Lipsa Panda

Others

3  

Lipsa Panda

Others

ଭ୍ରମଣ କାହାଣୀ-ଗୁଜରାଟ- ଦିନ ୩

ଭ୍ରମଣ କାହାଣୀ-ଗୁଜରାଟ- ଦିନ ୩

7 mins
369



(କାଲି ଲେଖାରେ ବର୍ଣ୍ଣନା କରିଥିଲି ରନ ଅଫ କଛ ର କାହାଣୀ। ଆଜିର ଲେଖାରେ ତୃତୀୟ ଦିନର ଭ୍ରମଣ ବୃତ୍ତାନ୍ତ... )


ପୂର୍ବ ରାତିରେ ମୋ ପାଣିରେ ପଡ଼ି ଯାଇଥିବା ମୋବାଇଲ୍ କୁ ଚାଉଳ ଭିତରେ ପୂରେଇ ପାଣି ଶୋକ କରିବାକୁ ରଖି ଦେଇ ଶୋଇ ଯାଇଥିଲୁ। ପୂର୍ବଦିନ ଦିନ ଦଶଟାରେ ରେଣ୍ଟ ରେ ଆଣିଥିବା ବାଇକ ଚବିଶ ଘଣ୍ଟା ଯାଏଁ ରଖି ପାରିବାର ଥିଲା। ଆଉ ଆମର ସେଇଦିନ ମଣ୍ଡଭି ବିଚ୍ ଯିବାର ଥିଲା। ଭୁଜ ଷ୍ଟେସନ୍ ରେ ଓହ୍ଲେଇବା ବେଳେ ଗୁଡ଼ାଏ ଅଟୋବାଲା ତଥା ତୁଫାନ ବାଲାଙ୍କୁ ମଣ୍ଡଭି ମଣ୍ଡଭି ଡାକିବା ଶୁଣି ବୁଝି ଯାଇଥିଲୁ ସେଇଠୁ ମଣ୍ଡଭି ବିଚ୍ କୁ ଯିବାକୁ ପବ୍ଲିକ ଟ୍ରାନ୍ସପୋର୍ଟ ର ସୁବିଧା ଅଛି ବୋଲି। ତେଣୁ ଆମେ ରହୁଥିବା ହୋଟେଲର ଲୋକଙ୍କ ସହ କଥା ହେଇ ବସ୍, ତୁଫାନ ଇତ୍ୟାଦି ସବୁବେଳେ ମିଳେ ବୋଲି ବୁଝି ଦେଲୁ। ଆଉ ସେ ବି ଦୁଇ ଘଣ୍ଟାର ରାସ୍ତା। ଆଉ ଆମର ରାତି 10.30 ରେ ଟ୍ରେନ ଥିଲା ଭଡୋଦରା ପାଇଁ। ହାତରେ ସମୟ ଥିଲା ପବ୍ଲିକ୍ ଟ୍ରାନ୍ସପୋର୍ଟ ରେ ଯାଇ ଫେରି ପାରିବାକୁ। ତେଣୁ ବାଇକ କୁ ପୁଣି ଗୋଟେ ଦିନ ପାଇଁ ରଖି, ତା rent 700, ତା ଉପରେ ଆଉ 700/800 ଟଙ୍କାର ତେଲ ପକେଇବାକୁ ଇଚ୍ଛା ହେଲାନି। ତେଣୁ ସକାଳୁ ସକାଳୁ ଉଠି ମୋବଇଲ୍ ଋପେୟ ସପ ଖୋଲିବା ଆଗରୁ ଭୁଜ ରେ ଥିବା କିଛି ଲୋକାଲ ସାଇଟ ସିଙ୍ଗ ପ୍ଲେସେ ସେଇ ବାଇକ ରେ ବୁଲିଦବୁ ଆଉ ଦଶଟା ବେଳେ ବାଇକ ଫେରେଇ ଦବୁ ବୋଲି ସ୍ଥିର କଲୁ।


