STORYMIRROR

Satyajit Swain

Romance Tragedy

2  

Satyajit Swain

Romance Tragedy

ବସଷ୍ଟପ

ବସଷ୍ଟପ

1 min
107

ସବୁଦିନ ସକାଳ ହେଲାମାନେ ମନରେ ମୋର ନୂଆ ଉତ୍ସାହ ଭରି ଯାଉଥିଲା|କଲେଜ ନଯିବା ପାଇଁ ନୂଆ ନୂଆ ବାହାନା ଖୋଜୁଥିବା ମୁଁ' ଆଜିକାଲି ସବୁଦିନ କଲେଜ ଯିବା ସମୟକୁ ଅପେକ୍ଷା କରୁଥିଲି |ବସରେ ଯିବାପାଇଁ ଚିଡୁଥିବା ମୁଁ', ଏବେ ସବୁଦିନ ବସଷ୍ଟପକୁ ଧାଇଁ ଯାଉଥିଲି |ବେରଙ୍ଗ ଜୀବନ ଏବେ ରଙ୍ଗଭରା ଲାଗୁଥିଲା, ମୁଁ' ଆଉ ସିଏ ଏବେ ସାଙ୍ଗହୋଇ କଲେଜ ଯାଉଥିଲୁ |କଥା ହେଉ ହେଉ ଯେମିତି କଲେଜ ଜଲଦି ଆସି ଯାଉଥିଲା, ଆଉ କଥା ଅଧା ରହିଯାଉଥିଲା | ସେଦିନ ମୁଁ' ତାକୁ ମନ କଥା କହିବାକୁ ଧାଇଁ ଯାଇଥିଲି ବସଷ୍ଟପକୁ, ହେଲେ ସିଏ ଆସିଲାନି, ଦିନେ ଗଲା, ଦୁଇ ଦିନ ଗଲା, ତା' ଅପେକ୍ଷାରେ ମତେ ଆଉ ନିଦ ହୁଏନାହିଁ, ଦିନ ଗୁଡ଼ା ଯେମିତି ଭାରି ଭାରି ଲାଗୁଥିଲା | ଶେଷରେ ସିଏ ଆସିଲା ପୁରା ଦଶଦିନ ପରେ, ଦୂରରୁ ତା' ମୁହଁ ଦେଖି ମୁଁ ବହୁତ ଖୁସି ଥିଲି, ହେଲେ ସେ' ପାଖକୁ ଆସିଲା ପରେ ତାକୁ ଦେଖି ମୋ' ପାଦତଳୁ ମାଟି ଖସିଗଲା, ତା' ମଥାରେ ଥିଲା ସିନ୍ଦୁର, ବେକରେ ମଙ୍ଗଳସୂତ୍ର, ହାତରେ ଶଙ୍ଖା |ଚୁପଚାପ ବସରେ ଚଢ଼ି ସେ' ମୋ' ପାଖରେ ବସିଗଲା | ଉଭୟ ଉଭୟଙ୍କୁ ଚାହିଁଦେଲୁ, ଉଭୟଙ୍କ ଆଖିରେ ଥିଲା ଅନେକ ପ୍ରଶ୍ନ, ହେଲେ ଉଭୟ ଥିଲୁ ନୀରବ |ସେଦିନ ବସଷ୍ଟପରୁ କଲେଜ ଯାଏଁ ରାସ୍ତା ଥିଲା ଲମ୍ବା,ଭାରି ଲମ୍ବା ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance