Puja Pradhan

Tragedy Fantasy Inspirational

4  

Puja Pradhan

Tragedy Fantasy Inspirational

ମାଟିର ମହକ

ମାଟିର ମହକ

6 mins
251


ରଜକଣ କାହାକୁ କୁହାଯାଏ ସେ ବିଷୟରେ ଚିତ୍ରା କୁ କିଛିବି ଜଣା ନଥାଏ l ଓଡ଼ିଶାର ମଣିଷ ହୋଇ ମଧ୍ୟ୍ୟ ବିଦେଶୀ ଠାଣି ବାପା ପ୍ରମୋଦ ବୋହୁତ ବର୍ଷ ପୂର୍ବେ ଓଡିଶା ମାଟିକୁ ବିଦାୟ ଦେଇସାରିଛନ୍ତି l ପ୍ରମୋଦଙ୍କ ବାପା ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ବଡ଼ଭାଇ କିଛି ଦାୟିତ୍ୱ ନ ବୁଝିବାରୁ l  

ଗାଁ ହାଟରେ ଜଣେ ମହାଜନ ଙ୍କ ପାଖରେ ବିଶ୍ୱସ୍ତ ଭାବରେ କାମ କରିବାକୁ ଲାଗିଲେ l ପ୍ରମୋଦଙ୍କ ବ୍ୟବହାର ଦେଖି ମହାଜନ ନିଜ ପୁଅ ଭଳି ତାଙ୍କୁ ଦେଖିଲେ କିଛି ବର୍ଷ ପରେ ସହରରେ ଥିବା ତାଙ୍କର ଜଣେ ବନ୍ଧୁ ଙ୍କ ଝିଅ ସହିତ ପ୍ରମୋଦ ଙ୍କ ବିବାହ କରିଦେଲେ ପ୍ରମୋଦ ଖୁବ ପରଉପକାରୀ ମଣିଷ ହୋଇଥିଲେ ଶଶୁର ନିଜର ଘର ବ୍ୟାଙ୍କ ରେ ପଡିରହିଥିବା ନିଜର ପୁଞ୍ଜିର ଦାଇତ୍ୱ ପ୍ରମୋଦଙ୍କୁ ଦେଇ ନିଜ ବେପାର ବିଷୟରେ ବୁଝେଇ ଅରପାରିକୁ ଚାଲିଗଲେ l ଏବେ ଘର ଓ ଫ୍ୟାକ୍ଟ୍ରି ର ସବୁକାମ ପ୍ରମୋଦ ଏକା ବୁଝିଲେ ଏତେ ମଧ୍ୟ୍ୟରେ ତାଙ୍କ ପରିବାରକୁ ସୁନ୍ଦର ପରୀ ଭଳି ଝିଅଟିଏ ଆସିଯାଇଛି l ଏବେ ଦୁଇ ପ୍ରାଣୀ ଗାଁ ଠାରୁ ବୋହୁତ ଦୂରରେ ରହିବାକୁ ଲାଗିଲେ ଘରେ ଏକା ଦୁହେଁ ମାଁ ଝିଅ ଥାନ୍ତି ଝିଅ ଆସିବା ପରେ ପ୍ରମୋଦ କାମରେ ବୋହୁତ ବ୍ୟସ୍ତ ରହିଲେ ସ୍ତ୍ରୀ ନନ୍ଦିନୀ ଝିଅ କୁ ଚିତ୍ରା ବୋଲି ନା ଦେଇଥିଲେ ପିଲାଟି ଦିନରୁ ଝିଅ ସବୁବେଳେ ଚୁପଚାପ ଦେଖୁଦେଖୁ ବୋହୁତ ଦିନ ବିତିଯାଇଛି l ନନ୍ଦିନୀ ପାଖକୁ ଅନେକ ଦିନ ପରେ ପିଲା ଦିନର ସାଙ୍ଗ ଫୋନ କରିଛି ଓ ରଜକୁ ଗାଁ କୁ ଆସିବା ପାଇଁ କହିଛି l ନନ୍ଦିନୀ ଖୁସିରେ କହିଲା ହଁ ମୁଁ ନିଶ୍ଚୟ ଯିବି ବେଳେ ବେଳେ ଗାଁ କଥା ମନେ ପଡେ ହେଲେ ଝିଅ ର ପାଠପଢା ପାଇଁ କୁଆଡ଼କୁ ଯିବାପାଇଁ ସମୟ ହୁଏନାହିଁ l ହେଲେ ଆମେ ନିଶ୍ଚୟ ଯିବୁ ?