ସକାଳୁ ପୂର୍ବ ରାତିରେ ମୋବାଇଲ ମିଶପ ଲାଗି ଯାଇ ପାରି ନ ଥିବା ହମିସାର ଲେକ ଆଡ଼କୁ ଗଲୁ। ସେଇଠି ଥିଲା ପ୍ରଭୂ ଶ୍ରୀରାମଙ୍କ ଛୋଟ କିନ୍ତୁ ଖୁବ୍ ସୁନ୍ଦର ମନ୍ଦିରଟିଏ ଆଉ ତା ପାଖରେ ରାମକୁଣ୍ଡ। ରାମକୁଣ୍ଡ ଏକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଷ୍ଟେଓବେଳ ଯାହା ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି। ତା କୂଳରେ ଗୋଟିଏ ଶିବ ମନ୍ଦିର ଆଉ ତାକୁ ଜଗି ଅଣ୍ଟା ନଇଁ ଯାଇଥିବା ବୁଢ଼ା ଲୋକଟିଏ ଢୁଳୋଉଥାଏ କେବଳ। ସେଇ ବୟସର ଲୋକ ଜଣେକୁ ରକ୍ଷଣାବେକ୍ଷଣ ଦାୟିତ୍ବ ଦେଲେ ସେ କୁଣ୍ଡର ଚାରିପାଖକୁ ସଫା ସୁତୁରା ରଖିବ ବୋଲି ଆଶା କରିବା ବୃଥା।


ସେ ଜାଗାକୁ ବେଶୀ ଲୋକ ଯାଆନ୍ତିନି ଭଳି ଲାଗିଲା। ତେବେ ଆମେ ଗୁଡ଼ାଏ ଫଟୋ ଉଠେଇ ବାହାରକୁ ଆସିଲୁ। ସେଇ ଲେକ୍ କୂଳରେ ଥିବା ଖେଂଗଜି ପାର୍କ ଭିତରକୁ ଯାଇ ବସିଲୁ କିଛି ସମୟ। ଝିଅ ତା ଭିତରେ ଥିବା ଦୋଳୀ ଆଉ ଖସଡ଼ା ଇତ୍ୟାଦିର ସଦୁପଯୋଗ କଲାବେଳେ ଆମେ ଦେଖୁଥିଲୁ ସକାଳୁ ସକାଳୁ ଏକ୍ସର୍ସ ସାଇଜ କି ମାର୍ନିଙ୍ଗ ୱାକ କରିବାକୁ ସେଠିକି ଆସିଥିବା ବିଭିନ୍ନ ବର୍ଗର ଲୋକଙ୍କୁ। ତା ପରେ ସେ ପାଖରେ ଥିବା ସ୍ଵାମୀ ନାରାୟଣ ସ୍ମୃତି ମନ୍ଦିରକୁ ଗଲୁ। ଦୁଇ ମହଲା ବିଶିଷ୍ଟ ମନ୍ଦିର କିନ୍ତୁ ତାଙ୍କ ଅନ୍ୟ ସବୁ ଚେନ ଭଳି ଖୁବ୍ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ। ସେଇଠୁ ବାହାରିଲା ବେଳକୁ ପେଟରେ ଭୋକ ଜୋର୍। ସକାଳ 9 ଟା ରେ ଆଇନା ମହଲ ଆଉ ପ୍ରାଗ୍ ମହଲ ଖୋଲିବାର ଥିଲା। ତା ଆଗରୁ ଜଳଖିଆ କାମଟା ସାରିଦେଲେ ଯାଏ। ଅତଏବ୍ କଣ ଖାଇବୁ ବୋଲି ବାଇକ ରେ ବୁଲି ଦେଖୁ ଦେଖୁ ଗୋଟିଏ ଜାଗାରେ ଗୁଡ଼ାଏ ଖାଇବା ଷ୍ଟଲ୍ ଏକାଠି ଥିବାର ଦେଖିଲୁ। ମୁଁ ଦାବେଲୀ ଖାଇଲି ଆଉ ମୋ ସ୍ୱାମୀ ଆଉ ଝିଅ ପୁରି ଆଳୁ ତରକାରୀ। ସେ ଦୋକାନର ପୁରିର ଖାସ୍ ଜିନିଷ ଗୋଟେ ମୋ ଝିଅକୁ ଭାରି ପସନ୍ଦ ହେଲା। ତା ଆକାର ଥିଲା ଗୁପ୍ ଚୁପ୍ ଭଳି। ଗୋଟେ ବାଇଟ ରେ ଗୋଟେ ପୁରି ଖାଇ ହେଲାପରି। ଆଉ ତା ଦାମ୍ ଥିଲା ପର ପିସ ଦୁଇ ଟଙ୍କା। ମାନେ ଦଶଟି ପୁରି ଖାଇଲେ କୋଡ଼ିଏ ଟଙ୍କା ଆଉ ଆଳୁ ତରକାରୀ ଫ୍ରି ।


ପେଟ ଫୁଲ୍ ହେଲା ବେଳକୁ ନଅଟା ବାଜି ସାରିଥିଲା। ଆଇନା ମହଲ ଆଡ଼େ ଚାଲିଲୁ। ପ୍ରାଗ୍ ମହଲ ଆଉ ଆଇନା ମହଲ ପାଖାପାଖି ଥିଲା। ମୁଁ ଆଇନା ମହଲ ବିଷୟରେ ଆଗରୁ ଯାହା ପଢ଼ିଥିଲି, ତାକୁ ଦେଖିବାକୁ ଆଗେ ଚାହିଁଲୁ। ଆମେ ହିଁ ଥିଲୁ ତାର ସେଦିନର ପ୍ରଥମ visitor। ତା ଭିତରକୁ ମୋବାଇଲ, କ୍ୟାମେରା strictly prohibited. ଅନେକ ଗୁଡ଼ିଏ କୋଠରୀ ତା ଭିତରେ। ଆଉ ପ୍ରତି କୋଠାରୀରେ ଭୁଜ୍ ର ରାଜ ପରିବାର ଦ୍ଵାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ। ବିଶେଷ କରି ଶେଷ ରାଜାଙ୍କ ଫଟୋଚିତ୍ର ଆଉ ତାଙ୍କ ସମ୍ପର୍କିତ ଅନେକ ତଥ୍ଯ ଜାଣିବାକୁ ପାଇଲୁ। ଭୁଜ କେମିତି ଭାରତର ଅଂଶ ବିଶେଷ ହେଲା, ସେ ବିଷୟରେ ପଢ଼ିଲୁ। ପ୍ରତି କୋଠରୀର କାନ୍ଥରେ ଲଗା ହେଇଥିବା ବିଭିନ୍ନ ପ୍ରକାରର ଆଇନା ଦେଖି ସେ ମହଲର ଏଭଳି ନାମକରଣ ପଛର କାରଣ ବି ଜାଣିଲୁ। ସବୁଠାରୁ ଉପଭୋଗ୍ୟ ଥିଲା ରାଜାଙ୍କ ଶୟନ କକ୍ଷରେ ଥିବା ତାଙ୍କ ସୁନା ଗୋଡ଼ ଯୁକ୍ତ ପଲଙ୍କ ଓ ତାଙ୍କ ହୀରା ଖଚିତ ଖଡ୍ଗ। ତାଙ୍କ କବାଟ ସବୁରେ ଲାଗିଥିବା ରୁବୀ ତଥା ଅନ୍ୟାନ୍ୟ precious stones ଆଉ ରୁମ୍ ର ଛାତରୁ ଓହଳି ଥିବା ଝୁମର ସବୁ ଦେଖି ଆଖି ଖୋସି ହେଇ ଯାଉଥିଲା। ସେ ସବୁ କୋଉଥିରେ ତିଆରି, କୋଉଠୁ import ହେଇଚି, ତା ବିଷୟରେ ବୋର୍ଡ଼ ମାନଙ୍କରେ ବର୍ଣ୍ଣନା ହେଇଥିଲା।

