Puja Pradhan

Tragedy Inspirational

4  

Puja Pradhan

Tragedy Inspirational

ଆମ ଶୂନଗାଡି

ଆମ ଶୂନଗାଡି

7 mins
274


ଜେଜେମା ଚାଲିଯିବାର ଅନେକ ବର୍ଷ ହୋଇଗଲାଣି କିନ୍ତୁ ଜେଜେ ଏବେଵି ଜେଜେମା କୁ ବୋହୁତ ମନେ ପକାନ୍ତି l ମନଖୁସି ଥିଲେ ପୁରୁଣା ଦିନର ଅନେକ କଥା କହୁଥାନ୍ତି l ଯେତେବେଳେ ଆମେ ନାତି ନାତୁଣୀ ସେ ସମୟର କଥା ଶୁଣୁ ଲାଗେ ଯେମିତି ଟିଭିରେ ହୁଏତ ପୁରୁଣା ଫିଲିମ ଚାଲିଛି l ଜେଜେ ହସନ୍ତି ଓ ଥରେ ଥରେ ଭାବ ବିହୁଳରେ ଆଖିରୁ ତାଙ୍କର ଲୁହ ଝରି ଆସେ ଲାଗେ ହୁଏତ ସେହି ସମୟଟା ଖୁବ ଭଲ ଥିଲା ସଭିଁଙ୍କ ଭିତରେ ଏକତା ଥିଲା ପରିବାର ଲୋକେ ଏକାଠି ରହିବାକୁ ଭଲପାଉଥିଲେ l ସଡ଼କ ନଥିଲା, ପାଣି ପିଇବା ପାଇଁ କେତେ ବାଟରୁ ମୁଣ୍ଡରେ ପାଣି ବଡ଼ ହାଣ୍ଡିରେ ଆଣିବାକୁ ହେଉଥିଲା ଏବେ ସବୁ ଜିନିଷ ଆମକୁ ସହଜରେ ଓ ସୁବିଧା ରେ ମିଳିଯାଉଛି ହେଲେ ସେତେବେଳେ ସପ୍ତାହ କୁ ଥରେ ହାଟ ବସେ ଲୋକମାନେ ନିଜ ବ୍ୟବହାର ଜିନିଷ କିଣି ନିଅନ୍ତି l ଯଦି କେବେ କାହାର ଦେହ ଖରାପ ହୁଏ ଗାଁ ବଇଦ ଙ୍କ ପାଖରେ ଯେମିତି ସବୁ ରୋଗ ପାଇଁ ଔଷଧ ମିଳିଯାଉଥିଲା ଲାଗେ ଯେମିତି ଔଷଧ ଖାଇବା ଠାରୁ ସେତେବେଳେ ବିଶ୍ୱାସ ବୋହୁତ ଥିଲା l କାହାର ଅସୁବିଧା ହେଲେ ସମସ୍ତେ ଏକାଠି ହୋଇ ପରସ୍ପର କୁ ସାହାଯ୍ୟ କରୁଥିଲେ l ହେଲେ ଏବେ ସବୁ ଓଲଟା ବଡ଼ ପରିବାର କହିଲେ କିଛିବି ନାହିଁ ଏକା ରହିବା ପାଇଁ ସମସ୍ତ ଙ୍କ ଇଛା ଘରେ ରୋଷଇ ପାଇଁ ବୋହୁତ ଜିନିଷ କିଣାହୁଏ ହେଲେ ଖାଇବା ବଦଳରେ ଫୋପାଡ଼ି ବାକୁ ବୋହୁତ ଲୋକେ ପସନ୍ଦ କରିଥାନ୍ତି l ସେତେବେଳ ଅଳ୍ପ ରୋଜଗାର ଥିଲା କିନ୍ତୁ ସୁଖଶାନ୍ତି ଥିଲା ଯାହାକି ଆଜିର ଅଧିକ ରୋଜଗାର ରେ ନାହିଁ କେଉଁଠି ହଜିଗଲା ସେହିଦିନ ଗୁଡିକ କେବଳ ଭାବିବା ଛଡା ହୁଏତ କିଛି ନୁହେଁ l 

