ଦାଗୀ
ଦାଗୀ
ସୃଜନଶୀଳ ପ୍ରତିଭା ଜନ୍ମିତ ନୁହେଁ, ଅର୍ଜିତ। ଏହା କେବଳ ବୈଜ୍ଞାନିକ ଉଦ୍ଭାବନ ବା ଛାତ୍ର ଜୀବନରେ ଲୋଡ଼ା ହୋଇ ନ ଥାଏ, ପ୍ରତି ମଣିଷ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଏହାର ଗୁରୁତ୍ୱ ଉପଲବ୍ଧି କରାଯାଏ। ଯେ କୌଣସି ବୃତ୍ତି ଓ କାର୍ଯ୍ୟ କ୍ଷେତ୍ରରେ ଆମେ ସୃଜନଶୀଳ ମନନେଇ କାମ କରିପାରିବା। ସାକ୍ଷରତା ପରି ଏହା ଏକ ସାର୍ବଜନୀନ ବିଶ୍ୱୀୟ ଆବଶ୍ୟକତା।ମଣିଷ ଜୀବନର ପ୍ରତି ପାହାଚରେ ଏହି ସୃଜନଶୀଳ ମନୋଭାବ ଆମକୁ ଆମ ନିଜର ପରିଚୟ ପ୍ରଦାନ କରିଥାଏ । ଏମିତି ଏକ ସୃଜନ ଶୀଳ ଭାବାନାକୁ ନେଇ ଆଜିର ଏହି କାହାଣୀ ଟି ।
ମାଟ୍ରିକ ପରେ କଲେଜ ଜୀବନ ଯେତେବେଳେ ଆରମ୍ଭ ହୁଏ , ଆଦ୍ୟ ଯୌବନ ରେ ପାଦ ଥାପୁଥିବା ପୁଅ ଝିଅ ମାନଙ୍କ ର ପାଦ ସେତେବେଳେ ଟଳମଳ ହୋଇ ଅବାଟରେ ଖସିଯିବା ସ୍ୱଭାବିକ ହୋଇଥାଏ । ଆଦ୍ୟାଶ୍ରୀ ରାୟ, ପିତା ଆଡଭୋକେଟ ଅତନୁ ରାୟଙ୍କର ଏକମାତ୍ର କନ୍ୟା । ସ୍କୁଲ ଶିକ୍ଷା ପରେ ବାପା ତାର ଉଚ୍ଚଶିକ୍ଷା ପାଇଁ କଲେଜ୍ ରେ ନାମ ଲେଖାଇ ଦେଲେ ।ଆଦ୍ୟାର ମାମା ଜଣେ ସ୍କୁଲ ଶିକ୍ଷୟତ୍ରୀ ପ୍ରତ୍ୟେକ ଟି ସୃଜନଶୀଳ ବ୍ୟବହାର ସେ ମାଆ ଙ୍କ ଠାରୁ ପାଇଥିଲା ।
ଆଜିକାଲି ଆଧୁନିକ ଝିଅ ମାନଙ୍କ ଠାରୁ ତାର ଡ୍ରେସ ସଂମ୍ପୁର୍ଣ୍ଣ ଅଲଗା ଧରଣର ଥିଲା । ଢିଲା ସାଲୱର କମିଜ ସହ ଚୁନରି ରେ ଶରୀର ଆବୃତ୍ତ । ପ୍ରଥମେ ପ୍ରଥମେ ତାକୁ କଲେଜ ପିଲାମାନେ ଥଟ୍ଟାରେ ବେହେନଜୀ ଡାକୁଥିଲେ । କିନ୍ତୁ ସେ ସବୁକୁ ତାର ଖାତିର ନଥିଲା । ପ୍ରକୃତରେ ଆଦ୍ୟା ଥିଲା ବହୁତ ସୁନ୍ଦର । ଗୋରା ତକ ତକ ଚେହେରା ସାଙ୍ଗକୁ ଲମ୍ବା ବେଣୀ ଯେ କୌଣସି ପୁଅର ଦୃଷ୍ଟି ଆକର୍ଷଣ ର କେନ୍ଦ୍ର ବିନ୍ଦୁ । କିନ୍ତୁ ଆଧୁନିକ ଯୁଗରେ ପୁଅ ମାନେ ଚାହାନ୍ତି ବବ୍ ହେୟାର ଟି ସାର୍ଟ ସାଙ୍ଗକୁ ଜିନସ୍ ପ୍ୟାଣ୍ଟ ପିନ୍ଧା ଝିଅ।
