ବିବାହ
ବିବାହ


ଟୋପାଏ ସିନ୍ଦୂର ଗୋଟେ ନାରୀ ଜୀବନର ସ୍ବପ୍ନ, ଆକାଂକ୍ଷା, ତାର ପରିଚୟ, ତାର ସାତ ଜନ୍ମ ତାପସ୍ୟାର ଫଳ , ତମ ଅନ୍ଧକରେ ଆଲୋକ ଶିଖା। ନାଲି ରଙ୍ଗର ଏଇ ଟୋପାଏ ସିନ୍ଦୁର ପାଇଁ କୁଆଁରୀ ଝିଅଟେ କେତେ ପୂଜା , ଓଷା, ମାନସିକ, ବ୍ରତ କରୁଥାଏ ଓ ସାଧବା ନାରୀ ସବୁଦିନ ଏହାକୁ ପିନ୍ଧିବା ପାଇଁ। ନାରୀ ଜୀବନର ପୁର୍ଣତା ଆଣିଦିଏ ଏଇ ଟୋପାଏ ସିନ୍ଦୁର।
ରାଧା ମଧ୍ୟ ଶହେ ମାନସିକ, ବାର ଓଷା ତେର ବ୍ରତ କରିଥିଲା ମନ ପସନ୍ଦର ଜୀବନ ସାଥିଟିଏ ପାଇଁ। ଟୋପାଏ ସିନ୍ଦୂର ରାଧା ମଥାର ବି ଶୋଭା ବର୍ଦ୍ଧନ କଲା। ହେଲେ ଏ କଣ ,ପlଦରୁ ଅଳତା ଗାର ମଉଳି ପଡିନି, ଦାଣ୍ଡ ଛାମୁଣ୍ଡିଆ ରେ ପଡିଥିବା ପତ୍ର ଗୁଡ଼ିକ ଏବେ ବି ସତେଜ ଅଛି , ନାଲି ଟୁକୁ ଟୁକୁ ଟୋପାଏ ସିନ୍ଦୁର ରାଧାର ମଠରେ ଏବେ ବି ଦାଉ ଦାଉ ହୋଇ ଜଳିଛି, ହେଲେ ସାତ ମଙ୍ଗଳା ବେଦୀରେ ବସିଥିବା ବେଳେ ରାଜା ଏମିତି ହଠାତ ଲେଉଟି ପଡିଲା କାହିଁକି??????। ସମସ୍ତଙ୍କୁ ମନରେ ବିରାଟ ପ୍ରଶ୍ନବାଚୀ। କଣ ହେଲା ରାଜା ର??? କଁ ହେଲା ରାଜlର??
ରାଜା ଓ ରାଧା ର ନଗଦରେ ବାହାଘର ହୋଇଛି । ଆଜି ସତମଙ୍ଗଳା। ଏପରି ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା। ସାଇ ପଡିଶା ଓ ବନ୍ଧୁ ବାନ୍ଧବ ସମସ୍ତେ ଆବlକ। ରାଜlର ମା ଭୋ ଭୋ ହୋଇ ବlହୁନି ବlହୁନି କାନ୍ଦିବାକୁ ଲାଗିଲେ। ଏଣେ ରାଧା ନୂଆ କରି ବାହା ହୋଇଛି। କାହାକୁ ସିନା କିଛି କହି ପାରୁ ନଥାଏ , ମନେ ମନେ ଗୁମୁରି ଗୁମୁରି କାନ୍ଦୁଥାଏ। ଶହେ ମାନସିକ କରି ଯାହାକୁ ବାହାହେଲା , ସାତ ଦିନ ନ ପୁରୁଣୁ ଏ କି ଅବସ୍ଥା। କାହାକୁ ବା ଦୋଷ ଦେବ। ପବିବେଶ ଯେମିତି ଏକ ପ୍ରକାର ଶାନ୍ତ ହୋଇ ଯାଇଥିଲା କେବେଳ ଶୁଭୁଥିଲା ରାଧାର ଗୁମୁରୁ ଗୁମୁରୁ କାନ୍ଦ ଓ ରାଜା ମା ର ବହୁନି।
ତୁଣ୍ଡ ବାଇଦ ସହସ୍ର କୋଷ। ଚାଂହୁ ଚାଂହୁ କଥା ପେଟ୍ରୋଲ ନିଆଁ ଭଳି ଚାରିଆଡେ ଖେଳିଗଲା। କେହି କେହି ରାଧlକୁ ଅଲକ୍ଷଣି କହି ଗାଳି ଦେଉଥିଲେ। ଆସୁ ଆସୁ ଏତେ ଅବସ୍ଥା ହେବାକୁ ପଡିଲା।
ତେଣେ ରାଧାର ଘର ଲୋକ ଆସି ପଂହଁଚି ରାଧା କୁ ବୁଝାଇବାକୁ ଲାଗିଲେ। ଘରେ ନ ପଶୁଣୁ ଚାଳ ବାଜିଲାଣି।ରାଧାର ଉଜ୍ଜ୍ୱଳ ଭବିଷ୍ୟତ କୁ ଆଖିରେ ଦେଖି ସେମାନେ ରାଧlକୁ ଘରକୁ ନେଇ ଯିବାକୁ ନିଷ୍ପତି ନେଲେ। ରାଧାକୁ ବଳ ପୂର୍ବକ ନେଇ ଯିବାକୁ ଚେଷ୍ଟା ବି କଲେ । ରାଧା କିଛି ଶୁଣିବାକୁ ନାରାଜ। ଏଇ ଘରେ ମୋର ସବାରୀ ଉଠିଛି ଏଇଠି ହିଁ ମୋର କୋକେଇ ଉଠିବ। ଘର ଲୋକଙ୍କ କଥା କୁ ଅମାନ୍ୟ କରି ରାଧା କେବଳ ନିର୍ବିକାର ଚିତ୍ତରେ ଚାହିଁ ରହିଥିଲା ରାଜାକୁ। ଉପସ୍ଥିତ ସମସ୍ତ ଲୋକମାନେ କେବଳ ଚାହିଁଥାନ୍ତି ସିନା ଡାକ୍ତରଖାନା କୁ କେହି ନେବାକୁ ପ୍ରସ୍ତୁତ ନଥିଲେ।
ଯେଉଁ ମାଟିର ସବିତ୍ରୀ ଟୋପାଏ ସିନ୍ଦୁର ପାଇଁ ଯମଙ୍କ ସହ ଲଢେ଼ଇ କରିଥିଲେ, ଯେଉଁ ମାଟିର ଶକୁନ୍ତଳା ଟୋପାଏ ସିନ୍ଦୁର ପାଇଁ ଆଜୀବନ ସନ୍ୟାସିନୀ ହୋଇ ଯାଇଥିଲେ , ଯେଉଁ ମାଟିର ନାରୀ ଟୋପାଏ ସିନ୍ଦୁର ପାଇଁ ହସି ହସି ମୃତୁବରଣ କରିବାକୁ ପଛାଏ ନାହିଁ ରାଧା ଏଇ ଅଳ୍ପ ବିପଦରେ କିପରି ପଛକୁ ଫେରି ପାରିଥାନ୍ତା। ରାଧା ଅବିଳମ୍ବେ ଗାଡି ବାହାର କରି ରାଜାକୁ ପାଖ ଡାକ୍ତରଖାନା କୁ ନେଇଗଲା। ନିଜ ସିନ୍ଦୁର କୁ ବଞ୍ଚେଇ ରଖିବା ପାଇଁ ପ୍ରଥମ ଥର ଶାଶୁ ଘରୁ ଗୋଡ଼ ବାହାର କରିଥିଲା। ଡାକ୍ତର ଅନେକ ପରୀକ୍ଷା ନିରୀକ୍ଷା କଲା ପରେ ଜାଣିବାକୁ ପାଇଲେ ରାଜାକୁ ବ୍ରେନ ଟ୍ୟୁମର। ଭାଙ୍ଗି ପଡିଲେ ସମସ୍ତେ। ରାଧା ର ଧାର୍ଯ୍ୟ ଓ ତ୍ୟାଗ ସତେ ଯେପରି ରାଜାକୁ ଫେରେଇ ଆଣିଥିଲା ଯମ ଦୁଆରୁ। ବାପ ଘରୁ ଆଣିଥିବା ସମସ୍ତ ସୁନା ଗହଣା ବିନିମୟରେ ନିଜ ସ୍ୱାମୀଙ୍କ ଜୀବନ ଫେରେଇ ଆଣିବାକୁ ଚେଷ୍ଟା କଲା।
ସହର ରେ ଥିବା ସବୁଠୁ ବଡ଼ ଡ଼ାକ୍ତରଖାନାରେ ରାଜାକୁ ଆଣି ଚିକିତ୍ସା କରାଇଲା। ରାତି ରାତି ଉଜାଗର ରହି ତାର ସେବା କଲା। ମସ୍ତିଷ୍କ ଅସ୍ତ୍ରୋପଚାର ପରେ ରାଜା ନୂଆ ଜୀବନ ପାଇଘରକୁ ଫେରି ଆସିଲା। ବିଳମ୍ବ ହେଲେ ମଧ୍ୟ ରାଧା ନିଜ ସ୍ୱାମୀ ରାଜା ସହ ଘର ସଂସାର ଆରମ୍ଭ କରି ଅତ୍ୟନ୍ତ ଖୁସି ରେ ଦିନ ବିତାଇଲା। ନିଷ୍ପାପ ଚିତ୍ତରେ ସ୍ୱାମୀଙ୍କ ପ୍ରତି ଥିବା ଭଲ ପାଇବା, ନିଃସ୍ୱାର୍ଥପର ସେବା ଓ ଅlନ୍ତରିକ ପ୍ରେମ ହିଁ ରାଜାକୁ ନୂଆ ଜୀବନ ଦେଇଥିଲା। ପ୍ରଥମରୁ ରାଧାର ସ୍ୱାମୀଙ୍କ ପ୍ରତି ଥିବା ଭଲ ପାଇବା ପାଇଁ ଅନେକ ପ୍ରଶଂସା କରୁଥିଲେ ସମସ୍ତେ। ସେଦିନ ଯଦି ରାଧା ଘର ଲୋକଙ୍କ କଥାରେ ବାପା ଘରକୁ ଚାଲି ଯାଇଥାନ୍ତା କିମ୍ବା ଲଜ୍ଜା ଅନୁଭବ କରି ଚୁପ ହୋଇ ବସି ରହିଥାନ୍ତା ରାଜା ହୁଏତ ଆଜି ଅlରପାରିରେ ଥାନ୍ତେ। ନିଜର ସିନ୍ଦୁର କୁ ବଞ୍ଚେଇବାକୁ ଯାଇ ରାଧା କରିଥିବା ସମସ୍ତ କାର୍ଯ୍ୟ ଆଗାମୀ ଦିନରେ ଉଦାହରଣ ହୋଇ ଯୁଗ ଯୁଗ ରହିଗଲା।