ମହାଗାଲୁଆ ସନୁ

Drama Romance

4.0  

ମହାଗାଲୁଆ ସନୁ

Drama Romance

ସତେକି ସେ ପଢିବେ

ସତେକି ସେ ପଢିବେ

3 mins
122



ଅମା ଅନ୍ଧକାର ଭିତରେ ବତୀ ଟିଏ ସେ ଦିନ ଜଳିଥିଲା ଅବଶ୍ୟ ସେଇଟା ସ୍ୱପ୍ନ ଥିଲା କି ସତ ଆଜି ବି ଅଜଣା ।


ସେ ଦିନ ଠିକ ୯ ଟା ସକାଳ , ମୋବାଇଲ ମେସେଜରେ ଗାଧୁଆ ଘରୁ ଆସିଲା ପରେ ନଜର ପଡିଲା ସେ ଆସୁଛନ୍ତି । ମନ ଉପବନ ରେ ସତେକି ବସନ୍ତ ଖେଳି ଗଲା , ଲାଗିଲା ଯେମିତି ସେ ହିଁ ଆସିବାର କାରଣ କେବଳ ମୋ ପାଇଁ ଅନ୍ୟ ସବୁ କିଛି ବାହାନା ମାତ୍ର । ମନ ଭିତରର କୋଉ କଣରେ ଥିବା ଉତ୍କଣ୍ଠା ବଢି ଚାଲିଲା ପାରଦ ପରି । ସେ ଦିନ ଥାଏ ଆଦ୍ୟ ଶ୍ରାବଣ , ଆଉ ସେ ଆସିବେ ଆଉ ପ୍ରଥମ ଦେଖା ହେବ ବୋଲି ମଧ୍ୟ କହି ନଥିଲେ ବାସ ଏହା ଥିଲା ମୋ ପାଇଁ ଏକ ସୁନ୍ଦର ଉପହାର ।


