STORYMIRROR

Sunanda Mohanty

Drama Tragedy Action

3  

Sunanda Mohanty

Drama Tragedy Action

ଦାଦନର ଗୋଟେ ପୃଷ୍ଠା

ଦାଦନର ଗୋଟେ ପୃଷ୍ଠା

3 mins
17


       ଆଠ ବର୍ଷ ର ଝିଅ ଲିସା ଆଖିରେ ଚମକ ହୃଦୟରେ ଉଲ୍ଲାସ ଆଉ ଡେଣା ରେ ପ୍ରଜାପତିର ରଙ୍ଗ. ସେ ଚଟା ଖେଳିଲାବେଳେ ସହପାଠିନୀ ପ୍ରତିମାକୁ କହୁଥାଏ, ଜାଣିଛୁ ମୁଁ ଏଥର ଆମ ଗାଁ କୁ ଚାଲିଯିବି ଯେଉଁଠି ମୋ ଜେଜେ, ଜେଜେମା ଅଛନ୍ତି ଯେଉଁଠି ଆମର ଏକ ବିରାଟ ବାଡ଼ି ଅଛି ଆଉ ସେ ବାଡ଼ିରେ କୋଉ ଗଛ ନାହିଁ ବୋଲି ନାହିଁ. ପୁଣି ଏ ସନ ରଜକୁ ସେହି ବାଡ଼ିରେ ମୁଁ ଦୋଳି ଖେଳିବି . ଆମ୍ବଗଛ ପଣସ ଗଛଡାଳରେ ବାଉଁଶ ବାନ୍ଧି ଦୋଳି କରାଯାଏ . ପୁଣି ଆମ ଗାଁ ରେ ବାଉଁଶ ଦୋଳି ବି ହୁଏ, ମୁଁ ଏଥର ଗାଁ କୁ ଗଲେ ଖୁବ ମଜ଼ା କରିବି. 

      ତାର ଏସବୁ କଥାକୁ ପ୍ରତିମା ସିନା ସବୁ ଏକାଲୟରେ ଶୁଣିଯାଉଥାଏ ହେଲେ ବାରଣ୍ଡାରେ ବସିଥିବା ମାଆ ସୁମତିଙ୍କ ଆଖିରେ ଆଖିଏ ଲୁହ. ପୁଣି ଲିସା କହିଚାଲିଥାଏ, ଆମ ସେହି ବାଡ଼ିରେ ପୋଖରୀ ଅଛି, ସେଥିରେ ମାଛ ଅଛନ୍ତି, ରଜକୁ ଧରା ହୋଇ ଭୋଜି ହେବ ଆଉ ଗୋଟେ କଥା ଜାଣିଛୁ ପ୍ରତିମା ମୋ ଜେଜେ ଆଉ ଜେଜେମାଙ୍କୁ ମୁଁ ଦେଖିନି . ସେମାନେ ଯେତେ ଚିଠି ଲେଖନ୍ତି ଆଉ ଫୋନ କରନ୍ତି, ମତେ ଦେଖିବାକୁ ବ୍ୟାକୁଳ ହୁଅନ୍ତି, ମୁଁ କାଳେ ଜନ୍ମ ପୂର୍ବରୁ ମୋ ବାପା ମାଆ ଏଠାକୁ ଚାଲିଆସିଥିଲେ ଦାଦନ ଖଟିବାକୁ ତ ଏସନ ରଜରେ ଖୁବ ଖୁସି ଆନନ୍ଦରେ ମୁଁ ସେମାନଙ୍କ ସହ କଟେଇବି. ସମେସ୍ତେ କହୁଛନ୍ତି କରୋନା ଯୋଗୁଁ ବହୁତ କ୍ଷତି ହେଉଛି ଦେଶର ହେଲେ ମୁଁ ତ ତା ଯୋଗୁଁ ମୋ ନିଜ ଗାଁ କୁ ଯିବି . ମୋ ଜେଜେ ଜେଜେମା, ମୋ ଗାଁ ନଈ, ଆମ ବାଡ଼ିର ପିଜୁଳି ଖାଇପାରିବି. 

     ତା ଶେଷ କଥା ଗୁଡିକ ଶୁଣିବାକୁ ଧର୍ଯ୍ୟ ନଥିଲା ସୁମତିଙ୍କର . ଲିସା କଣ ବୁଝିଛି ଏ ଦାଦନର ଅର୍ଥ, ଲିସା କେତେବା ବୁଝିଛି ଏଇ କରୋନାର ଭୟାଭୟତାକୁ ଏଠି ଏଵେ କାମ ବନ୍ଦ . ଘରଭଡା ଦେବା ଦୂରର କଥା ଆଉ ଚାରି /ପାଞ୍ଚ ଦିନ ପରେ ଚାଉଳ ମୁଠାଏ ମିଳିବ କି ନାହିଁ. ସେଥିରେ ଓଡିଶା ଫେରିବା ବାଟ ବନ୍ଦ . ଦେଖାଯାଉ ବସ ଯୋଗାଡ଼ ରାସ୍ତା ଫିଟୁଛି ନା ନାହିଁ. 

