ବର୍ଷା ଭିଜା ରାତି
ବର୍ଷା ଭିଜା ରାତି
ମୁଁ (ଅର୍ଚ୍ଚନା) ଆଉ ସୁନିତା ଦୁହେଁ ବେଷ୍ଟ ଫ୍ରେଣ୍ଡ । କୋଚିଙ୍ଗରୁ ବାହାରି ଆସିଲୁ।
ସୁନିତା ..ଏ... ସୁନିତା ମୋ କଥା ଶୁଣ , ଚାଲ୍ ଆଜି କୋଚିଙ୍ଗରେ ବହି ରଖିଦେବା ସକାଳେ ଆସି ନେଇ ଯିବା। ଏମିତିରେ ବି ମେଘ ଆସିଲାଣି ନା (ସୁନିତା କିଛି ସମୟ ଭାବି ମୋ କଥାରେ ରାଜି ହେଲା) ବହି ରଖି ଦେଇ ସାଙ୍ଗ ହୋଇ ବାହାରିଲୁ।
ବାଟଟି ଯାକ ମୁଁ ବକର୍ ବକର୍ ହେଇ ଯାଉଥାଏ ସିନା ସେ ଜମା ପାଟି ଖୋଲୁ ନ ଥାଏ। ମୁଁ ବି ତାକୁ ଆଉ କିଛି କହିଲିନି। କିନ୍ତୁ.. ମତେ ନିରବତା ଭଲ ଲାଗେନା। ରାତି ନଅଟା ପରେ ହେଲାଣି। ରାସ୍ତାରେ ବେଶି ଗାଡ଼ି ଚାଲୁ ନ ଥାଏ। କୋଚିଙ୍ଗ ଠାରୁ ପ୍ରାୟ ସାତଶହ ମିଟର ଦୂରରେ ଆମେ ରୁମ ଭଡ଼ା ନେଇ ରହୁ। ସୁନିତାଟା ଭାରି ଶାନ୍ତ।କେମିତି କେଜାଣି ଏଇ ପିଲାଟା ନିରବତାକୁ ଏତେ ପସନ୍ଦ କରେ । ମୁଁ ଆଉ ନିଜକୁ ସମ୍ଭାଳି ପାରୁ ନ ଥିଲି। ତାକୁ କହିଲି,"ସୁନିତା ମୁଁ ସେତେବେଳୁ ବକର୍ ବକର୍ ହେଉଛି, କିନ୍ତୁ ତୁ ପାଟି ଜମା ଫିଟାଉନୁ। ମୁଁ ଏକୁଟିଆ କଣ କଥା ହେବି"
ସୁନିତା ସେଇଠୁ କହିଲା,"ଆରେ କଣ କହିବାର ଅଛି କହ ମୁଁ ଟିକେ ଅନ୍ୟମନସ୍କ ହୋଇ ଯାଇ ଥିଲି"।
"ଆଉ କଣ କହିବି ହେଇ ଦେଖ ପୁଣି ମେଘ ଆସିଲାଣି। ଏବେ ହିଁ ବର୍ଷିଦେବ ଯାହା ଲାଗୁଛି। ଚାଲ୍ ସେଇ ପାଖ ଘର ପାଖକୁ ଉଠି ଯିବା।
ସତକୁ ସତ ସାଙ୍ଗେ ସାଙ୍ଗେ ମେଘ ଜୋର୍ ରେ ବର୍ଷିଲା। ଦୁହେଁ ସେଠି ବର୍ଷା କୁ ଦେଖି ଉପଭୋଗ କରୁଥାଆନ୍ତି। ମୁଁ ସେଇ ବର୍ଷା ପାଣିରେ ମୋ ମୁହଁକୁ ଟିକେ ଜଳ ପକେଇ ଦେଇ ମୁହଁ ଧୋଉଥାଏ। ସୁନିତା କିନ୍ତୁ ଅନ୍ୟ ମନସ୍କ ହୋଇ ଚାହିଁ ରହିଥାଏ।
ସେଇଠୁ ମୁଁ ତା ପାଖକୁ ଯାଇ ତାକୁ ପଚାରିଲି,"ତୁ ସତ କହିବୁ ତୋର କଣ ହେଇଛି ? ମତେ କାଇଁ କିଛି ଠିକ୍ ଲାଗୁନି।"
ସୁନିତା କହିଲା,"ହେବ ଆଉ କଣ ଏମିତି କା ରାତିକୁ ଦେଖି ଦେଲେ ମତେ ଜ୍ଞାନଙ୍କ କଥା ଭାରି ମନେ ପଡ଼ିଯାଏ। ଠିକ୍ ସେଦିନ ଏମିତି ମୁଁ ବି......(ଅତୀତକୁ ଫେରି ଯାଇଛି....)
ୱାଓ କେତେ ସୁନ୍ଦର ବର୍ଷା । ବହି କୋଚିଙ୍ଗରେ ଥୋଇ ଦେଇ ଏକା ଏକା ରାସ୍ତାରେ ରେନକୋଟ ପିନ୍ଧି ଆସୁଥାଏ। କଣ ହେଲା କେଜାଣି ,ମୁଁ ପୁଣି ରେନକୋଟକୁ ବାହାର କରି ଦେଇ ବର୍ଷାରେ ଭିଜି ବାକୁ ଲାଗିଲି। ଯୌବନରେ ପଦାର୍ପଣ କରିଥିବା ମୁଁ ଷୋଡଶି ନବ ସୁନ୍ଦରୀ ବର୍ଷାରେ ସମ୍ପୂର୍ଣ୍ଣ ରୂପେ ଓଦା ହୋଇ ଯାଇଥାଏ। ମୋ ଓଦା ଡ଼୍ରେସ ମୋ ଶରୀରକୁ ପୁରା ଲାଗି ହୋଇଥାଏ। ହଠାତ୍ କାହାର କୋମଳ ସ୍ପର୍ଶରେ ମୋ ଭାବନା ରାଇଜରୁ ଫେରିଲି। ମୁଁ ପଛକୁ ବୁଲି ଦେଖିବା ବେଳକୁ କିଛି ମଦୁଆ ଠିଆ ହୋଇଛନ୍ତି। ମୋ ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ। ମୁଁ ଏକୁଟିଆ, ନିଃସହାୟ । କଣ କରିବି ଭାବି ପାରୁନଥାଏ। ସେଇ ଲୋକ ଗୁଡାକ ମତେ ଛୁଇଁ ବାକୁ ଚେଷ୍ଟା କରୁଥାଆନ୍ତି। କିନ୍ତୁ ମୁଁ ସେମାନଙ୍କ ହାତକୁ ବାଡେଇ ବାଡେଇ ପଛକୁ ଚାଲିଥାଏ।
ହଠାତ୍ ଯାଇ କାହା ପାଖରେ ମୁଁ ବାଡେଇ ହେଇ ପଡିଲି। ପଛକୁ ବୁଲି ଦେଖିଲା ବେଳକୁ ଜ୍ଞାନ ମୋ ଆଖି ସାମ୍ନାରେ। ମୁଁ ତାକୁ ଭିଡି ଧରି ବହୁତ ଜୋର୍ ରେ କାନ୍ଦିଲି। ସେ ମୋ ପିଠିକୁ ଆଉଁସି ଦେଇ କହିଲା,"ଏ କାନ୍ଦୁରୀ ଏତେ କାନ୍ଦ ଜମା ଭଲ ନୁହଁ। ମୁଁ ବୁଝୁଛି ସେମାନଙ୍କ କଥା..."।
ତା ପରେ ଜ୍ଞାନ ସେମାନଙ୍କ ସହ ଫାଇଟିଙ୍ଗ କରିଲା। ଲୋକ ଗୁଡାକ ଚାଲିଗଲେ ସିନା ଆଉ ଥରେ ଆସିବେ ବୋଲି କହି warning ଦେଇ ଗଲେ।
ମୁଁ ପୁରା ଡରି ଯାଇଥିଲି। ସେ ମତେ ତା ବାହୁବନ୍ଧନରେ କୋଳାଗ୍ରତ କରି ରଖିଥିଲା। ତା ଛାତିର ସ୍ପନ୍ଦନ ମୋ କାନରେ ଶୁଣାଯାଉଥାଏ। ବରଷାରେ ଭିଜି ମଧ୍ୟ ତା ଶରୀର ମତେ ଉଷ୍ମତା ପ୍ରଦାନ କରୁଥିଲା। ଧୀରେ ଧୀରେ ବର୍ଷା ବି କମିବାକୁ ଲାଗିଲା....।
ମୋ ମୁହଁକୁ ଟେକି ଦେଇ କହିଲା," ଏ ପାଗେଳି ଘରକୁ ଯିବା ନା ଏଠି ଏମିତି ଛିଡ଼ା ହୋଇଥିବା । ମୁଁ ଲାଜରେ ହଁ ଭରି ଦେଲି।
ମୁଁ ମୋ ଚୁନରୀରେ ମୁଣ୍ଡ ପୋଛୁଥାଏ। ମୁହଁ ବୁଲେଇ ଚାହିଁଲା ବେଳକୁ ସେ ମତେ ଚାହିଁ ରହିଥାଏ। ମୁଁ ପଚାରିଲି ,"ଓଃ ମିଷ୍ଟର କଣ ଏମିତି ଦେଖୁଛ...
ଜ୍ଞାନ- ମୋ ସୁନ୍ଦରୀକୁ ମୁଁ ଦେଖିବିନି ତ ଆଉ କିଏ ଦେଖିବ.... ମିସେସ୍ ସୁନିତା....
ମୁଁ ବି କେଉଁ ଛାଡ଼ିବା ଲୋକ ଥିଲି କି...ତେଣୁ ମୁଁ ବି ପଚାରିଲି ,"ଆଚ୍ଛା କେବେଠୁ ତମେ ପ୍ରେମିକ ପ୍ରବର ସାଜିଲଣି.... ଶୁଣେ"।
ଜ୍ଞାନ- କେବେଠୁ କଣ ମାଡାମ ..... ଏବେ ଠାରୁ ପ୍ରେମିକ ସାଜିଲି , ଏଇ ମୁହୂର୍ତ୍ରୁ.....(କିଛି ସମୟ ଚିନ୍ତା କରି....)
ସୁନିତା କିଛି କହିବାର ଥିଲା ତମକୁ....
"ହଁ କହୁନ କଣ କହିବାର ଅଛି"
ଜ୍ଞାନ- I Love You...
"I love you too "
ମୁଁ ଲାଜରେ ପୁରା ବୁଡି ଯାଇଥିଲି। ସିଏ ମୋ କପାଳରେ ଏକ ସୁନ୍ଦର ଚୁମ୍ବନଟିଏ ଆଙ୍କି ଦେଇ କହିଲା,"ଯିବା ଘରକୁ"। ମୁଁ ହଁ ଭରିଲି।
ମୋ ହାତରେ ତା ହାତକୁ ଛନ୍ଦି ଦେଇ ମୁଁ ତା ସହ ଚାଲିଲି। ମନ କହୁଥାଏ ଏମିତି ସବୁଦିନ ତମ ହାତକୁ ଧରି ଚାଲନ୍ତି କି ତମ ସହ ଏମିତି ସାରା ଜୀବନ ମୋର କଟି ଯାଆନ୍ତା।
ବର୍ଷା ଛାଡ଼ିବା ଯୋଗୁଁ ଥଣ୍ଡା ଲାଗୁଥାଏ। ପ୍ରାୟ ମୋ ରୁମ୍ ପାଖାପାଖି ଚାଲି ଆସିଲୁଣି। କିଏ ଗୋଟେ ପଛ ପଟୁ ଆସି ଜ୍ଞାନଙ୍କ ମୁଣ୍ଡକୁ ପଛ ପଟୁ ବାଡେଇ ଦେଇ ଚାଲି ଗଲା ବାଇକ୍ ରେ। ମୁଁ ବହୁତ ଚିତ୍କାର କଲି। ସାହାଯ୍ୟ ପାଇଁ ଡ଼ାକୁଥାଏ କିନ୍ତୁ କେହି ଶୁଣୁ ନ ଥାଆନ୍ତି। ସବୁ ଦେଖି ଦେଇ ଚାଲି ଯାଥାଆନ୍ତି। ଶେଷରେ ଗୋଟିଏ ଅଟୋରେ ବସି ତାଙ୍କୁ ମେଡିକାଲ ନେଲି, କିନ୍ତୁ ସେତେବେଳକୁ ସବୁ ସରି ଯାଇଥିଲା। ବହୁତ ଡେରି ହେଇଯାଇଥିଲା।
ମାତ୍ର କିଛି ସମୟ ପାଇଁ ସେ ମୋ ହାତ ଧରିଥିଲେ। କିନ୍ତୁ ମୁଁ ତାକୁ ଜୀବନ ସାରା ଧରିବି ବୋଲି ଭାବି ନେଇଥିଲି।
(ବର୍ତ୍ତମାନ ପରିସ୍ଥିତିକୁ ଆସି ଯାଇଛି.....)
ହଁ ଅର୍ଚ୍ଚନା ମୁଁ ଏଥିପାଇଁ ଏଇ ବର୍ଷା ଭିଜା ରାତିକୁ ଦେଖିଲେ ମନରେ ଅସୁମାରୀ କୋହ ଉଠିଯାଏ। ବହୁତ ଭଲ ପାଇଥିଲି ତାକୁ, କିନ୍ତୁ ବିଧାତା ତାକୁ ମୋ ସହ ମିଶିବାକୁ ଦେଲାନି। ଅଧା ବାଟରେ ହାତ ଛାଡ଼ି ଚାଲିଗଲା .... ସାଥି ହେଇଥିଲା କେବଳ ଗୋଟେ ବର୍ଷା ଭିଜା ରାତି ପାଇଁ.... ହାତ ଧରିଥିଲା କିଛି ସମୟ ପାଇଁ....।

