Satyajit Swain

Others

2  

Satyajit Swain

Others

ମୁଖା

ମୁଖା

1 min
387



ଏକ


ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ସବୁଦିନ ପରି ଆଜି ବି ବହୁତ ଭିଡ଼ ଜମିଛି |କେତେ ଦୂରରୁ ନିଜ ଅସୁବିଧା ଜଣାଇବା ପାଇଁ ଅନେକ ଲୋକ ଆସିଛନ୍ତି |ସମସ୍ତଙ୍କ କଥା ମନ୍ତ୍ରୀ ଶୁଣିବେ, ହେଲେ ପିଅନ ଖଣ୍ଡକ ଭାରି ଲାଞ୍ଚୁଆ, କିଛି ପକେଟରେ ନପସିଲେ ଭିତରକୁ ଛାଡ଼ିବନି |

ମନ୍ତ୍ରୀଙ୍କ ଟେବୁଲ ଉପରେ ବି ଗଦା ଗଦା ଫାଇଲ |ସେକ୍ରେଟେରୀକୁ ପଇସା ନଦେଲେ ଫାଇଲ କାମ ହେବା କଷ୍ଟ |ସମସ୍ତେ ଏଇ ଦୁଇ ଜଣଙ୍କୁ ଚୋର ବୋଲି ଭାବନ୍ତି |ମନ୍ତ୍ରୀ ଆଜି ଗୋଟେ ମିଟିଙ୍ଗରେ ଯୋଗ ଦେବାକୁ ତରବର ହୋଇ ବାହାରିଗଲେ |ଗଲାବେଳେ ଲୋକଙ୍କୁ ହାତ ଯୋଡ଼ି ନମସ୍କାର କଲେ |ଲୋକଙ୍କ ପେଟ ଯେମିତି ପୁରିଗଲା, କେତେ ସରଳ ଲୋକ, ଭୋଟ ମାଗିବାକୁ ଆସିଲାବେଳେ ହାତ ଯୋଡ଼ିଥିଲେ ଆଉ ମନ୍ତ୍ରୀ ହେଲା ପରେ ମଧ୍ୟ |

ରାତିରେ ନିଜ ଘରକୁ ସେକ୍ରେଟେରୀ ଆଉ ପିଅନକୁ ଡ଼କାଇଲେ ମନ୍ତ୍ରୀ, ଢ଼ୋଲେ ଖାଇଦେଇ ହାକୁଡ଼ି ମାରି ପଚାରିଲେ, "ଆଜି କେତେ ଆଦାୟ ହେଲା ହିସାବ କରିଦିଅ "|ସେକ୍ରେଟେରୀ ଆଉ ପିଅନ ପରସ୍ପରକୁ ନୀରବରେ ଦେଖି ମନେ ମନେ ଭାବୁଥାନ୍ତି, "ଏମାନଙ୍କ ପରି ମୂଖା ପିନ୍ଧା ଚୋରଙ୍କ ପାଇଁ ନିରୀହ କର୍ମଚାରୀ ସହଜରେ ବଦନାମ ହେଇଯାଆନ୍ତି |


ଦ୍ଵିତୀୟ


ଆଜି କାଳୁ ଜୋକରକୁ ସର୍କସରେ ଅନେକ କରତାଳି ଦେଇ ଦର୍ଶକ ପ୍ରଶଂସାରେ ପୋତି ପକାଉଥିଲେ |ହସେଇ ହସେଇ ଲୋକଙ୍କୁ ବେଦମ କରିପକେଇଛି କାଳୁ |ଆଜି ମାଲିକ ଠାରୁ ଟଙ୍କା ନେଇ ସିଧା ଘରକୁ ଫେରିଲା କାଳୁ |ଘର ଛାତରୁ ପାଣି ପଡୁଛି, ବାପା, ମାଆ ବେମାର |ଟଙ୍କାର ଅଭାବ ଭିତରେ କାଳୁ ହସିବା ଭୁଲି ଗଲାଣି, ହେଲେ ଜୀବନ ମଞ୍ଚରେ ଯେତେବେଳେ ମୂଖା ପିନ୍ଧି ଜୋକର ସାଜେ, ଆଖି ଲୁହ ପିଇ ଏଇ ଦୁନିଆଁକୁ ବାଣ୍ଟିଦିଏ ଖୁସିର ମୁହୂର୍ତ୍ତ |




Rate this content
Log in