STORYMIRROR

Lipsa Panda

Inspirational

3  

Lipsa Panda

Inspirational

ପ୍ରଦୂଷଣ

ପ୍ରଦୂଷଣ

1 min
324

ଦୀପାବଳି ପରଦିନ ସକାଳେ ମର୍ଣ୍ଣିଂ ୱାକରେ ଗଲାବେଳେ ରାମ ବାବୁ ଦେଖିଲେ କଲୋନୀ ମୁଣ୍ଡ ଚାହା ଦୋକାନରେ ଦଳେ ଯୁବକଙ୍କ ଭିତରେ ଜୋରଦାର୍ ଆଲୋଚନା ଚାଲିଥିଲା: ଗଲା କାଲି ରାତିରେ ବାଣ ଫୁଟା ଲାଗି କେମିତି ବାୟୁ ମଣ୍ଡଳରେ ଧୂଆଁ ଭର୍ତ୍ତି ହେଇ ପ୍ରଦୂଷିତ ହେଇ ଯାଇଚି।

ସମସ୍ତଙ୍କ ହାତରେ ଥିଲା ଚାହା କପ୍ ଆଉ ଗୋଟାଏ ଲେଖାଏଁ ସିଗାରେଟ୍। ଆଉ କାହା ମୁହଁ କି ହାତରେ ମାସ୍କ ଖଣ୍ଡେ ଦେଖିଲେନି ରାମ ବାବୁ । 

ସମସ୍ତେ ସାହି ମୁଣ୍ଡ ଯାଏଁ ଆଣି ଆସିଥିବା ନିଜ ନିଜ ବାଇକ୍ ଆଉ କାରକୁ ପାର୍କ କରିଥିଲେ ସେଇ ଦୋକାନ ପାଖ ରାସ୍ତାକୁ ମଡ଼େଇ, ଯାହା ପାଦଚଲା ଲୋକଙ୍କୁ ଭାରି ଅସୁବିଧା କରୁଥିଲା ଚାଲି ଚାଲି ଯିବାକୁ। 

ଆଉ ତା ଭିତରୁ ଜଣେ କହୁଥିଲା, ବାଣ ଧୁଆଁ ଘରେ ପଶିଯିବ ବୋଲି କେମିତି ସେ ଝରକା ସବୁ ବନ୍ଦ କରିଦେଲା ବୋଲି ତାକୁ ଏତେ ଗରମ୍ ଲାଗିଲା ଯେ ଏ ଶୀତ ରାତିରେ ବି ତାକୁ ଏ.ସି. ଲଗେଇ ଶୋଇବାକୁ ପଡ଼ିଲା କାଲି ରାତିରେ । ଆଉ ତାକୁ ପ୍ରାୟ ସମସ୍ତେ ସମର୍ଥନ କରୁଥିଲେ, ମୁଁ ବି ସେଇଆ କଲି କହି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational