Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Siddhartha Tripathy

Romance Others

3  

Siddhartha Tripathy

Romance Others

ବିକ୍ଷୁବ୍ଧ ବୀଚିମାଳାରେ ପଥଭ୍ରଷ୍ଟ

ବିକ୍ଷୁବ୍ଧ ବୀଚିମାଳାରେ ପଥଭ୍ରଷ୍ଟ

4 mins
295


  

   ଗୌରୀଦେବୀ ଅନାଥାଶ୍ରମର ଅର୍ଦ୍ଧଭଗ୍ନ ଝରକା ପଟରୁ ରାସ୍ତା ଉପରକୁ ଅପଲକ ନୟନରେ ଅନାଇ ରହିଛି ସୁମି। ଅପେକ୍ଷା ଯନ୍ତ୍ରଣା ଦିଏ, ଲାଗେ ସତେଯେମିତି ତାରଛିଣ୍ଡା ସିତାରର ବେସୁରା ରାଗିଣୀ। ଅପେକ୍ଷାର ଅନ୍ତ ଅସୀମ ଆନନ୍ଦ ଦିଏ, ଲାଗେ ସତେ ଯେମିତି ସୁମଧୁର ସଙ୍ଗୀତର ମୁର୍ଚ୍ଛନା।


     ଏଇତ ସୌମ୍ୟଙ୍କ ବାଇକ୍ ଦେଖାଗଲାଣି କହି ରାସ୍ତା ଉପରକୁ ଦୌଡିଲା ସୁମି। ବସିଗଲା ସୌମ୍ୟସହ ଓ ସୌମ୍ୟ ବାଇକ ଦୌଡେଇଲା କଲେଜ ଅଭିମୁଖେ। ମିଛିମିଛିକା ଅଭିମାନରେ ସୁମି କହିଲା, ଜାଣିଛ ମୁଁ କେତେବେଳରୁ ଅପେକ୍ଷା କରିଛି। ସୌମ୍ୟ କହିଲା, ଏବେ ବି ସମୟ ହୋଇନାହିଁ, ଏତେ ଜଲ୍ଦି କଲେଜ ଯାଇ କଣ ଘାସ କାଟିଥାଆନ୍ତେ? ଗେହ୍ଲାରେ ପିଠି ଥାପୁଡାଇଦେଲା ସୁମି।


 ଓଃ କହିଉଠିଲା ସୌମ୍ୟ ।

ଆରେ ବାବା କଷ୍ଟହେଲାକି କହି ପିଠି ଦରାଣ୍ଡିବାରେ ଲାଗିଲା ସୁମି। ଓଃ କି ଶାନ୍ତି କହିଉଠିଲା ସୌମ୍ୟ ।ଧେତ୍ ! କହି ଲାଜେଇଗଲା ସୁମି। ସୁମି ଠିକ୍ ଜାଣିଛି ସୌମ୍ୟଙ୍କୁ କଷ୍ଟ ହୋଇନାହିଁ, ସୌମ୍ୟ ଠିକ୍ ଜାଣିଛି ସୁମି ଜାଣିଶୁଣି ତା ପିଠି ଦରାଣ୍ଡୁଛି। ଏହା ହିଁ ତ କାମନାରହିତ ଅନାବିଳ ପ୍ରେମ। ଧନୀ ଗରୀବର ଶ୍ରୁଙ୍ଖଳ ଛିଣ୍ଡାଇ ପ୍ରେମ ଶରରେ ବାନ୍ଧି ରଖିଛି ଦୁହିଁଙ୍କୁ।


   

     କଲେଜସାରି ନିକଟସ୍ଥ ପାର୍କରେ ସୁମି ଓ ସୌମ୍ୟ ।ସୁମି କହୁଥିଲା ସୌମ୍ୟ କେମିତି, କୌଣସି ଏକ ଅଜଣା ମୁହୂର୍ତ୍ତରେ ଆମର ପ୍ରେମ ହୋଇଗଭା। ତମେ ଯୁବଶିକ୍ଷକ ,ମୁଁ ଛାତ୍ରୀ, ତମେ ଉଚ୍ଚଶିକ୍ଷିତ,ମୁଁ ଅଧ୍ୟୟନରତା, ତମେ ଧନାଢ୍ଯ, ମୁଁ ଅନାଥ। କହିପାରିବ ସୌମ୍ୟ ଏମିତି କେମିତି ହେଲା? ସୌମ୍ୟ କହିଲା ହେ ମୋର ପ୍ରେମର ନାୟିକା, ହେ ମୋର ପଥପ୍ରଦର୍ଶିକା ! ସୌମ୍ୟର ସାହିତ୍ୟର ସୁମଧୁର ରାଗିଣୀରେ ତବଲାର ନାଦ ପରି ଖିଲିଖିଲି ହସୁଥିଲା ସୁମି। ସାହିତ୍ୟ ଛାଡି ଉତ୍ତର ଦିଅ। ହସିହସି ସୌମ୍ୟ କହିଲା, ତୁମେ ଅଧ୍ୟନରତା ଅଥଚ ମେଧାବୀ, ତୁମେ ଅନାଥ ଅଥଚ ହ୍ରୁଦୟରେ ଧନୀ । ତାଛଡା ଭଲପାଇବାଟା କଣ କାହା ହସ୍ତରେଖା?


  

     ସୁମି କହିଲା ସବୁଠିକ୍ ହେଲେ ଶୁଣିଛି, ଗୋଲାପ ତୋଳିବାକୁ ଗଲେ କଣ୍ଟା ଫୋଡିହେବା ନିଶ୍ଚିତ, ସେମିତି ପ୍ରେମରେ ଆଗକୁ ବଢିବାକୁ ହେଲେ ଛୋଟ କୋମଳ ହ୍ରୁଦୟଟି ଲହୁଲୁହାଣ ହୁଏ, ହେଲେ ସଫଳତା....? ସୌମ୍ୟ କହିଲା ସବୁକିଛି ପ୍ରେମର ଗଭୀରତା, ଦ୍ରୁଢସଙ୍କଳ୍ପ ଓ ଅନାବିଳ କାମରହିତ ସମ୍ପର୍କ ଉପରେ ନିର୍ଭର କରେ।ତାଛଡା ମୁଁ ମାଆ ଛେଉଣ୍ଡ ,ବାପାଙ୍କ ଅନୁମତି ନେଇ ସଂସାର କରିବା। ସୁମି କହିଲା ଏତେବଡ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଆମ ପ୍ରେମକୁ ସ୍ବୀକୃତି ଦେବେ ତ? ଆରେ ମୁଁ ତାଙ୍କର ଏକମାତ୍ର ସନ୍ତାନ, ଆଶା ମୋ କଥାରୁ ବାହାରିଯିବେନାହିଁ। ବହୁତ ଥର ଭାବିଛି କିନ୍ତୁ ମୁହଁ ଖୋଲି କହିପାରିନାହିଁ। ସନ୍ଧ୍ୟା ଆସନ୍ନପ୍ରାୟ, ଚାଲ ଯିବା କହି ଉଠିଲେ ଦୁହେଁ।


    ସୁନ୍ଦର ବସନ୍ତ ପବନରେ ପ୍ରେମର ଡଙ୍ଗା ମେଲିଦେଇଥିଲେ ଦୁହେଁ। ହଠାତ ବାଇକ ହ୍ୟାଣ୍ଡଲ ସହ ଥରିଉଠିଲା ସୌମ୍ୟ। ବାଇକର ଗତି ଧିରହୋଇଯାଇଥିଲା। ଗାଡିରୁ ଡେଇଁ ପଡିଲା ସୁମି। ଆଶ୍ଚର୍ଯ୍ୟଚକିତ ହୋଇ ଅନାଇଥିଲା ସୌମ୍ୟକୁ। ଆରେ ସୌମ୍ୟ କଣ ହେଲା, ତମ ଦେହସାରା ଏତେ ଝାଳ? ପାଟି ଖନି ମାରିଯାଉଥିଲା ସୌମ୍ୟର। ଏତିକି ଶୁଣାଯାଉଥିଲା ବା..ପା....!ଚମକି ଉଠିଲା ସୁମି। ଏବେ କଣ ହେବ? 


     ଧୈର୍ଯ୍ଯ ଦେଇ ସୌମ୍ୟ କହିଲା, ବାପା ତ ଦେଖିଦେଲେ, ରାତିରେ କଥାହେବି। ରାସ୍ତାସାରା ଚୁପଚାପ ଥିଲେ ଦୁହେଁ। ଦୁହିଁଙ୍କ ମାନସିକ ସ୍ଥିତି ଦୁହେଁ ଠିକ୍ ପଢିପାରୁଥିଲେ। ଏତେ ସାହସ ଦେଉଥିବା ସୌମ୍ୟ ଲାଗୁଥିଲା ବିକ୍ଷୁବ୍ଧ ବୀଚିମାଳାର ପଥଭ୍ରଷ୍ଟ ନାଉରୀ। 


