Satyajit Swain

Romance

3  

Satyajit Swain

Romance

ନୀଳ ଶାଢ଼ୀ

ନୀଳ ଶାଢ଼ୀ

1 min
334



କେମିତିକା ଲୋକ କେଜାଣି? ଆଜି ଭଳିଆ ଦିନ କିଏ ଭୁଲିଯାଏ? ଖାଲି କାମ ଆଉ କାମ |ପରିବାର ପାଇଁ ସମୟ ଟିକିଏ ନାହିଁ |ଯାହା କରୁଛ ତ' କରୁଛ, କିନ୍ତୁ ନିଜ ବିବାହ ବାର୍ଷିକୀ ଭୁଲିଯିବ ! ତୃପ୍ତିଙ୍କ ପ୍ରଶ୍ନର କିଛି ଉତ୍ତର ନଥିଲା, ବିବେକଙ୍କ ପାଖରେ |ଭୁଲଟା ବି ତାଙ୍କର |ଆଜି ଭଳିଆ ଦିନଟାକୁ ସିଏ ଭୁଲିଯାଇଛନ୍ତି |କମ୍ପାନୀର କାମ ଭିତରେ ଆଉ ନିଃଶ୍ୱାସ ମାରିବାକୁ ସମୟ ନାହିଁ, ନିଜ କଥା ନିଜେ ହିଁ ଜାଣନ୍ତି |


ତୃପ୍ତି ସକାଳୁ ମୁହଁ ଫୁଲେଇ ବସିଛନ୍ତି, ରାଗରେ ଆଉ ପଦେ କିଛି କହୁନାହାନ୍ତି |ଗାଡ଼ି ଧରି ବଜାରକୁ ବାହାରିଗଲେ ବିବେକ |କିଛି ସମୟ ପରେ ଫେରି ଆସି ତୃପ୍ତିଙ୍କ ପାଖକୁ ଯାଇ ପାର୍ସଲଟା ଥୋଇଦେଇ କାନଧରି ଭୁଲ ମାଗି ଚାଲିଆସିଲେ |"ପାର୍ସଲରେ ଥିଲା ତୃପ୍ତିଙ୍କ ପସନ୍ଦର ନୀଳ ଶାଢ଼ୀ |ଓଠରେ ହସ ଭରି ବିବେକଙ୍କ ପାଖକୁ ଧାଇଁଗଲେ ତୃପ୍ତି |ମନରେ ଆଉ ରାଗ ନଥିଲା |ସେ ଦିନ ବିବେକଙ୍କ ସହ ହୋଟେଲକୁ ଗଲାବେଳେ ଖୁବ ସୁନ୍ଦର ଦିଶୁଥିଲେ ତୃପ୍ତି ଆଉ ତାଙ୍କ ଶୋଭାବର୍ଦ୍ଧନ କରୁଥିଲା ନୀଳ ଶାଢ଼ୀ |



Rate this content
Log in

Similar oriya story from Romance