ଚରିତ୍ରହୀନ
ଚରିତ୍ରହୀନ
ନୂଆ କରି ହଷ୍ଟେଲରେ ରହିବାକୁ ଆସି ଅଶ୍ରୁଲେଖା, ଲେଖା ପାଇଁ ଦୃଶ୍ୟ ସାଉଁଟୁ ଥିଲା, ନୂଆ ନୂଆ ରିପୋର୍ଟର କାମ କରୁଛି ତ ବିଶେଷ ଖବର ସବୁ ସଂଗ୍ରହ କରିବାକୁ ହେବ ଭାଵି ଛାତ ଉପରକୁ ଉଠି ଆସିଲା ଅଶ୍ରୁଲେଖା, ବାମ ପଟକୁ ଦି ଚାରି ଘର ଛାଡି ବିରାଟ ନହେଲେ ଵି ମାଧ୍ୟମ ଧରଣଠୁ ବଡ଼ କୋଠାଟିଏ, ଆଉ ଠିକ ଆଗକୁ ବଡ଼ ଝଙ୍କାଳିଆ ବରଗଛ ଟିଏ, ଆଉ ବରଗଛ ତଳେ ଜରିଗୋଟାଳୀ ଝିଅ ଓ ସ୍ତ୍ରୀ ଲୋକ ମାନଙ୍କୁ ଛାତ ଉପରେ ଠିଆ ହୋଇ ଦରବୁଡ଼ା ମଣିଷ ଜଣେ ଚହିଁଛି ଏକାଲୟରେ, ଅଶ୍ରୁଲେଖାକୁ କିଛି ସୁରାକ ମିଳିଗଲା ଲେଖିବା ପାଇଁ ଭାବି, ଏକାଳୟରେ ସେଇଆଡ଼କୁ ଚାହିଁ ମନ ଓ ହୃଦୟ ଦେଇ ମାନସିକ ସ୍ତରରେ କିଛି ସଂଗ୍ରହ କରୁଥିଲା ବେଳେ ସୂର୍ଯ୍ୟ ଢଳି ଯାଇଥିଲେ ଆଉ ଅନ୍ଧାର ମାଡିଆସୁଥିଲା ଓ ପକ୍ଷୀମାନେ ବସା ଫେରନ୍ତା ହେଉ ହେଉ ଜରିଗୋଟାଳୀ ମାନଙ୍କର ପ୍ରସ୍ଥାନ ହୋଇସାରିଥିଲା ଆଉ ସେଇଦରବୁଢ଼ା ମଧ୍ୟବୟସ୍କ ଚେହେରା ଵି ଅପସରି ଯାଇଥିଲା, ଧେତ କହି ଅଶ୍ରୁଲେଖା ଵି ତଳକୁ ଓଲ୍ହେଇ ରୁମରେ ପଶିଗଲା. ବିଭିର୍ଣ୍ଣ ଭାବନା ଭିତରେ ଆଖିକୁ ନିଦ ନଥିଲା ତାର, କେମିତି ସକାଳ ହେଲେ ସେ ତା ଆଖି ଓ ମୁଣ୍ଡ ର ସମ୍ମିଶ୍ରଣ କରି, ବୁଦ୍ଧି ବଳ ଖଟାଇ ଖବର ସଂଗ୍ରହ କରିବ ଭାବୁଥାଏ l
ସତରେ ଅଶ୍ରୁଲେଖା ଅଳ୍ପ ଅଳ୍ପ ଶୀତରେ ସକାଳୁ ଛାତ ଉପରେ. ଦୁରକୁ ଦୃଷ୍ଟି ପହଁରେଇ ଯାହାକୁ ଖୋଜୁଥିଲା ତାଙ୍କୁ ପାଇଗଲା, ପୁରା ଖୋଲା ଦେହରେ କଣ ସବୁ ଛାତ ଉପରେ କରୁଥିଲେ ସେଇ ଦରବୁଢ଼ା ମଧ୍ୟବୟସ୍କ ଲୋକ ଜଣେ, ଆଉ ଥରକୁ ଥର ଆଗ ପଟକୁ ଆସି ବରଗଛ ତଳକୁ କଣ ଫିଙ୍ଗୁଥିଲେ, କଣ ବୋଲି ଜାଣି ହେଉନଥିଲା ହେଲେ କିଛି ସମୟ ପରେ ପୂର୍ବର ସେହି ଜାରିଗୋଟାଳୀ ଦଳ ଝିଅ ଓ ସ୍ତ୍ରୀ ଲୋକ ସବୁ ପହଂଚି ଗଲେ ତ ତିନି ତାଲା ରୁ ଚଟାପଟ ଆସି ସେହି ମଧ୍ୟବୟସ୍କ ଲୋକ ତଳେ ସେମାନଙ୍କ ସଙ୍ଗେ କଣ ସବୁ କଥା ହେବାଟା ଅଶ୍ରୁଲେଖା କୁ ଅଡୁଆ ଭିତରୁ ସୂତା ଖିଏ ପାଇଲା ପରି ମନେ ହେଲା ତ ପାଟିରୁ ବାହାରି ଆସିଲା ନିଶ୍ଚୟ ଦୋଷ ଅଛି ବୁଢାର, ଚରିତ୍ରହୀନ. ଦିନେ ନୁହେଁ ଏମିତି ତିନି ଚାରି ଦିନ ଦେଖିଲା ପରେ ପଞ୍ଚମ ଦିନ ଜଣେ ତାଗଡା କଳା ଲୋକ ସେହି ଦରବୁଢ଼ା ମଧ୍ୟବୟସ୍କ ଘରମାଲିକ, ସହ କଣ ଉଚ୍ଚ ସ୍ୱରରେ କଥା ହେଉଥିଲା ତ ଅଶ୍ରୁଲେଖାର ଦୃଢ଼ ଧାରଣା ହେଇ ଗଲା ଯେ ଜରିଗୋଟାଳୀ ଝିଅ ବୋହୁଙ୍କୁ କିଛି ଅଶୋଭନୀୟ ଅଶାଳୀନ ବ୍ୟବହାର କରିଥିବାରୁ ନିଶ୍ଚୟ ସେମାନଙ୍କ ବାପା ଭାଇ ବା ସ୍ୱାମୀ କିଛି ନିଶ୍ଚୟ ପ୍ରତିବାଦ କରୁଛି, ଭଲ ଶିରୋନାମା ଟିଏ ଖୋଜି ଅଶ୍ରୁଲେଖା ଯେତେ ଯାହା ମନକୁ ଆଣୁଥିଲା, ଚରିତ୍ରହୀନ, ଶବ୍ଦଟି ଛଡ଼ା ଆଉ କିଛି ମନ ପାଉନଥିଲା l
ସେଦିନ ଆପେ ଆପେ ତା ଗୋଡ଼ ଟାଣି ହୋଇଯାଇଥିଲା ସେହି କୋଠା ଘର ଯାଏଁ, କଲିଙ୍ଗ ବେଲ ଦେବା ଆବଶ୍ୟକ ହେଲାନି ଯେବେ ଦି'ତାଲାରୁ ଶୁଲଳିତ କଣ୍ଠ ରେ ପ୍ରଶ୍ନ ଟିଏ କାନରେ ପଡିଲା, କିଏ? କାହାକୁ ଖୋଜୁଛନ୍ତି? ସାର ନାଁହାନ୍ତି, କଣ କହିବାର ଅଛି ଯଦି ଉପରକୁ ଆସନ୍ତୁ କହି ଶିଡିର ଲାଇଟ ମାରି ଦେଇଥିଲେ ତ ବିନା ବାକ୍ୟ ବିନିମୟ ରେ ଉପରକୁ ଉଠିଥିଲା ଅଶ୍ରୁଲେଖା, ଆଉ ଉପରେ ଯାହାକୁ ଭେଟିଲା, ସେ କିଏ ହୋଇଥିବ ସେହି ବୟସ୍କପୁରୁଷ ଲୋକଙ୍କର ଭାବୁ ଭାବୁ ସେହି ଗୋରା ତକତକ, ସୁନ୍ଦରୀ, ଅଳ୍ପବୟସୀ ଲାଗୁଥିବା ସ୍ତ୍ରୀ ଜଣଙ୍କ କହୁଥିଲେ, ଆମେ ବୁଢା ବୁଢ଼ୀ ଦୁଇଜଣ ମାତ୍ର ଏଠାରେ ରହୁ, ପିଲାମାନେ ବହଚୋରା ହୋଇ ଯିଏ ଯାହା ଚାକିରୀ ଜାଗାରେ, କେତେବେଳେ କେମିତି ଆସନ୍ତି, ଆପଣ କିଏ? କଣ କାମ ଥିଲା କି ସାର ଙ୍କ ପାଖରେ? ସେତେବେଳକୁ ଅଶ୍ରୁଲେଖାର ଭିତରେ କମ୍ପମାନ ଅବସ୍ଥା, ତଥାପି କହିଲା, ମୁଁ ଜଣେ ରିପୋର୍ଟର ତ, ସାର ଙ୍କ ବିଷୟରେ କିଛି ଲେଖିବାକୁ ଚାଁହୁଥିଲି, କାରଣ ଏଇ କେତେ ଦିନ ହେଲାଣି ତାଙ୍କୁ ଜରି ଗୋଟାଳି ମାନଙ୍କ ସହ ଛେପ ଢ଼ୋକି ଏତିକି କହିଛି ଅଶ୍ରୁଲେଖା, ସ୍ତ୍ରୀ ଲୋକ ଜଣଙ୍କ କଥା ଛଡେଇ କହୁଥିଲେ କାହିଁ କହୁଛ ଝିଅ, ତାଙ୍କ ପ୍ରକୃତି ପରା ସେମିତି.. କଥା ଛଡେଇ ଅଶ୍ରୁଲେଖା କହିଲା କେମିତି ? ତ ସେ କହିଚାଲିଥିଲେ କାହିଁ କହୁଛ ଝିଅ, ବସ କି ଟ୍ରେନରେ ଗଲାବେଳେ କୋଉ ଝିଅ ବୋହୁ ଯଦି ଠିଆ ହୋଇଥିବେ, ନିଜ ସିଟ ତାକୁ ଦେଇ ଠିଆ ହେବେ,ବଜାରରେ କୋଉ ଝିଅ ଯଦି କିଛି ବିକୁଥିବ, ଆଉ ତାର ବିକ୍ରି ହୋଇପାରୁନଥିବ ତ ତାଠୁ ସବୁତକ କିଣି ଆଣିବେ, ଏଇ ଦେଖୁନ ଦୀପାବଳି ପାଇଁ କୋଉ ଝିଅ ର ଦୀପ ବିକ୍ରି ହୋଇପାରୁନଥିଲା ତ ସବୁ କିଣି ଆଣିଛନ୍ତି ତାଠୁ, ପୁଣି କୋଉ ଝିଅ ବୋହୁ ଯଦି ପାଠ ପଢ଼ିପାରିନି ଅଭାବରୁ ତାକୁ ଆଣି, ଘରେ ରଖି ପଢ଼େଇବେ, ଆଉ ଏଵେ ତ ଜରିଗୋଟାଳୀ ଝିଅ ବୋହୁ ଦେଖି, ତାଙ୍କୁ ସବୁ ଜୋତା, ଘରେ ଯାହାସବୁ ଡବାଡ଼ଵି ଥିଲା ଦେଇ ସାରିଲେଣି, ପୁଣି ସବୁ କଣ କଣ ଖୋଜି ରଖିଛନ୍ତି, ତାଙ୍କ ସର୍ଦ୍ଦାର ଆଜି ଆସି କଥା ହୋଇ ଯାଇଛି, ଆସିକି ନେଇଯିବ, ଛେପ ଢ଼ୋକି ଅଶ୍ରୁଲେଖା ମନେ ପକାଉଥିଲା ଆଜି ସକାଳେ ଦେଖିଥିବା ଦୃଶ୍ୟ, ତ ହଉ ମାଡାମ, ମୁଁ ଆସୁଛି କହି ଯିବାକୁ ବାହାରିଲା ଅଶ୍ରୁଲେଖା ତ ସେ ପଚାରିଲେ ହେଲେ ଆପଣ କାହିଁ ଆସିଥିଲେ କହିଲେନି ତ, ଅଶ୍ରୁଲେଖା କହୁଥିଲା ସାରଙ୍କର ଗୋଟେ ଇଣ୍ଟରଭିୟୁ ନେବାର ଥିଲା ତ ମାଡାମ , ହଉ ଏଵେ ମୁଁ ଆସୁଛି ପରେ କେବେ ଆସିବି କହି ଉଠୁଥିଲା ଅଶ୍ରୁଲେଖା ତ ସାର ପହଂଚି ଯାଇ, ଚା ନ ପିଇକି କେମିତି ଚାଲିଯିବେ କହୁଥିଲେ ଆଉ ମାଡାମ ଚା ବସାଉ ବସାଉ କହୁଥିଲେ ଆମକୁ ମଉସା ମାଉସୀ ଡାକ ଝିଅ, ଝିଅ ନଥିବାରୁ ଦୁନିଆଁ ଯାକ ଝିଅ ପରା ମଉସାଙ୍କୁ ନିଜ ଝିଅ ପରି ଲାଗନ୍ତି, ଅଶ୍ରୁଲେଖା ଲଜ୍ଜ୍ୟାବନତ ମୁଖରେ ଖାଲି ଶିରୋନାମା କଣ ରଖିବ ବୋଲି ଭାବି ଭୂମିଉପରେ ନଖରେ ଗାର ଟାଣି ଚାଲିଥିଲା l