ଜେଜେ କହିଲେ ଘର କରଣା ଛୋଟିଆ ଜିନିଷ ନୁହେଁ ଗୋଟିଏ ସାଧନା କେତେ ଦୁଃଖ କଷ୍ଟକୁ ନିଜ ଛାତି ଭିତରେ ଜାବୁଡି ଧରିବାକୁ ହୋଇଥାଏ l ପରିବାର ମଙ୍ଗଳ ପାଇଁ ନିଜ ଖୁସିକୁ ବଳିଦେବାକୁ ହୁଏ l ଛୋଟ ଗଛଟି କେବେ ବିଶାଳ ଗଛ ହୋଇନଥାଏ ଗଛମୂଳରେ ନିୟମିତ ପାଣି ଦେବାକୁ ହୁଏ

ସାର ଦେବାକୁ ହୁଏ ଗାଈ ଗୋରୁ ଯେମିତି ଗଛ ନଷ୍ଟ ନ କରିବେ

ସେଥିପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ l ଏସବୁ କରିଲା ପରେ ଧୀରେ ଧୀରେ ଗଛ ଟି ବଢିଥାଏ ଓ କିଛି ଦିନ, ମାସ, ବର୍ଷ ପରେ ସେହି ଛୋଟ ବୃକ୍ଷ ବିଶାଳ ବୃକ୍ଷରେ ପରିଣତ ହୋଇଯାଏ l

ଝିଅ କୁ ଶାଶୁଘର ଲୋକେ ଦେଖିବା ପାଇଁ ଆସିଲେ l ପୂର୍ବରୁ କନ୍ୟା ଘର ଲୋକେ କହୁଥିଲେ ବଡ଼ ପରିବାର ରେ ଝିଅ ବିବାହ ହେଲେ ଝିଅ ଭଲ ସଂସ୍କାର ଜାଣିବ ସହନଶୀଳତା ପରିବାରରେ ଏକାଠି ରହିଲେ ତାର କୌଣସି ଅସୁବିଧା ହେଲେ ପରିବାର ଲୋକେ ସବୁକାମ ରେ ତାକୁ ସାହାଯ୍ୟ କରିବ l ହେଲେ ଏବେ ଝିଅର ବାପା, ବୋଉ କହୁଛନ୍ତି ଝିଅ କୁ ବାହା ଦେବା ପୂର୍ବରୁ 

ଅଳ୍ପ ଲୋକେ ଯେଉଁ ଘରେ ରହୁଛନ୍ତି ସେହି ଘରେ ଝିଅ ବାହା ହେଲେ ଝିଅ କୁ ବୋହୁତ କାମ କରିବାକୁ ହେବନି କାହାର କିଛି ଜଞ୍ଜାଳ ନଥିବ ଝିଅ ଆରାମରେ ରହିବ ଯଦି ପୁଅର ବାପା, ମା ମରିଯାଇଥିଲେ ଝିଅ ଭାଗ୍ୟରେ ପଞ୍ଚମରେ ବୃହସ୍ପତି ପାଦ ଦେଇଛନ୍ତି ଝିଅ ର ସବୁବେଳେ ସବୁ ଗୁଣରେ ଭଲ ଓ ଖୁବ ଭଲ ବନ୍ଧୁ ମିଳିଗଲା ବୋଲି ଜାଣିବ l ଭଗବାନ କଣ ହେଉଛି ସବୁ ?? ଆମେ ଜେଜେ କୁ କହିଲୁ ଜେଜେମା କଣ ସବୁ କାମରେ ତୁମକୁ ସାହାଯ୍ୟ କରୁଥିଲା ତମେତ କେତେବେଳେ ଜେଜେମା କୁ ସାଥିରେ ବୁଲେଇ ବାକୁ ନେଇଯାଉଥିବ ? ଏହିପ୍ରଶ୍ନ ଶୁଣି ଜେଜେ ଦୀର୍ଘ ନିଶ୍ୱାସ ମାରି ବସିଗଲେ ଓ କହିଲେ ବିଲ ବାରିରେ ଯାହା ଫସଲ ହୋଇଥାଏ ମୁଁ ହାଟରେ ନେଇ ବିକ୍ରି କରିଥାଏ ଘର ପାଇଁ ଯାହା ସଉଦା ଆଣିବାକୁ ହୁଏ ନେଇ ଆସେ ବଳକା ଟଙ୍କା କିଛି ତୁମ ଜେଜେମା କୁ ଦିଏ l ଗୋଟିଏ ବର୍ଷ ଧାନ କଟା ସମୟ ଆସୁଥିଲା ବିଲରେ କାମ ବୋହୁତ ମୁଲିଆ ଙ୍କ ସହିତ ଆମେ ଦୁଇ ପ୍ରାଣୀ ବିଲରେ ଖଟୁ ଥାଉ ତାପର ଦିନ ହାଟ ପାଳିଥିଲା ଆମ ବାରିପଟରେ ବଡ଼ ପିଜୁଳି ଗଛ ଜେଜେମା କହିଲା ବିଲରୁ ଘରକୁ ଟିକେ ଶୀଘ୍ର ଫେରିଲେ ଗଛରୁ ସବୁ ପିଜୁଳି ତୋଳି ହାଟକୁ ନେଇଯିବ ଭଲକିଛି ପଇସା ହୋଇଯିବ ଦୁହେଁ ଘରକୁ ଫେରି ସବୁ ପିଜୁଳି ତୋଳି ହାଟକୁ ନେବାପାଇଁ ସଜାଡି ରଖିଲୁ l ହେଲେ ସକାଳେ କଳା ଅନ୍ଧାରିଆ ମେଘ,ଘଡଘଡି ସାଙ୍ଗକୁ ପବନର ତାଣ୍ଡବ ଲୀଳା ଓ ତୁହାକୁ ତୁହା ବରଷା କଣ କରିବୁ ବୁଦ୍ଧି ଦିଶୁନଥାଏ l ଜେଜେମା କହିଲା ମୁଁ କାହିଁକି ଗଛରୁ ପିଜୁଳି ତୋଳିବାକୁ କହିଲି ସବୁ ନଷ୍ଟ ହେଲା ମୋର ଭୂଲ ହେଇଗଲା

