Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyajit Swain

Tragedy

5.0  

Satyajit Swain

Tragedy

*ଥୁଣ୍ଟା ଗଛ*

*ଥୁଣ୍ଟା ଗଛ*

2 mins
478


ନାଁ ରାମୁ ଦାସ । ବୟସ ସତୁରି ଖଣ୍ଡେ ହେବ । ଦେହରେ ଆଉ ଆଗଭଳି ବଳ ନାହିଁ । ଅଣ୍ଟା ଧୀରେ ଧୀରେ ନଇଁଲାଣି । ବୟସଟା ବି ବଡ଼ ଦଗାବାଜ ।କେତେବେଳେ ଯେ' ପ୍ରଜାପତି ପରି ଫୁରକିନା ଉଡ଼ିଯାଏ, ଜଣାପଡ଼େ ନାହିଁ । ରାମୁ ଦାସ ଆରମ୍ଭରୁ ଏମିତି ନଥିଲା । ଯୁବକ ବେଳେ ସାହୁକାରର ସବୁଠୁ ବଳବାନ କର୍ମଚାରୀ ଥିଲା ସିଏ । ଶଗଡ଼ରୁ ଏକୁଟିଆ ଶହେ ବସ୍ତା ଧାନ ବୋହିକି ସାହୁକାର ଗୋଦାମ ଘରେ ଭର୍ତ୍ତିକରିଦେଉଥିଲା ସିଏ । ଦିନେ ସାହୁକାରର ବଳଦ ରସି ଛିଣ୍ଡେଇ ଏଣେତେଣେ ଦଉଡିବା ବେଳେ ତାର ଦୁଇଶିଙ୍ଗକୁ ଧରିଆଣି ଖୁଣ୍ଟରେ ବାନ୍ଧିପକେଇଥିଲା ରାମୁ ଦାସ । ସାହୁକାର ଖୁସିରେ ବେକରୁ ଓଲ୍ହେଇ ଚେନଟାକୁ ତା' ବେକରେ ପିନ୍ଧେଇ ଦେଇଥିଲା ।

ହେଲେ ଏବେ ଆଉ ସେ' ସମୟ ନାହିଁ । ଆଉ ସେ' ବଳ, ବୟସ ନାହିଁ ରାମୁ ଦାସର । ଜୀବନରେ ଦିନେ ସମୟ ସହ ବାଜି ମାରୁଥିବା ରାମୁ ଦାସ ଏବେ ନିଜେ ସମୟ ଆଗରେ ସବୁ ବାଜି ଯେମିତି ହାରି ଯାଇଛି । ପତ୍ନୀ ସର ଆର ପାରିକୁ ଚାଲିଯିବା ପରେ ତାର ଅଧା ବଳ ଭାଙ୍ଗି ଯାଇଛି, ପୁଅ ଦିଇଟା କାମ କରିବା ନାଆଁରେ ବାହାର ରାଇଜକୁ ଗଲେ ଯେ ଆଉ ଦିନେ ବାପକୁ ଫେରି ଚାହିଁଲେନି । ସରର କ୍ରିୟାକର୍ମ କରିବାକୁ ଆଉ ନିଜ ପେଟ ପୋଷିବାକୁ ଘର ବନ୍ଧାପକେଇ ଆଣିଥିବା ଟଙ୍କା ସୁଝି ନପାରିବାରୁ ଘର ଆଉ ତାର ହେଇନାହିଁ । ଏବେ ଦିନରାତି ଗାଆଁ ମୁଣ୍ଡରେ ଥିବା ଥୁଣ୍ଟା ଗଛ ତଳେ ପଡ଼ିରହେ । ଯିଏ ଦୟାରେ କିଛି ଦିଏ, ଖାଇଦିଏ । 

ସେ' ଦିନ ରାମୁ ଦାସର ବୋଧେ ଦେହ ଭଲନଥିଲା । "ଆଜି କାଇଁ ସର କଥା ଭାରି ମନେ ପଡୁଛି", ରାମୁ ଦାସ ଗଛ ତଳେ ବସି ଭାବୁଥାଏ, ଏ' ଗଛ ଯେତେବେଳେ ପତ୍ର ଆଉ ଫଳରେ ଭରପୁର ଥିଲା, ସଭିଏଁ ଆକୁ କେତେ ଆଦର କରୁଥିଲେ, ମଣିଷଠୁ ପଶୁପକ୍ଷୀ ପର୍ଯ୍ୟନ୍ତ, ପକ୍ଷୀ ଏଠି ବସା ବାନ୍ଧି ରହୁଥିଲେ । ଆଜି ଯେତେବେଳେ ସିଏ ସମୟ ଚକ୍ରରେ ବୁଢ଼ା ହୋଇ ଥୁଣ୍ଟା ହୋଇଗଲା, କେହି ଟିକେ ହେଲେ ଗଛଟିକୁ ଚାହୁଁନାହାନ୍ତି । ଗଛ ପରି ନିଜ କଥା ଭାବିଭାବି ସେଇଠି ଶୋଇଗଲା ରାମୁ ଦାସ । ପରଦିନ ସକାଳେ ଦୀନବନ୍ଧୁ ଯାଇ ଗାଆଁରେ କହିଲା, "ଆରେ ଶୁଣୁଛ, ରାମୁ ବୁଢ଼ା ମରିଗଲା, "କେଉଁଠି ଅଛି ସେ', "ସେଇ ଗାଆଁ ମୁଣ୍ଡ ଥୁଣ୍ଟା ଗଛ ତଳେ ।

ଆମେ ସମସ୍ତେ ଜଣେ ଜଣେ ରାମୁ ଦାସ ଆଉ ଦିନେ ସାଜିଯାଉ ଥୁଣ୍ଟା ଗଛ ।


Rate this content
Log in

More oriya story from Satyajit Swain

Similar oriya story from Tragedy