ମହାଗାଲୁଆ ସନୁ

Drama Romance Tragedy

4.5  

ମହାଗାଲୁଆ ସନୁ

Drama Romance Tragedy

ସେ ଆଉ ପଢ଼ିବେ କି

ସେ ଆଉ ପଢ଼ିବେ କି

3 mins
268


ଜୀବନର ଶାନ୍ତ ଧଉଳି ସ୍ତୁପ ରେ ସେ ଦିନ ଝଡ ଉଠିବ ଏ କଥାର ଆକଳନ କରି ପାରି ନଥିଲି । ଖୁସି ଆଉ ଅନେକ ସ୍ୱପ୍ନ ମନରେ ନେଇ ମାଡି ଚାଲିଥିଲି ଗାଡି ସହିତ ଗନ୍ତବ୍ୟ ସ୍ଥଳ ମୋ ପ୍ରେମିକାର ହଷ୍ଟେଲ । କୁହୁଳି ଉଠୁଥିବା ପ୍ରେମର ଅଗ୍ନି ଆଜି ଶାନ୍ତ ହେଇ ଯିବା ।ବହୁତ ଦିନର ବ୍ୟବଧାନ ପରେ ସେ ପୂର୍ଣ୍ଣିମା ଜହ୍ନ ଆଜି ମେଘ ଉହାଡ଼ରୁ ଆଜି ତାର ଶୀତଳ ପରଶ ବିଛେଇ ଦେବ । ଆଉ ମୁଁ ତାକୁ ଅନୁଭବ କରି ପୁଣି ଭାସି ଯିବି ସେଇ ଅତଳ ସାଗର ରେ ଯୋଉଠି ପ୍ରେମ ମୋତି ଆମେ ଦୁଇ ଜଣ ଶାମୁକା ଭିତରେ ଲୁଚେଇ ରଖିଛୁ ।

 ଦୁଆର ଖୋଲିଲା ମନର ଉତ୍କଣ୍ଠା ସେମିତି ଆହୁରି ତୀବ୍ର ରୁ ତୀବ୍ର ହେଇ ଆସୁଥାଏ ଏଇ ଦେଖା ହେବ ଦେଖିବି ସେଇ ନୀରୀମାଖି ଆଖି। ଆଉ ଫେରିବା ଏଇ ହୃଦୟ କୁ ମୋ ନିଶ୍ୱାସ । ଜୀବନରେ ଏକ ତାକୁ ହିଁ ନିଶ୍ୱାସ କରି ନେଇ ଥିଲି ମୁଁ ଆଉ କିଛି ଜୀବନରେ ଭାବିବାର ହିଁ ନଥିଲା ସମୟ ଅତିକ୍ରାନ୍ତ । ସେ ଆସିଲେ ପାଦ ଚିପି ଚିପି ସେଇ ହଷ୍ଟେଲ ଗେଟ ପାଖକୁ ଆଉ; ସେଇ ଆଖି ଯୋଉଠି ରେ ବୁଡି ଯିବା କୁ ସବୁ ବେଳେ ମନେ ହୁଏ । ସେଇ ଓଠ ଯାହାର ଟିକିଏ ହଲଚଲ ଦେଖିବାକୁ ମୁ ଧାଇଁ ଯାଇଛି ଅନେକ ବାଟ । ସେଇ ଗୋରା ଚେହେରା ଯାହାର ଆଭା ଆକର୍ଷିତ କରେ ମୋତେ ସବୁ କିଛି ଭୁଲି ଯାଇ ରହି ଯିବା ପାଇଁ । ସବୁ କିଛି ସେମିତି ।

 ସେ ଆସିଲେ ଆଉ ଏକଦମ ଚୁପ । ଅବଶ୍ୟ ସବୁ ବେଳେ ଏତେ ଚୁପ ନୁହନ୍ତି । ମୁଁ ସବୁ ବେଳେ କୁହେ ସେ ବହୁତ କୁହନ୍ତି। ଆଉ ତାଙ୍କ କଥା ଶୁଣିବା ପାଇଁ ହିଁ ମୁଁ ଏତେ ଦୂର ଯାଏ । ଘଣ୍ଟା ଘଣ୍ଟା ଧରି ବସେ ଆଉ ଶୁଣେ । ରାଗ, ଅଭିମାନ,ସମୟ ଦେଇ ନ ପରିବାର ଅଭିଯୋଗ, ସବୁଠୁ ବଡ ଅଭିଯୋଗ ଏୟା କି ମୁଁ କେବେ ତାଙ୍କ ହାତ ଧରି ଚାଲିନି । ହେଲେ ସବୁ ଭିତରେ ଥାଏ ଅତୁଟ ଭଲ ପାଇବା ଆଉ ଭାବର ସମୁଦ୍ର ଯାହା କୁ ଅନେକ ସମୟ ଲଙ୍ଘିବାକୁ ଚେଷ୍ଟା କରେ କେବେ କେବେ ପାରିଛି ଆଉ ବହୁବାର ଚେଷ୍ଟା କରି ମଧ୍ୟ ପାରିନି ।

