Lipsa Panda

Others

3  

Lipsa Panda

Others

ଭ୍ରମଣ କାହାଣୀ-ଗୁଜରାତ-ଉପକ୍ରମ

ଭ୍ରମଣ କାହାଣୀ-ଗୁଜରାତ-ଉପକ୍ରମ

4 mins
300



କୁହନ୍ତି "Creating memories is the best thing you can gift yourself !"

ଠିକ୍ ସେଇ ସୂତ୍ରରେ ମୁଁ ମତେ ଖୁବ୍ ଭଲ ଲାଗୁଥିବା ଜିନିଷଟି, ନୂଆ ନୂଆ ଜାଗାକୁ ବୁଲିଯିବା, ନିଜକୁ ସବୁବେଳେ ଉପହାର ଦିଏ। କିଏ ଟଙ୍କା, କିଏ ସୁନା ରୂପାର ଗହଣା, କିଏ ଦାମୀ ଶାଢ଼ୀ ତ କିଏ ଜମି ବାଡ଼ି ସାଇତେ। ମୁଁ କିନ୍ତୁ ଢେର୍ ସାରା ସ୍ମୃତି ସାଇତେ ନିଜ ପାଇଁ ଏଇ ବୁଲାବୁଲି ମାଧ୍ୟମରେ । ମୋ ପାଇଁ କୌଣସି ବି ବସ୍ତୁବାଦୀ ଜିନିଷ ଅପେକ୍ଷା ଏ ସ୍ମୃତି ସବୁ ଖୁବ୍ ବେଶୀ ମୂଲ୍ୟବାନ ।

ତେଣୁ ସପ୍ତାହର ପାଞ୍ଚଦିନ ଗଧ ଭଳି ଖଟି ଖଟି weekend କୁ କୁଆଡ଼େ ନା କୁଆଡ଼େ ବୁଲି ଯିବାପାଇଁ ମୁଁ ପ୍ରାୟତଃ ଜାଗା ସ୍ଥିର କରି ରଖିଥାଏ। ଆଗେ ଆଗେ ମୋ ସ୍ୱାମୀଙ୍କୁ ସେତେ ଭଲ ଲାଗୁ ନଥିଲା ଏସବୁ। ତେବେ ସଂଗତ କା ଅସର୍ ନ୍ୟାୟରେ ସେ ବି ଧୀରେ ଧୀରେ ମୋ ଢାଞ୍ଚାରେ ପଡ଼ିଗଲେ। ଅବଶ୍ଯ ତାଙ୍କୁ ମନେଇବା ପଛରେ ମୋର ଅକାଟ୍ଯ ଯୁକ୍ତି ସବୁର ଖୁବ୍ ବଡ଼ ଭୂମିକା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ

ଯଥା: ବଳ ବୟସ ଥିଲାବେଳେ ଯଦି ନ ବୁଲିବା, ତେବେ କଣ ବୁଢ଼ା ବୁଢ଼ୀ ହେଲାପରେ, ଆଣ୍ଠୁ ଗଣ୍ଠି ଧରିଲା ପରେ ଆଉ ବୁଲି ପାରିବା! ଅବଶ୍ଯ ଘରର ବଡ଼ ବଡ଼ ଲୋକଙ୍କ ଅବସ୍ଥାର ଉଦାହରଣ ଗୋଟିକ ବ୍ରହ୍ମାସ୍ତ୍ର ସାଜେ ଏ ଯୁକ୍ତି ପାଇଁ। 


ଆଉ ମୋର ଏଇ ଅଭ୍ୟାସ ପାଇଁ କିଛିଟା ସମାଲୋଚନା ବି ଶୁଣେ ଘର ବାହାର ଲୋକଙ୍କ ଠୁ। ଭାବେ ମନେମନେ, ଏମାନେ ମତେ କାଖେଇକି ବୁଲୋଉଚନ୍ତି ନା ମୋ ବୁଲିବା କି ପେଟ୍ରୋଲ ଖର୍ଚ୍ଚ ପାଇଁ ଶହେ ହଜାରେ ମୋ ଆକାଉଣ୍ଟ୍ ରେ ଜମା କରୁଛନ୍ତି ଯେ ଏମାନଙ୍କର ଏତେ ମୁଣ୍ଡବଥା ହଉଚି! 

ତେବେ ମୁଁ ସେସବୁ ଏଡ଼େଇ ଯାଏ ଏଇଆ କହି: My life, my choice


ତେବେ ହଁ, ଆଗରୁ ତ ଖାଲି ବଳ ବୟସ କଥା ଚିନ୍ତା କରୁଥିଲି। କିନ୍ତୁ ଏବେ ଆଉ ଗୋଟେ କାରଣ ଯୋଡ଼ି ହେଇ ଯାଇଚି ତା ସହ। ଜୀବନର ଅନିଶ୍ଚିତତା! ଏ କରୋନା ଆସି ଗୋଟେ ବଡ଼ ଶିକ୍ଷା ଦେଲା: ଜୀବନର କି ଭରସା ଅଛି ଯେ ଆଜି ନହେଲେ କାଲି ଯିବି ବୋଲି ଅପେକ୍ଷା କରିବି! ଆଉ ମୋର ଯୋଉ ଯୋଉ ଜାଗାକୁ ବୁଲିବାକୁ ଯିବା ପାଇଁ to-do list ବନେଇ ରଖିଚି, ସେଇ ସବୁ ନ ଦେଖି ଯଦି ମରି ମୁରା ଯାଏ, ତାହେଲେ ମୋ ଅତୃପ୍ତ ଆତ୍ମା ଯାଇ ଘୁରି ବୁଲିବ ସେଇସବୁ ଜାଗାରେ...  

ଅତଏବ ଶୁଭସ୍ଯ ଶୀଘ୍ରମ୍ ନ୍ୟାୟରେ ଯୁଦ୍ଧକାଳୀନ ଭିତ୍ତିରେ ମୋ ବଳକା ଇଚ୍ଛା ସବୁ ପୁରଣ କରି ଦବାର ଅଛି।


ଆଗରୁ ଘର ଦ୍ଵାର ଛାଡ଼ି ବାହାରେ ରହୁଥିଲୁ ବୋଲି weekend ରେ ପାଖ ଆଖ ଜାଗାକୁ ବୁଲି ଯାଇ ଛୁଟି ସବୁ ସାଇତି ରଖୁଥିଲୁ ଓଡ଼ିଶା ଯିବାକୁ। କରୋନା ଲାଗି ଓଡ଼ିଶାରେ ଘରେ ପାଖାପାଖି ବର୍ଷେ ରହି କାମ କରିବାକୁ ସୁଯୋଗ ମିଳିଲା। ତା ସହ ଛୁଟି ସବୁ ବ୍ୟବହାର ନ ହେଇ ସାଇତା ହେଇ ରହିଥିଲା। ତେଣୁ ଏଇଥର ସପ୍ତାହେ ଛୁଟି ନେଇ ଦୂର ଜାଗାକୁ କୁଆଡ଼କୁ ଯିବାପାଇଁ ପ୍ଲାନ୍ କଲୁ। 


