ମହାଗାଲୁଆ ସନୁ

Others

2  

ମହାଗାଲୁଆ ସନୁ

Others

ବିଶ୍ୱାସର ପ୍ରେମ

ବିଶ୍ୱାସର ପ୍ରେମ

1 min
1.7K


ବିଶ୍ୱାସର ପ୍ରେମ

          ସମୟ ସେତେବେଳେ ୨ ଟା ୪୫ ମିନିଟ । ମୋବାଇଲ୍ ରେ ଗୋଟେ ମସେଜ୍ ଆସିଲା ।

-ହାଏ !

ଅଚାନକ୍ ଏକ ନୂଆ ମେସେଜ ଆଉ ନୂଆଁ ମୁହଁ । ସାଧାରଣ ମତରେ ଉତ୍ତର ଦେଲି । ପ୍ରତିଉତ୍ତରରେ ପରିଚୟର ସୃଷ୍ଟି ହେଲା । ରାତିରେ ଆଉଥରେ ସେଇଠୁ ମେସେଜ୍ । ପୁଣି କିଛି ସମୟର କଥାବାର୍ତ୍ତା, ହଠାତ୍ ଏକ ସୁନ୍ଦର ଫୋଟ ଚିତ୍ର ସେଇ ଝିଅଟିର । ଝିଅଟି ଏତେ ସୁନ୍ଦର ଥିଲା ବର୍ଣ୍ଣନାର ବାହାରେ । କିନ୍ତୁ ପ୍ରତିକ୍ରିୟାର ସ୍ୱରୂପ କିଛି ତ କହିବାର ଥିଲା ତ କବିର ମନ ନେଇ ଚନ୍ଦ୍ରର ଉପମା ଦେଲି । ଏହିପରି ମଧୁର ବାର୍ତ୍ତାଳାପର ଅଗ୍ରଗତି ପରେ ଭାବନାରର ଆଦାନପ୍ରଦାନ ପାଇଁ ମୋବାଇଲ୍ ନମ୍ବରର ଅଦଳବଦଳ । ପରବର୍ତ୍ତୀ ସମୟରେ ସ୍ୱରର ବାର୍ତ୍ତାଳାପ ଧୀରେଧୀରେ ବଢିବାକୁ ଲାଗିଲା । ଏମିତି ସମୟରେ ଏକ ମଧୁର ତୋଫାନି ଝଡ । ପ୍ରତିଦିନର ବାର୍ତ୍ତାଳାପ ମଧ୍ୟରେ ଜୀବନଟା ଏମିତି ଲାଗିଲା ତାଙ୍କ ବିନା ଜୀବନ ରଙ୍ଗହୀନ । ଯେମିତି ଖାଁ ଖାଁ ଜୀବନରେ କିଏ ମଧୁର ସଙ୍ଗୀତ କିଏ ଭରିଦେଇଛି । ଏକ ଦୁର୍ବଳ ମୁହୂର୍ତ୍ତରେ ଦୁହେଁ ନିଜ ମନର କଥା ଭାବନାକୁ ପ୍ରକାଶ କଲୁ । ଏକ ବିଚିତ୍ର ସମ୍ପର୍କ ଦୁହେଁଦୁହିଁଙ୍କୁ ଦେଖି ନାହାନ୍ତି ଖାଲି ଫୋଟୋର ଆଦାନପ୍ରଦାନ । ଖାଲି ସମ୍ପର୍କ ମଝିରେ ଥିଲା କେବଳ ତାଙ୍କର ବିଶ୍ୱାସ । ଏମିତି ବିଶ୍ୱାସର ପରିଣତିରେ ତାଙ୍କ ପ୍ରେମ ଆଗେଇଚାଲିଛି । ଅପେକ୍ଷା କେବଳ ଦେଖାର । ହୁଏ ତ ଯେଉଁଦିନ ଦୁହେଁଦୁହିଁଙ୍କ ଆଖିରେ କଥା ହେବେ ଆଉ ଦେଖା ହେବେ, ତାଙ୍କ ପ୍ରେମକୁ ନୂଆଁ ଏକ ଦିଗ ମିଳିଯିବ । ଆଜିକା ଜୀବନରେ ଏମିତି ପ୍ରେମ ବହୁତ ବିରଳ । ଏତିକି ଦେଖିବାକୁ ରହିଲା କି ସମୟର ସ୍ରୋତ ଏ ପ୍ରେମ କାହାଣୀକୁ କୁଆଡେ ନେଇକି ଯାଉଛି । ଯେଉଁ ସାରସ୍ୱତ ପ୍ରେମ କାହାଣୀରେ ଶୁଣାଯାଏ ସେଇଟି କ'ଣ ଠିକ୍ ଏହିପରି ? ଅପେକ୍ଷା ଉତ୍ତର ସମୟଠୁ ।


Rate this content
Log in