STORYMIRROR

Lipsa Panda

Comedy

2  

Lipsa Panda

Comedy

ଚୋର

ଚୋର

1 min
14.8K


ଗାଁରେ ଆମ ସାହୀଟି ଟିକେ ଗହୀର ଆଡ଼କୁ ଥାଏ । ତିନି ପଟେ ବିଲ ଥାଏ କେବଳ ଗୋଟିଏ ପଟକୁ ଛାଡ଼ି । ଶୀତ ଦିନ। ବେଶି ରାତି ହବନି, ସାତଟା ବାଜିଥିବ କି କ’ଣ। ସେତେବେଳେ ଗାଁରେ ବିଜୁଳିବତୀ ନଥାଏ। ଏଣୁ ସନ୍ଧ୍ୟା ପରେ ଘରେ ଡିବିରି, ଲଣ୍ଠନ ଆଲୁଅକୁ ଛାଡ଼ି ଦେଲେ ଗାଁଟା ପ୍ରାୟ ଅନ୍ଧାର।

ହଠାତ୍ ବିଲ ଆଡ଼ୁ ଶୁଣା ଗଲା ଚୋର ଚୋର ଚୋର ...

ଲୋକ ସବୁ ଦୌଡିଲେ ଟର୍ଚ୍ଚ ଧରି। ବହୁ ବାଟ ଦୌଡ଼ି ଗଲେଣି। ଆଉ ଆଗରେ କିଏ ଦେଖା ଯାଉନି। ଚୋର ଅନ୍ଧାରରେ ଖସି ଗଲା କି କ’ଣ!

ଏବେ ସବୁ ଅଟକି ଗଲେ। ମୁହଁକୁ ଟର୍ଚ୍ଚ ମରା ମରି ହେଇ ଦେଖିଲେ ଚୋର ଧରିବାକୁ ଆଗରେ ଥିବା ଲୋକଟି ପ୍ରସିଦ୍ଧ ଆମ ଗାଁରେ ନିଜେ ଚୋରି ପାଇଁ। ହସା ହସି ହେଇ ଲୋକେ ଘରକୁ ଫେରିଲେ।

ଆମେ ଅନେଇ ବସିଥାଉ ଚୋର ମାହାତ୍ମ୍ୟ ଶୁଣିବାକୁ। ଅଜା ଆସି ଯାହା କହିଲେ ହସି ହସି ପେଟ ବଥା।

ଶୀତ ଦିନିଆ ମୁଗ ବିରି ଇତ୍ୟାଦି ବିଲରେ। ପାଚିବା ଅବସ୍ଥା। ଚୋର ଉପାଡ଼ି ନେବାର ଉପଯୁକ୍ତ ସମୟ। କିଏ ଗୋଟେ ପଦାକୁ ଝାଡ଼ା ଯାଇଥିଲା। ଚୋର ଉପାଡ଼ୁ ଥିବା ଦେଖି ହୁଲି ପକେଇଲା। ଲୋକ ମାନେ ଦୌଡ଼ିବା ଦେଖି ଚୋର ପ୍ରଥମେ କିଛି ବାଟ ଦୌଡିଛି। ତା ପରେ ଅନ୍ଧାରର ସୁଯୋଗ ନେଇ ନିଜେ ସେଇ ଲୋକ ମାନଙ୍କ ସହ ମିଶି ଚୋର ଧରିବାକୁ ଚୋର ଚୋର କହି ଦୌଡ଼ିଛି। ଏତେ ଗୁଡ଼ାଏ ଲୋକ ଭକୁଆ ବନିଲେ ଯାହା ତୁଚ୍ଛାଟାରେ...

ଠିକ୍ ସେମିତି ଏବେ ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାରର ଚାବି ହଜି ଥିଲା। ଏବେ କୁଆଡ଼େ ମିଳିଗଲା....


Rate this content
Log in

Similar oriya story from Comedy