ଜ୍ଞାନ ବୋଲି କିଛି
ଜ୍ଞାନ ବୋଲି କିଛି


ମୋ ବନ୍ଧୁ ବ୍ୟଙ୍ଗକାର ସେ ଦିନ ମୋ ସହ ବଜାର ବୁଲୁଥିଲେ । ହଠାତ ମିଠା ଦୋକାନକୁ ଉଠିଗଲେ । ମୁଁ ଜାଣିଛି କବି କାଳେ କାଳେ ଭାରି ଶୁଣ୍ଠା , ଜାଣିଚି ସେମାନଙ୍କୁ ବାଡେଇଲେବି ଆଠେଣି ବାହାରିବ ନାହିଁ । କିନ୍ତୁ ଯେହେତୁ ସାଥିରେ ଅଛି ତେଣୁ ବାଧ୍ୟ ହେଲି ସାଥିରେ ଯିବାକୁ ।
ମୁଁ ପାଖକୁ ଯାଇଛି ଦେଖେ ତ ବନ୍ଧୁ ଆମର ମିଠା ଦୋକାନର ମିଠାକୁ ଦେଖି କଣ ଗୁଣୁ ଗୁଣୁ ହଉଛନ୍ତି , କାନେଇ ଦେଖିଲି ସେ କହୁଛନ୍ତି ଏଇଟା ରସଗୋଲା, ସେଇଟା ବରଫି ଆଉ ଏଇଟା ସେଇ ଗୁଲାପ ଜାମୁନ !
ଦୋକାନୀ କିଛି ସମୟ ଦେଖିଲା ପରେ କହିଲା " ଓ ବାବୁ କଣ ନେବ କହୁନା ଏମିତି କାଇଁ ଗହଳି କରୁଛ ।"
ମୋ ବ୍ୟଙ୍ଗ ବନ୍ଧୁ କହିଲେ " କଣ କିଣିକି ନେବା ସବୁ କିଛି ହେଇଥାଏ ନା କଣ ? " ଜ୍ଞାନ ଆହରଣ ବି କିଛି ହେଇଥାଏ " ।