ଏତେ ସାରା ଐଶ୍ବର୍ଯ୍ୟ ଥିଲା ଆମ ରାଜା ମହାରାଜା ମାନଙ୍କ ପାଖରେ! ଏତେ ବିଳାସୀ ଜୀବନ କାଟୁଥିଲେ! Uffffff!!! 


ସେ ସବୁ ଦେଖି ଦେଖି ବାହାରକୁ ଆସିଲା ବେଳକୁ ପାଖାପାଖି ଦଶଟା। ପ୍ରାଗ୍ ମହଲକୁ ଯାଇ ବୁଝିଲୁ ସେଇଟା ତିନି ମହଲା ବିଶିଷ୍ଟ। ଆଉ ତା'ର ଉପରକୁ ଯିବାକୁ ଲିଫ୍ଟ ନାହିଁ। ସିଡ଼ିରେ ଚଢି଼ ଯିବାକୁ ପଡ଼ିବ। ମାନେ ସମୟ ଲାଗିବ। ଆଉ ଆମର ବାଇକ ଫେରେଇବାର ଥିଲା ଦଶଟାରେ। ଭିତରେ କଣ ଅଛି ବୋଲି ବୁଝି ଜାଣିଲୁ ରାଜାଙ୍କ dining hall ଆଉ କିଛି office rooms. ଇଚ୍ଛା ନଥିଲା ଆହୁରି ସେ ବୈଭବରୁ କିଛି ଦେଖିବାକୁ। ଚାଲି ଆସିଲୁ hotel କୁ। ବାଇକ ଫେରେଇ ଦେଲୁ ଫେରିବା ରାସ୍ତାରେ। 


ଏବେ ଆସିଲା ଭାଗ୍ୟ ପରୀକ୍ଷା କରିବାର ସମୟ। କାଲିଠୁ ଚାଉଳ ଭିତରେ ପୋତା ହେଇ ରହିଥିବା ମୋ ମୋବାଇଲ୍ କୁ କାଢ଼ି ଚାଲୁଚି କି ନାଇଁ ଦେଖିବାର ସମୟ। ଆଉ ମୋ ପୂର୍ବ ରେକର୍ଡ (hard luck) ଅନୁଯାୟୀ ସେଇଟା switch on ହେଲାନି ।


ଏବେ ତାକୁ ଧରି ବାହାରିଲୁ ମୋବାଇଲ repair ସପ ଖୋଜିବାକୁ। ଦୋକାନୀ ଜଣେ କୁ ପଚାରିଲୁ ତ ସେ ଗୋଟେ ଦୋକାନର ଠିକଣା, mechanic ର ନାଁ କହି ଦେଇ ନିଜ କାର୍ଡ ଗୋଟିଏ ବଢ଼େଇ ଦେଲା ଆମ ହାତକୁ। ଆଉ କହିଲା ମୋ reference ରେ ଆସିଛ ଜାଣିଲେ ସିଏ priority basis ରେ ସଜାଡ଼ି ଦବ ଆଉ discount ବି ଦବ। ସାମାନ୍ୟ ଗୋଟେ query ରେ ଏମିତି offer ମିଳିବ ବୋଲି ଭାବି ନଥିଲୁ। ପୁଣି ଥରେ ସେଠିକାର ଲୋକଙ୍କ ଆତ୍ମୀୟତାର ଝଲକ ପାଇଲୁ। ତାକୁ ଧନ୍ୟବାଦ ଜଣେଇ ଚାଲିଲୁ repair ସପ କୁ। ସେଠିକାର ଭିଡ଼ ଦେଖି ବୁଝି ହେଲା mechanic ଟିର ଲୋକପ୍ରିୟତା। ତେବେ ଆମଠୁ କାର୍ଡ ଗୋଟିକ ଦେଖି ସେ ତା ପାଖରେ କାମ କରୁଥିବା ପିଲାକୁ ସାଙ୍ଗେ ସାଙ୍ଗେ ମୋବାଇଲ ଖୋଲି check କରିବାକୁ ବରାଦ ଦେଲା। ପାଖାପାଖି ଅଧା ଘଣ୍ଟା ପରେ display ଖରାପ ହେଇଚି, repair କରିବାକୁ ସମୟ ଲାଗିବ ବୋଲି ଜଣେଇ ଦେଲେ ସେ ଆମକୁ। ଆମେ କିନ୍ତୁ ଆଜି ରାତି ନଅଟା ଯାଏଁ ଅଛୁ ଜାଣି ସାତଟା ସୁଦ୍ଧା ସଜାଡ଼ି ଦବ ବୋଲି କହି ବିଦା କଲା ସେ ଆମକୁ। 