ତେଣୁ ଆଦ୍ୟାକୁ ଅନେକ ବାବାର ତାତ୍ସଲ୍ୟର ଶୀକାର ହେବାକୁ ପଡେ । ଏସବୁ ସତ୍ୱେ ଆଦ୍ୟାର ପାଠ ପଢାରୁ କେବେ ନଜର ହଟେନି ।
ଥରକର ଘଟଣା କ୍ଲାସ ସାରି ଫେରୁଥିବା ସମୟରେ ଆଦ୍ୟା ଦେଖିଲା ଚାରି ପାଞ୍ଚଜଣ ପୁଅ ରାସ୍ତାରେ ଛିଡା ହୋଇଛନ୍ତି। ଆଦ୍ୟା ମନରେ ଟିକେ ଡର ଆସିଲା , ତଥାପି ସେ ତା ସ୍କୁଟିର ସ୍ପିଡ ବଢାଇ
ସେମାନଙ୍କୁ ଅତିକ୍ରମ କରିବା ସମୟରେ କେହିଜଣେ ତାର ସ୍କୁଟି ଆଗକୁ ବାଡିଟିଏ ଫୋପାଡ଼ି ଦେଲା । ସ୍କୁଟିର ଚକାରେ ବାଡିଟି ପଶି ଯିବାରୁ ସେ ପଡିବା ପୂର୍ବରୁ ଦ୍ରୁତ ବେଗରେ ବାଇକ ଟିଏ ଆସି ସେଠାରେ ରହି ଆଦ୍ୟା କୁ ଧରିନେଲା । ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତିଲା ପରି ବର୍ତ୍ତୀ ଗଲା ଆଦ୍ୟା ।ସେ ବରଡା ପତ୍ର ପରି ଥରୁଥାଏ। କିନ୍ତୁ ଦୁର୍ଘଟଣା ଘଟାଇ ଥିବା ଦୁର୍ବୁତ ମାନେ ବିଶୃଙ୍ଖଳଳିତ ଅଟ୍ଟହାସ୍ୟରେ ସେ ସ୍ଥାନକୁ ଉଠାଉ ଥାଆନ୍ତି ପକାଉ ଥାଆନ୍ତି । ବାଇକ୍ ରୁ ଓହ୍ଲେଇ ଲେ ଯୁବକ ଜଣଙ୍କ । ସ୍କୁଟି ଟିକୁ ଟେକି ରଖି ସାରିବା ପରେ ଉତଶୃଙ୍ଖଳ ପିଲାମାନଙ୍କ ପାଖକୁ ଯାଇ ପଚାରିଲେ ଆପଣ ମାନେ ଯାହା କଲେ କଣ୍ ଠିକ୍ କଲେ ? ଯଦି ଝିଅ ଟିର କିଛି ହୋଇ ଯାଇ ଥାଆନ୍ତା ?
ସେମାନଙ୍କ ଭିତରୁ ଜଣେ ଯୁବକ ବିକଟାଳ ଅଟ୍ଟହାସ୍ୟରେ କହିଲା " ଆବେ ସେ କଣ ତୋ' ଘରବାଲୀ "। ତଥାପି ନମ୍ରତା ର ସହିତ ଯୁବକଟି କହିଲା ସେ ମୋର କିଛି ହେଉ ବା ନହେଉ କିନ୍ତୁ ସେ ତ କାହାର ଝିଅ କି କାହାର ଭଉଣୀ ବି ହୋଇଥିବ । ଆଉ ଆପଣ ମାନଙ୍କ ପିତାମାତା ପଇସା ଖର୍ଚ୍ଚ କରି ପାଠ ପଢିବା ପାଇଁ ଛାଡି ଛନ୍ତି ଏମିତି ଗୁଣ୍ଡା ଗର୍ଦ୍ଦି ପାଇଁ ନୁହେଁ ।ବିଶୃଙ୍ଖଳିତ ଯୁବକ ମାନଙ୍କ ଭିତରୁ ଜଣେ ଯୁବକ ଅତର୍କିତ ଭାବରେ ଝାମ୍ପି ପଡିଲେ ଭଦ୍ର ଯୁବକଙ୍କ ଉପରକୁ ।କିନ୍ତୁ ସେ ଯେପରି ଆଗରୁ ସତର୍କ ଥିଲେ ଏଥିପାଇଁ । ଯୁବକଙ୍କୁ ଗୋଟିଏ ହାତରେ କାବୁ କରିନେଇ ଅନ୍ୟ ମାନଙ୍କୁ ଆହ୍ୱାନ ଦେଲେ ଆଉ କେହି ଆସିବ କି ?