ମୁଁ ଟିକେ ଆଧ୍ୟାତ୍ମିକ ସ୍ଵଭାବର ମଣିଷ। ପିଲାଦିନେ ମୋ ଅଜା ଆଈ ଉତ୍ତର ଆଉ ଦକ୍ଷୀଣ ଭାରତ ଭ୍ରମଣରେ ଯିବା ଦିନଠୁ ମୋ ମନରେ ବି ଚାରିଧାମ ତଥା ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନର ଲୋଭ ଉଙ୍କି ମାରୁଥିଲା। ଏମିତିରେ ସୌଭାଗ୍ୟକୁ ମୁଖ୍ୟଧାମ ଜଗନ୍ନାଥ ଧାମର ଲୋକ ହିସାବରେ ସେଠି ଅନେକ ଥର ଦର୍ଶନ ସହ ରାମେଶ୍ଵରମ ଦର୍ଶନ କରି ସାରିଥିଲି ଆଗରୁ। ଆଉ ଦୁଇଟି ଧାମ, ବଦ୍ରୀନାଥ ଆଉ ଦ୍ୱାରକା ଧାମ ଯିବାର ଇଚ୍ଛା ଥିଲା। ଆଉ ମୋ ଭଳି କୃଷ୍ଣପ୍ରେମୀ ମଣିଷଟିକୁ ଯଦି ଏ ଦୁଇ ଧାମରୁ ଗୋଟିଏ ବାଛିବାକୁ ପଡ଼େ, ସେ ଦ୍ଵାରକା କୁ ହିଁ ବାଛିବ ପ୍ରଥମେ। ତା ସହ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଭିତରୁ ମଲ୍ଲିକାର୍ଜୁନ, ରାମେଶ୍ଵରମ, ଘୃଷ୍ଣେଶ୍ଵର, ଏଇ ତିନୋଟି ଆଗରୁ ଦେଖି ସାରିଛି। ଆଉ ଏବେ ଦ୍ୱାରକା ଗଲେ ଗୁଜୁରାଟ ସ୍ଥିତ ଆଉ ଦୁଇଟି ଜ୍ୟୋତିର୍ଲିଙ୍ଗ: ସୋମନାଥ ଆଉ ନାଗେଶ୍ଵର ଜ୍ୟୋତିର୍ଲିଙ୍ଗ ଦେଖି ପାରିବି, ସେ ଲୋଭ ବି ସାହାଯ୍ଯ କଲା ମତେ ଏଇ ଥର ଛୁଟିରେ ଗୁଜରାଟ ଯିବାକୁ। ତା ଛଡ଼ା ଝିଅର ସ୍କୁଲରେ different states of India ପଢ଼ା ହଉଚି ଏବେ । ସିଏ ଏବେ ଅଲଗା ରାଜ୍ୟର ଦର୍ଶନୀୟ ସ୍ଥାନ, ତା ଖାଦ୍ୟ ପଦାର୍ଥ, ଭାଷା, ଚାଲି ଚଳଣି ଇତ୍ୟାଦି ବିଷୟରେ ପଢୁଛି । ତେଣୁ ତା ପାଇଁ ବି ପ୍ରାକ୍ଟିକାଲ୍ ହେଇଯିବ ଏ ଭ୍ରମଣ। ଆଉ ଆମ ଦୁହିଁଙ୍କର Statue of Unity ଦେଖିବାର ଇଚ୍ଛା ଆଉ ମୋର ସାବରମତୀର ଗାନ୍ଧିଜୀଙ୍କ ଆଶ୍ରମ ବୁଲି ଯିବାର ଇଚ୍ଛା ପୂରଣ ହେଇଯିବ। ଏଇ ସବୁ କାରଣକୁ ଦୃଷ୍ଟିରେ ରଖି ସ୍ଥିର କଲୁ ଗୁଜରାଟ ଯିବୁ ସପ୍ତାହେ ପାଇଁ। ଯିବା ଆସିବା ପାଇଁ flight tickets ବି book ହେଇ ଗଲା। ଏବେ ସ୍ଥିର କରିବାର ଥିଲା କୋଉଦିନ, କୋଉ ଜାଗାକୁ, କେମିତି ଯିବୁ । Google ତ ସବୁ options କହିଦିଏ ।କିନ୍ତୁ ମୁଁ local ଲୋକଙ୍କ ମତାମତକୁ ଖୁବ୍ ଗୁରୁତ୍ବ ଦିଏ। ତେଣୁ କୁଆଡ଼େ ଯିବା ଆଗରୁ ଯଦି ସେଇଠି କିଏ ଚିହ୍ନା ପରିଚିତ ଲୋକ ଥାଆନ୍ତି, ତାଙ୍କଠୁ ବୁଝିନିଏ ସେଇ ଜାଗା, ସେଠି ରହିବା, ଖାଇବା ଆଉ ବୁଲିବା ଜାଗା ଇତ୍ୟାଦି ବିଷୟରେ। 

ମନେ ପଡ଼ିଲା ଏଇ Facebook ରୁ ଚିହ୍ନା ପରିଚୟ ହେଇ ବନ୍ଧୁ ହେଇ ସାରିଥିବା ସାଙ୍ଗ ଜଣେ ସେଇଠି ରହୁଛନ୍ତି ଏବେ। ତାଙ୍କୁ ତୁରନ୍ତ ଫୋନ୍ ଲଗେଇଲି। ଆଉ ମୋ ଆଶା ମୁତାବକ ବନ୍ଧୁ ଆମକୁ କୋଉଦିନ, କୋଉ ରୁଟ୍ ରେ ଗଲେ କେତେ ବେଶୀ ଜାଗା cover କରି ପାରିବୁ, ତାର ଗୋଟେ rough plan କହିଦେଲେ । ତା ଛଡ଼ା କରୋନା କେସ୍ କମ୍ ଯୋଗୁ ସେଠି ଏବେ ବିଶେଷ କଟକଣା ନାହିଁ ବୋଲି ଶୁଣି ଆଶ୍ୱସ୍ତ ବି ହେଲି। 