ଚିତ୍ରା କହିଲା ବୋଉ କୁଆଡେ ଯିବା କହିଲୁ ପ୍ରମୋଦ ଵି ସେହି ସମୟରେ ଆସିଗଲେ l କହିଲେ କୁଆଡେ ବାହାରୁଛ ମା, ଝିଅ ନନ୍ଦିନୀ କହିଲେ ଶୁଣୁଛ ଆମେ ଏଥର ଗାଁ କୁ ଯିବା ଯେତେବେଳେ କହୁଛି କାମ ଅଛି କହି ସବୁବେଳେ ମନା କରୁଛ l ପ୍ରମୋଦ କହିଲେ ତମେ ଜାଣିନ ମୁଁ କାହିଁକି ମନା କରୁଛି ? ସ୍ୱାମୀ ଙ୍କ ମନକଥା ଜାଣି ନନ୍ଦିନୀ କହିଲା ଜାଣିଛ ପିଲାଟା ଆମର ଜନ୍ମରୁ ଗାଁ କାହାକୁ କୁହାଯାଏ ଜାଣିନି ନିଜ ଲୋକଙ୍କ ସହିତ ମିଶିନୀ ତମେ କଣ ଚାହୁଁଛ ଚିତ୍ରା ସବୁଦିନ ଏମିତି ରହୁ ? ନନ୍ଦିନୀ ଙ୍କ କଥା ଶୁଣି ପ୍ରମୋଦ କହିଲେ ଠିକ ଅଛି ମନ ଦୁଃଖ କରନି ଏଥର ରଜକୁ ଆମେ ଗାଁ କୁ ଯିବା ଚିତ୍ରା କହିଲା ସତରେ ବାପା ଜାଣିଛ ମୋ ସାଙ୍ଗରେ ପଢୁଥିବା ପିଲାମାନେ ନିଜ ଗାଁ ବିଷୟରେ କୁହନ୍ତି l

ହେଲେ ମୁଁ କିଛି କହିପାରେନି ପ୍ରମୋଦ ଝିଅ କୁ କହିଲେ ବୁଝିଲୁ ମା ଏଥର କିନ୍ତୁ ତୁ ନିଜ ସାଙ୍ଗ ମାନଙ୍କୁ କହିବୁ କି ଦୁନିଆରେ ନିଜ ଗାଁ କୁ ଛାଡିଦେଲେ ଆଉ କିଛିବି ସୁନ୍ଦର ନଥାଏ l ସେ ମାଟି ଓ ପାଣିପବନରେ ଗୋଟିଏ ଆନ୍ତରିକତା ଥାଏ ତାକୁ କେବେବି ନିଜ ଠାରୁ ଅଲଗା କରି ହୁଏନା ମଣିଷ ଆଧୁନିକ ଯୁଗରେ ଯେତେ ଆଗକୁ ଗଲେବି ତା ପିଲାଦିନ ତାକୁ ଦୂରରୁ ଚାହିଁ ହସୁଥାଏ

ଓ କହୁଥାଏ କେତେ ଆଗକୁ ଚାଲି ଗଲୁ ବୋଲି ମୋତେ ମନରୁ ପାସୋରି ଦେବୁନି ?? ଚିତ୍ରା ଦେଖୁଥାଏ ବାପା ଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା ନନ୍ଦିନୀ କହିଲେ କଣ ଛୋଟିଆ ପିଲା ଭଳି କାନ୍ଦୁଛ କେବେ ବାହାରିବା କହିଲ l ପ୍ରମୋଦ କହିଲେ ମୋତେ କ୍ଷମା କରିଦିଅ ମୁଁ ତୁମ ଦୁହିଁଙ୍କ ପ୍ରତି ଭଲ ବ୍ୟବହାର କରିନି

ଥରୁଟିଏ ପଚାରିନି ଗାଁ କୁ ଯିବ କି ନାହିଁ l ଚିତ୍ରା କହିଲା ବାପା ରଜ କଣ ମୋତେ କହିବ ନନ୍ଦିନୀ କହିଲେ ଝିଅ ମାନଙ୍କ ପାଇଁ ରଜର ବୋହୁତ ମହତ୍ୱ ଥାଏ ନୂଆଁ ଡ୍ରେସ ପିନ୍ଧି ଗାଁ ଦାଣ୍ଡରେ ସଜ ହୋଇ ସାହି ବୁଲିବାକୁ ଯିବା ପୋଡ଼ ପିଠା ଖାଇବା ଦୋଳି ଖେଳିବା ବୋହୁତ ମଜା ପ୍ରମୋଦ କହିଲେ l ନନ୍ଦିନୀ ରଜ ରେ ପାନ ଖାଇବା କଥା କହିଲନି ଯେ l ଜାଣିଛୁ ଚିତ୍ରା ଝିଅମାନେ ରଜ ତିନିଦିନ କିଛିବି କାମ କରି ନଥାନ୍ତି l କେବଳ ରଜରେ ସଜବାଜ ହୋଇ ପୋଡ଼ ପିଠା ଖାଇବା ସାଙ୍ଗ ମାନେ ଏକାଠି ହୋଇ ରଜ ଦୋଳି ଗୀତ ବୋଲି ପବନ ତାଳରେ ଯେମିତି ଆକାଶ କୁ ଛୁଇଁବା ପାଇଁ ଦୋଳିରେ ଝୁମି ଯାଉଥିବେ l ଚିତ୍ରା କହିଲା ବାପା ଏତେ ମଜା ହୁଏ ଝିଅ ମାନଙ୍କପାଇଁ ଏଇଟା ବୋହୁତ ସ୍ପେଶାଲ ଗାଁ ବୋହୁତ ସୁନ୍ଦର ହୋଇଥିବ l ନନ୍ଦିନୀ କହିଲେ ମସଲା ବଟିବା ପରିବା କାଟିବା ଝିଅଓ ମହିଳା ମାନଙ୍କୁ ବାରଣ କରାଯାଇଥାଏ କାହିଁକିନା ଏହି ତିନି ଦିନ ବସୁମତୀ ମାଁ ରାଜସଲା ହୋଇଥାନ୍ତି l କୁଆଁରୀ ଝିଅ ମାନେ ଖାଲି ପାଦରେ ଭୂମିକୁ ସ୍ପର୍ଶ କରନ୍ତି ନାହିଁ l କଦଳୀ ବାହୁଙ୍ଗା ରେ ସେମାନଙ୍କ ପାଇଁ ଚପଲ ତିଆରୀ ହୁଏ ଝିଅ ମାନେ ରଜ ତିନିଦିନ ଚାଲିବା ସମୟରେ ତାକୁ ବ୍ୟବହାର କରନ୍ତି l ଚିତ୍ରା କହିଲା ଏତେ ସବୁ ବିଷୟରେ ମୁଁ କିଛି ଜାଣିନି ମୋତେ ପ୍ରଥମେ କୁହ ଆମେ କେବେଯିବା ଗାଁ କୁ ପ୍ରମୋଦ କହିଲେ କାଲି l ଚିତ୍ରା ଖୁସି ହୋଇ ନିଜ ଡ୍ରେସ ଗୁଡିକୁ ପ୍ୟାକିଙ୍ଗ କରିବାପାଇଁ ଭିତରକୁ ଚାଲିଗଲା ନନ୍ଦିନୀ କହିଲେ ଶୁଣୁଛ ଗାଁ କୁ ଟିକେ ଫୋନ କରି ଆମ ଘର ଗୁଡିକୁ ସଫା କରିବା ପାଇଁ କାହାକୁ କହିଦିଅ l ପ୍ରମୋଦ କହିଲେ ମୁଁ କହି ସାରିଛି ତୁମେ ବ୍ୟସ୍ତ ହୁଅନାହିଁ l ନନ୍ଦିନୀ ଭିତରକୁ ଚାଲିଗଲେ କଣ ନେବେ ସ୍ୱାମୀ, ସ୍ତ୍ରୀ ଦୁହେଁ ଜିନିଷ ସଜାଡ଼ିବାରେ ଲାଗିଲେ l ଭୋର ସମୟ ନିଜ କାମ ସାରି ଗାଁ ଅଭିମୁଖେ ଗାଡି ଗଡିବାକୁ ଲାଗିଲା ଗାଁ ର ଶୀତଳ ପବନରେ ଯେମିତି ଗୋଟିଏ ମନ୍ତ୍ର ମୁଗ୍ଧକର ଶକ୍ତି ଭରି ରହିଥାଏ l କିଛିଘଣ୍ଟା ପରେ ସମସ୍ତେ ଗାଁ ରେ ପହଞ୍ଚିଗଲେ ପ୍ରମୋଦ ବାବୁଙ୍କ ପରିବାରକୁ ସ୍ୱାଗତ କିରିବା ପାଇଁ ଗାଁ ଲୋକେ ଚାହିଁ ବସିଥିଲେ ଚିତ୍ରା ଦେଖି ବୋହୁତ ଖୁସି ହୋଇଗଲା l ନନ୍ଦିନୀ ନିଜ ଲୋକଙ୍କ ସହିତ ଚିତ୍ରା କୁ ପରିଚୟ କରିଦେଲେ ପ୍ରମୋଦ ବାବୁ କହିଲେ ଚିତ୍ରା କହିଲୁ ତୋତେ ଖୁସି ଲାଗିଲା ନା ନାହିଁ l ଝିଅ ଖୁସିରେ କହିଲା ବାପା ମୋତେ ଗାଁ ବୁଲେଇ ଦେଖାଅ ନନ୍ଦିନୀ ର ସାଙ୍ଗ କହିଲେ ଝିଅ ମୋ ସହିତ ଆସ ମୋ ଝିଅ ତୁମକୁ ସବୁ ଭଲଭାବେ ଦେଖାଇବ l ସ୍ୱାମୀ, ସ୍ତ୍ରୀ ଘର ଭିତରକୁ ଚାଲିଲେ ବୋହୁତ ଦିନପରେ ଘରକୁ ଦେଖି ଦୁହିଁଙ୍କ ଆଖିରୁଲୁହ ବୋହି ଗଲା ପ୍ରମୋଦ କହିଲେ ?? ନନ୍ଦିନୀ ରଜରେ ଯେଉଁ ସବୁ ପିଠା ହୁଏ ତୁମେ ତିଆରୀ କର ଡେରି ହେଉ ଚଳିବ ବ୍ୟସ୍ତ ହେବାର ନାହିଁ l ତମେ କଣ କରିବ କହିଲ ନନ୍ଦିନୀ ପଚାରିଲେ ?? ମୁଁ ଭାବୁଛି ଆମବାରିପଟରେ ଯେଉଁ ବିଶାଳ ବଡ଼ ବରଗଛ ଅଛି ସେଥିରେ ବାଉଁଶ ଦୋଳି ବାନ୍ଧିବି ଚିତ୍ରା ପାଇଁ

