Puja Pradhan

Tragedy Inspirational

4  

Puja Pradhan

Tragedy Inspirational

ଆହେଲୀଳା ମୟ

ଆହେଲୀଳା ମୟ

5 mins
404


କାଳିଆ ଠାକୁର ହେଉଛନ୍ତି l ଆମର ମନୁଆଁ ଦିଅଁ ପାଖରେ ରହି କେତେବେଳେ ମନ କଥାକୁ ପଢି ଦେଇଥିବେ l ସେ କଥା କେବଳ ସେହିଁ ଜାଣନ୍ତି କଳିଯୁଗରେ ପ୍ରଭୁଙ୍କ କାନ ନାହିଁ , ପାଦ ନାହିଁ, ହାତନାହିଁ, ସତ କିନ୍ତୁ ସେ ଭକତଙ୍କ ଦୁଃଖ ଶୁଣିବାରେ ଉଣା କରିନଥାନ୍ତି l ଭକତ କାହିଁ କେତେ ଦୂରରେ ଥାଇ ଡାକିଲେ କେଉଁ ରୂପରେ ତାଙ୍କ ପାଖରେ ହାଜର ହୋଇଛନ୍ତି l ଜୀବନ ରୁପି ଜାହାଜରେ ଯେତେବେଳେ ଥଳକୂଳ କାତ ପାଇନଥାଏ l  

ସେତେବେଳେ ନିଜ ହାତକୁ କାତ ନେଇ ଧୀରେଧୀରେ ଜୀବନ ଡ଼ଙ୍ଗା କୁ କୂଳରେ ଲଗାଇ ଭକତ ଆଖିରୁ ଲୁହ ପୋଛି ଦେଇ ମନରେ ବଞ୍ଚିବାପାଇଁ କେତେ ବାଟ ଦେଖାନ୍ତି l ସେ ଲୀଳାକୁ କେବଳ ସେହିଁ ଜାଣେ ଯିଏ ନିଜର ଭଲମନ୍ଦ ହାନିଲାଭର ଦାୟିତ୍ୱ ପ୍ରଭୁଙ୍କୁ ଦେଇଦେଇଛି ଓ ତାଙ୍କରି ପାଦତଳେ ନିଜକୁ ସମର୍ପି ଦେଇଛି l ଏବେ ବାଟ, ବାଟୋଇ ଓ ଠିକଣା କେବଳ ସିଏ ସେହି

କାଳିଆସାନ୍ତ ?? କାହିଁ କେତେ ଦିନରୁ ନିଜ ଭିଟାମାଟି ଛାଡି ତାଙ୍କରି ମନ୍ଦିର ପାଖରେ ମୁରଲୀ ଓ ସାବିତ୍ରୀ ଦୁହେଁ ଭଡା ଘରେ ରହିଛନ୍ତି l ମୁରଲୀ ଦିନ ମଜୁରୀଆ ହିସାବରେ ଯାହା କିଛି ରୋଜଗାର କରେ ଦୁଇପ୍ରାଣୀ ଶାନ୍ତିରେ ଚାଳିଯାଆନ୍ତି l କାହାକୁ ଦେଖି ମନରେ ହିଂସା କପଟ କିଛି ନାହିଁ ତାଙ୍କ ଦୁହିଁଙ୍କ ଜୀବନରେ ଏବେ ଦୁଇଟି ସନ୍ତାନ ଝିଅ ଓ ପୁଅ ଟିଏ ଚାରିପ୍ରାଣୀ ସାବିତ୍ରୀ କୁ ଘରକାମ ରୁ ଟିକେ ସମୟ ମିଳିଲେ ଦୁଇପିଲାକୁ ସାଥୀରେ ନେଇ ବଡ଼ଦେଉଳରେ ହାଜର ମୁରଲୀ ସମୟ ପାଇଲେ ଯାଏ l 