ଏବେ ଆମକୁ ଦିନ ଅନୁସାରେ ବୁଲିବା, ତଥା ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବାକୁ ଟ୍ରେନ୍ ରେ ଟିକେଟ କରିବା ସୁବିଧା ହେଇଗଲା। ଏଇଟା off-season ଯୋଗୁ ଭିଡ଼ ନଥିବ ସେଠି, ଅତଏବ ରହିବାକୁ hotel booking ଆଗତୁରା ନ କଲେ ବି ସେଇଠି ଯାଇ କରିହେବ ବୋଲି ଭାବି କଲୁନି।


ଏବେ ଆରମ୍ଭ ହେଲା youtube ରେ travel vlog ସବୁ ଦେଖିବା ଆଉ ଯେତେ ଅଧିକ ସମ୍ଭବ ବୁଲିବାକୁ ଥିବା ଜାଗା ସବୁ ବିଷୟରେ ତଥ୍ଯ ସଂଗ୍ରହ କରିବା। ତା ସହ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଥାଏ ମନରେ। ମୋ କେଶବଙ୍କୁ ଭେଟିବାର ଦିନ ଯେତେ ବେଶୀ ପାଖେଇ ଆସୁଥାଏ, ମୋ ଆଖିରୁ ନିଦ ସେତେ ବେଶୀ ଗାଏବ୍ ହେଇ ଚାଲିଥାଏ । ପନ୍ଦର ଦିନ ଆଗରୁ ମୋର ଆଉ ମୋ ଝିଅର ଡ୍ରେସ୍ ପତ୍ର ଗୋଟେ ଗୋଟେ କରି ଗୋଟିଏ ରୁମ୍ ର ଖଟ ଉପରେ ଗଦା କରିବା ଆରମ୍ଭ କରି ଚାଲିଥାଏ। ଏମିତିରେ ଆମର କେବଳ ଦୁଇଟା back-pack ରେ କିଛିଟା ଡ୍ରେସ୍, ନିତ୍ୟ ବ୍ୟବହାର୍ଯ୍ୟ ହାତ ଗଣତି କିଛିଟା ଜିନିଷ ବ୍ୟତୀତ ବେଶୀ କିଛି ନବାର ନଥିଲା। 


ଏମିତି ଏମିତିରେ ଆସି ପହଂଚି ଥିଲା ସେ ବହୁ ପ୍ରତୀକ୍ଷିତ ଦିନ। ସକାଳ ପାଞ୍ଚଟା ରେ ଫ୍ଲାଇଟ୍ ଥିବାରୁ ଆମକୁ ଘରୁ ରାତି 2.30 ରୁ ବାହାରିବାର ଥିଲା। Watchman uncle ଙ୍କ ପୁଅ ଗାଡ଼ି ଡ୍ରାଇଭର। ତେଣୁ ସେ ଆମକୁ airport ରେ drop କରିବାକୁ ବୁଝି ଦେଇ ଶୀଘ୍ର ଉଠିବାକୁ ପଡ଼ିବ ବୋଲି ପୂର୍ବଦିନ ରାତି ନଅ ସୁଦ୍ଧା ଡିନର୍ ସାରିଦେଇ ଶୋଇବାକୁ ଗଲୁ। କିନ୍ତୁ ଉତ୍କଣ୍ଠିତ ଆଖିକୁ ନିଦ ଆସିଲେ ତ! ବହୁତ୍ ସମୟ ଯାଏଁ ପଡ଼ି ପଡ଼ି ଆଖିରେ ଆଖିଏ ସ୍ଵପ୍ନ ଖୁନ୍ଦି ଶୋଇ ପଡ଼ିଲୁ କିଛି ସମୟ ମୋବାଇଲ୍ ରେ ଆଲାର୍ମ ଦେଇ....

କ୍ରମଶଃ....


Rate this content
Log in