Puja Pradhan

Comedy Fantasy Inspirational

3  

Puja Pradhan

Comedy Fantasy Inspirational

ଛତୁ ବେସର

ଛତୁ ବେସର

12 mins
148



ଆଲୋକ ବାବୁ ଲସରଫସର ବ୍ୟତିବ୍ୟସ୍ତ ହୋଇ ବାହାରି ଛନ୍ତି l ଗାଁ ଅଭିମୁଖେ ପ୍ରବଳ ଡେରି ହେଲାଣି ପାଞ୍ଚଦିନ ହେବ ଚେଷ୍ଟା କରୁଛନ୍ତି l ହେଲେ ଦୁର୍ବଳିଆ ଅଫିସରଙ୍କ ସୁସ୍ତ ସବଳିଆ ଲମ୍ବା ଭାଷଣ ଶୁଣି ମନଟି ତାଙ୍କର ଯେମିତି ସିଝା ଆଳୁର ଚୋପା ଭଳି ପରସ୍ତେ ପରସ୍ତେ ଛାଡି ନାଳନର୍ଦମା ରେ ପଡିଗଲା ଭଳି ଲାଗୁଛି ହେଲେ କରିବେ ବା କଣ ବଡ଼ ବାବୁଙ୍କ ବାଣୀ ଇଛା ନଥିଲେବି କାନକୁ ଡେରି ଶୁଣିବାକୁ ପଡୁଛି l ମନେମନେ କିନ୍ତୁ ବୋହୁତ ଗୁଡ଼ାଏ ଗାଳି ଦେଉଥାନ୍ତି ହେଲେ ନିରୁପାୟ କାହା କଥା କେତେ ଶୁଣିବେ ଘରେ ଝିଅ ଗାଦୁଲ କହିଛି ବାପା ଏଥର ଆସିବା ସମୟରେ ମୋ ପାଇଁ ଛତୁ ପକୋଡା ଆଣିବ ସାନ ଝିଅ କହିଛି ବାପା ମୋ ପାଇଁ ବଢିଆ ସ୍କୁଲ ବ୍ୟାଗ ଆଣିବ l ପୁଅ ଏକମାତ୍ର ଗଣ୍ଠିଧନ ଆମ ଦୁହିଁଙ୍କ ଆଖିର ସବୁଠାରୁ ଦୁର୍ଭାଗ୍ୟ ସପନ ସେକହିଛି ବାପା ମୋ ଫୋନ ବୋହୁତ ପୁରୁଣା ହୋଇଗଲାଣି

ଭଲ ଦାମିକା ଫୋନ ଆଣିବ ଯେମିତି ଗାଁରେ କାହାରି ପାଖରେ ନଥିବ l ପୁଅ କଥାଶୁଣି ମୁଁ ଭାବୁଛି ମୋ ବାପା ଓ ବୋଉ କୂଳର କାମନା କରି ମୋତେ ନା ଦେଲେ ଆଲୋକ ହେଲେ ତୁ କୂଳାଙ୍ଗାର ମୋତେ ଅନ୍ଧାର ଆଡ଼କୁ ଠେଲି ଦେଉଛୁ କଣ କରିବି ପ୍ରଭୁହେ ମୋତେ ନେଇଯାଅ l ଘରଣୀ ବିଦ୍ୟୁତଲତାଙ୍କ ବାଣୀ ସବୁଠାରୁ କଠୋର ଯେତେବେଳେ ହସିକି କିଛି କହନ୍ତି l ମୋ ଚାରିପାଖରେ ଯେମିତି କାଠିଆ ଜନ୍ଦା ମୋତେ କାମୁଡିଲା ଭଳି ଲାଗୁଥାଏ l କାହାକୁ ଦେଖା ଯାଏନି କି କହିବି ହେବନି ଏତେ ପ୍ରକୋପ ଯେ ମୋ ଦେହ ସାରା ସହସ୍ର ଦନ୍ତା ଘାତର ଚିହ୍ନ ଦେଖାଯାଏ l କାହାକୁ କହିବି ଶେଷରେ ରହିଲା ମୋ ବୋଉ ମୁଁ ହେଉଛି ତାର ଏକୋଇର ବଳା ବିସିକେଶନ ପୁଅ ବିସିକେଶନ ତ ନୁହେଁ କେବଳ ଶୂନ୍ୟ ବାପା ଆର ପାରିରେ ବସି ଗୋଟାଏ ମଜା ଦେଖୁଛନ୍ତି l କେତେ ଖୋଜାଖୋଜି କରି ଗାଁ ଗାଁ ବୁଲି ଶେଷକୁ ବିଦ୍ୟୁତଲତାଙ୍କ ବାପ ଘରର ପତା ପାଇଥିଲେ ହେଲେ ସେହିଦିନ ଠାରୁ ଯେମିତି ଆମ ଘରର ପତା ହଜିଯାଇଥିଲା ଶଶୁର ଘର ଯେତିକି ମଣିଷ କୋଉ ଚିଡିଆଖାନାରୁ ବାହାରି ଯେମିତି ସ୍ୱାଗତ କରିବାକୁ ଲାଗି ପଡ଼ିଥିଲେ l କିଛି କହିଲେ ଅସୁବିଧାର ସମୁଖୀନ ହେବାକୁ ମନରେ କି ଦେହରେ ଜୋର ନାହିଁ ବାପା ବୋଉଙ୍କ କହିବା ମୁତାବକ ବିବାହ ହୋଇଛି l ସହରରେ ଚାକିରୀ ପ୍ରତେକ ଶନିବାର ଦିନ ସନ୍ଧ୍ୟା ୬ ଟା ବସରେ ଗାଁକୁ ଆଲୋକ ବାବୁ ବାହାରି ଯାଆନ୍ତି l ରବିବାର ଦିନ ପିଲାଙ୍କ ସହିତ ଛୁଟି ବିତାଇ ସୋମବାର ଦିନ ଫେରି ଆସନ୍ତି ହେଲେ ଏହି ସପ୍ତାହରେ ବଡ଼ ବାବୁଙ୍କ ମୁଣ୍ଡରେ ଉପର ଅଫିସର ଗୋଟାଏ ଫାଇଲର ଦାୟିତ୍ୱ ଦେଇଥିଲେ ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ଥିଲା l ସେହିଟିକୁ ନ ପାଇବାରୁ ବୋହୁତ ଗୁଡ଼ାଏ ଚାହା ଜଳଖିଆ ଦେଇଚାଲିଛନ୍ତି l ସେଥିପାଇଁ ବଡ଼ ବାବୁଙ୍କ ମୁଣ୍ଡ ଖରାପ ତେଣୁ କରି ସେ ଆଲୋକ ବାବୁଙ୍କ ଫିୟୁଜ କାଟିବା ପାଇଁ ଯେମିତି ଲାଗିଯାଇଛନ୍ତି l ଆଲୋକ ବୋହୁତ ତରବର ହୋଇ ଗାଁକୁ ବାହାରୁଛନ୍ତି ପୁଅ ଝିଅ, ଯାହାସବୁ କହିଥିଲେ ସେସବୁ ନ ନେଇଗଲେ ଦେବୀ ବିଦ୍ୟୁତଲତା ମୋ ପତା ସବୁଦିନ ପାଇଁ ହଜାଇଦେବେ l ସବୁଠାରୁ ବଡ଼ ହେଉଛି ପୁଅ କହିଥିଲା ଦାମିକା ଫୋନ ଆଣିବାପାଇଁ ଯାହାକି ଏବେ ହୋଇପାରିବନାହିଁ l  

ସାନ ଝିଅର ବ୍ୟାଗଟି ନେବାକୁ ପଡିବ ପୁରୁଣା ବ୍ୟାଗ ଚିରି ଯିବାରୁ ବିଚରା ସ୍କୁଲ ଯିବାପାଇଁ ହଇରାଣ ହେଉଛି l ରାତି ପ୍ରାୟ ସତଟା ବସ ଭିଡ଼ ହୋଇଥିବ ଗାଦୁଲ କହିଛି ଛତୁ ପକୋଡା ପାଇଁ ସାନ ଝିଅ ଗୁଗୁଲର ବ୍ୟାଗ ନେଇ ବସ ଷ୍ଟାଣ୍ଡରେ ପହଞ୍ଚିବା ସମୟରେ ଛତୁ ପକୋଡା କଥା ଆଲୋକବାବୁଙ୍କ ମନରେ ନଥିଲା ଭାବିଲେ ବାଟରୁ କିଣି ନେବେ ବସଟି ବୋହୁତ ଭିଡ଼ ଆଲୋକ ବାବୁ ଗୋଟାଏ ହାତରେ ବ୍ୟାଗ ଓ ଅନ୍ୟ ହାତରେ ଘରପାଇଁ କିଛି ଅନ୍ୟସବୁ ଜିନିଷ ଧରିଥାନ୍ତି l ବସ ରହିବାରୁ ସେ ବୋହୁତ କଷ୍ଟରେ ଭିତରକୁ ପଶିଗଲେ ଭାବୁଥାନ୍ତି ଘରକୁ ଯିବା ବଦଳରେ ଯେମିତି ଉପରକୁ ନ ଯିବାକୁ ପଡେ l ନିଜପୁଅ କଥା ଭାବୁଥିଲେ କୁଳାଙ୍ଗାର ପ୍ରବଳ ମନ ଖରାପ କରିବ ହେଲେ ମୁଁ କରିବିବା କଣ ପୁଅ ଯେଉଁ ଫୋନ ଆଣିବାକୁ କହୁଛି ତାର ଦାମ ଶୁଣି ମୋ ମୁଣ୍ଡ ପ୍ରବଳ ବୁଲାଉଛି ଯଦି ମୋର କିଛି ହୋଇଗଲା ତେବେ ଦାମିକା ଫୋନରେ ବାଲାନ୍ସ ପାଇଁ ମୋ ଵଜରଙ୍ଗୀ ର ହୋସ ରହିବନାହିଁ ପୁଅକୁ ବିଦ୍ୟୁତଲତା ବୋହୁତ ଆଦରରେ ଵଜରଙ୍ଗୀ ବୋଲି ଡାକିଲେ ମୁଁ କୁଆଡେ ଯିବି ଯଦି ନା କହିବି ତେବେ ବିଦ୍ୟୁତଲତାଙ୍କ ପାବାର ଆଗରେ ମୋର ପାବାର ସମ୍ପୂର୍ଣ ଜିରୋ କୁକୁର ନିଜ ଲାଙ୍ଗୁଡ଼କୁ ଅତି ଯତନ ଧରି ଯିବାଭାଳି ମୁଁ ତାଙ୍କରି କଥାରେ ବଜରଙ୍ଗୀ ଡାକିଲି ହେଲେ ଟୋକାଟା ତା ନାଁ ର ବିପରୀତ ମାନେ ଖଡ଼ିକା କାଠି ଭଳି ଯଦି ମୋ ଝିଅ ଗାଦୁଲ ଗୋଟାଏ ଧକା ମାରିବ ତେବେ ସେ ଗାଁରୁ ସହରକୁ ଆଖି ପିଛୁଳାକେ ଆସି ପୁଣି ଲେଉଟି ଯାଇପାରିବ l ସତରେ ଭାରୀ ଭଲ ହେବ ମୋରବି ବାଦୁଡ଼ି ଭଳି ଲଟକିଲଟକି ଯିବା ବନ୍ଦ ହୋଇଯିବ l ହେଲେ କଥାରେ ଅଛି ପରା ଏତେ ରାତିକୁ ସପନ କାହିଁ ଆଲୋକ ବାବୁ ଏମିତି ଭାବନା ମଧ୍ୟ୍ୟରେ ଗାଁ ଅଳ୍ପ ବାଟ ଥାଏ l ତାଙ୍କୁ ବସିବା ପାଇଁ ସିଟଟିଏ ବୋହୁତ ବିଳମ୍ବରେ ମିଳିଲା ସେ ଥକା ମେଣ୍ଟାଇ ବସିଗଲେ ହେଲେ ଯାହା ପାଖରେ ବସିଗଲେ ସେ ତାଙ୍କର ଖୁବ ପରିଚିତ ଓ ଅତି ଆପଣାର ବନ୍ଧୁ କେଦାର ପିଲା ଦିନେ ଦୁହେଁ ଗୋଟିଏ ବିଦ୍ୟାଳୟ ରେ ପଢୁଥିଲେ ଆଲୋକ ବାବୁ ସରକାରୀ କର୍ମଚାରୀ ଓ କେଦାର ବାବୁ ଜଣେ ଭଲ ଚାଷୀ ଫସଲ ଉପରେ ବୋହୁତ ଭଲ ଅଭିଜ୍ଞତା ସେହି ପାଖ ଗାଁ ରେ ରହୁଥିଲେ ବ୍ୟସ୍ତତା ଭିତରେ ଦୁହେଁ ଦେଖା ସାକ୍ଷାତ ବି ହୋଇ ପାରନ୍ତି ନାହିଁ l କିନ୍ତୁ ଆଜି ଘରକୁ ଫେରିବା ସମୟରେ ଦୁହେଁ ଏକାଠି ହୋଇଗଲେ ଆଲୋକ ବାବୁ କହିଲେ ଆରେ କେଦୁ କିରେ କେଦାର ବାବୁ ଦେଖିଲେ ପାଖରେ ତାଙ୍କର ବନ୍ଧୁ ବୋହୁତ ଖୁସିରେ କହିଲେ ଆରେ ଆଲୁଅ କେତେ ଦିନରେ ଦେଖାହୋଇଛି ଘରେ ସମସ୍ତେ ଭଲତ ବାପା ବୋଉ କେମିତି ଅଛନ୍ତି l ବୋହୁତ ଦିନ ହେବ ସେମାନଙ୍କୁ ଦେଖିଥିଲି ହେଲେ ଏବେ କୁଆଡ଼କୁ ଯାଇ ପାରୁନାହିଁ ଭାଉଜ ପିଲାମାନେ ଆଲୋକ କହିଲେ ସମସ୍ତ ଭଲ l  

