STORYMIRROR

Satyajit Swain

Romance

3  

Satyajit Swain

Romance

ଭିନ୍ନ ସ୍ୱାଦର ପ୍ରେମ

ଭିନ୍ନ ସ୍ୱାଦର ପ୍ରେମ

2 mins
538


ସାର୍ଥକ ଅନେକ ଫିଲ୍ମରେ ଦେଖିଛି ପ୍ରେମୀ ଯୁଗଳଙ୍କ ମିଳନ, ବିଚ୍ଛେଦର ଦୃଶ୍ୟ । କେତେବେଳେ ପ୍ରେମ କାହା ପାଇଁ ମିଠା ତ ପୁଣି କେତେବେଳେ କାହାପାଇଁ ଆଣିଦିଏ ତିକ୍ତ ଅନୁଭୂତି ।ହେଲେ ତା' ଜୀବନରେ ପ୍ରେମ ମାନେ ଥିଲା ମଧୁପରି ମିଠା, ଯେବେଠୁ ସେ ସ୍ନିତିକୁ ଭଲପାଇଥିଲା । ଉଭୟ ସାଥୀ ହୋଇ ଦେଖିଥିଲେ ଅନେକ ସୁନେଲି ସ୍ବପ୍ନ ।ଜୀବନର ଏଇ କଠିନ ପଥକୁ ପରସ୍ପରର ହାତ ଧରି ଚାଲିବାକୁ କଥା ଦେଇଥିଲେ ।ହେଲେ ଉଭୟଙ୍କ ପରିବାର ମଧ୍ୟରେ ଥିବା ଶତ୍ରୁତା ସେମାନଙ୍କ ପ୍ରେମ ପାଇଁ କାଳ ହୋଇଥିଲା । ଶେଷ ଥର ପରସ୍ପର ସହ ଦେଖାହେଲାବେଳେ ଉଭୟଙ୍କ ଆଖି ଲୁହ ବନ୍ଧବାଡ଼ ଭାଙ୍ଗି ବହିଯାଉଥିଲା, ଚାହିଁଥିଲେ ଘରୁ ଲୁଚି ବାହା ହୋଇପାରିଥାନ୍ତେ ହେଲେ ଉଭୟ ନିଜ ପରିବାରକୁ ବହୁତ ଭଲ ପାଆନ୍ତି ।ସେମାନଙ୍କ ଖୁସି ପାଇଁ ନିଜ ପ୍ରେମର ଜଳାଞ୍ଜଳି ଦେଇଦେଲେ ।


 ଏହା ଭିତରେ ପାଞ୍ଚ ବର୍ଷ ବିତିଗଲାଣି, ଜୀବନ ଢେର ଆଗକୁ ବଢ଼ିଗଲାଣି ।କିନ୍ତୁ ସମୟ କେତେବେଳେ ଯେ ପୁରୁଣା ସମ୍ପର୍କଗୁଡାକୁ ପୁଣି ସାମ୍ନାକୁ ନେଇଆସିବ କେହି କହିପାରିବେନି । ସେଦିନ ସପିଙ୍ଗ ମଲରେ କିଛି ଜିନିଷ କିଣୁ କିଣୁ ସାର୍ଥକଙ୍କ ଆଖି ପଡ଼ିଗଲା ଜଣେ ମହିଳାଙ୍କ ଉପରେ ସ୍ୱର ଜାଣିଲାପରି ମନେ ହେଉଛି ସାର୍ଥକଙ୍କର ପାଖକୁ ଯାଇ କହିଲେ "ଏକ୍ସକ୍ଯୁଜ ମି", "ୟେସ" ତାଙ୍କ ଆଡ଼କୁ ଚାହିଁ ଉତ୍ତର ଦେଲେ ସ୍ନିତି । ଉଭୟ ଉଭୟଙ୍କୁ ହଠାତ ଏତେଦିନ ପରେ ଆଖିଆଗରେ ଦେଖି ସ୍ଥାଣୁ ହୋଇଗଲେ, ଆଖି ଆଗରେ ପୁରୁଣା ଛବି ସବୁ ନାଚି ଉଠିଲା ।"ତମେ କେମିତି ଅଛ ସାର୍ଥକ", ସ୍ନିତି ପଚାରିଲେ "। "ହମ୍ମ ଭଲ, ଆଉ ତୁମେ? "ହମ୍ମ ଭଲ ।"


ପୁଣି କିଛି ସମୟର ନୀରବତା ପରେ ସ୍ନିତି କଫି ପିଇବାକୁ କହିଲେ ।ଉଭୟ କଫି ସପ ଆଡ଼କୁ ଆଗେଇ ଚାଲିଲେ ହେଲେ ଏଥିରର ଛବି ଟିକେ ଭିନ୍ନ ଆଉ ହାତ ଧରାଧରି ହୋଇ ନୁହେଁ ଥିଲା ଟିକେ ଦୂରତା ।କଫି ପିଉ ପିଉ ଜୀବନର ଅନେକ ପୃଷ୍ଠା ଖୋଲିଚାଲିଥିଲା । ସ୍ନିତି କହିଲେ "ତୁମେ ଟିକେ ବି ବଦଳିନ, ସେଇ ହାର୍ଡ କଫି "।ସାର୍ଥକ "ହମ୍ମ ତୁମେ କୋଉ ବଦଳି ଯାଇଛ, ଆଜି ବି ସେଇ ସେମ ପରଫ୍ୟୁମ "। ଉଭୟଙ୍କ ଆଖି ଆଉ ଆଗ ପରି ମିଶିପାରୁନଥିଲେ, ବୋଧେ କେହି କାହାର ଲୁହ ଦେଖିବାକୁ ଚାହୁଁନଥିଲେ। ଏତିକିବେଳେ ସ୍ନିତିଙ୍କ ଫୋନ ରିଙ୍ଗ ହେଲା "ଦିଦି ସାର୍ଥକ ବାବା ବହୁତ କାନ୍ଦୁଛନ୍ତି, ତମେ ଶୀଘ୍ର ଆସ"।ସବୁକିଛି ଶୁଣିନେଇଛନ୍ତି ସାର୍ଥକ ।ଆଉ କିଛି ପଚାରିବାକୁ ଏଇ ମନ ମାନୁନି ।"ସ୍ନିତିଙ୍କୁ ନେଇ ଘରେ ଛାଡିଛନ୍ତି ସାର୍ଥକ । ଭିତରକୁ ଆସିବନି କି? ଓ ଆଉ କେବେ, ଭଗବାନ ଚାହିଁଲେ ଦେଖାହେଲେ ନିଶ୍ଚୟ ଆସିବି ମୁହଁ ତଳକୁ କରି କହିଗଲେ ସାର୍ଥକ ।ବିଦାୟ ନେଇ ଚାଲିଗଲେ ସ୍ନିତି, ତାଙ୍କୁ ଚାହିଁରହିଥିଲେ ସାର୍ଥକ "ଆଉ ଅନୁଭବ କରୁଥିଲେ ପ୍ରେମର ଭିନ୍ନ ଏକ ସ୍ୱାଦ ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya story from Romance