ବିଶ୍ୱାସ
ବିଶ୍ୱାସ


ବିଶ୍ବାସ ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡି ଛାଡି ଯାଉଥାଏ ଠିକ୍ ଏହି ସମୟରେ ଆମ୍ବତୋଟା ଭିତରେ ଜୀବନକୁ ବାଜିଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦୈଉଡୁ ଥାଏ। ନା ଥାଏ ବଞ୍ଚିବାର ଆଶା ନା ମରିବାର ଦୁଃଖ ତଥାପିବି ଦୈଉଡୁ ଥାଏ ବଞ୍ଚିବାର ଆଶା ରଖି। ଚିତ୍କାର ଉପରେ ଚିତ୍କାର କରି ଚାଲିଥାଏ କିନ୍ତୁ ସମସ୍ତେ ନୀରବ। ଏଇତ ସମୟର ରୀତି , ଖାଦ୍ୟ ଖାଦକର ବନ୍ଧନ ଆଉ ଦୂର୍ବଳର ଉପରେ ସବଳର ଅତ୍ୟାଚାର। କିନ୍ତୁ ଏତେ ସବୁ ବିଚରା ଛେଳିଟାଏ ବୁଝିବ ବା କେମିତି। ସ୍ନେହ ଶ୍ରଦ୍ଧା ଭଲପାଇବା ଭିତରେ ପରିବାର ସହ ଆସିଥିଲି। ଦୂରରୁ ଦେଖିଥିବା ଛନଛନ ଦୂବ ଘାସ ଦିଇଟା ଖାଇବାକୁ। ମାଁ ସହ କିଆରି ଭିତରେ ପସିଥି୍ବା ବେଳେ । କିନ୍ତୁ ହେଲା କଣ?? ସତେ ଯେମିତି ଏ ଦେହର ଲୋଭିଲା କଞ୍ଚା ମାଉଁସ ଗୁଡାକୁ ଖାଇବାକୁ ବସିଥିଲେ କିଆ ବୋଦା ମୂଳେ କୁକୁର ଗୁଡାକ। ଆଉ ସୁଯୋଗ ପାଇବା କ୍ଷଣି ଲମ୍ଫ ମାରିଦେଲେ .........। ସରିଯାଇଥିଲା ଜୀବନ, ସେମାନଙ୍କର ନଖ ଦାନ୍ତ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର ଉପରେ ଚିତ୍କାର କଲି ସିନା ଭାଗଶେଷ ଶୂନ। ହଠାତ୍ ଦୁଇ ଚାରିଜଣ ମଣିଷ ର ଆବାଜ୍ ଶୁଣିବାକୁ ପାଇଲି । ବୋଧୁଏ ମାଲିକ ଆସିଗଲା! ଟିକେ ଆଶ୍ବସ୍ତି ଲାଗିଲା ଗୋଟେ ଦିର୍ଘ ଶ୍ବାସ ନେଇ ରହିବା ବେଳକୁ, କୁକୁର ମଣିଷ ର ଲଢେଇ ପରିଣତି ମଣିଷ ଜିତିଲା। କେହିଜଣେ ମୋତେ କୋଳକୁ ନେଲା ଆଉ କ୍ଷତାକ୍ତ ଶରୀରରେ ସ୍ନେହ ଭରା ପରସ ଦେଲା । ଲାଗିଲା ଜୀବନ ବଞ୍ଚିଗଲା। ଛାତିରେ ଛାତିଏ କୋହକୁ ଚାପିରଖି ଏତେ ଖୁସି ହୋଇଗଲି ଯେ ଆନନ୍ଦର ଅଶୃ ବହିବାରେ ଲାଗିଲା। ତଥାପି ମୁଁ ନୀରବ । ମାଲିକର ଘରୁ ବାହାରିଲି ମାଁ ମିଳିଗଲା ଆଉ ମାଁ କୋଳ ଛାଡିଲି....... ଏମାନେ । ଖୁବ୍ ଖୁସି ଲାଗୁଥିଲା, ଦେହର କଷ୍ଟକୁ ଭୁଲି ଉଠିବାରେ ଲାଗିଲି , ସେଇ ମଣିଷ ମାନଙ୍କ ଦେହରେ ଦେହ ଘସି ଖୁସି ହେଉଥିଲି । ଜଣ ଜଣ କରି ସମସ୍ତେ କୋଳକୁ ନେଲେ । କ୍ଷତାକ୍ତ ଶରୀରର ଆଦର କଲେ। ମୋତେ ଗଛରେ ବାନ୍ଧି ଦେଇ ଛନଛନିଆ ଘାସ ଆଣି ଖାଇତେ ଦେଇ ଜଣକ ପରେ ଜଣେ ଘରକୁ ଗଲେ କିଛି ବୁଝି ହେଉନଥାଏ। ମୋର ଆଶା ସାର୍ଥକ ପରି ଲାଗିଲା ତଥାପି ନୀରବତା। କିଛି ସମୟର ବ୍ୟବଧାନ ପରେ ମୋ ମାଲିକ ଆସିଲେ ଆଉ ତା ପଛକୁ ପଛ ରସି, କଟୁରୀ, ହାଣ୍ଡି କଢା,ବାଲ୍ଟି ଧିରେ ଧିରେ ଆସିବାରେ ଲାଗିଲା। ଏତେ ବେଳେ ବୁଝିପାରୁଥିଲି ଏତେ ସ୍ନେହ ଭଲପାଇବା ର ମାନେ । ମୁଁ ତ ଛେଳି ଟିଏ ଆବଶ୍ୟ ମୋତେ ଆହାର ସ୍ନେହ ଭଲପାଇବା ପାଇଛି ଯେତେବେଳେ ତାର ଋଣ ତ ସୁଝିବାକୁ ପଡିବନା । ଧିରେ ଧିରେ ଦିନ ଗଡିବାରେ ଲାଗିଥାଏ । କଟୁରିଟା ବେକରେ ଚାଲିବା ଆଗରୁ ମୋ ମାଁ ଛିଡା ହୋଇଥିଲା ଆଖି ଆଗରେ। ଜୀବନ ତ ସମସ୍ତଙ୍କର ଆପଣାର ହୋଇଥାଏ। ଆଉ କଷ୍ଟ ସମସ୍ତୁ ସମାନ ଲାଗେ। ଏସବୁ କେବଳ ମଣିଷ ହିଁ ବୁଝିପାରେ ।