STORYMIRROR

ମହାଗାଲୁଆ ସନୁ

Inspirational Romance

2  

ମହାଗାଲୁଆ ସନୁ

Inspirational Romance

ବିଚିତ୍ର ନାୟକ

ବିଚିତ୍ର ନାୟକ

2 mins
3.1K


ଅନ୍ଧାର ରାତିରେ ଏକା ଏକା ଚାଲୁଥିବା ପାଦ ଚିହ୍ନ ଥିଲା ଏକ ନାୟକର , ଯାହାର ଜୀବନ କାହାଣୀ ଶୁଣିବା ପରେ ବାଧ୍ୟ ହେଲି ନା ଦେବାକୁ ବିଚିତ୍ର ନାୟକ

ତା ଜୀବନ କାହାଣୀ କିଛି ଏମିତି ଥିଲା ।

ଦେବୀ ଦୁର୍ଗାଙ୍କ ଅସ୍ତ୍ରର ଆବିର୍ଭାବ ଦିନ ମହାଷ୍ଟମୀର ମଳୟର ପ୍ରଥମ ଭାଗରେ ଜନ୍ମ ପାଇବି ନିଜ ଭାଗ୍ୟକୁ ଆଉ ନିଜକୁ ଅଭିଶାପ ବୋଲି ଭାବି ନେଇ ଥିଲା ସେ ।। ଜୀବନର ପ୍ରଥମ ପାହାଚ ତା ମାତୃ କୋଳରେ କଟିନଥିଲା କାଟି ଥିଲା ତା ମାମୁଁଙ୍କ ଘରେ । ଅତି ଚଞ୍ଚଳ ଆଉ ଭାବନା ମୟ ଜୀବନରେ ବିତେଇ ଚାଲିଥିଲା ତା ବାଳୁତ ସମୟ ।

ଅଠର ବର୍ଷରେ ପ୍ରଥମେ ପାଦ ଦେଲା ପରେ ଜୀବନରେ ଆସିଲା ଏକ ମହୁର ବନ୍ୟା "ପ୍ରେମ " । ନିଜଠୁ ଅଧିକ ଭଲପାଇବା ସେ ପାଉଥିଲା ଜଣକୁ । ଆଉ ଇଚ୍ଛା କରିଥିଲା ଚାଲିବାକୁ ତାହା ସହିତ ସାରା ଜୀବନ । କିନ୍ତୁ କାହାକୁ କହି ନଥିଲା କି ସେ ପ୍ରେମିକାକୁ ଜଣେଇ ବି ନଥିଲା । ଭାଗ୍ୟର ବିଡମ୍ବନା ପୁଣି ସେଇ ଝିଅକୁ ସେ ତା ଘରେ ପାଇଲା ତା ଭାଉଜ ରୂପରେ ।କିନ୍ତୁ ଭାଙ୍ଗି ପଡି ନଯାଇ ହୃଦୟ ମଧ୍ୟରେ କବର ଦେଇ ଦେଲା ତା ପ୍ରେମକୁ କାହିଁକିନା ଭାଉଜ ମା ସମାନ ନା ?

ଜୀବନର ଝଞ୍ଜା ଆଉ ଖରା ତାତିକୁ ଆଉ ବର୍ଷାକୁ ସାଥି କରି ଚାଲିଲା ଆଗକୁ ଆଗକୁ । ଖୋଜି ନଥିଲା ଜୀବନରେ ଆଉ କାହା ପ୍ରେମକୁ କାହିଁକିନା ସେ ଡରୁ ଥିଲା କାଳେ କାଳ ପୁଣି ଛଡେଇ ନେବ ।
ଏମିତି ଚାଲିବ ଭିତରେ ଅନ୍ଧ ମନୁଷ୍ୟର ଗଳି, ଦେଖା ହେଲା ଏକ ମନ ସହ । କିଛି ସମୟର କଥା ବାର୍ତାରେ ଦେଇ ମନରେ ଆକର୍ଷଣ ଆଉ ହୃଦୟର କର୍ଷଣକୁ ମିଳିଗଲା ଯେମିତି ଏକ ନୂଆ ଦିଗ , ଏକ ମନ ଯିଏ କି ବୁଝି ପାରୁଥିବା ତାକୁ ଆଉ ତା ଭାଷାକୁ ।

ଏମିତି ଚାଲିବା ପରେ ପ୍ରକାଶ କଲା ତା ମନର କଥା ଆଉ ପ୍ରେମିକା ବି ବୁଝି ନେଲା ମନ କଥା । ଦୁହେଁ ଉଡି ବୁଲିଲେ ପ୍ରେମର ନୂଆ ରାଇଜରେ ,
କିଛି ବାଟ ଉଡ଼ିଗଲା ପରେ ସେ ଜାଣିବାକୁ ପାଇଲା କି ଭାଗ୍ୟ ତା ଜୀବନକୁ ବହୁତ ଜଲଦି ନେଇଯିବ । ପ୍ରସ୍ତୁତ ହେଲେଣି ଯମ ଆଉ କେବେଳ ଯମ ଦୂତଙ୍କର ଅପେକ୍ଷା । କଣ କରିବ ସେ ଏବେ , ତା ଜୀବନରେ ଏମିତି କାହିଁକି ହେଲା , ହୁଏତ ସେ ଯେତେବେଳେ ଜୀବନକୁ ଭଲ ପାଉନଥିଲା ସେତେ ବେଳେ ଜାଣିଲାଣି କାହିଁକି । କି ସେ ଏ ଦୁନିଆ ପାଇଁ ମାତ୍ର କେଇ ଦିନର ଅତିଥି । ଧମ୍ଭ କରି ହୃଦୟକୁ ବଂଚିବାକୁ ଆରମ୍ଭ କଲା ଏକ ଜୀବନ ଯାଉଥିରେ କି ପ୍ରତି ମୁହୂର୍ତ୍ତ କହୁଥିବା ଗୋଟେ କଥାକି ତୋ ସମୟ ପାଖେଇ ଆସିଲାଣି ।
ଏମିତି ଏକ ସମୟରେ ଏକ ପୁଣି ଘଟଣା ଆସିଲା ତା ଜୀବନରେ । ପୁଣି ଏକ ପ୍ରେମିକା ଯିଏ କି ୟାକୁ ଭଲ ପାଉଛି ନିଜ ଜୀବନଠୁ ଅଧିକ ।
ସେ ଏମିତି ଏକ ଦ୍ଵିଧାରେ ଗତି କଲା ଜଣକୁ ସେ ବହୁତ ଭଲ ପାଏ ଆଉ ସେ ବି ତାକୁ ଜୀବନ ଠୁ ଅଧିକା ଭଲ ପାଏ । ଆଉ ଜଣେ ତା ଜୀବନକୁ ୟାକୁ ଦେଇ ଦେଇଛି ।

କଣ କରିବ ଏବେ ସେ ? ତା ଜୀବନରେ ଏକ ଦ୍ଵନ୍ଦ୍ୱ । ପ୍ରତି କ୍ଷଣରେ ଜୀବନକୁ ଗଣୁ ଥିବା ଏକ ସମୟ ଆଉ ପଟରେ ପ୍ରେମ । ଯେତେ ବେଳେ ପ୍ରେମ ନଥିଲା ଜୀବନ ଥିଲା । ଏବେ ପ୍ରେମର ଶ୍ରାବଣ ଅଛି ହେଲେ ଜୀବନ କହୁଛି ତୁଟା ଅଳ୍ପ ଦିନର ଅତିଥି ।

ସେ ସେଇ ରାସ୍ତାରେ ଗୋଟେ କଥା ପଚାରି ଚାଲିଥାଏ କାହିଁକି ?କାହିଁକି? କାହିଁକି ?

କିଏ ଦବ ତା ଉତ୍ତରର । ତା ଜୀବନ କଥା ଶୁଣି ଇଚ୍ଛା ହେଲା କହିବାକୁ ଏଇତ "ବିଚିତ୍ର ନାୟକ "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational