Lipsa Panda

Others

3  

Lipsa Panda

Others

ଭ୍ରମଣ କାହାଣୀ-ଗୁଜରାଟ-Day 4

ଭ୍ରମଣ କାହାଣୀ-ଗୁଜରାଟ-Day 4

9 mins
264



(କାଲି ଲେଖାରେ ବର୍ଣ୍ଣନା କରିଥିଲି Bhuj sightseeing ଆଉ Mandvi beach ବୁଲାବୁଲିର କାହାଣୀ। ଆଜିର ଲେଖାରେ ତୃତୀୟ ଦିନର ଭ୍ରମଣ ବୃତ୍ତାନ୍ତ... )


ପୂର୍ବଦିନ ଠିକ୍ ସାଢ଼େ ଦଶଟାରେ ଭୁଜ ରୁ ଟ୍ରେନ ଛାଡ଼ିଲା। ସକାଳ ସାତଟା ପନ୍ଦର ରେ Vadodara ପହଞ୍ଚିବାର ଥିଲା। ତେଣୁ ସାତଟା ବେଳର ଆଲାର୍ମ ଦେଇ ଦେଇ ଶୋଇ ପଡ଼ିଲୁ ଶୀଘ୍ର। କିନ୍ତୁ ପରଦିନ ସକାଳୁ ଛଅଟା ସୁଦ୍ଧା ନିଦ ଭାଙ୍ଗିଗଲା ଆପେ ଆପେ। ଷ୍ଟେସନରେ ହିଁ ନିତ୍ୟକର୍ମ ସାରି ବସ୍ ଯୋଗେ Kewadia ଯିବାର ଥିଲା Statue of Unity ଦେଖିବାକୁ। ତେଣୁ ସକାଳର ସୂର୍ଯ୍ୟୋଦୟକୁ ଟ୍ରେନ୍ ରେ ଉପଭୋଗ କଲୁ ଆରାମ୍ ରେ ବସି। ଅବଶ୍ଯ ଟ୍ରେନ୍ ରୁ ସକାଳର ଦୃଶ୍ୟ ବିଶେଷ ପ୍ରୀତିପଦ ନୁହେଁ ।


ଏବେ ଯାଏଁ ସେଇ ଟ୍ରେନ୍ ର experience ଯାହା ଥିଲା, ତାକୁ ସତ ପ୍ରମାଣିତ କରି (ଆଉ Indian railway ର late arrival history କୁ ମିଛ ପ୍ରମାଣିତ କରି) ଠିକ୍ ସମୟରେ ପହଞ୍ଚେଇଲା ସେ ଆମକୁ Vadodara Station ରେ । ସେଠି ଓହ୍ଲାଇଲା ବେଳକୁ ବାହାରେ ଜୋର୍ ବର୍ଷା ଚାଲିଚି। ଆଉ weather forecast ରେ ପୁରା ଦିନ ବର୍ଷା ହବ ଦେଖୋଉଥାଏ। କଣ କେମିତି ବୁଲିବୁ ଭାବି ବ୍ୟସ୍ତ ଲାଗୁଥାଏ। କିନ୍ତୁ ଆଗ କାମ ଆଗେ ସାରିବା ଭାବି ସେଇ ଷ୍ଟେସନ୍ ରେ ଥିବା washroom ରେ ଗାଧୁଆପାଧୁଆ କାମ ସାରି ଦେଲୁ। ପ୍ରଥମ ଦିନ ବ୍ୟାଗ୍ ବୋହି ବୋହି ବୁଲିବାର କଷ୍ଟ ମନେ ଥିଲା। ତେଣୁ ଗୋଟିଏ ବ୍ୟାଗ୍ ରେ ଛତା, ପାଣି ବୋତଲ ଆଉ ଝିଅ ପାଇଁ extra ଡ୍ରେସ୍ ଗୋଟେ ହଳ ଧରି, ବାକି ବ୍ୟାଗ୍ ଦୁଇଟି ସେଇ ଷ୍ଟେସନ cloakroom ରେ ରଖିଦେଇ ବାହାରକୁ ବାହାରିଲୁ। ଆଗରୁ ପଢ଼ି ଜାଣିଥିଲି bus stop station ରୁ walkable distance ରେ। ତେଣୁ ଛତା ମୁଣ୍ଡେଇ ବର୍ଷାରେ ବସଷ୍ଟାଣ୍ଡ କୁ ଯିବା ରାସ୍ତାରେ ହିଁ ଜଳଖିଆ ଖାଇଦେଲୁ। ସେଇଠି ଜଳଖିଆରେ ଥିଲା ମିଠା ଲାଗୁଥିବା ପୋହା। କିନ୍ତୁ ତା ଉପରେ missal gravy ଦଉଥିଲା ସେ, ଯାହା ମହାରାଷ୍ଟ୍ର ରେ mostly ମିଳେ ବୋଲି ମୁଁ ଜାଣିଥିଲି। ସେଇଟା ଥିଲା ଗୋଟେ ପାଣିଆ ରାଗ gravy, ଯୋଉଟା ପୋହାର ମିଠାକୁ balance କରୁଥିଲା। ତା ପରେ ଚାଲିଲୁ bus stop ଆଡ଼େ।ବାହାରୁ Vadodara ର ସେ bus stand ଦେଖି Airport ଭଳି ଲାଗିଲା। ଖୁବ୍ modern ଆଉ developed. ମୁଁ ଦେଖିବାରେ Chennai ର CMBT ଠିକ୍ ସେଇ ଭଳି developed. AP କି Telangana ର transport system ଖୁବ୍ ଭଲ। କିନ୍ତୁ Hyderabad ର ଦୁଇଟା ଯାକ main bus station ବି ସେହିଭଳି developed ନୁହେଁ। 