ଝିଅ ଖୁସି ହୋଇଯିବ ନନ୍ଦିନୀ କହିଲେ ଭଲ ହେବ କେତେ ବର୍ଷ ପରେ ମୋତେ ଵି ବାଉଁଶ ଦୋଳିରେ ବସିବାର ସୁଯୋଗ ମିଳିବ l

ରୋଷେଇ ଶେଷ କରି ଶୀଘ୍ର ଆସ ପ୍ରମୋଦ କହିଲେ ? ହଁ ହଁ ଆସୁଛି କହି ନନ୍ଦିନୀ ଘରକୁ ଯାଇ ରୋଷେଇ କାମରେ ଲାଗିଗଲେ ଚିତ୍ରା ଗାଁ ରେ ଅନ୍ୟ ଝିଅ ଙ୍କ ସହିତ ବୁଲୁଥାଏ l କେତେ ନୂଆଁ ସାଙ୍ଗ କରି ଦେଇଥାଏ l ନନ୍ଦିନୀର ଜଣେ ପିଲାଦିନର ସାଙ୍ଗ ଚିତ୍ରା କୁ କହିଲା ତୋ ବୋଉ କେମିତି ଅଛି l ଆମ ଗାଁ କେମିତି ଲାଗୁଛି କହିଲୁ ଚିତ୍ରା କହିଲା ଆପଣ ମୋ ବୋଉକୁ ଜାଣିଛନ୍ତି କିଛି ସ୍ତ୍ରୀ ଲୋକ ମାନେ ହସିବାକୁ ଲାଗିଲେ କହିଲେ ଝିଅ ତୋ ବୋଉ ହେଉଛି ଏହି ଗାଁ ର ଝିଅ ତୁ ଆମକୁ ଚିହ୍ନି ନୁ ହେଲେ ଆମେ ଫୋନରେ ତୋ ବିଷୟରେ ଶୁଣିଛୁ ଘରକୁ ଗଲେ ବୋଉକୁ କହିବୁ ଚିତ୍ରା କହିଲା ଆପଣ ମାନେ ବୋହୁତ ଭଲ l ସେମାନେ କହିଲେ ତୁ ଵି ଭଲ ବୋଉକୁ କହିବୁ ଆସିବ ଦୋଳି ଖେଳିଲୁ କେମିତି ଲାଗିଲା ଚିତ୍ରା କହିଲା ବୋହୁତ ଭଲ ଆପଣ ମାନେ ଏକାଠି କେତେ ସୁନ୍ଦର ଭାବେ ରଜ ପାଳନ କରୁଛନ୍ତି l ଧନୀ ହେଉ କି ଗରୀବ ସମସ୍ତେ ଏକାଠି ହୋଇ ଅଛନ୍ତି ବୋହୁତ ସୁନ୍ଦର ଭାବେ ପର୍ବ ପାଳନ କରୁଛନ୍ତି ଏ ସବୁ ଦେଖି ଖୁସି ଲାଗିଲା ଘରକୁ ଯାଉଛି ବାପା, ବୋଉବ୍ୟସ୍ତ ହେବେ କହି ଚିତ୍ରା ଘରକୁ ଆସିଲା l ଘରଭିତରକୁ ପଶିଗଲା ବେଳକୁ କି ସୁନ୍ଦର ବାସ୍ନା l ବୋଉ ବୋଉ କହି ରୋଷଇ ଘରକୁ ଯାଇ ଦେଖିଲା ନନ୍ଦିନୀ ବୋହୁତ ଗୁଡ଼ାଏ ପିଠା କରିଛନ୍ତି l ବୋଉ ଏତେ ପିଠା ତମେ କରିଛ ବାପା କୋଉଠି ନନ୍ଦିନୀ କହିଲେ ବାରିପଟେ ତୋପାଇଁ ଦୋଳି କରୁଛନ୍ତି ।ଋ