ୟା ଭିତରେ ଆମ return flight ର direct flight କୁ cancel କରି ଦୁଇଟା connecting flight ରେ reschedule କରି ଦିଆ ହେଇଚି ବୋଲି mail ଦେଖି ଆମ ମୁଣ୍ଡ ଗରମ୍ ହେଇଗଲା। କାରଣ ଆମେ ତା time ଅନୁସାରେ ଶେଷ ଦିନର ଟିକେଟ୍ କରିଥିଲୁ। ଆଉ ଏମାନେ pre-pone କରି ଦେଇଥିଲେ ଆମ journey time କୁ। ମାନେ ଏବେ ଆମ last day ticket କୁ cancel କରି ପୁଣି ଅଲଗା options ସବୁ ଦେଖିବାକୁ ପଡ଼ିବ। କୁହନ୍ତି ନା, ଖରାପ ବେଳା ସାଙ୍ଗସାଥିଙ୍କୁ ସାଥିରେ ନେଇକି ଆସେ। ସବୁ ଖରାପ ସେଇ ଗୋଟିଏ ଦିନରେ ହେଇ ଆମ trip କୁ ବିଗାଡିବାକୁ ଥିଲା!


ତେବେ ଆମେ determined ଥିଲୁ ସବୁ ପରେ ବି ଆମ ଭାଗ୍ୟ ସହ ଲଢ଼ିବାକୁ। ଆଉ ନିଜ ଖୁସି ତା ଠୁ ଯୋର୍ ଜବରଦସ୍ତ ଆଦାୟ କରିବାକୁ। ତେଣୁ ଆମେ ପୂର୍ବ ଯୋଜନା ଅନୁସାରେ ମଣ୍ଡଭି ବିଚ୍ ଯିବାକୁ ବାହାରିଲୁ। ବସ୍ ଅପେକ୍ଷା ତୁଫାନ ଶୀଘ୍ର ପହଞ୍ଚେଇବ ଭାବି ପାଖ ଛକରେ ଥିବା ତୁଫାନ ରେ ବସିଲୁ। ଆମ ତିନିଟି ସିଟ୍ ରେ ହିଁ ଫୁଲ୍ ହେଇଗଲା ତାର ସିଟ୍। ତେଣୁ ସାଙ୍ଗେ ସାଙ୍ଗେ ଛାଡ଼ିଲା ସେ। 


ପାଖାପାଖି 2 ଘଣ୍ଟାର ଯାତ୍ରା ପରେ ମଣ୍ଡଭି ବିଚ୍ road ରେ ଓହ୍ଲାଇଲୁ ଆମେ। ଅଟୋ ଧରି ଆଗେ ପାଖ ମାର୍କେଟକୁ ଗଲୁ। ସେଇଠି ଗୋଟେ ହୋଟେଲରେ ଗୁଜୁରାତି ଥାଳି ଖାଇ ଆଉ ଗୋଟେ ଅଟୋ କରି ବିଚ୍ କୁ ଚାଲିଲୁ।