ଶାନ୍ତ ପଡିଗଲେ ବଦମାସ ଶ୍ରେଣୀର ଯୁବକ ମାନେ । ଭଦ୍ର ଯୁବକ ଜଣଙ୍କ କହିଲେ " ମାଇଁ ସେଲ୍ଫ ଅନିକେତ ଚୌଧୁରୀ ।ପାଖ ଥାନାର ସବ ଇନ୍ସପେକ୍ଟର । ଏହି ସ୍ଥାନରେ ତୁମ ମାନଙ୍କର ଗୁଣ୍ଡାଗିରି ଉପରେ ଅଭିଯୋଗ ମୁଁ ଆଗରୁ ଶୁଣିଥିଲି । ତେଣୁ କାଲି ଜଏନ୍ କଲାପରେ ମୋର ପ୍ରଥମ ମିଶନ୍ ଥିଲା ଏ ଯାଗା । ମୁଁ ଚାହୁଁନି ଏତେ କମ୍ ବୟସରେ ତୁମ ଦେହରେ ଦାଗୀର ମୋହର ଲାଗିଯାଉ ଓ ତୁମକୁ ନେଇ ସ୍ୱପ୍ନ ଦେଖିଥିବା ବାପା ମାଆ ମାନଙ୍କର ସ୍ୱପ୍ନ ଅଧାରେ ରହିଯାଉ । ତେଣୁ ତୁମ ପାଖରେ ଏବେବି ସମୟ ଅଛି , ମୋତେ ଲିଖିତ ଆକାରରେ ନିଜର ଯମାନ ବନ୍ଦୀ ଦେଇ ଏ କାର୍ଯ୍ୟ ରୁ ନିବୃତ ରହିବାର ପ୍ରତିଶୃତି ଦେଲେ ମୁଁ ତୁମକୁ ଦାଗୀ ହେବାରୁ ବଞ୍ଚେଇ ପାରିବି । ନହେଲେ ମୋର ଟିକିଏ ଇଶାରା ରେ ପୋଲିସ ତୁମ ମାନଙ୍କୁ ବାନ୍ଧି ନେଇ କାଳ କୋଠରୀ ରେ ବନ୍ଦ କରିଦେବ । ଆଉ ତୁମେ ମାନେ ସେଠାରୁ ବାହାରିବା ବେଳକୁ ତୁମ ପଛରେ ଲାଗି ଯାଇଥିବ ଦାଗୀର ମୋହର । ତୁମେମାନେ କୁହ କୋଉ ରାସ୍ତା ତୁମେ ଆପଣେଇ ବାକୁ ଚାହୁଁଛ ?
ଯୁବକ ମାନେ ଆସି ଗୋଡତଳେ ପଡିଗଲେ ପୋଲିସ ଇନ୍ସପେକ୍ଟର ଙ୍କର । କହିଲେ ସାର୍ ଆମେ ଚୁକ୍ତି ପତ୍ରରେ ସ୍ୱକ୍ଷର କରିବା ପାଇଁ ରାଜି କିନ୍ତୁ ଦାଗୀ ହେବାକୁ ନୁହେଁ । ଆମେ ଭୁଲ୍ ବାଟରେ ପାଦ ଦେଇ ଦେଇଥିଲୁ । କିନ୍ତୁ ଏବେ ଆମର ଆଖି ଖୋଲି ଯାଇଛି ।
ଆଦ୍ୟା ସବୁ ଦେଖୁଥିଲା । ସେ ଆସି ଧନ୍ୟବାଦ ଦେଲା ଇନ୍ସପେକ୍ଟର ଙ୍କୁ ।ଆଉ ଅନୁରୋଧ କରି କହିଲା ସାର୍ ଏମାନେ ସବୁ ମୋରି ସାଙ୍ଗରେ କଲେଜ ରେ ପଢୁଛନ୍ତି । କ୍ଷମା କରିଦିଅନ୍ତୁ ତାଙ୍କୁ । ଆପଣଙ୍କ ବଦାନ୍ୟତା ପାଇ ହୁଏତ ସୁଧୁରି ଯିବେ ସେମାନେ ,ଆଉ ସେମାନେ ଖାଲି ଦାଗୀ ହେବେନି ତାଙ୍କ ସହ ତାଙ୍କର ପିତା ମାତା ବି ସମାଜର କାଠ ଗଡାରେ ଦାଗୀ ହୋଇ ରହିଯିବେ ।
ଆଦ୍ୟାର କଥାରେ ଚହଲି ଗଲା ଇନ୍ସପେକ୍ଟର ଅନିକେତ ଙ୍କ ହୃଦୟ ସେ ଚୁକ୍ତି ପତ୍ରରେ ସ୍ୱକ୍ଷର କରି ଛାଡିଦେଲେ ବିଶୃଙ୍ଖଳିତ ପିଲା ମାନଙ୍କୁ । ଦାଗୀ ହେବାରୁ ରକ୍ଷା ମିଳିଗଲା ତାଙ୍କୁ । କିନ୍ତୁ ଆଦ୍ୟାର ଏହି ସୃଜନଶୀଳ କଥା ପାଖରେ ବନ୍ଧା ପଡିଗଲା ଇନ୍ସପେକ୍ଟର ଅନିକେତ ଙ୍କର ହୃଦୟ ……।