ନଅଟା ପନ୍ଦର ସୁଦ୍ଧା ସେ bus stand ରେ ପହଞ୍ଚି ଗଲୁ। କିନ୍ତୁ Kewadia ଯିବାକୁ next ବସ ଯାଇ ଥିଲା 11 ଟା ରେ। ଅତଏବ୍ ସେଇଠି ବସି ରହିବା ଛଡ଼ା ଆଉ କିଛି ଉପାୟ ନଥିଲା ଆମ ପାଖରେ। ତେବେ ସେଇ bus stop ଭିତରେ ଥିବା ବିଭିନ୍ନ ଦୋକାନ ବୁଲି ବୁଲି ଦେଖିଲୁ, ଆଉ ରାସ୍ତା ପାଇଁ dabeli, କଦଳୀ ଇତ୍ୟାଦି କିଛି snacks ପ୍ୟାକ୍ କଲୁ। ଭଲ ହେଲା ସେସବୁ କିଣି ନେଇଥିଲୁ। କାରଣ ଦୁଇ ଘଣ୍ଟା ପରେ ଲାଗିଗଲା ଆମ ବସ୍ କୁ Kewadia ରେ ପହଞ୍ଚିବାକୁ। ଆଉ ରାସ୍ତାରେ ହିଁ ସେଇସବୁ ଉଦରସ୍ଥ କରିବାକୁ ହେଲା lunch ଭାବରେ। 


ସେଇ ବସ୍ ରେ ବସିବା ସମୟରେ ହିଁ ଅନଲାଇନ୍ ଟିକେଟ୍ book କରିଦେଲୁ Statue of Unity ପାଇ। ଆମେ viewing gallery ticket କରିଥିଲୁ ଯାହାର ରେଟ Rs. 380. 120 ବାଲା ticket ରେ କିଛି ଜାଗା ଦେଖିବା option ନଥିଲା। ଆଉ 2-4 time slot ପାଇଁ ticket book କଲୁ ଆମେ। କହିରଖେ: Statue of Unity ର timing 8 am -6 pm. ଆଉ ସୋମବାର ଦିନ ବନ୍ଦ ରହେ। ଆଉ ଦିନର ଦୁଇ ଦୁଇ ଘଣ୍ଟା ବାଲା slot (10-12 or 12- 2) book କରିବାକୁ ହୁଏ online booking। ଆମେ off season ରେ ଯାଇଥିଲେ ବି covid ପାଇଁ online ticket booking mandatory ଥିଲା। ନଚେତ୍ ticket counter ରେ ଯାତ୍ରୀ ପହଞ୍ଚି offline ticket ବି କରି ପାରିବେ।