ତୁ କେମିତି ଅଛୁ କେତେ ବର୍ଷ ପରେ ତୋତେ ଦେଖିଲି କେଦୁ ତୁ କେତେ ମୋଟା ହୋଇଯାଇଛୁ ବୋଲି ଆଲୋକ ବାବୁ କହିଲେ l

କେଦାର କହିଲେ ଚାଷୀ ଲୋକ ଶାଗ ପଖାଳରେ ସନ୍ତୁଷ୍ଟ ତୋ ଭଳି ସୁଟବୁଟ ପିନ୍ଧି ହାତରେ କଲମ ଧରି ବଡ଼ବାବୁ ଙ୍କ ଭିତରେଇଂରାଜୀ କହିବା ଭଳି ଚାକିରୀ ଆ ଙ୍କ ଜୀବନ ମୋର ନୁହେଁ ହେଲେ ତୋର ସ୍ୱାସ୍ଥ୍ୟ ଏମିତି କଣ ଦରଛିଣ୍ଡା ବ୍ୟାଗ ଭଳି ଲଟକି ଝୁଲୁଛୁ କାହିଁକି l ମଣିଷ ଭଳି ଦିଶୁନୁରେ ଯେମିତି ଲାଗୁଛି ତୋର ସବୁ ଗୁଡାକ ତେଜ ପୋଡିପାଡ଼ି କୁଆଡେ ହଜିଗଲାଣି l

କେଦାର ଜୋରରେ ହସିଲେ ଆଲୋକ କହିଲେ କଣ କରିବି କହୁନୁ କେତେ ଆଡେ ମୁଣ୍ଡ ଦେବୀ ଅଫିସରେ ବଡ଼ବାବୁ ଙ୍କ ଭାଷଣ ଘରକୁ ଆସିଲେ ବୋଉର ଅଭିଯୋଗ ପିଲାଙ୍କ ଡିମାଣ୍ଟ ଓ ସବୁଠାରୁ ବେଶୀ ତୋରି ଭାଉଜଙ୍କ କଥା ଜାଣିଛୁ କେଦୁ ମନ ହେଉଛି କୁଆଡେ ଚାଲିଯାଆନ୍ତିକି l କେଦାର କହିଲେ ପିଲାମାନଙ୍କୁ ଓ ଭାଉଜଙ୍କୁ ସାଥୀରେ ନେଇ ଏଥର ଯାତ୍ରା କୁ ଆମ ଗାଁ କୁ ଆସିବୁ l ଏତିକି ଶୁଣି ଆଲୋକ ବାବୁ କହିଲେ ଆରେ କଣ କରିବି ବିଦ୍ୟୁତଲତା ଙ୍କ ଭାଷଣ ଶୁଣିପାରିବିନି କଣ କହିବି ଜାଣିପାରୁନାହିଁ କେଦାର ଆଲୋକ ବାବୁଙ୍କ ର ଏଭଳି ହଠାତ ପରିବର୍ତ୍ତନ କାହିଁକି ଜାଣିନପାରି ଆଶ୍ଚର୍ଯ୍ୟ ହୋଇ ଚାହିଁଲେ l 

ବନ୍ଧୁଙ୍କର ଏହିଭଳି ବ୍ୟସ୍ତତା ଦେଖି କହିଲେ ଆଲୁଅ କାହିଁକି ଗୋଡ଼ ଭଙ୍ଗା କୁକୁର ପାଦରେ ଚକା ଚଢିଗଲା ଭଳି ବୋବେଇ ଚାଲିଛୁ କହୁନୁ କଣ ହେଲା ଆଲୋକ କହିଲେ ବୁଝିଲୁ ତୋ ଭାଉଜ ଭାରୀ ସ୍ନେହୀ ଶ୍ରଦ୍ଧାଳୁ ନିଜପାଇଁ ଯଦିକିଛି କହିଥିବେ ନ ନେଇଥିଲେ ଚଳିବ କିନ୍ତୁ ପିଲାମାନେ କହିଥିବା ଜିନିଷ ନ ଆଣିଲେ ରକ୍ଷା ମିଳିବ ନାହିଁ l ମୋ ଝିଅ ବାରମ୍ବାର କହିଥିଲା ବାପା ଛତୁ ପକୋଡା ଆଣିବ ହେଲେ କଣ କରିବି ଘରକୁ ଗଲେ ମୋର ରକ୍ଷା ନାହିଁ l କେଦାର ପ୍ରବଳ ଜୋରରେ ହସିଲେ କହିଲେ ଆରେ ତୁ ଏମିତି ଡରୁଛୁ l ଆଲୋକବାବୁ କହିଲେ ଟିକେ ପୂର୍ବରୁ କହୁଥିଲୁନା ମୋର ଏମିତି ଚେହେରା କାହିଁକି ଏଥିରୁ ଜାଣିପାରୁଥିବୁ ମୁଁ କେତେ ଟେନସନରେ ଅଛି l ପ୍ରଭୁ ମୋତେ ତୁମପାଖକୁ ନେଇଯାଅ ନଚେତ ମୁଁ ଆୟୁଷ ନ ପୂରୁଣୁ ଆପଣଙ୍କ ପାଖକୁ ଚାଲିଲି l ଆଲୋକବାବୁଙ୍କ ବ୍ୟସ୍ତତା ଦେଖି କେଦାର କହିଲେ ଆରେ ଭଗବାନ ବୋହୁତ ଦୟାଳୁ ଠିକ ସମୟରେ ଠିକ ଜିନିଷ ପାଖରେ ହାଜର କରେଇଦେବେ l ଆଲୋକ କହିଲେ କେଡେ ଗାଲୁଆଟା କିରେ ମୋତେ ମରିବା ଭଳି ଲାଗିଲାଣି ଗାଁ ଯେତେ ପାଖକୁ ଆସୁଛି ମୋ ମନର ଛାନିଆ ବଢ଼ିବାରେ ଲାଗିଛି ପ୍ରଭୁ କିଛିକର ମୋତେ ସହରକୁ ନେଇଯାଅ ଘରକୁ ଯିବିନାହିଁ l

