ଜାଗ୍ରତ ହେବା
ଜାଗ୍ରତ ହେବା
ବସୁନ୍ଧରା ତୁମେ କେଉଁଠି ଶୁଭୁଛି ନା ନିରବ ରହିବା ଉପାୟ ଭାବୁଛ l କେମିତି ମଣିଷକୁ ମୁଁ କଣ ଯେ କରିବି ଜାଣିପାରୁନି ।
ଜାଣିଛ, ଏହି କଥା ତୁମ ପାଟିରୁ ମୁଁ ଦୀର୍ଘ ଚାଳିଶି ବର୍ଷ ହେବ ଶୁଣି ଆସୁଛି ହେଲେ ତମେ ମୋତେ କିଛି ନକହିଲେ କଣ କରିବି କୁହ l
ଅଭିମାନରେ ବସୁନ୍ଧରା ଦେବୀ ନିଜ ସ୍ୱାମୀ ବିବେକ ବାବୁଙ୍କୁ କହିବାକୁ ଲାଗିଲେ ଦୁଇ ପ୍ରାଣୀ ନିଜ ସୁଖ ଦୁଃଖ ନିଜଭିତରେ ବାଣ୍ଟି ଦେଇଥିଲେ l ମଧ୍ୟ୍ୟମ ଧରଣ ପରିବାର ଘର ଭିତରେ ସ୍ୱାମୀ, ସ୍ତ୍ରୀ ଦୁହେଁ ସନ୍ତାନ ଟିଏ ଅଗଣାରେ ଖେଳିବା ପାଇଁ ଆସିପାରିଲା ନାହିଁ l ମନରେ ଦୁଃଖ ଥାଇବି ଦୁନିଆରେ ବଞ୍ଚିବାପାଇଁ ଶୁଖିଲା ଓଠରେ ହସିବାକୁ ହୋଇଥାଏ l ସେମିତି ଏକା ବଞ୍ଚିବା ଦୁହେଁ ଶିଖିଯାଇଛନ୍ତି l ହେଲେ ଏବେ କିଛିଦିନ ହେବ ଦୁହିଁଙ୍କ ଦେହ ଖରାପ ଅଛି ସମୟର କି ପ୍ରକାର ବିଡମ୍ବନା କହିହେବନାହିଁ l ଦୁହେଁ ଦିନେ ଘରକୁ ଫେରିବା ସମୟରେ ପଛରୁ ଗାଡିଟିଏ ଆସି ପିଟି ଦେଇଚାଲିଗଲା l
ଦୁହେଁ ଅଚେତ ଅବସ୍ତାରେ ରାସ୍ତାରେ ପଡିରହିଲେ କେତେ ସମୟପରେ ସେଠିକାର ଲୋକେ ପାଖରେ ଥିବା ମେଡ଼ିକାଲ କୁ ଦୁହିଁଙ୍କୁ ନେଇଗଲେ ବିଳମ୍ବ ରେ ଦୁହିଁଙ୍କୁ ସ୍ୱାସ୍ତ କେନ୍ଦ୍ର କୁ ଆଣିଥିବାରୁ ଅନେକ ରକ୍ତ ଦେହରୁ ବୋହିଯାଇଥିଲା ଯାହା ଫଳରେ ଦୁହିଁଙ୍କ ଜୀବନକୁ ବିପଦ ଥିଲା l ରକ୍ତ ଦେବାକୁ ହେବ !
ତାଙ୍କର ଜଣେ ଦୂର ସମ୍ପର୍କୀୟ ବନ୍ଧୁ ମେଡିକାଲ ଆସିଥିଲେ ଡାକ୍ତର କହିଲେ ରକ୍ତ ଦେବାକୁ ହେବ ନଚେତ ଦୁହିଁଙ୍କ କଥା କିଛିବି କହିହେବନି ସେହିସମୟରେ ସେ ରକ୍ତ ଆଣିବେ କହି ଚାଲିଗଲେ କିଛିସମୟ ପରେ ରକ୍ତନେଇ ସେ ଫେରିଲେ ଓ ଡାକ୍ତରଙ୍କୁ ରକ୍ତ ବୋତଲ ଦେଇ ବିବେକ ଓ ବସୁନ୍ଧରାଙ୍କ ପାଖକୁ ଆସିଲେ l ରକ୍ତ ଦେବା ପରେ ଦୁହେଁ ଚେତା ଫେରି ପାଇଲେ ଓ କିଛି ଦିନପରେ ଘରକୁ ଫେରି ଥିଲେ l ହେଲେ ଏବେ କିଛିଦିନ ହେବ ସେ ଅସୁସ୍ଥ ଅଛନ୍ତି ଯେମିତି ଲାଗୁଛି ଦିନକୁ ଦିନ କାଳର କରାଳ ଆଡ଼କୁ ଦୁହେଁ ଚାଲିଯାଉଛନ୍ତି ବସୁନ୍ଧରା ଜାଣିଛନ୍ତି l ଦୁହେଁ କେଉଁ ରୋଗରେ ପୀଡିତ ହେଲେ ବିବେକ ଯେମିତି ବୋହୁତ ଭାଙ୍ଗି ପଡିଛନ୍ତି l ହେଲେ ବାଟ କିଛିବି ନାହିଁ ଡାକ୍ତର ରକ୍ତ ପରୀକ୍ଷା କରିବା ପାଇଁ କହିଲେ ଦୁହିଁଙ୍କର ପରୀକ୍ଷା ପରେ ରିପୋଟ ଦ୍ୱାରା ଜଣାଗଲା କି ସେ ଦୁହିଁକୁ ଯେଉଁ ରୋଗ ହୋଇଛି ଆଜି ପର୍ଯ୍ୟନ୍ତ ସେହି ରୋଗ ପାଇଁ ଔଷଧ ବାହାରି ନାହିଁ l କେବଳ ସୁସ୍ତ ସୁଷମ ଖାଦ୍ୟ ତାଟକା ପନିପରିବା ଖାଇବେ ମାଛ, ମାଂସ,ଅଣ୍ଡା ଇତ୍ୟାଦି ??
ଖାଇବେ ଖୁସିରେ ରହିବେ ଏ ହେଉଛି କିଛିଦିନ ବଞ୍ଚିବାର ଗୋଟିଏ ଛୋଟ ପ୍ରୟାସ ହେଲେ ଉପାୟବା କିଛିନାହିଁ l ବିବେକ ପ୍ରଥମେ ନିଜର ପରୀକ୍ଷା କରିଥିଲା ଓ ନିଜ ରିପୋଟ ଦେଖି ଓ ରୋଗ ବିଷୟରେ ଶୁଣି ଯେମିତି ଖୁବ ବଡ଼ ଝଟକା ଲାଗିଥିଲା l
ସେ ବିଳମ୍ବ ନକରି ବସୁନ୍ଧରାର ପରୀକ୍ଷା ପାଇଁ ତାକୁ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣିଥିଲା ଓ କିଛିଦିନ ପରେ ବସୁନ୍ଧରାର ଠିକ ସେହି ରିପୋଟ ବାହାରିଲା l ବିବେକ କାନ୍ଦିବାରୁ ବସୁନ୍ଧରା କହିଲା ତମେ କିଛି ଭାବନି ଆମେ ଦୁହେଁ ଦୁହିଁଙ୍କ ପାଖରେ ଅଛେ ? ତେବେ ଦୁଃଖ କିଛି ନାହିଁ ଆମକୁ ମଜବୁତ ହେବାକୁ ହେବ ବସୁନ୍ଧରାଙ୍କ କଥା ଶୁଣି ବିବେକ ଅନେକ ବେଳରୁ ଚୁପଚାପ ବସିଥିବା ଜାଗାରୁ ଉଠି ଆସି ବସୁନ୍ଧରାଙ୍କ ପାଖରେ ବସିଲେ ଓ କହିଲେ ସତରେ ତୁମେ ବୋହୁତ ସାହସୀ ମରଣ ଆମ ଆଗରେ ଆମକୁ ନେବାପାଇଁ ବାଟ ଜଗିଛି ହେଲେ ତୁମେ ଯିବାପାଇଁ ଗୋଡ଼ କାଢି ବସିଯାଇଛ l ବସୁନ୍ଧରା ନିଜ ସ୍ୱାମୀଙ୍କ ଆଖିରୁ ଲୁହ ପୋଛି କହିଲେ ଦୁଃଖରେ ମରିବା ଓ ସୁଖରେ ମରଣ ଆଖିରେ ଆଖି ମିଶାଇ ତାକୁ ସ୍ୱାଗତ କରିବାରେ କିଛି ଅସୁବିଧା ନାହିଁ l ଆମେ ଦୁହେଁ ପାତାଳରେ ଲୁଚିଲେବି ସେ ଆମକୁ ଛାଡିବନି ତେବେ ଡରିବା କାହିଁକି ହସିକି ମରିବା ମନରେ କିଛି ବି ବୋଝ ରଖିବା ନାହିଁ l ବୁଝିଲ ତମେ ଜୀବନର ମାନେ କଣ ଜାଣିଛ ମୁଁ ଜାଣିନି ହେଲେ ମୁଁ ଯାହା ଜାଣିଛି ତୁମକୁ କହିଲି କାହିଁକି କାନ୍ଦିବା କେତେଦିନ କାନ୍ଦିବା ଯଦି ଆମ କାନ୍ଦିବା ଦେଖି ମରଣ ନିଜର ନିଷ୍ପତି ବଦଳାଇଦେବ ତେବେ ହୁଏତ କାନ୍ଦିବା ହେଲେ କିଛିବି ବଦଳି ବ ନାହିଁ l ବିବେକ ବସୁନ୍ଧରାକୁ ଚାହିଁଲେ ସ୍ୱାମୀକୁ ଦେଖି ବସୁନ୍ଧରା କହିଲେ ଜାଣିଛ ଆମେ ଯେବେ ଦୁନିଆକୁ ଆସିଲେ ସେହିଦିନ ଆମ ଯିବା ଦିନ ଵି ଠିକ ହୋଇଯାଇଛି ଆମକୁ ଯିବାକୁ ହିଁ ହେବ ସେଥିପାଇଁ ମରଣକୁ ହସିକି ସ୍ୱାଗତ କର ??
ଯେତେ ଦିନ ଆମକୁ ବଞ୍ଚିବାକୁ ମିଳିଛି ଖୁସିରେ ବଞ୍ଚିବା ଓ ଭଗବାନଙ୍କୁ ଧନ୍ୟବାଦ ଦେବା ଓ ତାଙ୍କରି ଭଜନ ବୋଲି ବାକି ଜୀବନ ତାଙ୍କରି ପାଦରେ ସମର୍ପଣ କରିଦେବା ଓ ଆମେ ଯେଉଁ ଅସୁବିଧାର ସମୁଖୀନ ହେଲେ କାହାରିକୁ ସେ ଭୂଲ କରିବାକୁ ଦେବାନାହିଁ ଓ ଏ.ଡ଼. ସ ଭଳି ଗୋଟିଏ ମାରାତ୍ମକ ରୋଗ ଠାରୁ ନିଜେ ବଞ୍ଚି ନିଜ ପରିବାରକୁ ବଞ୍ଚାଇବା ପାଇଁ କହିବା ।
ରକ୍ତ ନେବା ସମୟରେ ରକ୍ତକୁ ପରୀକ୍ଷା କରିବାକୁ କହିବା l ସେଲୁନରେ ସେବିଙ୍ଗ ହେବା ସମୟରେ ବ୍ଲେଡ ବଦଳାଇବା ପାଇଁ କହିବା l ଏକାଧିକ ସ୍ତ୍ରୀ, ପୁରୁଷଙ୍କ ସହିତ ସମ୍ପର୍କ ନ ରଖିବାପାଇଁ ସମସ୍ତଙ୍କୁ ବୁଝାଇବା l ଜୀବନ ବୋହୁତ ମୂଲ୍ୟବାନ ଆମର ଟିକେ ଅବହେଳାରେ କିଭଳି ସମସ୍ୟା ହୋଇଯାଏ l ଯାହାଦ୍ୱାରା ଦେଖୁ ଦେଖୁ ଗୋଟିଏ ପରିବାର ଛୀନଭିନ୍ନ ହୋଇଯାଏ ଯଦି ଆମରି କଥା ଶୁଣି ଲୋକେ ଜାଗ୍ରତ ହେବେ ତେବେ ଆମେ ମରିକି ମଧ୍ୟ ଲୋକଙ୍କ କାମରେ ଆସିଲେ ବୋଲି ନିଜକୁ ଗର୍ବିତ ମନେ କରିବା ।