ଚିତ୍ରା ବାରିପଟକୁ ଯାଇ ଦେଖିଲା ବେଳକୁ ପ୍ରମୋଦ ବାଉଁଶ ରେ ସୁନ୍ଦର ଦୋଳି ବାନ୍ଧିଛନ୍ତି l କହିଲେ ଚିତ୍ରା ଆସିଲୁ ଦେଖ ଦୋଳି କେମିତି ହେଇଛି ? ଝିଅ ବାପା ଙ୍କ ମୁହଁ କୁ ଚାହିଁଥାଏ କହିଲା ବାପା ବୋଉ କୁ ଡାକ ଏକାଠି ଦୋଳି ଖେଳିବା ନନ୍ଦିନୀ ହାତରେପିଠା ଧରି ଆସି ପହଞ୍ଚିଗଲେ କହିଲେ ତୁ ଦୋଳିରେ ବସିଲୁ lଚିତ୍ରା ଦୋଳିରେ ବସିଲା ପ୍ରମୋଦ ବାବୁ ଦୋଳି କୁ ଧୀରେ ଧୀରେ ପେଲିବାକୁ ଲାଗିଲେ l କିଛି ସମୟ ଦୋଳି ଖେଳିବା ପରେ ଚିତ୍ରା କହିଲା ବାପା ମୋତେ ଭୋକ ହେଲାଣି ନନ୍ଦିନୀ କହିଲେ ତୁ ଦୋଳିରେ ବସ ମୁଁ ପିଠା ଖୁଆଇ ଦେଉଛି l ପ୍ରମୋଦ କହିଲେ ମୋତେ ଵି ପିଠା ଦିଅ ବାପା, ଝିଅ ଦୁହେଁ ପିଠା ଖାଇଲେ l ଚିତ୍ରା କହିଲା ବୋଉ ପିଠା ବୋହୁତ ସୁଆଦିଆ ହୋଇଛି l ପ୍ରମୋଦ କହିଲେ ଚିତ୍ରା ଗାଁ କେମିତି ଲାଗିଲା ? ଝିଅ କହିଲା ବାପା ବୋହୁତ ବଢିଆ ଗାଁ, ଦୋଳି, ପିଠା, ରଜ ଗୀତ ଓ ରଜ ପାନ ସବୁ ଭଲ ଲାଗିଲା ଦୋଳିରେ ବସି ଯେଉଁ ଗୀତ ଗାଇଲେ ବୋହୁତ ଭଲ ଲାଗିଲା l ପ୍ରମୋଦ କହିଲେ ନନ୍ଦିନୀ ତମର ମନେ ଅଛି ରଜ ଗୀତ ନନ୍ଦିନୀ କହିଲେ ହଁ ଭୁଲିବି କେମିତି ଏହି ଗାଁ ପାଣି ପବନରେ ବଢିଛି କେମିତି ଭୁଲିଯିବି କହିଲ l ଚିତ୍ରା କହିଲା ବୋଉ ତମେ ଆସିଲ ଦୋଳିରେ ବସିବ ଟିକେ ଦୋଳି ଖେଳିବ l ସେତିକି ବେଳେ ଆକାଶରେ କଳା ହାଣ୍ଡିଆ ମେଘ ଚାରିଆଡ଼ ଅନ୍ଧାର କରି ଆସୁଥାଏ l ବରଷା ଟୋପା ପଡି ମାଟିରୁ କି ସୁନ୍ଦର ବାସ୍ନା ଚାରିଆଡ଼ ମହକୁଥାଏ ଚିତ୍ରା କହିଲା ବୋଉ କି ସୁନ୍ଦର ଲାଗୁଛି ଚାରିଆଡ଼ ପବନ ସାଙ୍ଗକୁ ବରଷା ବୋହୁତ ସୁନ୍ଦର l

ପ୍ରମୋଦ କହିଲେ ମା, ଝିଅ, ଦୁହେଁ ଦୋଳିରେ ବସିଯାଅ ଦୁହେଁ ସାଙ୍ଗ ହୋଇ ରଜ ଗୀତ ବୋଲ l ନନ୍ଦିନୀ ଓ ଚିତ୍ରା ଦୁହେଁ ରଜ ଦୋଳି ଗୀତ ବୋଲିଲେ ( ବନସ୍ତେ ଡାକିଲା ଗଜ ବରଷକ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆଁ ସଜବାଜ ) lଚିତ୍ରା କହିଲା ବାପା ମୋର ଏହି ରଜ ସବୁଦିନ ପାଇଁ ମନେ ରହିଲାନନ୍ଦିନୀ ଓ ପ୍ରମୋଦ ଦୁହେଁ ହସିବାକୁ ଲାଗିଲେ l ପ୍ରମୋଦ କହିଲେ ସତରେ ନିଜ ଗାଁ ଓ ପାଣିପବନ ସବୁଠାରୁ ସୁନ୍ଦର ଓ ମନ ଲୋଭା l


Rate this content
Log in

Similar oriya story from Tragedy