 ସେ ବି ବହୁତ ଅଜବ ସବୁ ଜାଣିବି କୁହନ୍ତି ମୁଁ ତାଙ୍କୁ ସମୟ ଦେଉନି ଆଉ ପୁଣି ଶେଷରେ କହିବେ ଜୀବନ ରେ କର୍ମ କରିବନି ତା ଆଉ କିଛି ପାଇବନି । ସବୁ କିଛି ଯଦି ମୋତେ ଦେଇଦେବ ଆଉ ନିଜ ପାଇଁ କେତେବେଳେ କରିବ। ସବୁ ଶୁଣି ସାରି ମୁଁ ଚୁପ ରୁହେ ଆଉ ମାନେ ମାନେ ହସେ ଆଉ ନିଜ କୁ କୁହେ ସତରେ ଭଲ ପାଇବା ମାନେ ହିଁ ହଉଚି ଅଭିମାନ ଆଉ ମନ ମଧ୍ୟ ଥିବା ଏକ ସୁତୁଲି ଯାହାକୁ ଦେଖି ଚାହିଁ ଟାଣିବାକୁ ପଡେ। ଏପଟେ ମୋ ହୃଦୟ ର ସ୍ପନ୍ଦନ ବଢି ଚାଲି ଥାଏ ସେ ବୁ ବେଳେ କଥା କହୁଥିବା, ମୋ ଜହ୍ନ ମୋ ଆଜି ଅଧିକ ଠୁ ଅଧିକ ଚୁପ କାହିଁକି। ଅନେକ ଧର୍ଯ୍ୟ ପରେ ନୀରବତା ଭାଙ୍ଗି ପଚାରିଲି, କଣ ହେଇଛି ଆଉ ଅପେକ୍ଷା କରିଲି କେବେ ଆସିବା ସେ କୁହୁ କୁହୁ ସ୍ୱର ର କଥା ପଦିଏ ଆଉ କହିବେ ସବୁବେଳେ ମୁଁ ହିଁ କହିବି ; ଆଉ ଗାଈ ଦେଇ ଯିବେ ସବୁ କିଛି ଏତେ ଦିନ ଦେଖା ନ କରି ରହିବା , ଅନେକ ରାଗ ଅଭିଯୋଗ ମେସେଜ ଦେଖିକି ଉତ୍ତର ଦେଇନଥିବା ରାଗ। କଲ ନ ଉଠେଇବାର ରାଗ ଆଉ ସବୁ ପରେ ସେ ପ୍ରେମ ଭରା ଦୁଇ ପଦ ।

କିନ୍ତୁ ଆଜି ପୁଣି ନୀରବତା। ଶୂନ୍ୟତା ର ଶୂନ୍ୟତା। ଆଉ ସମ୍ଭାଳି ନ ପରି ପଚାରିଲି କଣ ହେଇଛି । ବାସ କୋଉଠି ଥିବା କଲା ହାଣ୍ଡିଆ ମେଘ ବରଷୀ ଗଲା ମୋ ଉପରେ ଆଉ ସେ କହିଲା ଘରେ ତା ବାହାଘର ଠିକ କରି ଦେଇଛନ୍ତି ଆଉ ପୁଅ ଘର ଆସି କଥା ପକ୍କା କରି ଦେଇ ଯାଇଛନ୍ତି । ଆଉ ସେ ଚାଲି ଗଲେ ତାଙ୍କ ରୁମ କୁ ମୁଁ ସେଇଠି ସେମିତି ଠିଆ ହୋଇଥାଏ ।


ସେଦିନ ଶ୍ରାବଣ ନଥିଲା ନଥିଲା ଆଷାଢ

କାହୁଁ ଉଠି ଆସିଥିଲା କାଳ ଝଡ

ସ୍ୱପ୍ନ କୁ ମୋ ଉଜାଡି ଦେବା ପାଇଁ

ଆଉ କ୍ଷତାକ୍ତ କରିବାକୁ ହୃଦୟକୁ

ଭାଙ୍ଗି ଦେବାକୁ ପ୍ରେମର ନିଦ

ଏକା କରି ଦେବାକୁ ସାରା ଜୀବନ ପାଇଁ ।


.....ଆର ଭାଗକୁ ଅପେକ୍ଷା


Rate this content
Log in

Similar oriya story from Drama