ପ୍ରଭୁଙ୍କ ରୋଷେଇଶାଳକୁ ଜିନିଷ ବୋହିବା କାମ ସେ କରେ ସାବିତ୍ରୀ କୁ କହେ ତୁମେ ପିଲାଙ୍କୁ ନେଇ ପ୍ରଭୁଙ୍କ ଦେଉଳ କୁ ଯାଇ ଦର୍ଶନ କରି ଘରକୁ ଯାଅ ମୁଁ ପ୍ରତିଦିନ ତାଙ୍କରି ନୀଳଚକ୍ରକୁ ଚାହିଁ ମୁଣ୍ଡିଆ ମାରିଦେଉଛି l ଏହି କଥାକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ୍ୟରେ କେବେ କେବେ ଯୁକ୍ତି ଵି ହୋଇଯାଏ l ସାବିତ୍ରୀ କୁହେ ପ୍ରଭୁ ମଣିଷ ଜନମ ଦେଇଛନ୍ତି ମୁଣ୍ଡରେ ବୁଦ୍ଧି ଦେଇଛନ୍ତି କାମକରୀ ଚାଳିବାକୁ ସକ୍ଷମ କରିଛନ୍ତି l ହେଲେ ତାଙ୍କୁ ଦେଖିବାକୁ ତୁମ ପାଖରେ ସମୟନାହିଁ କେତେ ସ୍ୱାର୍ଥପର ତୁମେ ମୁରଲୀ କୁହେ କର୍ମହିଁ ମୋର ଭଗବାନ ସ୍ୱାମୀ ଠାରୁ ଏଭଳି ଉତ୍ତର ଶୁଣି ସାବିତ୍ରୀ ଦୁଇ ପିଲାକୁ ସାଥୀରେ ନେଇ ଦେଉଳକୁ ଚାଲିଯାଏ ପ୍ରଭୁଙ୍କୁ ଦର୍ଶନ କରେ ବେଢା ପରିକ୍ରମା କରେ ଅନ୍ୟ ଦେବାଦେବୀ କୁ ଦର୍ଶନ କରି ଆନନ୍ଦ ବଜାରକୁ ଯାଇ ପ୍ରଭୁଙ୍କ ଅଭଡ଼ା ମାଗି ଖାଏ l ଝିଅ ଦିନେ କହିଲା ବୋଉ ତୁ କାହିଁକି ଯେତେବେଳେ ଆସିଲେ ଅଭଡ଼ା ଟିକେ ମାଗିକି ଖାଉଛୁ ? ସାବିତ୍ରୀ କହିଲା ଏଠି ଧନୀ ଗରୀବ, ଛୁଆଁଅଛୁଆଁ, ଜାତି, ଅଜାତି, ବଡ଼ ସାନ କିଛି ବାଛବିଚାର ନଥାଏ

ଆମେ ସମସ୍ତେ ତାଙ୍କରି ସନ୍ତାନ ଆନନ୍ଦ ବଜାରରୁ ଅଭଡ଼ା ମାଗି ଖାଇବାରେ ବୋହୁତ ପୁଣ୍ୟ ଥାଏ l ଥରେ ଥରେ ଦେଉଳ ଗହଳି ଥାଏ ପିଲା ଦୁହେଁ କୁହନ୍ତି l ବୋଉ ବୋହୁତ ଭିଡ଼ ସାବିତ୍ରୀ ଦୁହିଁଙ୍କୁ ସାଥୀରେ ନେଇ ବଡ଼ଦେଉଳକୁ ପଶିଯାଏ ଭକତଙ୍କ ଭିଡରେ ପ୍ରଭୁଙ୍କୁ ଦର୍ଶନ କରି ଫେରେ ବେଢାରେ ବସି ନୀଳଚକ୍ର କୁ ଚାହିଁ ମନେ ମନେ କଣ କହିଯାଏ l କିଛି ବର୍ଷ ପରେ ହଠାତ ଦିନେ ଯେଉଁ ଘରେ ସେହି ପରିବାର ରହୁଥିଲେ ସେ ମାଲିକ କହିଲେ ଘର ବୋହୁତ ପୁରୁଣା ହୋଇଗଲାଣି l ମୁଁ ଘର ମରାମତି କରିବି ତୁମେ ଘର ଛାଡ଼ ସାବିତ୍ରୀ ଓ ମୁରଲୀ ମୁଣ୍ଡରେ ଯେମିତି ପାହାଡ଼ ଖସିପଡ଼ିଲା କଣ କରିବେ ପିଲାଦୁହିଁଙ୍କୁ ନେଇ କୁଆଡେ ଯିବେ କିଛି ବର୍ଷ ହେବ କିଛି ଟଙ୍କା ସଞ୍ଚୟ କରି ଜାଗା ଟିଏ କିଣିଛନ୍ତି l 

