ମହାଗାଲୁଆ ସନୁ

Inspirational

2.5  

ମହାଗାଲୁଆ ସନୁ

Inspirational

ଭାଗ୍ୟ

ଭାଗ୍ୟ

1 min
7.0K


ସେଦିନ ବସ ଭିଡ ଭିତରେ ଶୁଭିଲା ଗୋଟେ ମଧୁର ସ୍ୱର ।
ଟିକେ ସାଇଡ ଦେବେ !
ଟିକେ ସଜାଡି ହେଇ ଦେଖିଲା ବେଳେ
ଏକ ସୁନ୍ଦର ତରୁଣୀ , ଗୋଲାପୀ ରଙ୍ଗ ର ଡ୍ରେସ ଆଉ ପାଖରେ ଏକ ବେଗ୍ । ବୋଧ ହୁଏ ଗାଁ କୁ ଯାଉଥିଲେ।

ମାନବିକତା କୁ ଆଖିରେ ରଖି ସାଇଡ ଦେବାକୁ ଯାଇ ଉଠିଲି । ତରୁଣୀ ଜଣଙ୍କ ବସିଲେ ସିଟ ରେ।
ବସ ଟି ଗଡି ଚାଲିଥାଏ ତାର ଗତିରେ । ମୁଁ ଭାବନା ରାଇଜରୁ ବାସ୍ତବତା କୁ ଫେରି ଆସି ଦେଖିକି ତରୁଣୀ ଜଣଙ୍କ କାନ୍ଦୁଥାନ୍ତି । ପଚାରିବାକୁ ସାହସ କରି ପଚାରିଲି ।

ଉତ୍ତର ତ ମିଳିଲାନି କିନ୍ତୁ ଏକ ଆବେଗ ଭରା ନୟନ ର ଆଭାସ ପାଇଗଲି । ଭାବିଲି ଘର ଠୁ ଦୂର କୁ ଯାଉଥିବାରୁ ଏହି ଭାବନା ର ଅଶ୍ରୁ ବୋଧହୁଏ ।

ହଟାତ ଫୋନ ର ଆବାଜ !
Helllo !
କିଛି ସମୟ ର ନୀରବତା ପରେ
ଅଶ୍ରୁ ଏକ ଧାରା ଶ୍ରାବଣ ବୋହି ଆସିଲା ।

ଚଞ୍ଚଳ ମନ ମୋର ପୁଣି ବାଧ୍ୟ ହେଲେ ପଚାରିବାକୁ ।
ଉତ୍ତରରେ ଏତିକି ପାଇଲି ଆଜି ସେ ଜୀବନରେ ସବୁଠୁ ବଡ଼ ଧୋକା ପାଇଛି ।
ଆଉ ଜାଣିଲି ସେ ତରୁଣୀଟି ନିଜ ପ୍ରେମ ପାଇଁ ଘର ଛାଡ଼ି ଆସିଛି କିନ୍ତୁ ଭାଗ୍ୟ ର ବିଡମ୍ବନା ସେ ପୁଅ କୁ ମୃତ୍ୟୁ ରୂପି ଦାନବ ଚିର କାଳ ପାଇଁ ଗ୍ରାସ କରି ଯାଇଛି ।

ତରୁଣୀଙ୍କୁ ଦେଖିଲା ପରେ ଭାବିଲି ସତରେ କଣ ମଣିଷ ଏତେ ଅସହାୟ ! ସମୟ ଆଉ ଭାଗ୍ୟ ରୁ କେହି କେବେ କଣ ବଞ୍ଚି ପାରିନାହାନ୍ତି !


Rate this content
Log in

Similar oriya story from Inspirational