କେଦାର କହିଲେ ବାଇଆଟା ଛାନିଆ ଗୁଣ ଛାଡିପାରିଲୁ ନାହିଁ ମୋ ଭଳି ବିଶିଷ୍ଟ ଚାଷୀ ପାଖରେ ଅଛି l ଆଲୋକ କହିଲେ ଜାଣିଛି ହେଲେ ତୁ କଣ ଏହି ଗାଡ଼ିରେ ଛତୁ ପକୋଡା ଛାଣିବୁ

କେଦାର କହିଲେ ଭଗବାନଙ୍କୁ ଧନ୍ୟବାଦ କର ମୋ ବ୍ୟାଗରେ ୩ କିଲୋ ଛତୁ ଅଛି ନେଇଯିବୁ ଘରକୁ ବଢିଆ କରି ଛତୁ ପକୋଡା ତିଆରୀ କରିବେ ଭାଉଜ l ଆଲୋକ କହିଲେ ଚୁପକର ଛତୁ ପକୋଡା ଆଣିବାପାଇଁ ଝିଅ କହିଥିଲା କଞ୍ଚା ଛତୁ ନୁହେଁ l  

କେଦାର କହିଲେ ପିଲାମାନଙ୍କୁ ବୁଝେଇବୁ ବୋହୁତ ଛତୁ ଆଣିଛି ଯେତିକି ଦରକାର ପକୋଡା କରିବ ଆଉ ଯାହାକିଛି ରହିଲା ଛତୁ ବେସର କରିଦେବ ଦେଖିବୁ ସମସ୍ତେ ଖୁସିହେବେ l କେଦାରଙ୍କ କଥାଟି ଆଲୋକ ବାବୁଙ୍କ ମନକୁ ପସନ୍ଦ ଲାଗିଲା l

କହିଲେ କେଦୁରେ ମୋତେ ବଞ୍ଚେଇ ଦେଲୁ ଏତେ ବର୍ଷ ପରେ ମଧ୍ୟ ତୋମନ ଭିତରେ ଦାନୀ ପଣିଆ ରହିଯାଇଛି l ମୋ ଗାଁ ଆସିଗଲାଣି କେତେ ଟଙ୍କା କହିଲୁ ? କେଦାର କଟମଟ କରି ଚାହିଁଲେ କହିଲେ ତୋ ଚାକିରୀ ଗରମ ଦେଖାଉଛୁ କି ଆଲୋକ କହିଲେ ଆରେ ସେସବୁ ନୁହେଁ l ତୁ ଅନ୍ୟ କାହାକୁ ଦେଲେ ତୋର ମୂଲ୍ୟ ଆଣିବୁ ନା ସେମିତି ଛାଡିଦେବୁ ଘୋଡା ଘାସ ସହିତ ମିତ୍ରତା କରିଲେ ଖାଇବ କଣ l କେଦାର କହିଲେ ବୋହୁତ ବୁଝାଇଲୁ ଏବେ ନୁହେଁ ଘୋଡା ପ୍ରବଳ ଖାଇଛି l ବୁଝିଲୁ ଆଲୁଅ ମୋତେ ଘୋଡା ସହିତ ସମାନ କରିବାରୁ ଧନ୍ୟବାଦ ମୁଁ ନିଜକୁ ବଳଦ ବୋଲି ଭାବି ନେଇଥିଲି ହେଲେ ମୁଁ ଆଜିଠାରୁ ଦୌଡିବି

ଦୁଇବନ୍ଧୁ ହସିବାକୁ ଲାଗିଲେ କେଦାର କହିଲେ ତୋର ସେହି ପୁରୁଣାନମ୍ବର ଅଛି ନା ଅନ୍ୟ କିଛି ଆଲୋକ କହିଲେ ଅଲଗା କିଛି ନମ୍ବର ନୁହେଁ ଫୋନ କରିବୁ ? ଗାଡି ଗାଁ ମୁଣ୍ଡରେ ଆସି ପହଞ୍ଚିଯାଇଛି କେଦାର କହିଲେ ଆଲୁଅ ଭାଉଜଙ୍କୁ କହିବୁ ହଳଦୀ ପାଣିରେ ଟିକେ ଛତୁ ଗୁଡିକୁ ଭଲଭାବେ ଧୋଇଦେବେ ତରକାରୀ ଖାଇବୁ ପକୋଡା ଖାଇ ଫୋନ କରିବୁ ରହୁଛି l ଆଲୋକବାବୁ କହିଲେ ବୋହୁତ ଦିନ ପରେ ଦେଖା ଓ ତୋରି ସାହାଯ୍ୟ ମନରୁ ପାସୋରି ପାରିବିନାହିଁ ?? ଆଲୋକ ବାବୁ ବୋହୁତ ଖୁସିରେ ଗାଡ଼ିରୁ ଓହ୍ଲାଇ ନିଜ ଘର ଆଡ଼କୁ ଧୀରେଧୀରେ ଚାଲିଲେ ସାନ ଝିଅ ଯେମିତି ବାପା ଙ୍କୁ ଦେଖିଛି ପାଖକୁ ଆସି କାହିଁକି ଏତେ ଡେରି ହେଲା ଆସିବାକୁ ବୋଲି ଅଭିମାନ ରେ ପଚାରିଲା ଆଲୋକ ବାବୁ କହିଲେ ଦେଖିଲୁ ତୋ ବ୍ୟାଗଟି କେମିତି ହେଇଛି ଏତିକି କହିବା ମାତ୍ରକେ ବ୍ୟାଗଟିକୁ ନେଇ ନିଜ ପଢିବା ଘରକୁ ଚାଲିଗଲା l ଆଲୋକ ବାବୁ ତାଙ୍କ ବୋଉ ପାଖରେ ପହଞ୍ଚି କହିଲେ ବୋଉ ତୋ ଦେହ କେମିତି ଅଛି ? ବୋଉ କହିବାକୁ ଲାଗିଲେ ମୋ ପୁଅର ମୁହଁ ସୁଖୀ ଯାଇଛିଲୋ ଭିତରକୁ ଗଲୁ ବିଦ୍ୟୁତଲତା କହିଲେ ଏତେ ଡେରି ପିଲାମାନେ କେତେ ବେଳୁ ବାଟକୁ ଚାହିଁ ବସିଛନ୍ତି l ବଜରଙ୍ଗୀ ପାଇଁ ଫୋନ ଆଣିଛ କେମିତି ହୋଇଛି ? ଆଲୋକ ବାବୁ କହିଲେ ଦୋକାନୀ ପାଖରେ ଅଛି ଆଣିବାକୁ ଭୁଲିଗଲି କେମିତି ମନ ତମର କେଜାଣି କହିଲ ??

ବିଦ୍ୟୁତଲତା କହିଲେ ଆଲୋକ ବାବୁ କିଛି ଉତ୍ତର ଦେଲେ ନାହିଁ ବାରିପଟ କୂଅମୂଳ ପାଖରେ ବସିଗଲେ ବାଲଟିରେ ପାଣିକାଢି ଗାଧୋଇ ଘରକୁ ଆସିଲେ ପୁଅ କହିଲା ବାପା ତମେ ଫୋନ ଆଣିଲ ନାହିଁ ମୁଁ ସାଙ୍ଗ ମାନକୁ କହିଥିଲି ଯଦି ଫୋନ ଆଣିବି ନାହିଁ ତେବେ ମୋ ନା ବଦଳାଇ ଦେବେ ସମସ୍ତେ l ଆଲୋକ କହିଲେ ଏହିକାମ ବୋହୁତ ଶୀଘ୍ର କରିବୁ ତୋ ନାଁ ମୋତେ ଭଲ ଲାଗେନି ହେଲେ ତୋ ବୋଉକୁ କଣ କହିବି ପୁଅ ଭିତରକୁ ଚାଲିଗଲା ରୋଷେଇ ଘରେ ବୋଉକୁ କହୁଥାଏ l ବୋଉ ଦେଖିଲୁ ବାପା କଣ କହିଲେ ମୁଁ ଆଉ ଘରୁ କୁଆଡ଼କୁ ଯିବିନାହିଁ ନହେଲେ ପିଲାମାନେ ମୋତେ ଦେଖି ହସିବେ ଆଲୋକ କହିଲେ ତୁ ବାହାରକୁ ଯାଇକିଛି ଲାଭ ନାହିଁ ବେକାର ରେ ପଇସା ଖର୍ଚ ପୁଅର ଦୁଃଖ ଭରା ପ୍ରଶ୍ନ ଶୁଣି ବିଦ୍ୟୁତଲତା କହିଲେ ମୋ ଗାଦୁଲ ପାଇଁ ଛତୁପକୋଡା ଆଣିନ ଟିୟୁସନ ରୁ ଫେରିଲେ କାନ୍ଦି ଗଡିବ l

କିଛି ସମୟପରେ ଗାଦୁଲ ଆସି କହିଲା ବାପା ଛତୁ ପକୋଡା ଆଣିନ ଆଲୋକ କହିଲେ ବ୍ୟାଗରେ ଅଛି ବୋଉ କୁ ନେଇ ଦେଇଦେବୁ ଗାଦୁଲ ଦେଖିଲା ବାପା ବୋହୁତ ଛତୁ ଆଣିଛନ୍ତି l

ହେଲେ ସବୁ କଞ୍ଚା ଶ୍ରୀମତୀ ଭିତରୁ କହିଲେ ଏତେ ଗୁଡ଼ାଏ କାହିଁକି ଆଣିଛ l ତାଙ୍କ କଥାଶୁଣି ଆଲୋକ କହିଲେ ପକୋଡା କରିଦେବ ବାକି କାଲି ଛତୁ ବେସର କରିବ ଗରମ ଭାତକୁ ସୁଆଦିଆ ଲାଗିବ l ଛତୁବେସର କଥା ଶୁଣି ଆଲୋକ ବାବୁଙ୍କ ବୋଉ କହିଲେ ବୋହୁତ ଦିନହେବ ଛତୁ ବେସର ହେଇନି

ବୁଝିଲୁ ବୋଉ ମୋ ସାଙ୍ଗରେ କେଦାର ପଢୁଥିଲା ମନେ ଅଛି ଆମ ଘରକୁ ଆସେ ବାପା କହନ୍ତି ତୋର ପାଠ ହେବନି ବୋଲି l ବୋଉ କହିଲେ କେଦୁକିରେ ହଁ ଠିକ ମନେ ରଖିଛୁ l ବୋହୁତ ଭଲ ଚାଷୀ ହୋଇ ଯାଇଛି l ସିଏ ଛତୁଦେଇଛି ଓ କହିଛି ଭାଉଜଙ୍କୁ କହିବ ହଳଦୀ ପାଣିରେ ଟିକେ ଧୋଇଦେବ ବିଦ୍ୟୁତଲତା ହସି ଛତୁ ନେଇ ପକୋଡା କରିବାପାଇଁ ରୋଷଇ ଘରକୁ ଗଲେ ଓ ମନ ଖୁସିରେ ଛତୁ ପକୋଡା ତିଆରିରେ ଲାଗିଗଲେ ସମସ୍ତେ ଖାଇ କେଦାରକୁ ବୋହୁତ ପ୍ରଶଂସା କରିଲେ ବିଦ୍ୟୁତଲତା କହିଲେ ଭଲଛତୁ ଗୁଡାକ କାଲି ବାକି ବେସର କରିଦେବି ଗାଦୁଲ କହିଲା ବାପା ବଢିଆ ହୋଇଥିଲା l ସକାଳୁ ଶ୍ରୀମତୀ ଘର କାମ ସାରି ଛତୁବେସର ପାଇଁ ଯାହାସବୁ ଦରକାର ସେଥିରେ ଲାଗିପଡିଲେ ସମସ୍ତେ ଚାହିଁ ବସିଛନ୍ତି l ବଜରଙ୍ଗୀ କହିଲା ବୋଉ ବାପା ଙ୍କୁ କହୁନୁ ଫୋନ ବିଷୟରେ ବିଦ୍ୟୁତଲତା କହିଲେ ତୋବୋପା ସେ ଘରେ ବସିଛନ୍ତି ନିଜେ କହିବୁ ମୋତେ କିଛି କହନା ମୋର କାମ ବୋହୁତ ଏଭଳି ଉତ୍ତର ଶୁଣି ବଜରଙ୍ଗୀ ଚାଲିଲା ବାପା ଙ୍କ ପାଖକୁ କହିଲା ବାପା ମୋଫୋନ ଆଣିଲନି l ଆଲୋକ କହିଲେ ମୁଁ ଏତେ ଦାମିକା ଫୋନ ଆଣିପାରିବି ନାହିଁ ନିଜେ ରୋଜଗାର କରି ଆଣିବୁ ଦେହରେ ଜୀବନ ନାହିଁ ଫୋନ ପାଇଁ ମନ ହେଉଛି ଘାଇଁଘାଇଁ l ବଜରଙ୍ଗୀ ଚାଲିଲା ବୋଉ ପାଖକୁ କହିଲା ବୋଉ ଭୋକ କଣ ଖାଇବି ଦେଲୁ ପୁଅ କଥା ଶୁଣି ଅତି ସରାଗରେ ଖାଇବା ନେଇ ବିଦ୍ୟୁତଲତା ଆସିଲେ ସମସ୍ତଙ୍କ ପାଇଁ ବି ଖାଇବା ବାଢ଼ିଆଣିଲେ l ଶାଶୁ କହିଲେ କି ସୁଆଦିଆ ହୋଇଛି ବେସର ଦୁଇଝିଅ ଓ ସ୍ୱାମୀ ସ୍ତ୍ରୀ ଖାଇବାକୁ ବସିଲେ ଖାଇବା ସରିଲା ଖରାବେଳ ଟିକେ ବିଶ୍ରାମ ନେଲେ ହଠାତ ଘରର ସମସ୍ତଙ୍କୁ ବାନ୍ତି ଓ ଝାଡା ଆରମ୍ଭ ହୋଇଗଲା l ଆଲୋକବାବୁ କହିଲେ କଣ ଏକା ବେଳକେ ସମସ୍ତଙ୍କ ଆରମ୍ବ ଲ୍ୟାଟିନ ବୋଧେ ଆଜି ଫୁଲ ହୋଇଯିବ l ବିଦ୍ୟୁତଲତା କହିଲେ ଶୁଣୁଛ ମୋତେ ଡର ଲାଗୁଛି ମୁଁ ମରିଯିବିନି ତ ?? ମୋର କିଛି ହେଲେ ତମେ କଣ କରିବ ଆଲୋକ କହିଲେ ଜାଣିଛ ଯଦି ଝାଡା ହେଲେ ସବୁ ମରିଯିବେ ତେବେ ମୁଁ ବୋହୁତ ଆଗରୁ ଉପରକୁ ଚାଲି ଯାଇଥାଆନ୍ତି l କହୁକହୁ ଆଲୋକ ବାବୁଙ୍କର ଝାଡା ହୋଇଗଲା 