ହେଲେ ଘର କରିବାପାଇଁ କିଛି ଟଙ୍କା ନାହିଁ ଏପଟେ ଘର ମାଲିକ କହିଚାଲିଛି ଘର କରିବି ମୋ ଘର ଛାଡ଼ ଏହିସବୁ ଶୁଣି ସାବିତ୍ରୀ ଘର ଖୋଜିବାରେ ଲାଗିଛି l ମନରେ ଭାବୁଥାଏ ପ୍ରଭୁ ପାଖରେ ଅଛି ବୋଲି ଯେତେବେଳେ ମନ ହେଉଛି ପିଲାଙ୍କୁ ସାଥୀରେ ନେଇ ଆସି କଳାଠାକୁର ଙ୍କୁ ଟିକେ ଦେଖି ଯାଉଛି l ଅଭଡ଼ା ଟିକିଏ ପାଉଛି ହେଲେ ଯଦି ମୁଁ କୁଆଡେ ଦୂରରେ ରହିବି କେମିତି ତୁମକୁ ଦେଖିବାକୁ ଆସିବି କହିଲ ପ୍ରଭୁ l ସେଦିନ ଏତିକି କହି ସାବିତ୍ରୀ ନୀଳଚକ୍ର କୁ ଚାହିଁ ନିଜ ମନକଥା ପ୍ରଭୁଙ୍କୁ ଜଣାଇଥିଲା ? 

ଯାହା ତୁମ ଇଚ୍ଛା ତୁମେତ ମନୁଆଦିଅଁ କଣ କରିବ କେଜାଣି ଏତିକି କହି ମୁଣ୍ଡିଆମାରି ପିଲାଙ୍କୁ ଧରି ଘରକୁ ଫେରିଲା l 