GSRTC ବସ ରେ ପ୍ରଥମ ଥର ପାଇଁ ଯାତ୍ରା କଲୁ ସେଦିନ। ଆଉ conducter ଟି ଝିଅଟିଏ ଥିଲା। ତେଣୁ ତାକୁ return bus timing ବିଷୟରେ ବୁଝାବୁଝି କରୁ କରୁ ସେ ଆମକୁ details ରେ ବୁଝେଇ ତ ଦେଲା, ତା ସହ ଆଉ ଗୋଟିଏ ସୁବିଧା ବି କରିଦେଲା। ଆମକୁ kewadia bus stop ଠି ନ ଓହ୍ଲେଇ ଆଗକୁ ନେଇ ଶେଷ୍ଠ ଭାରତ ଭବନ ବିଲଡିଂ, ଯୋଉଠି offline ticket counter ଥାଏ, ତା ସାମ୍ନାରେ ଓହ୍ଲେଇ ଦେଲା। ନହେଲେ ପୁଣି ଆମକୁ ଅଟୋ କରି ସେ ଯାଏଁ ଯିବାକୁ ପଡ଼ିଥାନ୍ତା। ଏଇଥିପାଇଁ local ଲୋକଙ୍କ ସହ ଯେତେ ବେଶୀ କଥା ବାର୍ତ୍ତା କରିବ, ସେତେ ଭଲ ସେ ad ଦେଖିଥିବେ ତ: puchh ne me kya jaata hai!


ଶେଷ୍ଠ ଭାରତ ଭବନ ବିଲ୍ଡିଂ ପାଖରୁ Statue of Unity management ତରଫରୁ ବସ୍ ବ୍ୟବସ୍ଥା ଥାଏ ଭିତରକୁ ଯିବାକୁ। ଆଉ ତାର ଖର୍ଚ୍ଚ included ଥାଏ ସେଇ 380 ବା 120 ଟିକେଟ୍ ଭିତରେ। 


ସେଇ ଜାଗାରୁ ଆଉ ଭିତରକୁ ଯିବାକୁ private କି public vehicle କୁ permission ନଥାଏ। ତେଣୁ ନିଜ ବାଇକ ବା କାର ନେଇ ଆସୁଥିବା ଲୋକଙ୍କୁ ବି ସେଇଠି ନିଜ ଗାଡ଼ି ପାର୍କ କରି Statue of Unity ର ବସ୍ ରେ ଭିତରକୁ ଯିବାକୁ ପଡ଼େ। ସେଇଠୁ Statue of Unity ର ଦୂରତା ପ୍ରାୟ 5 km. 

ଗୁଡ଼ାଏ ବସ୍ ଠିଆ ହେଇଥାଏ। ଗୋଟିଏ ଫୁଲ୍ ହେଇ ଛାଡ଼ିଲେ ପର ବସ୍ ଲାଗିଯାଏ। ଆଉ ୟା ଭିତରେ ବର୍ଷା ଛାଡ଼ି ଯାଇ ଥିବାରୁ ଢେର୍ ଲୋକ ଆସୁ ଥାଆନ୍ତି। ତେଣୁ ଆମ ବସ୍ ଫୁଲ୍ ହବାକୁ ଅପେକ୍ଷା କରିବାକୁ ପଡ଼ିଲାନି। ସାଙ୍ଗେ ସାଙ୍ଗେ ଛାଡ଼ିଲା। ଆଉ ଆମେ ଉତ୍କଣ୍ଠାର ସହିତ ରାସ୍ତାର ଦୁଇ ପାଖକୁ ଚାହିଁ ରହିଲୁ କୋଉ ପଟେ ଆଗେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସେ ବିଶାଳ ମୂର୍ତ୍ତି ଦିଶିବ ବୋଲି! ଆଉ ଖୁବ୍ ଶୀଘ୍ର ଦେଖିବାକୁ ମିଳିଲା ସେ ପ୍ରତୀକ୍ଷିତ ଦୃଶ୍ୟ। 


ଓଃ! କି ବିଶାଳ!! ଆମ ଆଡ଼କୁ ପଛ କରି ଠିଆ ହେଇଥିବା ସେ ମୂର୍ତ୍ତୀର ମସ୍ତକ ଯେମିତି ମେଘକୁ ଚିରି ତା ଭିତରକୁ ପଶି ଯାଉଛି! 

ପଶିବନି ବି କେମିତି! ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତୀ ନା! 597 ଫୁଟ୍ କଣ କମ୍ ହେଲାଣି!! 


"ଖଣ୍ଡ ବିଖଣ୍ଡିତ ଭାରତ ବର୍ଷର 562 princely states କୁ ଏକାଠି ମିଶେଇ ଏକକ ଆଉ ଅଖଣ୍ଡ ଭାରତ ବର୍ଷ ନିର୍ମାଣ କରିବା ପାଇଁ ଲୁହାର କଲିଜା ଥିବା ଦରକାର। ଆଉ ଏ ଧରଣର କଠିନ କାମଟି କରି ଦେଖେଇଥିବା ସେ ଲୌହମାନବଙ୍କ ସମ୍ମାନାର୍ଥେ ତିଆରି ଏ ମୂର୍ତ୍ତୀ ତାଙ୍କ ସେଇ ମହାନ୍ କାର୍ଯ୍ୟକୁ ମନେ ପକେଇ ଚାଲିଥିବ ପ୍ରତିଟି ଦର୍ଶକକୁ ସବୁ ଦିନପାଇଁ। ଆଉ ଭାରତକୁ ଖଣ୍ଡ ବିଖଣ୍ଡିତ କରିବାକୁ ପ୍ରତି ମୁହୂର୍ତ୍ତରେ ଷଡ଼ଯନ୍ତ୍ର କରୁଥିବା ନକାରାତ୍ମକ ଶକ୍ତି ମାନଙ୍କ ଛାତିରେ ଭୟ ସଞ୍ଚାର କରିବ ଢେର୍।"


ରକ୍ତରେ ଇତିହାସ ଲେଖା ହେବା କଥା ପଢ଼ିଥିଲି। ହେଲେ ଏଠି ଲୁହାରେ ଇତିହାସ ଲେଖା ହେଇଥିବାର ଦେଖିଲି। ଆଉ ଲାଗିଲା ଭାରତର ପ୍ରଥମ ଗୃହମନ୍ତ୍ରୀଙ୍କୁ ପ୍ରକୃତ ସମ୍ମାନ ଦିଆଯାଇଛି ଏବେ, ଗୃହକୁ ଏକତା ସୂତ୍ରରେ ଏତେ ଭଲ ଭାବରେ ବାନ୍ଧି ରଖି ଥିବାରୁ ।


ବସ୍ ରୁ ଓହ୍ଲାଇ ଆଗେ ସେଇ ଜାଗାରୁ ମେଞ୍ଚାଏ ଫଟୋ ଉଠେଇ ପକେଇଲୁ। ନର୍ମଦା ନଦୀ କୂଳରେ ଦଣ୍ଡାୟମାନ ଲୌହମାନବ। ସର୍ଦ୍ଦାର ସରୋବର ଡ୍ୟାମ୍ ର ଦୃଶ୍ୟ ସେଇଠୁ ମନଲୋଭା ଦିଶୁଥାଏ। ଆଉ ବର୍ଷାଦିନ ଯୋଗୁ ଡ୍ୟାମ୍ ସତ୍ତ୍ୱେ ବି ନଦୀରେ ପାଣି ଫୁଲ୍ ଥାଏ। ନଦୀ ସେପଟେ ଖୁବ୍ ବଡ଼ ବଡ଼ ଅକ୍ଷରରେ ଲେଖା ହେଇଥାଏ "Statue of Unity". 


ପାର୍କିଂ ସ୍ଥାନରୁ ଏଣ୍ଟ୍ରାନ୍ସ ଗେଟ୍ ଭିତରେ ଗୋଟେ restaurant ଅଛି। କିନ୍ତୁ ଆମ slot 2-4 ଥିଲା ଆଉ ସେ ସମୟ ହେଇ ଯାଇଥିଲା ବୋଲି ଆମେ ଆଉ ନ ଖାଇ ସିଧା ଭିତରକୁ ଚାଲିଗଲୁ। ଗେଟ୍ ବାହାରେ locker ରେ ବ୍ୟାଗ୍ ରଖି ଭିତରକୁ ଯିବାକୁ ହେବ। Security check କଡ଼ାକଡ଼ି। ଭିତରେ ସବୁ କିଛି ସୁବ୍ୟବସ୍ଥିତ। ଦୁଇ ସାଇଡ୍ ରେ moving escalator. ଚାଲି ଚାଲି ଯିବାକୁ ଇଚ୍ଛା ନ କରୁଥିବା ଲୋକ ଖାଲି ତା ଉପରେ ଠିଆ ହେଇ ପଡ଼ିଲେ ହେଲା। Wheelchair ବ୍ୟବସ୍ଥା ବି ଅଛି। Shed ବି ଅଛି ପୁରା ରାସ୍ତାରେ। ତେଣୁ ଖରା ବା ବର୍ଷା ହେଲେ ବି ଅସୁବିଧା ନାହିଁ। ଆଉ ମଝିରେ ମଝିରେ ନଦୀ ଆଡ଼କୁ ମୁହଁ କରି ବସିବାକୁ ବେଞ୍ଚ୍ ର ବ୍ୟବସ୍ଥା ବି ଅଛି। ମଝିରେ ଗୁଡ଼ାଏ ଚେୟାର ରହିଥିଲା, ଯାହା ସନ୍ଧ୍ୟାରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପାଇଁ ରଖା ଯାଇଥିଲା। ଆମର କିନ୍ତୁ ସନ୍ଧ୍ଯା ସାଢ଼େ ସାତ ରେ ଟ୍ରେନ୍ ଥିଲା ଆଉ covid ଯୋଗୁଁ ସେ ଶୋ ଏବେ ପାଇଁ ବନ୍ଦ ବି ଥିଲା। ତେଣୁ ଆମେ ଭିତରକୁ ଚାଲିଗଲୁ। 


120 ଟଙ୍କା ଟିକେଟ୍ ରେ statue ର ପାଦ ଯାଏଁ ଯାଇ ଦେଖିହେବ। କିନ୍ତୁ ଆମର viewing gallery ticket ହେତୁ ଆମେ statue ର ଛାତି ଯାଏଁ ଲିଫ୍ଟ୍ ରେ ଯାଇ ପାରିବୁ। ତା ସହ ଭିତରେ ଥିବା museum ବି ଦେଖି ପାରିବୁ। ଭିତରକୁ ପଶି ସେଠି technology ର ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହେଇଗଲୁ। Theatre ମାନଙ୍କରେ ବସି statue ତିଆରି ସମ୍ପର୍କରେ ବିବରଣୀ ଦେଖି ପାରିବ ଜଣେ। ନଚେତ୍ ବିଭିନ୍ନ କୋଠରୀ ଭଳି ସ୍ଥାନରେ ଲାଗିଥିବା ସ୍କ୍ରିନ୍, ଯୋଉଠି ନିଜ ପସନ୍ଦର ଭାଷାକୁ touch କରି ସେଇଠି display ହଉଥିବା ତଥ୍ଯ ବା video ସବୁ ଦେଖି ପାରିବ। ସେଠିକାର ଜନଜାତି, floura n founa ବିଷୟରେ ବି ଜାଣିବାକୁ ସୁବିଧା ଥିଲା। ଅଧିକ ଦିନ ପାଇଁ ଯାଉଥିବା ପର୍ଯ୍ୟଟକ ସେଠି jungle safari ରେ ଯାଇ ପାରିବେ ଆଉ local sightseeing ରେ ଯାଇ ଆଉ କିଛି ସ୍ଥାନ ଦେଖି ପାରିବେ। ଆମର ଗୋଟିଏ ଦିନ trip ଯୋଗୁ ସେସବୁ ଦେଖିବା ସମ୍ଭବ ନଥିଲା। ତେଣୁ ଆମେ ସ୍କ୍ରିନ୍ ରେ ସେଇ ସବୁ ଦେଖି ନେଲୁ। 


ମୋ ଝିଅ ତ ସେ ବ୍ୟବସ୍ଥା ସବୁ ଦେଖି ଖୁବ୍ excited ହେଇଗଲା । ନିଜେ ନିଜେ ବୁଲି ବୁଲି ଦେଖୁଥାଏ ସବୁ, ଆଉ ପଢ଼ି ଦେଖି ବୁଝୁଥାଏ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଆଉ ତାଙ୍କର କାମକୁ। 


Museum ଦେଖିସାରି ଦୁଇ ପାଖରେ ଥିବା ଲିଫ୍ଟ ରୁ ଗୋଟିକରେ ଚଢି଼ଲୁ ଆଉ ବାହାରିଲୁ ମୂର୍ତ୍ତୀର ଛାତି ପାଖରେ। ସେଇଠୁ ବାହାରକୁ ଦେଖି ଜାଣି ପାରିଲୁ ସେଇଟା ସର୍ଦ୍ଦାରଙ୍କ ଛାତିରେ ପଡ଼ିଥିବା ଉତ୍ତରୀୟର ସ୍ଥାନ। ଆମେ ଏବେ ଆକାଶର ଅଧାରେ !

ସେଇଠୁ ଜାଲି ବାଟେ ସର୍ଦ୍ଦାର ସରୋବର ଡ୍ୟାମ୍ ସ୍ପଷ୍ଟ ଦିଶୁଥାଏ। ଆଉ ଡ୍ୟାମ୍ ସେପଟେ ବାନ୍ଧି ହେଇ ରହିଥିବା ନର୍ମଦାର ଅକାତକାତ ଜଳରାଶି। ପୁଣି ଦେଖି ପାରିଲୁ butterfly garden, ଯୋଉଟା local sightseeing place ଭିତରୁ ଗୋଟିଏ। ଦୁଇ ପାର୍ଶ୍ବର ଦୃଶ୍ୟ ଦେଖି ଦେଖି ପୁଣି ଲିଫ୍ଟ ରେ ତଳକୁ ଆସିଲୁ। ଭିତରେ ସବୁ ଜାଗାରେ toilet ଆଉ ପିଇବା ପାଣିର ସୁବିଧା ଉପଲବ୍ଧ। 


ଗ୍ୟାଲେରୀ ରୁ ବାହାରକୁ ଆସିଲା ବେଳକୁ ଗୋଟିଏ screen ରେ visitor ମାନଙ୍କ ନାଁ, ବୟସ, କୋଉଠୁ ଆସିଛନ୍ତି ଇତ୍ୟାଦି enter କରି ନିଜ ପସନ୍ଦର pledge select କରିବାକୁ ଥିଲା । ଆମେ ତ ଏମିତିରେ sincere citizen ହିସାବରେ ସେ ସବୁ ପାଳନ କରୁ। ତଥାପି formality ପାଇଁ ତା ଭିତରୁ ଗୋଟିଏ select କରି ନିଜ pledge କୁ ବଡ଼ screen ରେ display ହବାର ଦେଖି ଖୁବ୍ ଖୁସି ହେଲୁ। ଆଉ ଗେଟ୍ ବାହାରକୁ ଆସିବା ଆଗରୁ selfie point ରେ selfie କେତେଟା ବି ନେଲୁ ।


ଏବେ ବାହାରକୁ ଆସି multiple escalator ରେ ମୂର୍ତ୍ତୀର ପାଦଦେଶକୁ ଗଲୁ। ସେଠି ପହଞ୍ଚି ମୂର୍ତ୍ତିର ବିଶାଳତା ଅନୁଭବ କରି ହେଲା। ମୋ ଛଅ ଫୁଟିଆ ପତିଦେବ ତାଙ୍କ ବୁଢ଼ା ଆଙ୍ଗୁଠି ର ଉଚ୍ଚତା ଠୁ ବି କମ୍ ହେଲେ ।


ବର୍ଷା ଛାଡ଼ି ଯାଇଥିଲେ ବି ପବନର ଗତି ସାଙ୍ଘାତିକ ଥିଲା। କିଛି ସମୟ ସେଇଠି ମୂର୍ତ୍ତୀ ଚାରି ପାଖରେ ବୁଲି ବୁଲି ଲିଫ୍ଟ ଉପର ଆଉ ଏଇ ସ୍ଥାନରୁ ଦିଶୁଥିବା ସମାନ ଦୃଶ୍ୟ ସବୁକୁ ତୁଳନା କଲୁ। ଉପଭୋଗ କଲୁ ସେ ପାଗକୁ। ମନେ ପଡ଼ିଲା ସାଢ଼େ ଚାରି ବେଳେ ଥିବା ବସ୍ ଧରିବାର ଅଛି ଆମକୁ। ସେଇଠୁ ବାହାରି locker ରୁ ବ୍ୟାଗ୍ ନେଇ ଦୌଡ଼ିଲୁ ବସ୍ ପାଖକୁ। 


ବସ୍ ରେ ବସି ଶ୍ରେଷ୍ଠ ଭାରତ ଭବନ ପାର୍କିଂ ଯାଏଁ ଆସିଲା ବେଳେ ଉପରେ ଥାଇ ବି ଭାରତକୁ ଏକତା ସୂତ୍ରରେ ସବୁଦିନ ପାଇଁ ବାନ୍ଧି ରଖିବାକୁ ଲୌହମାନବଙ୍କୁ ପ୍ରଣାମ ଜଣେଇ ଆସିଲୁ।


ସେଇ ପାର୍କିଂ ଠୁ ଅଟୋ କରି Kewadia ବସ ଡିପୋ ଯାଏଁ ଆସିଲୁ। ସାଢ଼େ ଚାରି ବେଳେ ଆସିବାକୁ ଥିବା ବସ୍ ପାଞ୍ଚଟା ରେ ଆସିଲା। ସେଇଠି ଅପେକ୍ଷା କରିବା ଭିତରେ ସେଠି ଥିବା ଆଉ କିଛି ହାତ ଗଣତି ଯାତ୍ରୀଙ୍କ ସହ କଥାବାର୍ତ୍ତା ହେଇ ଜାଣିଲୁ ସେଠି ରାତିରେ ରହିବାକୁ ଏବେ ବେଶୀ options ନାହିଁ। କିନ୍ତୁ

development ଚାଲିଚି ଜୋର୍ ସୋର୍। ଖୁବ୍ ଶୀଘ୍ର ବହୁତ୍ ଗୁଡ଼ାଏ options ଆସିଯିବ। ସେ ବସ୍ ଷ୍ଟାଣ୍ଡ ସୁଦ୍ଧା renovation ଚାଲିଥିଲା ବୋଲି ଆମେ ଦେଖିଲୁ। ଆଉ ତା ବାହାରେ ଥିବା ଦୁଇଟି ମାତ୍ର ଚାଳିଆ ହୋଟେଲ ରୁ ଗୋଟେ ରୁ କିଛି ବିସ୍କୁଟ ଆଉ chips କିଣି ଆଣିଥିଲି ମୁଁ। ଲଞ୍ଚ ଖାଇବାକୁ ତ ସୁବିଧା ହେଇ ନଥିଲା। ଫେରିବା ବସ୍ ରେ ସେଇତକ ଉଦରସ୍ଥ କରି ରହିଲୁ ଆମେ।


ବସ୍ ରୁ Vadodara railway station ସାମ୍ନାରେ ଓହ୍ଲାଇ ଗଲୁ ଆମେ। ସାତଟା ବାଜି ସାରିଥିଲା ସେତେ ବେଳକୁ। ସାଢ଼େ ସାତ ରେ ଟ୍ରେନ୍। ତେଣୁ ଏବେ dinner ଖାଇବାକୁ ସମୟ ହବନି ବୋଲି ଜାଣି ସାରିଥିଲୁ। ତେଣୁ ସେ ପାଖରେ ଥିବା ଗୋଟେ ଦୋକାନରୁ କିଛି dhokla ଆଉ ପକୁଡ଼ି ଶ୍ରେଣୀୟ କିଛି ଗୋଟେ ଜିନିଷ ପ୍ୟାକ୍ କରି ଷ୍ଟେସନ ଭିତରକୁ ଦୌଡ଼ିଲୁ। Cloak room ରୁ ବ୍ୟାଗ୍ ଆଣି ଆମ ଟ୍ରେନ୍ ଆସିବାକୁ ଥିବା ପ୍ଲାଟଫର୍ମ କୁ ଦୌଡ଼ିଲୁ। ସେଠି କିନ୍ତୁ ବସିବାକୁ ପଡ଼ିଲା ଆଠଟା ଯାଏଁ। ଏଇଥର ଟ୍ରେନ୍ ପୂର୍ବର ଭୁଜ ଟ୍ରେନ୍ ଭଳି ଆମକୁ ଆଶ୍ଚର୍ଯ୍ୟ ନ କରି as usual late ରେ ଆସିଥିଲା ।


ଆଜି ପ୍ରଥମ କରି ଟ୍ରେନ୍ ରେ ଚଢ଼ି ସାଙ୍ଗେ ସାଙ୍ଗେ ଶୋଇବାକୁ ନ ବାହାରି ବସିଲୁ। ଆଉ ସାମ୍ନାରେ ବସିଥିବା ଯାତ୍ରୀଙ୍କ ସହ କଥାବାର୍ତ୍ତା ହେଲୁ। ଆମର next destination ଥିଲା ସୋମନାଥ। ତେଣୁ ତା ପାଖ ଷ୍ଟେସନ୍ Veraval ଯାଏଁ ଯିବାର ଥିଲା ଆମର। ଆଉ ଯୋଗକୁ ଆମ ସାଙ୍ଗରେ ଥିବା ଯାତ୍ରୀ ଥିଲେ Veraval ରୁ। ଏଯାଏଁ ବୁଲାବୁଲି କରି କରି ବାହାର ଦୁନିଆଁ ବିଷୟରେ କିଛି ଖବର ରଖି ନଥିଲୁ। ଆମକୁ ଆଶ୍ଚର୍ଯ୍ୟ କରି ସେମାନେ କହିଲେ next 3 days ଯାଏଁ cyclone warning ଅଛି Gujarat ପାଇଁ। Costal area ରେ red alert ଜାରି ହେଇଚି। ତମ ମାନଙ୍କୁ ତ ସମୁଦ୍ର ପାଖକୁ ଯିବାକୁ ଅନୁମତି ମିଳିବନି! 


ମୁଁ ସାଙ୍ଗେ ସାଙ୍ଗେ Google map ଖୋଲି ଦେଖେ ତ ସତ କୁ ସତ konkan region ଆଉ Gujarat ପାଇଁ red alert! ଆଉ next ତିନିଦିନ ଯାଏଁ weather forecast ରେ full day rain! Cyclone shine କଥା news ରେ ଦେଖୋଉଚି। ସେଇଟା କାଳେ cyclone gulab ର remnant ଯୋଉଟା eastern region ରୁ ଅଧାରେ ବନ୍ଦ ହେଇ Western side କୁ ଯାଇ ପହଞ୍ଚିଛି ଆମ ପଛେ ପଛେ। କି ସମୟରେ ମଣିଷ trip plan କଲା କେଜାଣି! 

 

କାନ୍ଦ ମାଡ଼ିଲା ମତେ। ଆଗକୁ ତିନିଦିନ ପାଇଁ ଆମର ସୋମନାଥ, ଡିଉ ଆଉ ଦ୍ୱାରକା ଯିବା ପ୍ଲାନ୍ ଅଛି। ତିନିଟା ଯାକ coastal region! ଆଉ ଆଗକୁ ସମୁଦ୍ର ରେ ଗାଧୋଇବି ବୋଲି ମୁଁ Mandvi beach ରେ ନ ଗାଧେଇ ଖାଲି ପାଦ ବୁଡ଼େଇ ଆସିଲି। ପୁଣି ଆମର Diu ରେ bike rent ରେ ନେଇ ବୁଲିବାର plan ଥିଲା। ଏ continuous rain ହେଲେ କି ସମୁଦ୍ର ପାଖକୁ ନ ଛାଡ଼ିଲେ ଆଉ Diu ଯାଇ କଣ କରିବୁ, ବରଂ ନ ଯିବା ଭଲ ବୋଲି ସ୍ଥିର କଲି ମନେ ମନେ। ଏବେ ହିଁ ଏ cyclone ଆସିବାର ଥିଲା! ଆମ trip କୁ ବିଗାଡ଼ିବାକୁ! 


ବନ୍ଧୁଙ୍କୁ ମୋ ଦୁର୍ଭାଗ୍ୟ ବିଷୟରେ ଜଣେଇଲି। ବନ୍ଧୁ ଆଶ୍ୱାସନା ଦେଲେ: ସେଠି ପହଞ୍ଚିକି ଦେଖ। କାଲିକି କଣ ହଉଚି ଆଜିଠୁ କହି ହବନି।


ସାଙ୍ଗରେ ଆଣିଥିବା snacks ଖାଇଦେଇ ମନ ଦୁଃଖରେ ଶୋଇବାକୁ ବାହାରିଲି। ସେତେବେଳକୁ ବାହାରେ ବର୍ଷା ଆରମ୍ଭ ହେଇ ସାରିଥାଏ। କିଛି ବି ଗୋଟେ miracle ହଉ, ସକାଳ ପାହିଲା ବେଳକୁ ଏ cyclone ପଳେଇ ଯାଉ ବୋଲି ପ୍ରଭୂ ସୋମନାଥଙ୍କୁ, ମୋ କେଶବଙ୍କୁ ପ୍ରାର୍ଥନା କରି ଶୋଇ ପଡ଼ିଲି। 


କ୍ରମଶଃ .....


Rate this content
Log in