ଦିନ ଦୁଇଟା, ଆଉ ମୁଣ୍ଡଫଟା ଖରା। ସାଧାରଣତଃ ମୁଁ ସମୁଦ୍ର ଦେଖିଲେ ଛୁଆ ପାଲଟି ଯାଏ। ଆଣ୍ଠୁଏ ପାଣିରେ ଡିଆଁମାରେ (ମତେ ବେଶି ପାଣିକୁ ଖୁବ୍ ଡର, ଆଉ ପହଁରା ଆସେନି)। ଆଉ ସେଦିନ ବି ଡ୍ରେସ୍ ପତ୍ର ସବୁ ନେଇକି ଯାଇଥିଲୁ ଗାଧୁଆ ପାଧୁଆ କରିବାକୁ। କିନ୍ତୁ ମୋବଇଲ୍ ଲାଗି ମନ ଭିତରଟା ରୁଗ୍ ରୁଗ୍ ପୋଡୁଥିଲା। ଆଗ୍ରହ ନଥିଲା ଆଉ ସମୁଦ୍ର ଗାଧୁଆ ପାଇଁ। କିନ୍ତୁ ପ୍ରଥମ ଥର ପାଇଁ Arabian Sea ଦେଖୁଥିବା ମୋ ଝିଅ ଖୁବ୍ excited ଥିଲା ଗାଧୋଇବାକୁ। ଆଉ ମୋ ମନ ଦୁଃଖ ବିଷୟରେ ବୁଝି ପାରୁଥିଲେ ମୋ ସ୍ୱାମୀ। Normally ଆମ ଦୁହିଁଙ୍କୁ ଡିଆଁ ମାରିବାକୁ ଛାଡ଼ିଦେଇ, ମୋଟେ ପାଣିକୁ ଗୋଡ଼ ନ ବଢ଼େଇ, ଶୁଖିଲାରେ ରହି ଫଟୋ ଉଠେଇବାକୁ prefer କରୁଥିବା ମୋ ସ୍ୱାମୀ ଝିଅର ମନ ଦୁଃଖ ନ ହଉ ବୋଲି ତା ସାଙ୍ଗରେ ଗାଧୋଇବାକୁ ବାହାରିଲେ। ଝିଅ ପାଇଁ ଏଇଟା ଅଷ୍ଟମ ଆଶ୍ଚର୍ଯ୍ୟ ଥିଲା। କିନ୍ତୁ ଖରା ହଉଚି, ମୋ ଦେହ କଣ ହେଇ ଯାଉଚି କହି ବୁଝେଇ ଦେଲି ମୁଁ ତାକୁ। ଆଉ ଗୋଟେ ବନ୍ଦ ଥିବା ଦୋକାନର ଛାଇରେ ବ୍ୟାଗ୍ ପତ୍ର ଧରି ବସିଗଲି। 


ଖରା ଲାଗି ସମୁଦ୍ର କୂଳରେ ବେଶୀ ଗହଳି ନଥାଏ। ପର୍ଯ୍ୟଟକଙ୍କ ଅପେକ୍ଷା ବିଭିନ୍ନ ପ୍ରକାରର watersports ର ଚାଳକ ମାନଙ୍କ ଭିଡ଼ ଦେଖିବାକୁ ପାଉଥିଲି ମୁଁ। କୂଳରେ ନୀରବରେ ବସି ସମୁଦ୍ରରେ ବାପା ଝିଅଙ୍କ ଗାଧୁଆ ଦୃଶ୍ୟ (rarest scene ମୋ ପାଇଁ ) ଉପଭୋଗ କରିବାକୁ ଚେଷ୍ଟା କଲେ ବି ସେ ଚାଳକ ମାନେ ସେତିକି କରିବାକୁ ଦଉ ନଥିଲେ। ପ୍ରତି ଦୁଇ ମିନିଟ୍ ରେ କିଏ ନା କିଏ ଆସି ଡାକୁଥିଲେ ତାଙ୍କ sports ର ମଜା ନବାକୁ। ସେ ବିଚରା ମାନେ ବି କଣ କରିବେ! କରୋନା ତ ସମସ୍ତଙ୍କ ଅଣ୍ଟା ଭାଙ୍ଗି ଦେଇଚି! ଆଉ ସେଇଟା ହିଁ ମଣ୍ଡଭି ବିଚ୍ ର ବିଶେଷତ୍ବ ଆଉ ତାଙ୍କ ପେଟ ପୋଷିବାର ମାଧ୍ୟମ! 


ତେବେ ପାଖାପାଖି ଦୁଇଘଣ୍ଟା ସେ ଡହଡହ ଖରାରେ ସମୁଦ୍ର ଭିତରେ ଡିଆଁ ମାରିବା ପରେ ଆମ ଫେରିବା ସମୟ ହେଇ ଗଲାଣି ବୋଲି ଡାକିଲି ମୁଁ କ୍ରୀଡ଼ାରତ ବାପା ଝିଅଙ୍କୁ । ମୋ ଝିଅର ମନ ତଥାପି ଶାନ୍ତି ହେଇ ନଥାଏ। କିନ୍ତୁ ସନ୍ଧ୍ଯା ସାତ ବେଳେ ଶେଷ ତୁଫାନ କି ବସ ଥାଏ ବୋଲି ସେତିକିରେ ତା ଗାଧୁଆ ବନ୍ଦ କରିବାକୁ ହେଲା। ଡ୍ରେସ୍ ବଦଳି ସେଇଠି ଥିବା trampoline ରେ କିଛି ସମୟ ପୁଣି ଡେଇଁଲା ସେ। ଖାଦ୍ୟ ତ ଖୁନ୍ଦା ଖାଇ ଖାଇ ଖାଆନ୍ତି, ହେଲେ ଏତେ energy ଏ ଛୁଆ ସବୁ କୋଉଠୁ ଆଣନ୍ତି କେଜାଣି!


ପୁଣି ଗୋଟେ ଅଟୋ କରି ତୁଫାନ ମିଳୁଥିବା ଜାଗାକୁ ଆସିଲୁ ଆଉ ସେଇଠୁ ତୁଫାନ ରେ ଭୁଜ। ରାସ୍ତାରେ ସାଙ୍ଗରେ ବସିଥିବା କିଛି ମହିଳା ଆମ ଦୁହିଁଙ୍କୁ ଅଲଗା ଭାଷାରେ କଥା ହଉଥିବା ଶୁଣି ଆମ ବିଷୟରେ ପଚାରିଲେ। ଆଉ off season ରେ ଆମକୁ ବୁଲି ଆସିଥିବା ଜାଣି ଆଶ୍ଚର୍ଯ୍ୟ ହେଲେ। ତେବେ ସେମାନଙ୍କ ସହ କଥାବାର୍ତ୍ତା ହେଇ ରାସ୍ତା ଶୀଘ୍ର ସରିଗଲା। 


ଭୁଜ ରେ ପହଞ୍ଚି ସିଧା ସେ ମୋବାଇଲ repair ସପ କୁ ଗଲୁ । ଆଉ display ଟି ସଜଡ଼ା ହେଇ ପାରିବନି, ନୂଆ display ପକେଇବାକୁ ପଡ଼ିବ ଶୁଣି ମନ ଖରାପ ହେଇଗଲା। ଆହୁରି ଦୁଃଖ ହେଲା ତା ପାଖରେ original display ନାହିଁ। Duplicate display 3000 ଦେଇ ପକେଇବାକୁ ପଡ଼ିବ। ତିନିମାସର ନୂଆ ମୋବାଇଲ ମୋର। Service center ରେ ଦେଇଥିଲେ ବୋଧେ warrantee ରେ cover ହେଇଥାନ୍ତା। ବାହାରେ ବୁଲୁଛି ବୋଲି ବାଧ୍ୟ ହେଇ ଦେଲି। ଏବେ କିନ୍ତୁ ମୋବାଇଲ କାମ ନ କଲେ ପୁରା trip ବେକାର ଯିବ ବୋଲି ସେଇ duplicate display ପକେଇ ବାହାରି ଆସିଲୁ। 


