Namita Pal

Comedy

4.0  

Namita Pal

Comedy

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
202


ଫିଲ୍ମ ଟିକୁ ଦେଖିବାକୁ ଯିବାକୁ ନାତି ଟୋକାଟି କାଲିଠୁ ଜିଦ୍ କରୁଛି। ଜେଜେ ଚାଲ ବଢ଼ିଆ ମୁଭି ଟା। ସାଇନ୍ଟିଫିକ୍। ମୋ ସାଙ୍ଗ ମାନେ ସମସ୍ତେ ଦେଖିସାରିଲେଣି। ବାପା କହିଲେ କାମ ଅଛି ଯାଇପାରିବେନି। ନାତି ଷଷ୍ଠ ଶ୍ରେଣୀରେ ପଢ଼ୁଛି। ହଉ କାଲି ରବିବାର କାଲି ଚଳଚ୍ଚିତ୍ର ଦେଖିବାକୁ ଯିବା। ଏହା ଶୁଣି ନାତି ପୁପୁନ ଖୁସି ହୋଇ ଖେଳିବାକୁ ଚାଲିଗଲା। ଯୁବକ ଥିଲା ବେଳେ ଶ୍ଯାମଘନ ବାବୁ ମଧ୍ଯ ଚଳଚ୍ଚିତ୍ର ଦେଖିବାକୁ ବହୁତ ଭଲ ପାଉଥିଲେ। ବିବାହ ପରେ ଥରେ ସ୍ତ୍ରୀ ଓ ପୁଅ ସହିତ ଚଳଚ୍ଚିତ୍ର ଦେଖିବାକୁ ସିନେମା ହଲକୁ ଯାଇଥିଲେ। ପୁଅ ଏଇ ନାତି ବୟସର ହୋଇଥିଲା। ଅମିତାଭ ବଚ୍ଚନର ଆକ୍ସନ ଫିଲ୍ମ୍। ଫିଲ୍ମ୍ ରେ ଫାଇଟିଂ ସିନ୍ ଚାଲିଥିଲା ବେଳେ ତାଙ୍କ ପୁଅ ଜୋସ୍ ରେ ସାମନା ସିଟ୍ ରେ ବସିଥିବା ଭଦ୍ରଲୋକଙ୍କ ପିଠିରେ ଗୋଟିଏ ଘୁସା ଲଗେଇ ଦେଲା। ଭାଗ୍ଯ ଭଲ ଭଦ୍ରଲୋକ ଜଣକ ଶ୍ଯାମଘନ ବାବୁଙ୍କ ପରିଚିତ ଥିଲେ। ଆଉ କିଏ ହୋଇଥିଲେ ବହୁତ ଲଜ୍ଜାକର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ସେଦିନ। ପରେ ଯେତେବେଳେ ବି ଏଇ ଘଟଣା ମନେ ପଡେ ଶ୍ଯାମଘନ ବାବୁ ବହୁତ ହସନ୍ତି। ଏତିକି ବେଳେ ପତ୍ନୀ ରମା ଦେବୀ ହାତରେ ଚା କପ୍ ଧରି ଭିତରକୁ ଆସିଲେ। ' କ'ଣ ହେଲା କାହା କଥା ମନେ ପକେଇ ହସୁଛ ', ପତ୍ନୀ ପଚାରିଲେ । ' ଆରେ ସେହି ଚଳଚ୍ଚିତ୍ର ଦେଖା କଥା ମନେ ପଡିଗଲା '। ଦୁହେଁ ଘଟଣାକୁ ମନେ ପକାଇ ପୁଣି ବହେ ହସିଲେ। ହଉ ତୁମେ ଚା ପିଅ, ମୋର କାମ ଅଛି ମୁଁ ଯାଉଛି। କାଲି କିନ୍ତୁ ନାତି ସହିତ ଚଳଚ୍ଚିତ୍ର ଦେଖି ଯିବାକୁ ରେଡି ରହିବ ରମା। ହଁ ସିଟ୍ ଗୁଡା ଦେଖିକି ଟିକେ ବୁକ୍ କରିବି। ପୁଣିଥରେ ଦୁଇଜଣ ହା ହା ହୋଇ ହସି ଉଠିଲେ।


Rate this content
Log in

Similar oriya story from Comedy