କଣ ପିନ୍ଧିବି , କେମିତି ଦେଖା ଯିବି ? ମୁଁ ସତେକି ; ମୁଁ ଏଇ ଦେଖା ରେ ତାଙ୍କର ପସନ୍ଦ ହେବି ନା ମୋର ଅପେକ୍ଷା ଠୁ ଅଧିକ ଶରୀର କୁ ସେ ପସନ୍ଦ କରି ବେନି ଆଉ ପଛ ରେ କହିବେ ମୁ ମୋଟା । ଅବଶ୍ୟ ମୁଁ ଖାଇବା ଏ ରେ କେବେ ବି ଅରୁଚି ଆଣେନି , ଜୀବନ ତ ବାସ ଖାଈବା ଆଉ ବଂଚିବା । ବହୁତ ଭାବି ନିଜ କୁ ଟିକେ ସଜାଡ଼ିବାକୁ ଲାଗିଲି, କଣ କହିବି, କଣ ନେଇକି ନ ଯିବି ସାଥିରେ , ଶେଷରେ ନିଜର ବହୁତ ପ୍ରିୟ ନୀଳ ରଙ୍ଗ ସାର୍ଟ ଆଉ ହାଲ୍କା ଧଳା ର ପ୍ୟାଣ୍ଟ ପିନ୍ଧିଲି । ଅଗତ୍ୟା ପୁଣି ମେସେଜ ଆସିଲା ସାଥି ରେ କୌଣସି ପ୍ରକାର ଗିଫ୍ଟ ନ ଆଣିବାକୁ । ବୁଝି ପାରିଲିନି ଏହାର ମାନେ ଟା କଣ ରହିବ, ପ୍ରଥମ ଦେଖା ର ପ୍ରଥମ ପୁଲକ ହିସାବରେ ରେ କିଛି ତ ଦେବାର ଥିଲା କିନ୍ତୁ ସେଥିରେ ରୋକ । ତଥାପି ସେମିତି ବାହାରିଲି ସେ ଦେଇଥିବା ଠିକଣା ସ୍ଥାନ କୁ । ମନ ରେ ଅନେକ କଥା, ସେ ବଡ ଘର ଝିଅ , ତାଙ୍କ ବାପା ସମ୍ଭ୍ରାନ୍ତ ଶ୍ରେଣୀର ଆଉ ମୁଁ ଏଥି ଭଡା ଘରେ ରହୁଛି , କେମିତି ଦେଖିବେ , କଣ ଭାବିବେ , କଣ ସତରେ ମୁ ଚକୋର ହୋଇ ଚାନ୍ଦ କୁ ଧରିବି, ଏଇ ମନ ପଦ୍ମ କୁ ସେଇ କୋମଳ ସୂର୍ଯ୍ୟର କିରଣ ମିଳିଯିବ, ନା କଇଁ ପରି ସବୁ ଦିନ ସେ ଚାନ୍ଦ କୁ ଏଇ ମନ ଝୁରିବ ଆଉ କହିବା ଏହା ହିଁ ଭଲ ପାଇବା ଯୋଉଠି ନା ନେବାର ଅଛି ନା ଦେବାର ବାସ ଅପେକ୍ଷା ଆଉ ଅପେକ୍ଷା । ସବୁ କଥା କୁ ସେମିତି ଅଡୁଆ ସୁତା ଖିଆ ପକେଇ ଦେଇ ମୁଁ ଚାଲିଲି ସେଇ ସ୍ଥାନ କୁ । ଏ କଣ ମୋ ଆଗରୁ ସେ ପହଂଚି ସାରିଛନ୍ତି । ପାଦରେ ଅଳ୍ପ ମୋଟାର ପାଉଁଜି ଗୋରା ପାଦ , ସତେକି ଧରିତ୍ରୀ ଧରି ରଖିଛି ମେଘ କୁ , ନାଲି ଚୁଡିଦାରରେ ବହୁତ ସୁନ୍ଦର ଦିଶୁଥିଲେ ଯାହା କୁ ବର୍ଣ୍ଣନା କରିବାକୁ ହୁଏତ କବି ଅବା ଲେଖକ ହେବାକୁ ପଡିପାରେ , ଆଉ ଲେଖିବାକୁ ପଡିବ କବିତା କି ଗଳ୍ପ ଯୋଉଠି ହୁଏତ ସେ ହେଉଛନ୍ତି ସେଇ ନୀରୀମାଖି ରାଜକୁମାରୀ ଯାହାକୁ ଦରିଆ ଭିତରେ ସିନ୍ଦୁକରେ ନେଇକି ରାକ୍ଷସ ଲୁଚେଇ ରଖିଛି । ମୁହଁ ର ସ୍ମିତ ହସ ଟିକକ ଆଜିବି ମାନେ ପଡେ ଯୋଉ ଥିରେ ଏତେ ମଧୁରତା ଆଉ ସରଳ ଅଟେ ଥିଲା ଯାହାକୁ ଦେଖିକି ମୁଁ ନିଜକୁ ଈର୍ଷା କରି ଥିଲି । ଆଖିର ଚଞ୍ଚଳତା ଯାହା ଭିତରେ ମୁଁ ସେଇ ଦିନ ବୁଡି ଯାଇଥିଲି ଆଉ ଭଗବାନ ଙ୍କୁ ଡାକିକି କହି ଥିଲି ଏଇ ମହାସାଗରରୁ ମୋତେ କେବେ ହେଁ ବାହାର କରନ୍ତୁ । ଆଉ ଏପଟେ ମୋ ହୃଦୟ ର ସ୍ପନ୍ଦନ ଏତେ ଅଧିକ ଯେ ପାଖରେ ଯେ କେହିବି ଥିଲେ ଶୁଣି ପାରି କହିଦେବ ମୋ ହୃଦୟ କେତେ ଆନ୍ଦୋଳିତ । ଧୀରେ ଧୀରେ ତାଙ୍କ ପାଖ ରେ ପହଂଚିଲି, ସେ ଅଳ୍ପ ହସିଲେ ଆଉ କହିଲେ " ଶୁଣ ଏତେ nurvous କାହିଁକି " ? ଆଉ ହସିଲେ ମୁଁ ନିରୁତ୍ତର । ଯେମିତି ଆଜିବି ନିରୁତ୍ତର .................................................................................... ॥


ତୁମେ ଜୀବନ୍ତ କୋଣାର୍କର ମୂର୍ତି,

ତୁମେ ସକାଳର କଅଁଳ ଖରା,

ତୁମେ ସାଗର ର ଅଟଳ ଗଭୀର,

ତୁମେ କୁହୁକିନି ନିଆରା ଯାଦୁ,

ତୁମେ ସଜ ଗୋଲାପର ପାଖୁଡା ।।


......................................ଆର ଭାଗ କୁ ଅପେକ୍ଷା


Rate this content
Log in

Similar oriya story from Drama