଅମାନଙ୍କ ପ୍ରସ୍ତାବ ଆସୁଛି । ସବୁଠୁ ବେଶୀ କଷ୍ଟ ଲାଗିଲା ଜାଣିଛୁ ସେ ଯେତେବେଳେ କହିଲା ତୁ ମୋ ପାଇଁ ଯେଉଁ ସବୁ ବହି, ନ୍ୟୁଜ୍ ପେପର୍ ଆଉ ପଇସା ପଠେଇଛୁ ସେ ସବୁର ହିସାବ କରି ଦେଇଦେଲେ ସେ ମୋ ଏକାଉଣ୍ଟରେ ଡିପୋଜିଟ କରିଦେବ । ଆଉ ତା'ର ପରେ ମୋର ଆଉ ତା'ର ପଥ ଅଲଗା । ଏସବୁ ଶୁଣି ତାକୁ କ'ଣ କହି ବୁଝେଇବି ମୁଁ ଜାଣିପାରୁନଥିଲି । 

       ସେ କାନ୍ଦି କାନ୍ଦି କହୁଥିଲା ଆଜି ପର୍ଯ୍ୟନ୍ତ ଜନ୍ମ ଦିନର ଏତେ ଭଲ ଗିଫ୍ଟ ମୋତେ କେହି ଦେଇନଥିଲେ । ଏହି ସମୟରେ କ'ଣ କହି ବୁଝେଇବି ମୁଁ ଜାଣିପାରୁନଥିଲି । ତା'ର ପରେ ମୁଁ ଭାବୁଥିଲି ସତରେ ରଙ୍ଗ ବୋଳା ଜୀବନର ସେ କ୍ଷଣକ ଖୁସିଠୁ ଭଲ ବରଂ ବେରଙ୍ଗ ଜୀବନରେ ସୁଖ ସାଉଁଟିବା । କାହାକୁ ଅପେକ୍ଷା କରି ଚାତକ ଚଢେଇ ପରି ଦୁଃଖ ପାଇବାଠାରୁ ଭଲ କାହାର ଅପେକ୍ଷା ନକରିବା । ହେଲେ ଏ ମନ ତ ଅମାନିଆ, ତାକୁ ବୁଝେଇବ କିଏ? ଏ ମନ ଠୋକର ନପାଇବା ପର୍ଯ୍ୟନ୍ତ କାହାରି କଥା ବି ଶୁଣି ନଥାଏ । 

   



Rate this content
Log in

Similar oriya story from Romance