କଣ କରିବେ ନା ଯାଇପାରୁଛନ୍ତି l ନା କାହାକୁ କିଛି କହିପାରୁଛନ୍ତି ବାନ୍ତି କରିକରି ତଣ୍ଟି ବି ଛିଣ୍ଡିବା ଉପରେ ବୋହୁତ କଷ୍ଟରେ ଫୋନ ପାଖରେ ପହଞ୍ଚିଗଲେ ବଜରଙ୍ଗୀ କହିଲା ବାପା ମୋତେ ଝାଡା ଲାଗୁଛି କଣ କରିବି ପାଇଖିନାକୁ ଯାଇପାରିବିନି ମୋତେ ଟେକି ନେଇଯାଅ l ପୁଅର କଥାଶୁଣି ଆଲୋକ କହିଲେ ଆଜି ଭାବୁଛି ସତରେ ଭଗବାନ କିଛସମୟ ପାଇଁ ତୋତେ ବଳ ଦିଅନ୍ତେନି ଏକା ସାଙ୍ଗରେ ସମସ୍ତେ ମେଡିକାଲ ଚାଲିଯାଇଥାନ୍ତେ ତୁ ମୋତେ କହୁଛୁ ମୁଁ ତୋତେ ନେବି ହେଲେ ମୋତେ ତ ଲାଗୁଛି ମୋତେ କିଏ ନେବ ବୋଧେ କୋକେଇରେ ଯିବା ସମୟ ଆସିଗଲାଣି l ପ୍ରଭୁ ଯମଦୂତ ଆମ ଘରକୁ ଝାଡା ବାନ୍ତିର ରୂପନେଇ ଆସି ବସିଯାଇଛନ୍ତି ଗୁଦୁଲୁ ଗାଦୁଲଙ୍କ ଭିତରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ଛଗଡା ଲାଗିରହିଛି ଝାଡା ଯିବା ବିଷୟରେ ଦୁହେଁ ପରସ୍ପରର ଚୁଟି ଧରି ତଳେ ଗଡ଼ିବାରେ ବ୍ୟସ୍ତ ଏପଟେ ପତଳା ଝାଡ଼ାରେ ବାରଣ୍ଡାଟି ଅପରିଷ୍କାର ହୋଇସାରିଲାଣି ହେଲେ ସଫା କରିବା ଲୋକ ଜଣକ ବିଛଣାରେ ପଡ଼ିରହିଛି ବାଧ୍ୟ ହୋଇ ଆଲୋକ ବାବୁ ସଫା କରିବା ଭିତରେ ଦୁଇ ଚାରିଥର ବାନ୍ତି କରିସାରିଲେଣି ଦୁହିଁଙ୍କୁ ଝଗଡାର କାରଣ ପଚାରିଲେ ଜଣାଗଲା କିଏ ଆଗଯିବ ଲ୍ୟାଟିନ କାହିଁକିନା ଯିଏ ଯାଉଛି ଲ୍ୟାଟିନରୁ ଶୀଘ୍ର ଆସୁନାହିଁ ଜଣେ ନ ଆସିଲେ ଅନ୍ୟ ଜଣେ କିଭଳି ଭିତରକୁ ଯିବ l ଦୁହିଁକି ପାଖକୁ ଡାକିକହିଲେ ଏତେ ମାତ୍ରାରେ ଝାଡା ହେବା ପରେ କେମିତି ଦୁହେଁ ବାରଣ୍ଡାରେ ଗଡି ଝଗଡା ହୋଇପାରୁଛ ? କଳି ନ କରି ଏସବୁର ସାମ୍ନା କରିବାକୁ ହେବ ବୋଲି ଆଲୋକ କହିଲେ ହେଲେ ପିଲା ଦୁହେଁ କହିଲେ ବାପା ଆମ ପେଟରେ କିଛି ନାହିଁ ଘରେ ଯେମିତି ଝାଡା, ବାନ୍ତି, ଆସନ ଜମାଇ ବସିରହିଛନ୍ତି l ଗାଁରେ ଜଣେ ଡାକ୍ତର ଥିଲେ ସେ ଜାଣିଲା ମାତ୍ରକେ ଆସି ନିଜ କାର୍ଯ୍ୟକ୍ରମ ଆରମ୍ବ କରିଦେଲେ l ଆଲୋକ କୁଆଡେ ଗଲୁକିରେ କହି ତାଙ୍କ ବୋଉ ପ୍ରାଏ ଅନେକ ଥର ଝାଡା କରିଥିଲେ ଆଲୋକ କହିଲେ କଣ କରିବି ଜାଣି ହେଉ ନାହିଁ l ଡାକ୍ତର ଜଣକ ଫୋନ କରି ଦୁଇଜଣକୁ ଡାକିଲେ ଆଲୋକ କହିଲେ ଭାଇ ମୁଁ କିଛି ପଇସାଦେବି ଆମ ଘରକୁ ଟିକେ ଭଲଭାବେ ସଫା କରିଦିଅନ୍ତୁ l ନହେଲେ ଅବସ୍ତା ଜଟିଳରୁ ଅଧିକ ସାଙ୍ଘାତିକ ହେବ l ଘର ସଫେଇ କାମ ସାରି ସମସ୍ତଙ୍କୁ ସାଲାଇନ ଦେବା କାମ ଚାଲିଥାଏ ଫୋନଟି ବାଜି ଉଠିଲା ଆଲୋକ ବାବୁଙ୍କ ବୋଉ କହିଲେ ଏ ନିଆଁ ଲଗା ମୋବିଲ ଖାଲି ବୋବେଇ ମାରୁଛି ସମସ୍ତେ ତାଙ୍କ କହିବା କଥାକୁ ବୁଝିନପାରି ପରସ୍ପରକୁ ଚାହିଁଲେ l ବଜରଙ୍ଗୀ କହିଲା ଜେଜେମା ମୋବାଇଲ ବାଜିବା କଥା କହୁଛି ବ୍ୟସ୍ତ ହୁଅନ୍ତୁନି

ଆଲୋକ କହିଲେ ସେ ଫୋନ ରଖିଦେ ବୋଉ l ତାଙ୍କ ବୋଉ ଫୋନ ରଖିବା ପାଇଁ ଯେମିତି ଖଟରୁ ଉଠିଛନ୍ତି ତାଙ୍କ ପେଟ ଭିତରେ ଯେମିତି ଲୁଚି ରହିଥିବା ସନ୍ତ୍ରାସବାଦୀ ମାନେ ହାତହତିଆର ଧରି ଯୁଦ୍ଧ କ୍ଷେତ୍ରକୁ ବାହାରିଲେ ସେ ଫୋନ ଟିକୁ ଖଟିଆ ଉପରକୁ ଫିଙ୍ଗି ଦୌଡିଚାଲିଲେ l ଜେଜେମାଙ୍କ ଦୌଡିବା ଦେଖି ପିଲାମାନେ ହସିଲେ ଆଲୋକ କହିଲେ ମୁଁ ଭାବୁଥିଲି ବୋଉ ଅଳ୍ପକେରେ ବଞ୍ଚିଗଲା ହେଲେ ସେ ସମସ୍ତଙ୍କ ଠାରୁ ବେଶୀ ଘାଇଲା ? ଡାକ୍ତର ବାବୁ କହିଲେ ଆପଣ କଣ ଏମିତି ଖାଇଲେ ଯେ ସମସ୍ତଙ୍କ ଦେହ ଖରାପ ଆଲୋକ କହିଲେ ନା ସେମିତି କିଛି ବାହାରୁ ଖାଇନୁ ଘରେ ହୋଇଥିବା ଜିନିଷ ହିଁ ଖାଇଥିଲୁ l  