ସତରେ ଯେମିତି ଭକତ ମନକଥା ମହାପ୍ରଭୁ ଜାଣିନେଲେ ଯେଉଁଠି ଥିଲେ l ସେଠାରୁ କିଛି ଦୂରରେ ଘରଟିଏ ଅଛି ବୋଲି ସାବିତ୍ରୀ କୁ ଜଣେ କହିଲେ ସାବିତ୍ରୀ ସେଠିକୁ ଧାଇଁଲେ ହେଲେ ଯେତେବେଳେ ପଚାରିଲେ ଜଣେ ଦୁଷ୍ଟ ବ୍ୟକ୍ତି କହିଲେ ନା ଘର ଏଠାରେ ନାହିଁ l ସାବିତ୍ରୀ କିଛିବି ନ କହି ଚୁପ ହୋଇଗଲା ପିଲା ଦୁହିଁକୁ ନେଇ କେଉଁଠି କୁ ଯିବେ ବୋହୁତ ଦୂରରେ ରହିଲେ କେମିତି ଆସି ପ୍ରଭୁଙ୍କୁ ଦର୍ଶନ କରିବ ଭାବୁଥାଏ l କାଳିଆସାନ୍ତ ଙ୍କ ଲୀଳା କେବଳ ତାଙ୍କୁ ହି ଜଣା ଯେଉଁଠିକୁ ଯାଇଥିଲେ ସେହି ଘର ପାଖରେ ସାବିତ୍ରୀ ର ଜଣେ ପରିଚିତ ଲୋକର ଭଉଣୀ ହେବେ ରହୁଥିଲେ l ସେ କହିଲେ ଆମ ଘର ପାଖରେ ଘରଟିଏ ଅଛି କିନ୍ତୁ ସବୁ ଘର ନେବାକୁ ହେବ ? ସାବିତ୍ରୀ କହିଲା ମାଲିକ କେଉଁଠି ଅଛନ୍ତି l ମାଲିକ ଏଠି ରୁହନ୍ତିନି ଗାଁ ରେ ଅଛନ୍ତି ତମେ କହିଲେ ସେ ଆସିବେ l ସାବିତ୍ରୀ କହିଲା ତେବେ ତାଙ୍କୁ ପଚାର ଆମର ଟିକେ ଶୀଘ୍ର ଘର ଦରକାର ଅଛି l ଘରକୁ ଫେରି ମୁରଲୀ କୁ ସାବିତ୍ରୀ ଘର ବିଷୟରେ ସବୁ କହିଲା କିଛିଦିନ ପରେ ମାଲିକ ଆସିଲେ କଥା ହେବା ବୋଲି କହିଲେ l ସାବିତ୍ରୀ କିନ୍ତୁ ଚୁପ ନ ରହି ଅନ୍ୟ ଯାଗାରେ ଵି ଘର ବୁଝୁଥାଏ କେଉଁଠି ଠିକ ହୋଇ ପାରୁନଥାଏ l ଯେଉଁଦିନ ଘର ମାଲିକ ଆସିଲେ ସାବିତ୍ରୀ ସେହିଦିନ ଆସି ଘର ଦେଖିଲା ଭଲ ଘର ହେଲେ ମୁରଲୀ ଆସିନାହିଁ l ମୋର ପସନ୍ଦ ହୋଇଛି କିନ୍ତୁ ମୋ ସ୍ୱାମୀ ଆସି ଦେଖିବେ କହି ପିଲାଙ୍କ ସହିତ ଘରକୁ ଫେରି ମୁରଲୀ କୁ କହିଲା ମୁରଲୀ କହିଲା ଠିକ ଅଛି ଦୁହେଁ ବାହାରିଲେ ଘର ଦେଖିବା ପାଇଁ ମାଲିକ ଘର ଦେଖାଇଲେ ଛାତ ଉପରକୁ ଵି ଗଲେ ସ୍ୱାମୀ, ସ୍ତ୍ରୀ ଘର ଦେଖି ଖୁସି ପୁରୁଣା ଘର ଅପେକ୍ଷା ଏହି ଘର ଦାମ ଅଧିକ ମନ ଟିକେ ଦୁଃଖ ଥାଏ l ମାଲିକ କହିଲେ ଦେଖ ଝିଅ ଛାତର ଶେଷ ଭାଗରେ ଛିଡା ହେଲେ ବଡ଼ଦେଉଳର ବାନା ଦିଶୁଛି l 

ଏତିକି ଶୁଣି ସାବିତ୍ରୀ ଖୁସିରେ ଛାତର ଶେଷ ଭାଗକୁ ଯାଇ ବଡ଼ଦେଉଳକୁ ଚାହିଁ ପ୍ରଣାମ କରି କହିଲା ଆମେ ରହିବୁ l ସାବିତ୍ରୀ ମନରେ ଭାବୁଥାଏ ପ୍ରଭୁ କି ଲୀଳା ତୁମର ତାହା ତୁମେ ଜାଣ ଏମିତି ଘରଟିଏ ମୋପାଇଁ ବୁଝିଲ ଯେତେବେଳେ ଚାହିଁବି ତୁମକୁ

 ଦେଖିପାରିବି ମନରେ ଟିକେ ଦୁଃଖ ଅଧିକ ଭଡା ବୋଲି ହେଲେ ତୁମେ ଘର ଖୋଜିଛ କେମିତି ଭଡା ଦିଆଯିବ ତୁମେ ଜାଣିଥିବ ?