     ସେଦିନ ସକାଳୁ ଲିସାକୁ ଜ୍ୱର. ଖାଇବାକୁ ଘରେ କିଛି ନାହିଁ. ସେହି ଅସୁସ୍ଥତା ଭିତରେ କଞ୍ଚାଚୁଡା ଦିଟା ଖାଇ ବି ଲିସା ଖୁସି ଥିଲା ଯେ ସେମାନେ ବହୁ ଚଞ୍ଚଳ ଗାଁ କୁ ଯିବେ, ପୁଣି ବସରେ , ଟିକେଟ ହୋଇସାରିଛି. ଓଡିଶା ସରକାର ସବୁ ସାହାଯ୍ୟ କରିବେ ତା ବାପା ମାଆ ଓ ପଡିଶା ଅଡିଶାରେ ଥିବା ସମସ୍ତ ମଉସା ମାଉସୀ ଓ ତାଙ୍କ ପିଲାମାନେ ବି ଯିଏ ଯାହା ଗାଁ କୁ ଯିବେ. ଜ୍ବରରେ ଆଖି ବୁଜି ହୋଇ ଆସିବା ପୂର୍ବରୁ ତା ଆଖି ଆଗରେ ତା ଗ୍ରାମର ଦୃଶ୍ୟ, ଜେଜେ ଜେଜେମା ଙ୍କ ଚେହେରା ଭାସଇଉଠୁଥିଲା ଆଉ ଭାସଇ ଉଠୁଥିଲା ଜହ୍ନ ରାତିରେ ତାଙ୍କ ଗାଁ ରେ ଥିବା ବାଡ଼ିର ପୋଖରୀରେ ଜହ୍ନର ପ୍ରତିଛବି . ସେ ଭୁଲିଯାଇଥିଲା ଜ୍ୱରର ପ୍ରକୋପ, ସେ ଜାଣିପାରୁନଥିଲା ତା ଜରୁଆ ପଥିପାଞ୍ଚଣ ଯୋଗାଡ଼ କରିବାକୁ ତା ବାପା ମାଆ ଅସମର୍ଥ, ସେ ଖାଲି ସ୍ବପ୍ନ ଦେଖି ଚାଲିଥିଲା .

     ସେ ବସରେ ବସିଗଲା, ତା ପାଟି ଶୁଖି ଶୁଖି ଯାଉଥିଲା . ତାକୁ ଭୀଷଣ ଶୋଷ କରୁଥିଲେ ବି ଗାଁ ପୋଖରୀର ପାଣି ପି ବାକୁ ତାର ଖୁବ ଇଚ୍ଛା ହେଉଥିଲା . ତା ମୁଣ୍ଡ ବୁଲେଇ ଦେଉଥିଲେ ବି ମାଆ କୋଳ ତାକୁ ଭଲ ଲାଗୁନଥିଲା . କେମିତି ଗାଁ ରେ ପହଁଚିଲେ ଜେଜେମା କୋଳରେ ଶୋଇବାର ସ୍ବପ୍ନରେ ବିଭୋର ଲିସା ଜ୍ବରରେ ବିଳିବିଳେଇବା ସମୟରେ ବୁଝିପାରୁନଥିଲା, ବାପା ମାଆଙ୍କ କଷ୍ଟ, ଯାତନା ଦୈନତା, ହେଲେ ଗୋଟେ ପ୍ରବଳ ଧକ୍କାରେ ଯେତେବେଳେ ସେ ଚହଲି ଗଲା, ଜୋରରେ ବୋଉଲୋ ବୋଲି ଚିତ୍କାର କରି ସୁମତିଙ୍କୁ କୁଣ୍ଢେଇ ପକାଇଥିଲା... ତଣ୍ଟି ଭିତରୁ ଜିଭଟା କିଏ ଉପାଡି ନେଲା ଭଳି ଲାଗୁଥିଲେ ବି ସେ ତଥାପି ଗାଁ ର ସ୍ବପ୍ନରେ ବିଭୋର ହୋଇ ଆଖିମୁଜି ଦେଇଥିଲା ସବୁଦିନ ପାଇଁ. 

   ବସ ଦୁର୍ଘଟଣାରେ ଲିସାକୁ ଛାଡି ଅନ୍ୟ ଯାତ୍ରୀ ମାନେ ରକ୍ଷା ପାଇଯାଇଥିଲେ . କ୍ଵାରେଣ୍ଟିନ ସେଣ୍ଟରକୁ ଦଉଡି ଆସିଥିଲେ ଜେଜେ ଜେଜେମା ହେଲେ ଲିସାର ମୃତ ଦେହଟାକୁ ବି ନପାଇ, ପୁଅ ବୋହୂଙ୍କର ହୃଦୟ ବିଦାରକ କ୍ରନ୍ଦନରେ ସେମାନେ ଛଟପଟ ଓ ଶ୍ୱାସରୁଦ୍ଧ ହୋଇ କୋହ ଭରା ହୃଦୟରେ ଫେରିଯାଇଥିଲେ ଗାଁ କୁ. 

   ସୁମତିଙ୍କୁ ହଲାଇ ଦେଇ ଗଉରା ଯେବେ ଖାଦ୍ୟ ଆଣିବା ପାଇଁ ଧାଡିକୁ ଯିବାକୁ ଡାକୁଥିଲା ସୁମତି ଶୁନ୍ୟ ନୟନରେ ଆକାଶକୁ ଚାହିଁ ଲିସା ଲୋ ମୋ ଲିସା କହି ଭୋ ଭୋ ଡାକ ଛାଡୁଥିଲା, ତଥାପି ଗଉରା ଚେଷ୍ଟା କରୁଥିଲା ସୁମତିକୁ ଉଠେଇ କଣ ଦିଟା ପାଟିରେ ଦେବାକୁ.


સામગ્રીને રેટ આપો
લોગિન

Similar oriya story from Drama