ହୋଟେଲ ଫେରିବା ରାସ୍ତାରେ ଡିନର ଖାଇ ଦେଇ ଆସିଲୁ। ଝିଅକୁ idli samber ମିଳିଗଲା ବୋଲି ତା ମନ ଖୁସି। ଆଉ ମୁଁ ଦହି ବରା ସହ ଆଳୁର କିଛି ଦଉଚି ଦେଖି ସେଇଆ ମଗେଇଲି। ଆମ ଦହିବରା ଆଳୁଦମ ଭଳି ନ ହେଲେ ବି ଭଲ ଥିଲା ତା ସ୍ୱାଦ। ଭଲ ଲାଗୁଚି ଜାଣି ଦୋକାନୀ ଆଉ ଟିକେ ଆଳୁ, ଆଉ ଟିକେ ମସଲା, ଚଟଣି ଯାଚି ଦଉଥାଏ। ତା ସହ କହୁଥାଏ: Bhagaban ne aisa kaam dia hai ke logon ko khila sake. Aur log agar shanti se khaen, toh isse badi khusi ki baat kya ho sakta hai! 

ଖୁବ୍ ଭଲ ଲାଗିଲା ସେ ଲୋକର ଏ ଜୀବନ ଦର୍ଶନ.... 


ରୁମ୍ କୁ ଫେରି ଜିନିଷ ପତ୍ର ବାନ୍ଧି ବାହାରକୁ ଆସିଲୁ। ରାତି ନଅ ହେଇ ସାରିଥିଲେ ବି ଛକ ଜାଗା ବୋଲି ଅଟୋ ମିଳିଗଲା ବାହାରେ। ଷ୍ଟେସନ ଯାଏଁ ନେଇ ଆସିଲା ସେ ଆମକୁ, ଆଉ ରାତି ସମୟ ବୋଲି ଦଶଟଙ୍କା ଅଧିକା ନେଲା। କାଲି ଆସିଥିବା ଟ୍ରେନ ରେ ହିଁ ଫେରିବାର ଥିଲା। ଆଉ ଭୁଜ ତାର starting station ଥିଲା। ତେଣୁ ଆମେ ସିଧା ଯାଇ ଠିଆ ହେଇଥିବା ଟ୍ରେନ୍ ରେ ବସିଗଲୁ। 


ଗଲା କାଲିଠୁ ମୋବାଇଲ ଖରାପ ଲାଗି contact କରି ପାରି ନଥିବା ବନ୍ଧୁଙ୍କୁ ସବୁ କଥା ଜଣେଇ ଦେଲି ଆଗେ। 

ଟ୍ରେନ ଛାଡ଼ିଲା ତ କ୍ଲାନ୍ତ ଦେହଟି ମାନ ଲୋଟେଇ ଦେଇ ଆସନ୍ତା କାଲିର ଷ୍ଟାଟୁ of Unity ଯାତ୍ରା ପାଇଁ ତାକୁ ପ୍ରସ୍ତୁତ କଲୁ। 


Note: ସମୟ ଅଭାବରୁ ଆମେ କେତେଟା ଜାଗା miss କଲୁ।ଅପାଣମାନେ ନିଜ trip ରେ ଏସବୁ include କରି ପାରିବେ।


କ୍ରମଶଃ......



Rate this content
Log in