Satyajit Swain

Others

3.7  

Satyajit Swain

Others

ଅଳନ୍ଧୁ

ଅଳନ୍ଧୁ

1 min
463


*ପ୍ରଥମ*


ରିକ୍ସାବାଲାର ଝିଅ ଆଇ.ଏ.ଏସ ପାଇଛି ବୋଲି ପୁରା ସହର ସାରା ଚର୍ଚ୍ଚା |ଅନେକ ଲୋକ ଘରକୁ ଆସି ଅଭିନନ୍ଦନ ଦେବାରେ ଲାଗିଛନ୍ତି |ସକାଳୁ ଘର ଆଗରେ ଟିଭି, ଖବରକାଗଜର ସାମ୍ବାଦିକମାନଙ୍କର ଭିଡ଼ ଲାଗିଛି |ଚାରିଆଡେ ଖୁସିର ସୁଅ ଛୁଟୁଛି |ଦିନରାତି ଟାହିଟାପରା କରୁଥିବା ପଡୋଶୀମାନେବି ସଜେଇହୋଇ ଫୋଟୋ ଉଠାଇବାକୁ ଆସିଗଲେଣି |ହୃଦୟରେ ଜମିଥିବା ଅଳନ୍ଧୁକୁ ଲୁଚେଇବା ପାଇଁ ଓଠରେ ମିଛ ହସ ଫୁଠେଇ ଝିଅକୁ ଅଭିନନ୍ଦନ ଦେବାରେ ଲାଗିପଡିଛନ୍ତି |


*ଦ୍ଵିତୀୟ*


ମିଶ୍ରବାବୁଙ୍କର ସହରରେ ଅନେକ ସମ୍ମାନ ରହିଛି | ସହରର ଧନୀଲୋକ ଭାବେ ବେଶ ପରିଚିତ | ଅନେକ ଅନୁଷ୍ଠାନ ତାଙ୍କୁ ଡାକି ସମ୍ମାନିତ କରନ୍ତି |ଆଜି ସେହିପରି ଏକ ଅନୁଷ୍ଠାନକୁ ଯିବାର ଅଛି |ସେଠାରେ ନିରାଶ୍ରୟ ବୁଢ଼ାବୁଢ଼ୀଙ୍କ ଥଇଥାନ ଉପରେ ଏକ କାର୍ଯ୍ୟକ୍ରମ ହେବାର ଅଛି |ମିଶ୍ରବାବୁ ମୁଖ୍ୟ ବକ୍ତା |କାର୍ଯ୍ୟକ୍ରମକୁ ଯିବା ବାଟରେ ଡ୍ରାଇଭରକୁ ଗାଡ଼ି ରଖିବାକୁ କହିଲେ ମିଶ୍ରବାବୁ |ଡ୍ରାଇଭର ହାତରେ କିଛି ପଇସା ବଢ଼େଇଦେଇ ପାଖରେ ଥିବା ବୃଦ୍ଧାଶ୍ରମର କାର୍ଯ୍ୟକର୍ତ୍ତାଙ୍କୁ ଦେଇଦେବାକୁ କହିଲେ, ସେଠାରେ ରହୁଥିବା ନିଜ ବାପାଙ୍କ ପାଇଁ |ଡ୍ରାଇଭର ମନେ ମନେ ଭାବୁଥାଏ, "ହୃଦୟରେ ଅଳନ୍ଧୁ ଜମାହୋଇଥିବା ଲୋକମାନେ ଦୁନିଆଁ ଆଗରେ କେତେ ସୁନ୍ଦର ଅଭିନୟ କରିପାରନ୍ତି |


*ତୃତୀୟ*


ସରକାରୀ ଚାକିରୀ ପାଇବାକୁ ଅନେକ ଚେଷ୍ଟା କରି ଶେଷରେ କନେଷ୍ଟବଳ ଚାକିରୀ ପାଇଁ ଟୁନାକୁ ଚିଠି ଆସିଛି | ମନରେ ଅନେକ ଆଶା ନେଇ ଟୁନା କଟକ ଆସିଛି | ହେଡ଼ଅଫିସରେ ପହଁଞ୍ଚିବା ପରେ କିଛି ସମୟ ପରେ ଭିତରକୁ ଗଲା ଟୁନା |ଚଉକିରେ ବସିଥିବା ବାବୁ କହିଲେ, "ତୋର ସବୁ ରେଡି, ଖାଲି ଟଙ୍କା ପାଞ୍ଚଲକ୍ଷ ବଢ଼େଇଦେ, ତାପରେ ତୋର ଚାକିରୀ ପକ୍କା |"

ଟୁନା ମୁଣ୍ଡ ବୁଲେଇଦେଲା, ଏତେ ଟଙ୍କା ତା' ବଂଶରେ କେହି ଦେଖିନାହାନ୍ତି |"କୋଉଠୁ ଆଣିବ ଏତେ ଟଙ୍କା? " ବାବୁଙ୍କୁ ଅନେକ ନେହୁରା ହେଲା ଟୁନା, ହେଲେ ବାବୁଙ୍କ ଆଖିରେ, ହୃଦୟରେ ଜମିସାରିଥିଲା ଲୋଭର ଅଳନ୍ଧୁ |



Rate this content
Log in