କୋଣାର୍କ ର ଗହନ କଥା
କୋଣାର୍କ ର ଗହନ କଥା
ମନରେ ପ୍ରଶ୍ନ ଆସେ ,ଯଦି ପୁରା ମନ୍ଦିର ଟିକୁ ଯଦି ୧୨୦୦ ବଢ଼ାଇ ତିଆରି କରିଦେଲେ ତେବେ ମନ୍ଦିରର ମୁଣ୍ଡି ମାରିବାକୁ ଧରମାର ଆବଶ୍ୟକତା କାହିଁକି ପଡ଼ିଲା । ବଡ଼ ବଡ଼ ପଥର କୁ ତ ଉଠାଇବା ତା' ପକ୍ଷରେ ସମ୍ଭବପର ହୋଇ ନ ଥିବ । ତେବେ ସେ ଏକାକି ପୁରା ପ୍ରଶଂସା ର ପାତ୍ର କାହିଁକି ହେଲେ ? ସାହାର୍ଯ୍ୟ କରିଥିବା ବଢ଼େଇ କାହିଁକି ନୁହେଁ । ୧୨ ବର୍ଷ ବୟସରେ ଏମିତି କେଉଁ ପୁସ୍ତକ ପଢ଼ି ପାରିଲା ଯେଉଁଥିରେ ଏସବୁ କଥା ଲେଖା ଯାଇଥିଲା । ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥାଏ ସୈଭବ ।
କୋଣାର୍କ ମନ୍ଦିର ର ଚାରିପାଖ ରେ ବୁଲି ବୁଲି ପଥର ଦେହରେ ହାତମାରି ନିରଖୁଥାଏ ଏହାର ଜୀବନ୍ତ ଋପ କୁ l ସୁକ୍ଷ୍ମ କାରିଗରୀ ,ଅଦ୍ଭୁତ ଜ୍ଞାନ କୌଶଳ କୁ l ମନେ ମନେ ଭାବୁଥାଏ .... ଏଥିରେ ଏମିତି କେଉଁ ତଥ୍ୟ ର ଅଭାବ ଥିଲା ଯାହା କେବଳ ବିଶୁମହାରଣା ଘରେ ଥିବା ପୁସ୍ତକ ରେ ଲେଖା ଥିଲା l ଏହି ପୁସ୍ତକ କେଉଁଠୁ ଆସିଲା | ଯଦି ଧର୍ମପଦ କୋଣାର୍କ ଆସିନଥାନ୍ତେ ତାହା ହେଲେ ମନ୍ଦିର କିପରି ହୋଇଥାନ୍ତା | ଏମିତି ଭାବୁ ଭାବୁ ଗୋଟିଏ ଦିର୍ଘ ନିଶ୍ୱାସ ମାରି ପାଖ ବେଞ୍ଚ ଉପରେ ବସିପଡ଼ିଲା ସୈରବ । ଠିକ୍ ଏଇ ସମୟକୁ ଦଲକାଏ ଶୀତଳ ପବନ ଆସି ଦେହକୁ ବାଜିଲା । ଝାଉଁ ଜଂଗଲ ରେ ପବନ ବାଜି ଝିନ ଝିନ୍ ଶବ୍ଦ କରୁଥାନ୍ତି | ଆଗକୁ ରହିଛି ବିସ୍ତୁତ ବେଳାଭୂମି |
ମନକୁ ପୁଣି ମନରେ ବୁଝାଇବାକୁ ଯାଇ ଭାବିବାକୁ ଲାଗିଲା ସୈରବ , ବିଜ୍ଞାନ କହୁଛି .... ବିଶ୍ୱତାପ ବୃଦ୍ଧି ଯୋଗୁଁ ଉତ୍ତର ମେରୁ ରୁ ବରଫ ତରଳିବା ଆରମ୍ଭ କରିଛି l ସମୁଦ୍ର ସ୍ଥଳ ଭାଗ ଆଡକୁ ମାଡ଼ି ହୋଇ ଆସୁଛି l ହେଲେ ଯେଉଁ ସ୍ଥାନରେ ହଜାରେ ବର୍ଷ ପୂର୍ବେ ଧରମା ଡେଇଁ ୧୨୦୦ ବଢ଼େଇ ର ଜୀବନ ରକ୍ଷା କରିଥିଲା ସେ ସ୍ଥାନ ତ ଶୁଖିଲା ଟାଙ୍ଗରା ଭୂଇଁ । ଏମିତି କେମିତି ହେଲା ! ସମୁଦ୍ର ବୋଧେ ରାଗ କରିଛି ସେଥିପାଇଁ ମନ୍ଦିର ଠାରୁ ଦୂରକୁ ପଳାଇ ଯାଇଛି | ଯଦି ରାଗ କରି ପଳାଇ ଯିବାର ଥିଲା ତେବେ ହଜାରେ ବର୍ଷର ପୂର୍ବରୁ ପଳାଇ ଯାଇଥାନ୍ତୁ | ଅତି କମରେ ଏମାଟିର ଯୋଗ୍ୟ ଦାୟାଦ ର ଜୀବନ ରହିଯାଇଥାନ୍ତା | ଏହା ଏକ ଗୃଢ଼ ରହସ୍ୟ ନା..... ମୋତେ କିଛି ଗୋଟେ କରିବାକୁ ପଡ଼ିବ ! ଏହାର ଏକ ବାସ୍ତବ ଘଟଣାକୁ ବାହାରକୁ ଆଣିବାକୁ ପଡ଼ିବ କହି ବେଞ୍ଚ ରୁ ଉଠିପଡ଼ିଲା ସୈରବ ।
ପଥର ମଝିରେ ଲୁହାର ପ୍ଲେଟ୍ ଯୋଡ଼ି ଯୋଡ଼ି ହୋଇ ଉପରକୁ ଆଉ ସଭା ଉପରେ ଚୁମ୍ବକର ପ୍ରଭାବ । ଗର୍ଭଗୃହ ରେ ସୂର୍ଯ୍ୟ ଦେବତା ସେଇ ଚୁମ୍ବକର ଚୁମ୍ବକତ୍ଵ ର ପ୍ରଭାବାର ଭାସମାନ | ଏହାକୁ ଆଧୁନିକ ଭାଷାରେ magnetic levitation ବୋଲି କୁହାଯାଏ । ଚୁମ୍ବକର ଉତ୍ତର ମେରୁ ଚମ୍ବକର ଦକ୍ଷୀଣ ମେରୁ ସଂସ୍ପର୍ଶ ରେ ଆସିଲେ ଏକ ବିକର୍ଷଣ ବଳ ସୃଷ୍ଟି ହୁଏ ଫଳରେ ବସ୍ତୁଟି ତଳେ ନ' ରହି ଭୂମିଠାରୁ ଉଚ୍ଚତା ରହିଥାଏ l ଏହିପରି ଅବସ୍ତାରେ କୋଣାର୍କ ମନ୍ଦିରର ଦଧିନଉତି ଟି ଚୁମ୍ବକ ଥିଲା । ଯାହା କୁ ସଠିକ୍ ଭାବରେ ରଖିବାକୁ ହେଲେ ଭୂମି ରେ ଥିବା ଲୁହା ଓ ଚୁମ୍ବକ ର ପାର୍ଶ୍ଵ , ଆକାର , ପ୍ରକାର ବିନା ରେ ସମ୍ଭବ ନଥିଲା । ଯାହା ର ଜ୍ଞାନ ଧରମା ଘରେ ଥିବା ପୁସ୍ତକ ରୁ ପ୍ରାପ୍ତ କରିଥିଲା ।
ବିଜ୍ଞାନ ସାର ଙ୍କ ଠାରୁ ସୌରବ କୁ ଏହି ଉତ୍ତର ପାଇ ମନଭିତରେ ଥିବା କିଛି ପ୍ରଶ୍ନର ଉତ୍ତର ମିଳିଯାଇଥିଲା । ହେଲେ ଆହୁରି ଅନେକ ପ୍ରଶ୍ନ ର ଉତ୍ତର ମିଳିପାରିଲା ନାହିଁ । ବାଧ୍ୟ ହୋଇ ସାହିତ୍ୟ ସାର ଙ୍କ ପାଖକୁ ଗଲା
ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ବ ଙ୍କୁ ଅଭିସାପ ମିଳିଥିଲା କୁଷ୍ଠ ବ୍ୟାଧିର । ଏହି ରୋଗର ମୁକ୍ତି ପାଇବା ପାଇଁ କୋଣାର୍କ ରେ ସୂର୍ଯ୍ୟ ଙ୍କୁ ଉପାସନା କରିଥିଲେ ଏବଂ ମୁକ୍ତି ପାଇଥିଲେ । ଏଥିପାଇଁ ଆଜିର ଦିନରେ ମଧ୍ୟ ଓଡ଼ିଶାରେ ଘରେ ଘରେ ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ଙ୍କୁ ପୂଜା କରି ନିଜ ପିଲାମାନଙ୍କ ଆରୋଗ୍ୟ କାମନା ର ପରମ୍ପରା ରହିଛି । ପରବର୍ତ୍ତ ସମୟରେ ସୂର୍ଯ୍ୟ ଉପାସନା କରିବା ନିମନ୍ତେ ଏଠାରେ ରାଜା ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ । ଯାହା ଆଜି କୋଣାର୍କ ନାମରେ ବିଶ୍ବ ପ୍ରସିଦ୍ଧ ।
ଇତିହାସ ସାରଙ୍କର ଉତ୍ତର ରେ .......
ଆଗକାଳାରେ ଚନ୍ଦ୍ରଭାଗା ନଦୀ ଏହି ସ୍ଥାନରେ ସମୁଦ୍ରରେ ମିଶିଥିଲା ଫଳରେ ମୁହାଣ ର ଜଳସ୍ତର ଯୋଗୁଁ ଏହି ଅଂଚଳ ଜଳମଗ୍ନ ରହୁଥିଲା | ଏବଂ କିଛି ଐତିହାସିକ ଙ୍କ ମତର ସମୁଦ୍ର ଏବଂ ଚନ୍ଦ୍ରଭାଗା ନଦୀ ର କ୍ଷେତ୍ର କୋଣ ସୃଷ୍ଟି କରୁଥିବାରୁ ଏହି କ୍ଷେତ୍ର ର ନାମ କୋଣାର୍କ ରହିଛି । ନଦୀର ବିଲୟ ଯୋଗୁଁ ସମୁଦ୍ର ଦୂରକୁ ଯାଇଥିବାର ଭ୍ରମ ସୃଷ୍ଟି କରୁଛି ।
ସୌରବ ସବୁ ସାର ଙ୍କ କଥା କୁ ଶୁଣି କୋଣାର୍କ କୁ ଏକ ଭଗ୍ନ ମନ୍ଦିର ଭାବିବାର ଯେଉଁ ଦୁଷ୍ଟ ବୁଦ୍ଧି କରିଥିଲା ସେ ସବୁକୁ ନିଜ ମନରୁ ପାଶୋରି ଯାଇଥିଲା । ସେ ସମୟରେ ଓଡ଼ିଶାର କାରିଗର ଖାଲି ପଥର ଦେହରେ ଖୋଦେଇ କରିବା ଜାଣି ନଥିଲେ । ସେମାନେ ଆଜିର ଉନ୍ନତ ମାନର ଜ୍ଞାନ କୌଶଳ ସହ ଗଣିତ , ବିଜ୍ଞାନ ବିଷୟରେ ମଧ୍ୟ ଜାଣିଥିଲେ । ଯାହା ବିଷୟ ରେ ଏବେ ମଧ୍ୟ ପାଶ୍ଚାତ୍ୟ ଦେଶମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି।