 ଭଲ ଦିନ ଦେଖି ଘର ଛାଡି ନୂଆଁ ଘର କୁ ଆସିଲେ ଜିନିଷ ରଖିବା କାମ ସରିଲା ସକାଳ ହେବା ମାତ୍ରେ ସାବିତ୍ରୀ ନିଜ ନିତ୍ୟକ୍ରମ ସାରି

 ଛାତ ଉପରକୁ ଯାଇ ବଡ଼ ଦେଉଳକୁ ଚାହିଁ ହସିଦିଏ l ଜୟ ଜଗନ୍ନାଥ କହି ପତିତପାବନ ବାନାକୁ ପ୍ରଣାମ କରି ଦିନର କାର୍ଯ୍ୟ ଆରମ୍ବ କରେ l ସୂର୍ଯ୍ୟନାରାୟଣ ଙ୍କୁ ଜଳ ଅର୍ପଣ କରେ ତୁଳସୀ ଚଉରା ମୂଳରେ ପୂଜା ଵିଧି ଶେଷ କରି ଘର କୁ ଆସି l  

 ଅନ୍ୟ କାମରେ ଲାଗିଯାଏ ପ୍ରଭୁଙ୍କୁ କୁହେ ତୁମେ ମୋ ମନ କଥାକୁ ବୁଝିପରିଛ କଳାଠାକୁରେ ତୁମରି ଦେଉକୁ କିଭଳି ଯିବି ତୁମକୁ ଦେଖିଵି ଅଭଡ଼ା ଟିକିଏ ପାଇବି ବୋଲି କହିଥିଲି l ଯଦି ଅନ୍ୟ କେଉଁଠି ରହିବି କେମିତି ପିଲାଙ୍କୁ ନେଇ ଆସିବି ତୁମକୁ କିଭଳି ଦେଖିବି ତୁମ କୈବଲ୍ୟ କଣିକାରୁ ମୋତେ ଦୂରେଇ ଦିଆନି ପ୍ରଭୁ

 ହେ କାଳିଆ ସାଆନ୍ତେ ମନର ଭାବନା ତୁମେ ବୁଝିଛ l  

 ମଣିଷ ନିଜେ କିଛିବି କରିନଥାଏ ତୁମେ ନିଜ କୃପା ଓ କରୁଣା ଦୃଷ୍ଟି ସଭିଁଙ୍କ ଉପରେ ରଖିଛ l ମୂର୍ଖ ପଣରେ ଆମେକହିଥାଉ ସବୁ ଜିନିଷ ଆମେ କରୁ ହେଲେ ତୁମେ ହିଁ ଜାଣିଛ ପ୍ରଭୁ ଆଗକୁ କଣ ହେବ l ଘରଭଡା ଅଧିକ ମୁଁ କାହିଁକି ଚିନ୍ତା କରିବି ତମେ ଜାଣିଛ କେମିତି ଦିଆ ଯିବ l ସେହିଦିନ ଠାରୁ ସାବିତ୍ରୀ ପ୍ରତେକ ଦିନ ମୁରଲୀ କାମରୁ ଘରକୁ ଆସିଲେ କିଛି ଟଙ୍କା ଭଡା ଦେବାପାଇଁ ରଖିଦିଏ l ପ୍ରତେକ ଦିନର ଅଳ୍ପ କିଛି ମାତ୍ରାରେ ଟଙ୍କା ମାସକୁ ଘରଭଡା ମାଲିକକୁ ଦେବାପାଇଁ ହୋଇଯାଏ l ସାବିତ୍ରୀ ଓ ମୁରଲୀ ଦୁଇ ପିଲାଙ୍କୁ ନେଇ ବେଶ ହସଖୁସିରେ ସେହି ଘରେ ଅଛନ୍ତି l ସାବିତ୍ରୀ କୁହେ ତୁମେ ମଉନ ହୋଇ ସବୁ ଦେଖୁଥାଅ କେତେବେଳେ କଣ କରିଦିଅ ସେ କଥା ତୁମେ ଜାଣିଥାଅ l 

 ଭକତର ମନକୁ ବୁଝିପାର ବୋଲି ସତରେ ତୁମେ ମନୁଆଁ ଦିଅଁ

 ତୁମରି କୃପା ଏହିଭଳି ଆମ ସଭିଙ୍କ ଉପରେ ରଖିଥାଅ l

 ଆହେ ଲୀଳାମୟ l

 


Rate this content
Log in

Similar oriya story from Tragedy