ଡାକ୍ତର କହିଲେ ହୁଏତ ବାସି ଜିନିଷ ଖାଇଥିବେ ମନେ ପକାନ୍ତୁ l

ସେତିକି ବେଳକୁ ଫୋନ ବାଜିଉଠିଲା ବଜରଙ୍ଗୀ କହିଲା ବାପା ନୂଆଁ ନମ୍ବର ଦେଖ କାହାର ଆଲୋକ କହିଲେ ଯାହାର ହେଉଛି ହେଉ ମୋ ଜୀବନ ମୋତେ ବିଷମ ଲାଗିଲାଣି l କିଛି ଘଣ୍ଟା ପରେ ଘର ବାହାରେ କେତେ ଜୋରରେ କେହିଜଣେ କବାଟକୁ ବାଡେଇ ଚାଲିଥାଏ ବିଦ୍ୟୁତଲତା କହିଲେ କଣକରୁଛ ? କିଏ ବାହାରେ ଡାକୁଛି ଆଲୋକ କିଛି ସମୟ ପରେ ଧୀରେଧୀରେ ଚାଲିଲେ କହୁଥାଆନ୍ତି କିଏ ଭାଇ ଆପଣ ମୋ ଦେହ ଖରାପ କଣ କରିବି ଏତେ ଜୋରରେ କବାଟ ପିଟନ୍ତୁନି ଭାଙ୍ଗିଗଲେ ଖର୍ଚ୍ଚ କରିବା ପାଇଁ ଟଙ୍କା ନାହିଁ l ହଠାତ କବାଟ ଠକଠକ ଶବ୍ଦ ବନ୍ଦ ହୋଇଯିବାରୁ ବିଦ୍ୟୁତଲତା କହିଲେ କିଏ ଚାଲିଗଲା ବୋଧେ ଆସ ଟିକେ ଶୋଇପଡ ଆଲୋକ ବୋହୁତ କଷ୍ଟରେ ଖଟ ଉପରକୁ ଯାଇଛନ୍ତି l କିଏ କବାଟକୁ ବାଡ଼େଇ ଚାଲିଥାଏ ଆଲୋକ କହିଲେ କିଏ କୋଉ ଜନମର ପ୍ରତିଶୋଧ ନେଉଛି l ରହ ଯିବୁନି ମୁଁ କବାଟ ଖୋଲିବାକୁ ଯାଉଛି କବାଟ ପାଖକୁ ହାତ ନେଇ ଫିଟାଇଲା ବେଳକୁ ହଠାତ ବାହାରେ ରହିଥିବା ଲୋକଟିର ଗୋଟାଏ ବିଧା ଆଲୋକ ବାବୁଙ୍କ ନାକରେ ବାଜିଗଲା ଚଷମାଟି ତଳକୁ ଖସିଗଲା ସାମ୍ନାରେ ଥିବା ଲୋକ ଜଣକ ଚଷମାକୁ ନିଜ ହାତରେ ଧରି ନେଲେ କହିଲେ କଣ ହୋଇଛି l ସବୁ ଠିକଠାକ ତ ଚଷମାକୁ ଭଲଭାବେ ପୋଛି ଆଲୋକ ବାବୁଙ୍କୁ ପିନ୍ଧାଇ ଦେଲେ l ନିଜ ବନ୍ଧୁଙ୍କୁ ପାଖରେ ପାଇ ଖୁସିରେ କହିଲେ ମୋତେ ମାରିଦେଇ ଥାଆନ୍ତୁରେ କେଦୁ ଦେହ ଖରାପ ସେଥିରେ ତୋର ଏ ବିଧା ବୋହୁତ କଷ୍ଟ ଦାୟକ କେଦାର କହିଲେ ମୁଁ ତୋତେ କେତେ ଫୋନ କରିଛି ହେଲେ ତୁ ହୁଏତ ବ୍ୟସ୍ତ ଥିଲୁ l ହଁ ଏକା ମୁଁ ନୁହେଁ ପରିବାର ଲୋକେ ସମସ୍ତେ ବ୍ୟସ୍ତ କଣ କରିବୁ କହ ଝାଡା ବାନ୍ତିରେ ସମସ୍ତଙ୍କ ଦେହ ଖରାପ l କେଦାର କହିଲେ ମୋର ଆସିବା ହୁଏତ ଡେରି ହୋଇଗଲା ସେ ଛତୁ ଗୁଡିକ ବାସି ଥିଲା ଭାଉଜଙ୍କୁ କହିବୁ ମୁଁ ଭଲ ଛତୁ ଆଣିଛି ଏସବୁକୁ ତରକାରୀ କରିବେ ଝିଅ ପାଇଁ ପକୋଡା କରି ଖାଇଦେବ ମୋ ଲାଗି କେତେ ହଇରାଣ ହେଲ ସମସ୍ତେ ମୋତେ କ୍ଷମା କରିଦେ ଆଲୋକ କହିଲେ କିଛିବି କହନା ସେ ଛତୁ ଖାଇ ସମସ୍ତେ ଘାଇଲା ହୋଇ ମାଟିକାମୁଡ଼ିଲା ଭଳି ପଡିରହିଛୁ l ମୋ ପାଇଁ ପୁଣି ଥରେ ଛତୁ ଧରି ଆସିଛୁ l ମୋ ପରିବାର ଲୋକଙ୍କ ଦେହ ବିଷୟରେ ଜାଣି ଦୁଃଖିତ ହୋଇଛୁ ସେଇଟା ହେଉଛି ମଣିଷ ପଣିଆ ଯାହାକି ଲୋକଙ୍କ ଭିତରେ ଏବେ ନାହିଁ l କେଦାର ଦୁଃଖ ପ୍ରକାଶ କରି ଛିଡା ହୋଇଥିଲେ ବିଦ୍ୟୁତଲତା ପ୍ଲେଟରେ ରସଗୋଲା ନେଇ ଆସିଲେ କହିଲେ ବୋହୁତ ଦିନ ପରେ ଆସିଛନ୍ତି l କେଦାର କହିଲେ ଭାଉଜ ମୋତେ କ୍ଷମା କରିଦେବେ ମୋପାଇଁ କେତେ ଅସୁବିଧା ଭୋଗିଲ ସମସ୍ତେ ତୁମ ଜାଗାରେ ଅନ୍ୟ କେହି ହୋଇଥିଲେ ମୋତେ ବୋହୁତ କିଛି କହିଥାଆନ୍ତା l ବିଦ୍ୟୁତଲତା କହିଲେ ଆପଣ ଅଜାଣତରେ ଏମିତି ହୋଇଗଲା l ଯେବେ ଜାଣିଲେ ନିଜ ଭୁଲକୁ ସୁଧାରିବା ପାଇଁ ଆସିଲେ ସେମିତି କେବଳ ନିଜ ଲୋକ ମାନେ କରିବେ l ମୋ ସ୍ୱାମୀଙ୍କର ଆପଣ ହେଉଛନ୍ତି ପିଲାଦିନର ବନ୍ଧୁ ଆମ ଦୁଇ ପରିବାରରେ ବୋହୁତ ସୁନ୍ଦର ସମ୍ପର୍କ ଅଛି ଗୋଟିଏ ଛୋଟ କଥାରେ ରାଗ ଅଭିମାନ କରିବା ଠିକ ନୁହେଁ ଖାଇଦିଅନ୍ତୁ କହି ବିଦ୍ୟୁତଲତା ଭିତରକୁ ଚାଲିଗଲେ l କେଦାର କହିଲେ ଆଲୁଅ ମୁଁ ଡରି ଯାଇଥିଲି ରେ କାହିଁକି ନା ତୁ କହିଥିଲୁ ଭାଉଜ ରାଗି ବୋଲି ?? ଆଲୋକ କହିଲେ ହଁ କହିଥିଲି ମୋ ସ୍ତ୍ରୀ ରାଗି ବୋଲି କିନ୍ତୁ ମଣିଷ ପଣିଆ ଓ ମାନବିକତା କଣ ସେ ଭଲଭାବରେ ଜାଣିଛି ମୁଁ ସପ୍ତାହକୁ ମାତ୍ର ଦୁଇଦିନ ପାଇଁ ଘରକୁ ଆସିଥାଏ ହେଲେ ବାକିଦିନ ଘରେ ପିଲାମାନଙ୍କ କଥା ସେମାନଙ୍କ ପାଠପଢ଼ା ବୋଉ କଥା ବିଲବାରି କଥା ବନ୍ଧୁବାନ୍ଧବଙ୍କ କଥା ସେ ସବୁ ବିଦ୍ୟୁତଲତା ବୁଝିଥାଏ l ନହେଲେ ମୁଁ କଣ କରିବି କହିଲୁ ଭଲ ହେଲା କେଦୁ ତୁ ଆସିଗଲୁ କେଦାର କହିଲେ ଛତୁବେସର କେମିତି ହୋଇଥିଲା l ଆଲୋକ କହିଲେ ବୋହୁତ ଭଲ ଛାଡା,ବାନ୍ତି ସିନା ହୋଇଗଲା କିନ୍ତୁ ମୁଁ ବୋହୁତ ଦିନପରେ ଦୁଇ ଥାଳି

ଭାତ ଖାଇଥିଲି ବେସର ବି ବୋହୁତ ସୁଆଦିଆ ହୋଇଥିଲା l 

କେଦାର କହିଲେ ହଁ ନହେଲେ ଛତୁ ବେସର କେମିତି ମନେ ରହିବ କହ ଦୁଇ ବନ୍ଧୁ କହିଲେ ଆଜିର ଏହି ଛତୁ ବେସର ମନେ ରହିଗଲା ସବୁଦିନର l ଦୁହେଁ ହସିବାକୁ ଲାଗିଲେ l


Rate this content
Log in

Similar oriya story from Comedy