     କଣ ହେବ ତାର ଭାଗ୍ୟ ଚିନ୍ତାରେ ଅନାଥାଶ୍ରମର ବାରଣ୍ଡାରେ ଏପଟସେପଟ ହେଉଥିଲା ସୁମି। ଏପଟେ ସୌମ୍ୟକୁ ବାପାଙ୍କ ସିଧାସଳଖ ପ୍ରଶ୍ନ : କିଏ ସେ ଝିଅ, ତାର ବଂଶ ବୁନିଆଦ ଇତ୍ୟାଦି ଇତ୍ୟାଦି । ସବୁ ସତ କଥା କହିଲା ପରେ ଉତ୍ତର ମିଳିଲା, ନା ଏହା କେବେ ବି ସମ୍ଭବ ନୁହଁ। 

ଭାଙ୍ଗିପଡିଥିଲା ସୌମ୍ୟ ।ସାହସର ସହ କିନ୍ତୁ କହିଲା ସୁମିକୁ ବାହା ନହେଲେ ମୁଁ ବାହା ହେବିନାହିଁ। ବହୁତ ବୁଝାଇଲେ ବାପା। କହିଲେ ମୋ ଆଦର୍ଶ, ବଂଶପରମ୍ପରାକୁ ତୋ ପରି ଉଚ୍ଚଶିକ୍ଷିତ ପାଦତଳେ   ଦଳିଦେବ, ଏ ଆଶା ମୋର ନଥିଲା। ସାହସ ସଞ୍ଚୟ କଲା ସୌମ୍ୟ ।କହିଲା ବାପା ମୁଁ କିଛି ଭୁଲ୍ କରିନାହିଁ। ପ୍ରେମ କରିଛି, କିଛି ବି ପାପ କରିନାହିଁ। ସୁମି ଅନାଥ, ଏଥିରେ ସୁମିର କଣ ଭୁଲ୍ ? ହୁଏତ ପ୍ରେମନାମରେ କାମବାସନା ଚରିତାର୍ଥ କରି ଛୁଆକୁ ଛାଡିଦେଇପାରିଥାନ୍ତି କେଉଁ କୁଢାଦାନ ବା ମନ୍ଦିର ଶିଡିରେ। ମୁଁ ତ ସେମିତି କିଛି କରିନି ବାପା। ଭଲ ଚରିତ୍ରର ମେଧାବୀଝିଅଟିକୁ ଭଲପାଇ ବାହା ହେବାର ପ୍ରତିଶ୍ରୁତି ଦେଇଛି। ଛୁଆଙ୍କ ପରି କାନ୍ଦୁଥିଲା ସୌମ୍ୟ ।


   ତାକୁ ଚୁପକରାଇ ବାପା କହିଲେ ଶୁଣ, ଆଜିକାଲିର ଛୁଆ। ତମେ କିଛି ବୁଝିବନାହିଁ, ତାଛଡା ତୁ ବହୁତ ସ୍ୱାଭିମାନୀ, ମନା କଲେ ତୁ ନିଜର କ୍ଷତି କରିଦେବୁ, ତା ତ ମୁଁ ଜାଣେ। ତୁ ମୋର କୁଳପ୍ରଦୀପ। ମୁଁ ତୋ କଥାରେ ରାଜି, କିନ୍ତୁ ମୋର କେତୋଟି ସର୍ତ୍ତ ତତେ ମାନିବାକୁ ପଡିବ।



    ଖୁସିରେ ଗଦଗଦ ହୋଇଗଲା ସୌମ୍ୟ ।କହିଉଠିଲା କୁହନ୍ତୁ ବାପା, ଆପଣଙ୍କ ସବୁ ସର୍ତ୍ତରେ ମୁଁ ରାଜି। ବାପା କହିଉଠିଲେ ତମେ ମନ୍ଦିରରେ ବାହା ହେବ, ମୁଁ ଉପସ୍ଥିତ ରହିବି ନାହିଁ ତାଛଡା ଘରେ ସେ ଅନାଥ ହାତରୁ ମୁଁ ପାଣି ବି ଛୁଇଁବି ନାହିଁ। ଚମକି ଉଠିଲା ସୌମ୍ୟ ।ବା..... ପା......।।


    ଏହା ମୋର ଦ୍ରୁଢ ନିଷ୍ପତ୍ତି। ଖୁସି ହେବ କି ଦୁଃଖ କରିବ ବୁଝିପାରୁନଥିଲା ସୌମ୍ୟ ।ସବୁକଥା କହିଲା ସୁମିକୁ। ସୁମି କହିଲା ନିଷ୍ପତ୍ତି କଠୋର ନିଶ୍ଚିତ କିନ୍ତୁ ସୌମ୍ୟ କଣ କରିବା? ସୌମ୍ୟ କହିଲା ଜିଦ୍ ଆଗରେ ପ୍ରେମକୁ ହରାଇଦେବି ନାହିଁ। ମନ୍ଦିରରେ ବାହା ହୋଇଗଲେ ଦୁହେଁ। ବାପା ତାହାଙ୍କ ନିଷ୍ପତ୍ତିରେ ଅଟଳ। ଗୋଟିଏ ଘରେ ଦୁଇଟି ଚୁଲ୍ଲି। 

ବାପାଙ୍କ ଖାଇବା ରୋଷେଇ କରିବା ସହ ବାପାଙ୍କ କଥା ବୁଝୁଥିଲା ପୁରୁଣା ଚାକର ଟୁକୁନା। 


 ଆରମ୍ଭ ହେଲା ମହାମାରୀ କରୋନା। ଉଚ୍ଚରକ୍ତଚାପ ସାଙ୍ଗକୁ କିଡନୀ ରୋଗୀ ସୌମ୍ୟର ବାପା। ହଠାତ ଜଣା ପଡିଲା ସେ କରୋନାରେ ଆକ୍ରାନ୍ତ। ଚାକର ଟୁକୁନା ଶୁଣୁଶୁଣୁ ଏତେ ବର୍ଷର ସମ୍ପର୍କ ଚ୍ଛିନ୍ନ କରି ଘରଛାଡି ଚାଲିଗଲା। ଡାକ୍ତର ପରାମର୍ଶ ଦେଲେ ବୟସ୍କ ଲୋକ, ଡାକ୍ତରଖାନାରେ ଠିକରେ କେହି ଧ୍ୟାନ ନେବେନାହିଁ। ହାତଯୋଡି ଆଗେଇ ଆସିଲା ବୋହୁ ସୁମି। ବାପାଙ୍କୁ ଅନୁରୋଧ କଲା ଆପଣ ସୁସ୍ଥ ହେବାପରେ ଦୁରେଇଯିବି। ଆପ୍ରାଣ ଉଦ୍ୟମ ଓ ସେବାରେ ଧିରେ ଧିରେ ସୁସ୍ଥ ହେଲେ ବାପା। 


ହଠାତ୍ ଦିନେ.....

ସୌମ୍ୟ ଚାକରଟୋକାଟିଏ ଆଣି ଠିଆ କରାଇଲା ବାପାଙ୍କ ସାମ୍ନାରେ ଓ କହିଲା ବାପା ଆପଣ ଭଲ ହୋଇଗଲେ, ଏଣିକି ଏ ଆପଣଙ୍କ ସେବା କରିବ। ଅନତି ଦୁରରେ ଆଖି ଛଳଛଳ କରି ଠିଆ ହୋଇଥିଲା ସୁମି। ପାଟିକଲେ ବାପା, ଏ.... ଅନାଥଛୁଆ.....

ଏଇଠାକୁ ଆ.....

ପାଖକୁ ଆସିଲା ସୁମି। କିଏ କହିଲା ତୁ ଅନାଥ। ତୁ ପରା ମୋ ଝିଅ। 

ଆନନ୍ଦାଶ୍ରୁ ସୁମିର ବୋଲ ମାନୁନଥିଲା। ବାପା କହିଲେ ଜାଣିଛୁ ଆଭିଜାତ୍ୟ, ପରମ୍ପରାକୁ ଜାବୁଡି ଧରିଥିବା ଏଇ ପ୍ରତିପତ୍ତିଶାଳୀ ଲୋକଟା କାହିଁକି ଆଜି ନଇଁଗଲା? କାରଣ ତମ ପ୍ରେମ ଥିଲା ଅନାବିଳ। ସମ୍ପର୍କ ଥିଲା ଦ୍ରୁଢ। ନହେଲେ ଆଜିକାଲିର ପ୍ରେମ କେତେଦୁର ସଫଳ ତା ତ ମତେ ବେଶ୍ ଜଣା। ମୁଁ ଦେଖିବାକୁ ଚାହୁଁଥିଲି ତମ ପ୍ରେମର ଗଭୀରତା। ଆଜି ପ୍ରେମ ଜିତିଗଲା ରେ!

ହସୁଥିଲେ ସମସ୍ତେ, ହସୁଥିଲା ସଂସାର। ।


Rate this content
Log in

More oriya story from Siddhartha Tripathy

Similar oriya story from Romance