ମୁଁ କହିଲି ବ୍ୟସ୍ତ ହୁଅନି କିଏ ହାଟକୁ ଯାଉଥିବ ତାଙ୍କରି ହାତରେ ପିଜୁଳି ସବୁ ଦେଇଦେବା ସେ ବିକ୍ରି କରିଦେବେ ମନ ଖରାପ କରନି l ସେହି ବର୍ଷାରେ ବାହାରକୁ ଯାଇ କିଛି ଲୋକକୁ ପଚାରିଲି ହେଲେ କେହିବି ପିଜୁଳି ସବୁ ହାଟକୁ ନେବାପାଇଁ ମନା କରିଦେଲେ l ଜେଜେମାକୁ କିଛି ନ କହି ସବୁ ପିଜୁଳିକୁ ମୁଣ୍ଡ ରେ ଲଦି ହାଟକୁ ବିକ୍ରିପାଇଁ ଚାଲିଲି ସବୁ ପିଜୁଳି ବିକ୍ରି ସାରି ଘର କୁ ଫେରିଲି l ବର୍ଷାରେ ଭିଜି ଥିବାରୁ ମୋ ଦେହ ଖରାପ ହୋଇଗଲା ଜେଜେମା ବଇଦ ପାଖକୁ ଚାଲିଲା ଓ ତାଙ୍କୁ ନେଇ ଫେରିଲା ବଇଦ କହିଲା ଆରେ ହରି ତୋର ଏ ଭଳି ବର୍ଷାରେ ଯିବା କଣ ଦରକାର ଯେତିକି ଅଛି ସେଥିରେ ଚଳି ପାରୁନୁ କାହିଁକି ଲୋଭ କରନା ମରିଯିବୁ ସେତିକି କଥା ଶୁଣି ମୋ ଲକ୍ଷ୍ମୀ l ମାନେ ତୁମ ସମସ୍ତ ଙ୍କ ଜେଜେମା କାନ୍ଦି କହୁଥାଏ ମୋରି ପାଇଁ ତାଙ୍କର ଏ ଅବସ୍ତା ହେଇଛି ପିଜୁଳି ଗୁଡାକ ହାଟ ପାଳିରେ ବିକ୍ରି ହୋଇଗଲେ କିଛି ପଇସା ଘରକୁ ଆସିବ ବୋଲି କହିଲି ହେଲେ ମୁଁ କାହିଁକି ଜାଣିବି ଏମିତି ଅସୁବିଧାରେ ପଡିବେ ବୋଲି l ବଇଦ କହିଲେ ହାଟକୁ ଯଦି ଗଲୁ ଏତେ ବରଷା ଭିଜିବା କଣ ଦରକାର କହିଲୁ ଆମ ଶରୀର ପାଇଁ ଆମକୁ ଧ୍ୟାନ ରଖିବାକୁ ହେବ କେଉଁଠି ରହିଯାଇଥାନ୍ତୁ ବରଷା ଛାଡିଥିଲେ ବିକିବା ଆରମ୍ଭ କରିଥାନ୍ତୁ ?

ବଇଦ ଙ୍କ କଥା ଶୁଣି ମୁଁ କହିଲି କୋଉଠି ରହିବି ଡେରି ହୋଇଗଲେ ଅସୁବିଧା ସମୟ ନଷ୍ଟ ନ ହେବ ତେଣୁକରି ମୁଁ ଚାଲି ଚାଲି ହାଟକୁ ବାହାରିଗଲି ମୋ କଥା ଶୁଣି ବଇଦ କହିଲେ ଆରେ ହରି ତୁ ଜାଣିଛୁ ଆମ ଗାଁ ଠାରୁ ହାଟ ପ୍ରାୟ ୧୫ କିଲୋମିଟର ହେବ ତୁ ଶୂନ ଗାଡ଼ିରେ ଚାଲି ଗଲୁନି ଶୀଘ୍ର ଆସିଥାନ୍ତୁ l 

ମୁଁ ବଇଦ ଙ୍କୁ କହିଲି ମୋର ଶୂନ ଗାଡି ନାହିଁ ? ଶୂନଗାଡିର ନା ଶୁଣି ଆମେ ପରସ୍ପରକୁ ଚାହିଁଲୁ ଜେଜେଙ୍କୁ ପଚାରିଲୁ ଜେଜେ ଆମେ ଏମିତି ଗାଡିର ନାଁ ପ୍ରଥମେ ଶୁଣିଲୁ ସେଇଟା କଣ କେମିତି ଦେଖାଯାଏ କହିଲ କେଉଁଠି ବିକ୍ରୀ ହୁଏ ? ଜେଜେ କହିଲେ ଆରେ ଶୂନଗାଡି କଣ ତମେ କେହି ଜାଣିନ ମୋତେ ପଚାରୁଛ ସବୁଦିନ ଦେଖୁଛ ଜାଣିପାରୁନ l ଏଭଳି ଗାଡିର ନା ସତରେ ଆମେ ଜାଣିନଥିଲୁ କଣ କହିବୁ ଜେଜେଙ୍କୁ ଚୁପଚାପ ଚାହିଁଲୁ ??

ଜେଜେ କିଛି ନକହି ଘରଅଗଣାକୁ ଚାଲିଗଲେ ସେଠି ବସି ପଡି କେଉଁ ଯୁଗର ପୁରୁଣା ସାଇକେଲ କୁ ପୋଛିବା ରେ ଲାଗିଲେ ଜେଜେ କାହିଁକି ତମେ ସେ ଧତରା ସାଇକେଲ କୁ ସଜେଇ ରଖିଛ କହିଲ ଜେଜେ ହଠାତ ରାଗି ଚାହିଁଲେ l କହିଲେ ହଇରେ ପିଲେ କାହାକୁ ଧତରା କହୁଛ କିରେ ଏ ହେଉଛି ମୋ ଶୂନଗାଡି କେତେ କଷ୍ଟରେ ତୁମ ଜେଜେମା ମୋପାଇଁ କିଣି ଦେଇଛି l ଯେଉଁଦିନ ଲକ୍ଷ୍ମୀ ଜାଣିପାରିଲା କି ସେଦିନ ଯଦି ମୁଁ ଶୂନଗାଡ଼ିରେ ହାଟକୁ ଯାଇଥାନ୍ତି l ତେବେ ମୋ ଦେହ ଖରାପ ହୋଇନଥାନ୍ତା ବିଚାରି ବୋହୁତ ମନ ଖରାପ କଲା ବଇଦ ମୋତେ କିଛି ଚେରମୁଳି ଔଷଧ ଦେଇ ଚାଲିଗଲେ କିନ୍ତୁ ବଇଦଙ୍କ କଥା ଶୁଣି ଯେମିତି ତୁମ ଜେଜେମା ଚୁପ ହୋଇ ରହିଗଲା କିଛିଦିନପରେ ମୋତେ କହିଲା ଶୁଣୁଛ ରାଗିବନି ଗୋଟେ କଥା କହିବି l ଲକ୍ଷ୍ମୀ ର କଥା ଶୁଣି ମୁଁ କହିଲି କହୁନୁ ରାଗିବି କାହିଁକି କହ କଣ କହିବୁ l ବୋହୁତ ସାହସରେ ମୋତେ କହିଲା ହେଇଟି ଆମର ଗୋଟେ ଶୂନଗାଡି ଆଣିଲେ ହେବନି l ଶୂନଗାଡି କଥା ଶୁଣି ମୁଁ ପ୍ରଥମେ ଚମକି ପଡିଲି ଓ ହସିଲି କହିଲି ଘରେ ଗାଈ, ବଳଦ ଙ୍କୁ ଖାଇବାକୁ ଦେବାପାଇଁ କୁଣ୍ଡା କିଣିହେଉନି ଆଉ ତୁ କହୁଛୁ ଶୂନଗାଡି କିଣିବି ନା ପଇସା ହେବନି କିଛି କହନା କହି ଗାଁ ଭାଗବତ ଘର ଆଡ଼କୁ ଚାଲିଗଲି କେତେ ଘଣ୍ଟା ପରେ ଫେରିଲି ଖାଇ ଶୋଇଗଲି କିଛିଦିନ ବିତିଗଲା ଜେଜେମା ଆଉ ଥରେ କହିଲା ସେଦିନ ମୁଁ ତାକୁ କହିଲି ବୋହୁତ ପଇସା ଜାଣିଛୁ ମୁଁ ଗରୀବ ଲୋକ କୋଉଠୁ ଆଣିବି ଯେତିକି ରଖିଛି ଆମ ପିଲାଙ୍କ ପାଇଁ କହି l ମୁଁ ବିଲକୁ ବାହାରିଲି ସେହିଦିନ ଠାରୁ ଲକ୍ଷ୍ମୀ ମୋତେ କିଛିବି କହେନି କି ଶୂନଗାଡି ଆଣିବାକୁ ବାଧ୍ୟ୍ୟ କରେନି ସେ ଜାଣିଛି ମୁଁ ହାଟକୁ ଜିନିଷ ବୋହୁତ କଷ୍ଟରେ ନେଇ ଥାଏ l ଜାଣିଛ ପିଲେ ତୁମ ଜେଜେମା ଯେମିତି ମନରେ ଭାବି ରଖିଥିଲା ମୋପାଇଁ ସେ ଶୂନଗାଡି ଆଣିବ ଆମ ବାରିପଟେ ଗୋଟେ ଢ଼ିଙ୍କି ଥିଲା ଜେଜେମା କଣ କରେ ଯିଏ ଯେତେବେଳେ ଢ଼ିଙ୍କି ରେ ଚାଉଳ, କୁଟିବା ପାଇଁ ଆସେ ସେତେବେଳେ ଜେଜେମା ନିଜେ ଚାଉଳ କୁଟି ସେମାନଙ୍କୁ ଦେଇଥାଏ l ଯିଏ ଯାହା ପଇସା ଦିଏ ସେ ସବୁ ରଖିଥାଏ କିଛି ଦିନପରେ ମୋତେ କହିଲା ଏଥର ହାଟ ପାଳିକୁ ଯେତେବେଳେ ଯିବ ମୋତେ ନେବ ମିଶିକି ଯିବା ମୁଁ କହିଲି ହେଉ ମିଶିକି ଯିବା ହେଲେ ଭାବିଲି କେବେ ଵି କିଛି ଆଣିବାପାଇଁ କହିନି ଯଦି କିଛି କହିବ କିଣିଦେଵି l ହାଟ ପାଳି ଆସିଲା ମୋତେ କହିଲା ବାରି ରୁ ବିନ, ବାଇଗଣ, ଟମାଟ, ସାରୁ, ମୂଳା ସବୁ ତୋଳି ରଖିଛି ବ୍ୟସ୍ତ ହୁଅନି l ଏବେ ମୁଁ ପଚାରିଲି କଣ ଆଣିବ ? ମୋତେ କହିଲା ହାଟରେ ଜିନିଷ ବିକ୍ରି ସାରିବାପରେ ଆମେ ସହରକୁ ଯିବା

କାହିଁକି ସହରକୁ ଯିବା କହିଲି l କହିଲା ଶୀଘ୍ର ଆସିବା ମନା କରନି ଆଉ କିଛିବି ନକହି ହାଟରେ ସବୁ ଜିନିଷ ବିକ୍ରି ସରିଲା ସହରକୁ ଯିବାପାଇଁ ବସ ଆସି ବସ ଷ୍ଟାଣ୍ଡରେ ରହିଲା l ଜେଜେମା ଓ ମୁଁ ଦୁହେଁ ବସରେ ବସି ସହରକୁ ଚାଲିଲୁ ଜେଜେମା ବସରେ ବସିବା ବେଳେ କହିଲା ମନ୍ଦିର ଯିବା l ଗାଡି କିଛି ଘଣ୍ଟା ପରେ ସହରରେ ପହଞ୍ଚିଗଲା ଲକ୍ଷ୍ମୀ ମୋତେ କିଛି ଟଙ୍କା ଦେଲା l

ସାବିତ୍ରୀ ପାଖରେ ଟଙ୍କା ଦେଖି ମୁଁ ପଚାରି ବା ପୂର୍ବରୁ ଲକ୍ଷ୍ମୀ କହିଲା ମୁଁ ତୁମକୁ କହିଲି ନିଜପାଇଁ ଶୂନ ଗାଡିଟିଏ କିଣ ହେଲେ ତମେ କହିଲ ନା l ସେହିଦିନ ଠାରୁ ମୁଁ ଢ଼ିଙ୍କିରେ ଧାନ କୁଟିବା କାମ ଆରମ୍ଭ କରିଦେଲି ତମେ ପିଲାଙ୍କ ପାଇଁ ରଖିଥିବା ଟଙ୍କା ଖର୍ଚ କରିବନି କହିଲ l ହେଲେ ଏ ଟଙ୍କା ତୁମପାଇଁ ଆମକୁ ଭଲରେ ରଖିବା ପାଇଁ କେତେ କଷ୍ଟ ସହିଛ କେବେ ଜଣେଇବା କୁ ଦେଇନ କି ତୁମକୁ କଷ୍ଟ ହେଉଛି ବୋଲି l ଏତିକି କହି ଲକ୍ଷ୍ମୀ କାନ୍ଦିବାକୁ ଲାଗିଲା ତା ଠାରୁ ଏ କଥା ଶୁଣି ମୋତେ ଖୁସି ଲାଗିଲା ଜାଣିପାରିଲି ଲକ୍ଷ୍ମୀ ମୋପାଇଁ ବୋହୁତ ବ୍ୟସ୍ତ ଅଛି l ଲକ୍ଷ୍ମୀ ହାତରୁ ପଇସା ନେଇ ଦୁହେଁ ଶୂନଗାଡି କିଣିବାପାଇଁ ଦୋକାନ ଗଲୁ l

ତୁମ ଜେଜେମା ପସନ୍ଦରେ ଏହି ଶୂନଗାଡି କିଣିଲୁ ସେଠି ଠାକୁରାଣୀ ଙ୍କ ମନ୍ଦିରରେ ପୂଜାଵିଧି ଶେଷକରି ଲକ୍ଷ୍ମୀ କୁ ଶୂନଗାଡି ରେ ବସେଇ ଦୁହେଁ ଗାଁ କୁ ଆସିଲୁ l ଲୋକେ କହିଲେ ଭାରି ସୁନ୍ଦର ହୋଇଛି ସମସ୍ତ ଙ୍କ କଥା ଶୁଣି ଲକ୍ଷ୍ମୀ ଓ ମୁଁ ହସୁଥାଉ ସେହିଦିନଠାରୁ ହାଟକୁ ଯାହା ନେବା ଜିନିଷ ସେହି ଗାଡ଼ିରେ ନେଇଯାଏ l ଆଜି ମୁଁ ଏକା ରହିଗଲି ହେଲେ ମୋତେ ଲାଗେ ତୁମ ଜେଜେମା ମୋତେ ଛାଡି କୁଆଡେ ଯାଇନାହିଁ ସେ ପରିଶ୍ରମ ରେ କିଣିଥିବା ଏ ଶୂନଗାଡି ମୋପାଇଁ ସବୁକିଛି କହିଲରେ ପିଲେ ଆଜିର ଯୁଗରେ ଟଙ୍କା ଦେଲେ ସବୁ ମିଳିପାରିବ ହେଲେ ଏ ଭଳି ଉପହାର କୋଉଠି ପାଇହେବନି l ଜେଜେଙ୍କ ଆଖି ରୁ ଲୁହ ଝରି ଯାଉଥାଏ ଜେଜେମା ର ପୁରୁଣା ଫଟୋ କୁ ଚାହିଁ କହୁଥାନ୍ତି

ଦେଖ କେମିତି ହେଇଛି ଆମ ଶୂନଗାଡି ବଞ୍ଚିଥିବା ଯାଏ ତୁମେ କିଣିଥିବା ଏ ସୁନ୍ଦର ଉପହାରକୁ କେବେବି ନିଜଠାରୁ ଅଲଗା କରିବି କେମିତି ଏମିତି ସାଇତି ରଖିଥିବି ତୁମ ଉପହାର ଜେଜେଙ୍କ କଥା ଶୁଣି ଆମେ ସମସ୍ତେ ଭାବିଲୁ ସତରେ ଜେଜେମା ଓ ତାର ଅତିଆଦରର ଶୂନଗାଡି ର ମୂଲ୍ୟ ଅବିସ୍ମରଣୀୟ ll


Rate this content
Log in

Similar oriya story from Tragedy