ସୁଖୀ ପରିବାର
ସୁଖୀ ପରିବାର
କିଛି ଦିନ ତଳେ ଜଣେ ବ୍ୟଙ୍ଗ କବି ଙ୍କ ଘର କୁ ବୁଲି ଯାଇଥିଲି ।
ରବିବାର ଥିଲା ସମୟ ଅତିବାହିତ କରିବା ସହିତ ସୁଖ ଦୁଃଖ ହେବାକୁ ।
କବି ଙ୍କ ଘର ର ଫାଟକ ପାଖରେ ପହଞ୍ଚିଲା ପରେ ଭାବିଲି ଜଣେଇ ଦେବି ଆସିଛି ବୋଲି । ସେତିକି ବେଳେ ଏକ ଜୋରଦାର ବାର୍ତ୍ତାଳାପ ଶୁଭିଲା । ମାନେ ଝଗଡା ବା ।
ଯେହେତୁ କବି ଲୋକ ସେ ଠିକେ ଆସ୍ତେ ଥିଲେ ଆଉ ତାଙ୍କ ଅର୍ଧଅଙ୍ଗିନୀ ବିଜୁଳି ବେଗ ରେ । କବି ଙ୍କ ବାହାରେ ରହିବାକୁ ନେଇ ଝଗଡା ଟି ଚାଲୁଥିଲା । ଫାଟକ ପାଖରେ କିଛି ସମୟ ନିର୍ଲଜ ଭାବରେ ରହିଲା ପରେ ଏତିକି ବୁଝିଲି ।
ହଠାତ କବି ପତ୍ନୀ କହିଲେ ଠିକ ଅଛି ଯଦି ତୁମେ ସତ କହୁଛ ରାଣ ପକାଅ । ଯେହେତୁ ବ୍ୟଙ୍ଗକବି ରାଣ ଆଉ ନିୟମ ଦେବାରେ ସିଦ୍ଧ ହସ୍ତ କିନ୍ତୁ କବିପତ୍ନୀ ବି ଠିକ ପାରିବାର , କବି ଠିକ ନିୟମ ଦେବା ଆଗରୁ କବି ପତ୍ନୀ କହିଲେ
" ଯଦି ତୁମେ ମିଛ କହୁଥିବା ତାହେଲେ ତମେ ମରିଯିବ
ଆଉ ଯଦି ସତ କହୁଥିବ ତାହେଲେ ମୁଁ ବିଧବା ହୋଇଯିବି "
ବ୍ୟଙ୍ଗକବି କିଛି ବୁଝିବା ଆଗରୁ କବିପତ୍ନୀ ଚାଲି ଯାଇଥିଲେ ରୋଷ ଘରକୁ ଆଉ ମୁଁ ଫାଟକ ଛାଡି ଚା ଦୋକାନ କୁ ।
