STORYMIRROR

Akshayakumar Dash

Fantasy

2  

Akshayakumar Dash

Fantasy

ବିଶ୍ୱସ୍ଥ

ବିଶ୍ୱସ୍ଥ

2 mins
109

ଗୋପାଳ ବାବୁ ଟମିକୁ ଗାଧେଇ ଦେଉଛନ୍ତି। ତାର ଦେହକୁ ସାବୁନ ଲଗେଇ ସଫାକରି କପଡ଼ାରେ ପୋଛୁଛନ୍ତି ।ପାନିଆରେ କୁଣ୍ଡେଇ ଦେଉଛନ୍ତି ତାର ଦେହ ଓ ମୁଣ୍ଡକୁ । ତେଲ ମାନେ ସୁବାସିତ ଅତର ମାଖୀ ଦେଉଛନ୍ତି ଗୋପାଳ ବାବୁଙ୍କ ପତ୍ନୀ ବାଢ଼ିଦେଉଛନ୍ତି ଭାତ ମାଂସ ତରକାରୀ ସହିତ କିଛି ବ୍ୟଞ୍ଜନ । ଟମି ବସି ଭୋଜନ କରୁଛି। ଏତିକି ବେଳେ ପହଞ୍ଚିଗଲି। ଟମିକୁ ଡାକିଦେଲି। ଖାଇବା ପାଖରୁ ଚାଲି ଆସିବ ବୋଲି ଜାଣିନଥିଲି। ମୋ ଦେହରେ ଘସି ହେଉଥାଏ।

ଲକଡାଉନ ଯୋଗୁ ତିନିମାସ ଟମି ସହ ଦେଖାହୋଇନି। ତେବେ ଭାବୁଥିଲି ଟମି ମତେ ଦେଖି ପାଟି କରିବ। କିନ୍ତୁ ମାନେରଖିଛି ଜାଣି ଖୁସି ହେଲି । କହିଲି ଯା ଖାଇବୁ ଖାଇସାରିଲେ କଥାବାର୍ତ୍ତା ହେବା । କହିବା ମାତ୍ରେ ଚାଲିଗଲା ଖାଇବା ସ୍ଥାନକୁ ।ଯେମିତି ପିଲାମାନେ ମାଆଙ୍କ କଥା ଶୁଣି ଖାଇବାକୁ ଆସନ୍ତି । ପଚାରିଲି କଣ ଖାଉଛୁ ମାଂସ ,ଏବେ ଟମି ଲାଞ୍ଜ ହଲେଇ ମୋକଥା ବୁଝିଲା ପରି ମୋ ଆଡକୁ ଟିକେ ଚାହିଁଦେଇ ଖାଉଥାଏ ।ସବୁ ଖାଇ ଦୌଡ଼ି ଆସିଲା, ମୋଦେହରେ ତାର ଦେହ ଘସୁ ଥିଲା ।ମୁଁ ତାର ମୁଣ୍ଡ ଦେହରେ ହାତ ଘସିଦେଉଥାଏ। ଟମି ସବୁକଥା ବୁଝିପାରେ । ମୋ ମତରେ ପଶୁ ମାନେ ଆମକଥା କହିପରନ୍ତି ନାହିଁ ହେଲେ ବୁଝିପାରନ୍ତି। ଶୁଆ ସାରି ଙ୍କୁ ତାଲିମ ଦେଲେ ଆମ ଭାଷାରେ କହିପାରନ୍ତି । ଟମିକୁ ତାଲିମ ଦେଲେ ସବୁ କରି ପାରିବ ବୁଝି ପାରିବ ହେଲେ କହିପାରିବା ସମ୍ଭବ ନୁହେଁ। କାରଣ ଭାବୁଛି ତାର ଜିଭର ଗଠନ ଭାଷା କହିବାର କ୍ଷମତା ନାହିଁ। ଟମି ଭୁକିଲେ କମ୍ପିଯାଏ ।ଘରକୁ ବିରାଡ଼ି ମୂଷା ବା ତେଲୁଣି ପୋକ ପଶିଲେ ଭୁକିବ।କିଏ ନଶୁଣିଲେ ତାର ଗୋଡ଼ନଖରେ ଝିଣି ପକାଏ । ଟମି ବାସନା ବାରି ଜାଣେ ।ଦିନେ ଗୋଖର ସାପଟି ବାଡ଼ କଡରେ ବାହାରି ଚାଲୁଥାଏ ।


ଟମି ଅମପାଖରେ ଥିଲା । ତାକୁ ବାସନା ଲାଗିଲା ।ଏକା ମୁହଁରେ ଦୌଡ଼ିଲା ବାଡିକଡ଼ର୍ ସେଇ ସାପ ପାଖୁ ।ସାପ ଟମିକୁ ଦେଖି ଫଣା ଟେକି ଶବ୍ଦ କଲା । ଟମି ଡ଼ରିବାର ତାର ଜାତକରେ ନାହିଁ । ତାକୁ ଝାମ୍ପି ପଡି ମାରିଦେଲା ନିଜେ ମଧ୍ୟ କ୍ଷତାକ୍ତ ହୋଇଯାଇଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy