ବିନ୍ଦୁରିକ୍ତା ଭାଗ ୧
ବିନ୍ଦୁରିକ୍ତା ଭାଗ ୧
ସେ ଦିନ ବୋଧ ହୁଏ ଜୀବନ ର ସବୁଠୁ ସୁନ୍ଦର ଓ ଭୟଙ୍କର ଝଡ଼ଆସିବାର ଥିଲା । ସୁନ୍ଦର ଏଥି ପାଇଁ କାହିଁକି ନ ଗୋଟେ ଝିଅ ମୋତେ ଫେସବୁକ ରେ ମେସେଜ କରିଥିଲ ଭୟଙ୍କର ଏଥି ପାଇଁ ଦିନ ଠାରୁ ଜୀବନ ଏକ ନୂଆ ମୋଡ ନେଉଥିଲା ।
ନୂଆମୋଡ ର ଜୀବନ ରେ କଣ ଘଟିବ କେଜାଣି ?
ସବୁଠୁ ସୁନ୍ଦର ଏକଥା ତ ଏହା ଥିଲା କି ସେ ଝିଅ କୁ ନ ମୁଁ ଜାଣିଥିଲି ନ ସେ ମୋତେ କିନ୍ତୁ ଆମେ ସେ ଦିନ ବହୁତ କଥା ହେଉଥିଲି । ବହୁତ ବୁଝିବା ପରେ ଜଣା ପଡିଲା ସେ ମୋର ନୁହଁ ମୋ କଥା ଓ କବିତା ର ପ୍ରଶଂସସକ । ସତରେ ସେ ଦିନ ଜୀବନ ରେ ପ୍ରଥମ ଥର ଲାଗିଲା କେହି ତ ଅଛି ଯିଏ ଅଧମର କବିତା ଓ କଥା କୁ ପଢୁଛି କାହିଁକିନା । ଏ ପରିବର୍ତିତ ଜୀବନ ର ଧାର ଭିତରେ ଅଗଣିତ ନବ ଲେଖକ ମଧ୍ୟ ରେ ଗୋଟେ ଅନାମଧେୟ କବି କବିତା କାହିଁକି କିଏ ପଢିବ ଓ ନିଜ ସମୟ ଦେବ । କିନ୍ତୁ ମୁଁ ବହୁତ ଖୁସିଥିଲି . ଜଣେ ନବ କବି ପାଇଁ ଗୋଟେକବିତାର ପ୍ରଶଂସକ ର ମୂଲ୍ୟ ବହୁତ ବଡ ।
ଏମିତି କିଛି ଦିନର କଥାବାର୍ତା ଭିତରେ କେବେ ବ୍ୟାକୁଳତାର ବଶବର୍ତ୍ତୀ ହୋଇ ଜୀବନ ର ସବୁ ସମୟ ସେଇ ଝିଅ ସହିତ କାଟିବାକୁ ବାଛି ନେଲା । ଘୁରି ବୁଲିଲା ସେଇ ପ୍ରେମ ର ଅନନ୍ତ ଗଗନ ରେ । ଖୋଜିବା କୁ ପ୍ରେମ ରୂପକ
ଚଢେଇ କୁ । ହେଲେ ବର୍ତମାନ ସମୟ ଥିଲା ଏତିକି ବୁଝିବାର ସତେକି ସେ ଝିଅ ବି ସେତିକି ଭଲ ପାଉଛି ତା ? ଶେଷ ରେ ଯାହା ଭଗବାନ ଙ୍କ ଯାହା ଇଛା ତାହା ହୁଏ । ଶେଷରେ ସେ ଦି ଜଣ ପ୍ରେମ ପାଇଁ ଉଭୟ ଉଭୟ ଙ୍କୁ ବାଛି ନେଲେ ପ୍ରେମରୁପରେ ।
ପ୍ରେମ ସତରେ ବହୁତ ସୁନ୍ଦର ଅର୍ଥ ।
କିନ୍ତୁ ପ୍ରେମ ର ଶେଷ କେବେ କୋଉଠି କେମିତି ହୁଏ ତାହା କେହି ବି ସଠିକ ଭାବରେ କହି ପାରନ୍ତିନି । ଉଭୟ ଙ୍କୁ ଏଇ କବିତା ହିଁ ତ ଉଭୟ ଙ୍କୁ ପାଖକୁ ଆଣି ଥିଲା ।
ଆଉ ଏକ କାବ୍ୟ ରୂପରରେ ଏଇ ପ୍ରେମ କାହାଣୀ ବଢିଚାଲିଲା। ଦେଖା ସାକ୍ଷାତ ର ସମୟ ଭିତରେ ଆଲିଙ୍ଗନ ଓ ପ୍ରେମ ର ମଧୁ ଭରା ସମୟ କୁ ଉପଭୋଗ କରି ବାକୁ ଲାଗିଲେ। କଥା ଓ କବିତାର ବୋଧ ହୁଏ ତାଙ୍କ ପ୍ରେମ କର୍ମଶାଳ ବନି ଯାଇଥିଲା । କବିତା ହଉ କି କାବ୍ୟ ର ଅଙ୍କ ପାହାଚ ବହୁତ କଠିନ ହୋଇଥାଏ । ଯେମିତି ପ୍ରେମ ର ରାସ୍ତା ବି ଅତ୍ୟନ୍ତ କଠିନ ହୋଇଥାଏ । ମୁକ୍ତ ଆକାଶ ର ଉଭୟ ପକ୍ଷୀ ଉଡ଼ି ବୁଲୁଥିଲେ କିନ୍ତୁ ପକ୍ଷୀ ଙ୍କର ଭୟ ବି ଥାଏ ସେଇଟା ହେଉଛି ଶିକାରୀ ଆଉ ପ୍ରେମ ର ମିଳନ ର ଶିକାରୀ ହଉଛି ବିଚ୍ଛେଦ ........
କ୍ରମଶଃ