STORYMIRROR

Satyajit Swain

Tragedy

3  

Satyajit Swain

Tragedy

*ନିଧିମାଷ୍ଟ୍ରେ*

*ନିଧିମାଷ୍ଟ୍ରେ*

2 mins
354


ସାରଙ୍କ ନାଆଁ ଦୟାନିଧି, ହେଲେ ସମସ୍ତେ ନିଧିମାଷ୍ଟ୍ରେ ବୋଲି ଡାକନ୍ତି |ଗାଆଁରେ ଅନେକ ମାନ, ସମ୍ମାନ ସାରଙ୍କର |ଗାଆଁ ସ୍କୁଲରେ ଶିକ୍ଷକତା କରି ଅବସର ନେଇଛନ୍ତି ସାର |ତାଙ୍କ ପାଖରେ ପଢ଼ି ନିହାତି ପଛୁଆ ପିଲାବି ଆଜି ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଛନ୍ତି |ଗାଆଁର ଦୁଃଖୀରଙ୍କି ନିରୀହ, ଗରିବ ପିଲାମାନଙ୍କୁ ମାଗଣା ପଢ଼ାଇବା ପାଇଁ ସାର ସବୁବେଳେ ଆଗେଇ ଆସନ୍ତି |ପରିବାର କହିଲେ ଗୋଟିଏ ବୋଲି ପୁଅ, ବୋହୂ ଆଉ ନାତିଟୋକା |ପତ୍ନୀ ନିର୍ମଳା ଦେବୀଙ୍କର ଦେହାନ୍ତ ହୋଇଯାଇଛି |ପୁଅବୋହୂ ଆମେରିକାରେ ରୁହନ୍ତି ହେଲେ ନିଧିମାଷ୍ଟ୍ରେ କେବେ ସେଠିକୁ ଯିବାକୁ ଇଚ୍ଛା କରନ୍ତି ନାହିଁ |ଏଇ ବିଶ୍ୱରେ ଭାରତ ଠାରୁ ସୁନ୍ଦର ଦେଶ ଆଉ ଖୋଜିଲେ ମିଳିବନି, ହେଲେ ଦୁଃଖର କଥା ସାରା ବିଶ୍ୱ ଆମ ସଂସ୍କୃତିକୁ ଗ୍ରହଣ କରିବାକୁ ଆଗେଇ ଆସୁଥିବାବେଳେ ଆମ ଦେଶବାସୀ ଏହା ପ୍ରତି ବିମୂଖ ହେଉଛନ୍ତି, ଏହା ନିଧି ସାରଙ୍କୁ ଅନେକ କଷ୍ଟ ଦିଏ |


ପୁଅ ଏଇ କିଛିଦିନ ତଳେ ଗାଆଁକୁ ଆସିଥିଲା, "ବୋଉ ନାହିଁ, ତମକୁ ମୋ' ରାଣ, ମୋ' ସାଥୀରେ ଆମେରିକା ଚାଲ, ଏହିପରି ଅନେକ କାକୁତିମିନତୀ କରି ନିଧି ସାରଙ୍କୁ ଆମେରିକା ନେଇଯାଇଥିଲା |ମାଷ୍ଟ୍ରେଙ୍କୁ ସେଠି ବିଶେଷ ଭଲ ଲାଗେନାହିଁ |ଗାଆଁରେ ସାହିପଡ଼ିଶା, ସକାଳୁ ମନ୍ଦିରର ଆଳତି ଯେମିତି ଖାଲି ଆଖି ଆଗରେ ନାଚିଉଠେ | ନାତିଟୋକା ବି ଖାଲି "ଗ୍ରାଣ୍ଡ ପା, ଗ୍ରାଣ୍ଡ ପା ହେଉଛି |" ଆରେ ଜେଜେ ଡାକରେ ଯେଉଁ ସ୍ନେହ ଅଛି, ତାହା ଇଂରାଜୀ ଡାକରୁ କାହୁଁ ମିଳିବ |ପୁଅ, ବୋହୂ ଆଙ୍ଗଲୋ ଇଣ୍ଡିଆନ ସୋସାଇଟିରେ ସଦସ୍ୟ ଅଛନ୍ତି, ହେଲେ ସେଠି ବି ସେହି ଇଂରାଜୀ |ବଡ଼ଲୋକଙ୍କ ପାଦତଳେ ମୁଣ୍ଡିଆ ମାରି କେହି ଆଶୀର୍ବାଦ ନିଅନ୍ତିନି, କଣ ନା ମର୍ଡନ କଲଚର |ନିଧି ମାଷ୍ଟ୍ରେଙ୍କୁ ଏସବୁ ଭଲ ଲାଗେନି |ପଥଭ୍ରଷ୍ଟ ଦାୟଦ ମାନଙ୍କୁ ଦେଶର ସଂସ୍କୃତି ଶିଖେଇବାକୁ ପ୍ରତିଶୃତିବଦ୍ଧ ହେଲେ ନିଧି ମାଷ୍ଟ୍ରେ |ନାତିକୁ ଓଡ଼ିଆ ଗପ ଆଉ ଗୀତ ଶୁଣେଇଲେ |ଯେଉଁଦିନ ନାତି ପୁଅବୋହୂଙ୍କ ଆଗରେ "ଆହେ ଦୟାମୟ ବିଶ୍ୱବିହାରୀ" ବୋଲି ତାଙ୍କୁ ମୁଣ୍ଡିଆ ମାରିଲା, ଗର୍ବରେ ଛାତି ଫୁଲିଉଠିଥିଲା ନିଧି ମାଷ୍ଟ୍ରେଙ୍କର |ଏବେ ନିଜ ଚେଷ୍ଟାରେ ଘର ଆଗରେ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି ନିଧି ମାଷ୍ଟ୍ରେ |ସକାଳେ, ସଂଜବେଳେ ଆଳତି କରି ସଭିଙ୍କୁ ଖୁସିରେ ପ୍ରସାଦ ବାଣ୍ଟନ୍ତି ନିଧି ମାଷ୍ଟ୍ରେ ଆଉ ଏବେ ଘରେ ସବୁ ଭାରତୀୟ ପର୍ବପର୍ବାଣିରେ ତାଙ୍କଘରେ ଭିଡ଼ ଜମେ |ନିଜ ଭାରତୀୟ ସଂସ୍କୃତିକୁ ବିଦେଶରେ ସମ୍ମାନ ମିଳୁଥିବା ଦେଖି ଆତ୍ମତୃପ୍ତି ଅନୁଭବ କରନ୍ତି ନିଧିମାଷ୍ଟ୍ରେ ||




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy