STORYMIRROR

Satyajit Swain

Tragedy

3  

Satyajit Swain

Tragedy

ସପନର କିଣାବିକା

ସପନର କିଣାବିକା

1 min
453

  


ମହାପାତ୍ର ବାବୁ ଅନେକଦିନ ପରେ ନିଜ ପରିବାର ସହିତ ମେଳା ବୁଲିବାକୁ ଯାଇଥାନ୍ତି, ସହରର ଧାଁ ଦୌଡ଼ ଭିତରେ ମଣିଷ ଯେମିତି ଖୁସି ହେବା ଭୁଲି ଗଲାଣି, ଗାଁ' କଟିଥିବା ପିଲାଦିନ ଯେମିତି ଏବେ ସ୍ମୃତି ହୋଇ ସମୟ ସୁଅରେ କୁଆଡ଼େ ଭାସିଗଲାଣି, ଆଜି ଅନେକ ଦିନ ପରେ ପରିବାର ସହିତ ବୁଲିବା ପାଇଁ ଟିକେ ସମୟ ମିଳିଛି |ସହରର ଶେଷ ମୁଣ୍ଡରେ ଥିବା ପଡ଼ିଆରେ ଗୋଟେ ମେଳା ଲାଗିଛି, ପରିବାର ଲୋକ ଅନେକଦିନ ହେଲା ମେଳା ବୁଲିବାକୁ କହିଲେଣି, ଆଜି ଟିକିଏ ସମୟ ମିଳିଛି |

 

 ପତ୍ନୀ ଏବଂ ଦୁଇ ପିଲାଙ୍କୁ ଧରି ମେଳାରେ ପହଞ୍ଚିଲେ ମହାପାତ୍ର ବାବୁ, ଅନେକ ବୁଲାବୁଲି, ଖିଆପିଆ ଭିତରେ ପୁଅର ନଜର ପଡିଗଲା ବେଲୁନ ବାଲା ଉପରେ |ବେଲୁନ ଦେଖିଲେ ଛୁଆଙ୍କର କଣ ହୁଏ କେଜାଣି !ଖାଲି ଚୁମ୍ବକ ଟାଣିଲା ପରି ଟାଣି ହୋଇଯାଆନ୍ତି |ବେଲୁନ ବାଲା ପାଖରେ ବେଲୁନ କିଣିଲା ବେଳେ ମହାପାତ୍ର ବାବୁ ଲକ୍ଷ୍ୟ କଲେ ତା' ପୁଅଟିକୁ, ବେଲୁନ ଫୁଙ୍କି ବାପାକୁ ବଢ଼େଇ ଦେଉଥାଏ, ହେଲେ ପିଲା ମନ, ବେଲୁନ ଉପରୁ ଆଖି ଫେରେଇ ପାରୁନଥାଏ |ମହାପାତ୍ର ବାବୁ ଦେଖୁଥିଲେ ତାର ନିରୀହ ଆଖି ଦୁଇଟିକୁ, ପେଟ ପାଇଁ ସତେ ଯେପରି ନିଜ ସପନକୁ ଏହିପରି ବିକି ଚାଲିଛି ନିଜ ବୟସର ଅନେକ ପିଲାଙ୍କୁ, ତାଙ୍କ ଓଠରେ ହସ ଭରି ସତେ ଅବା ପୁରା ହେଉଛି ଅକୁହା ସପନ |ମହାପାତ୍ର ବାବୁ ଠଉରେଇ ପାରୁଥିଲେ ବିନା ପ୍ରତିବାଦରେ ଚାଲିଥିବା ସପନର କିଣାବିକା ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy