ସଂକ୍ଷେପରେ ଓଡ଼ିଶାର ଇତିହାସ
ସଂକ୍ଷେପରେ ଓଡ଼ିଶାର ଇତିହାସ
କଥାରେ ଅଛି-ବର୍ଷ ମଧ୍ୟରେ ଶ୍ରେଷ୍ଠ ଭାରତ ଓ ଦେଶ ମଧ୍ୟରେ ଶ୍ରେଷ୍ଠ ଉତ୍କଳ। ଆଜିବି ଓଡ଼ିଶାର ଜୟ ଜୟକାର ସାରା ବିଶ୍ୱ ରେ ଦେଖାଯାଏ।କଳା ରେ ଉତ୍କଷ ବୋଲି ନାମ ତାର ଉତ୍କଳ। ଉତ୍କଳ ର ଖ୍ୟାତି ସାରା ବିଶ୍ୱରେ ପ୍ରସାରିତ। ଉତ୍କଳର ପ୍ରଭୁ ଜଗନ୍ନାଥ ସାରା ଜଗତର ନାଥ। ଅନ୍ୟ ମାନଙ୍କ ପରି ଉତ୍କଳର ମଧ୍ୟ କିଛି ସ୍ୱତନ୍ତ୍ରତା ଅଛି।କିଛି ରାଷ୍ଟ୍ରୀୟ ପରିଚୟ ଅଛି।
ରାଷ୍ଟ୍ରୀୟ ଚିନ୍ହ: "କୋଣାର୍କର ଘୋଡ଼ା" ଯାହାକି ବର୍ତ୍ତମାନର କୋଣାର୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱ ରେ ଦଣ୍ଡାୟମାନ।
ରାଷ୍ଟ୍ରୀୟ ସଙ୍ଗୀତ: "ବନ୍ଦେ ଉତ୍କଳ ଜନନୀ" କାନ୍ତ କବି ଲାଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ କବିତା।
ରାଷ୍ଟ୍ରୀୟ ପଶୁ : "ସମ୍ବର " ଏହା ହରିଣ ଭଳି ଦେଖା ଯାଉଥିବା ପ୍ରାଣୀ,ଓଡ଼ିଶାର ପ୍ରତ୍ୟେକ ଜଙ୍ଗଲରେ ଦେଖାଯାଏ।
ରାଷ୍ଟ୍ରୀୟ ପକ୍ଷୀ :"ଭଦଭଦଳିଆ" ବଡ଼ ମୁଣ୍ଡ,ହାଲକା ନୀଳ ପେଟ, ଗାଢ଼ ନୀଳ ରଙ୍ଗର ପର ଥିବା ଏକ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ।
ରାଷ୍ଟ୍ରୀୟ ଫୁଲ :"ଅଶୋକ ଫୁଲ" ସୁନ୍ଦର ପାଖୁଡା , ସୁଗନ୍ଧିତ, ଆକର୍ଷଣୀୟ ପତ୍ର ଥିବା ଏକ ସଂସ୍କୃତିକ ପତ୍ର।
ରାଷ୍ଟ୍ରୀୟ ବୃକ୍ଷ :"ଅଶ୍ୱତ୍ଥ " ହିନ୍ଦୁ , ଜୈନଓ ବୌଦ୍ଧ ଧର୍ମର ଏକ ପୂଜନୀୟ ବୃକ୍ଷ।
ଇତିହାସ ର ପୃଷ୍ଠାକୁ ଅବଲୋକନ କଲେ ଅନେକ ଲୋମ ଟାଙ୍କୁରା ଓ ବୀରତ୍ବର ଅନୁଭୁତି ସାଉଁଟିବାକୁ ଇଛାହୁଏ। ଓଡ଼ିଶାର ବେଳାଭୂମି ରେ ଅନେକ ଅବର୍ଣ୍ଣନୀୟ ପାଦଚିହ୍ନର ଘଟଣାକ୍ରମ ଦେଖିବାକୁ ମିଳେ। ଗୌରବ ଓ ସୁନାମ ଅର୍ଜନ କରିଥିବା ପ୍ରାଚୀନ ଓଡ଼ିଶାର ଅନେକ ଗୁଡିଏ ନାମ ଥିଲା ଯଥା-କଳିଙ୍ଗ,ଉଡ୍ର,ତୋଷାଳି, ଦକ୍ଷିଣକୋଶଳ, ମହାକଣ୍ଟର ଏବଂ ଉତ୍କଳ।ମହୋଦଧି କୂଳରେ ଦଣ୍ଡାୟମାନ ଏଇ ଓଡ଼ିଶା ଏକ ସୁନ୍ଦର, ଗାରିମାମୟ ଏବଂ ବିସ୍ତାରିତ ରାଜ୍ୟ ଥିଲା। ଓଡିଶାବାସୀଙ୍କର ସାହସିକ କାର୍ଯ୍ୟ, ବୀରତ୍ବ ଓ ସାମୁହିକ କାରବାର ବାସ୍ତବିକ ପ୍ରସଂଶନୀୟ। ଏମାନେ ମହାସାଗରରେ ବ୍ୟବସାୟ ସ୍ଥାପନ କରିଥିବା ଭାରତୀୟ ମାନଙ୍କର ଆଦିମ ଆବିଷ୍ମତା। ମହାଭାରତ ସମେତ ଅନେକ ପୁରାଣରୁ ଏହାର ଗୌରବମୟ ଗାଥା ଜାଣିବାକୁ ମିଳେ। ଏକଦା ବୌଦ୍ଧ ଓ ଜୈନ ଧର୍ମର ସାହିତ୍ୟ ଏହି ଲୋକମାଙ୍କର ସାହାସିକତା, ଦେଶଭକ୍ତି ଓ ବଦାନ୍ୟତାର ବର୍ଣ୍ଣନା କରିଥିଲେ। ଖ୍ରୀଷ୍ଟପୂର୍ବ 261 କଳିଙ୍ଗଯୁଦ୍ଧ ପରେ ଏହି ମାଟିରେ ଅଶୋକ ନିଜର ରାଜ୍ୟ ବିସ୍ତାର ନୀତିକୁ ତ୍ୟାଗକରି ଧର୍ମ ଓ ଅଂହିସାର ବାର୍ତ୍ତା ପ୍ରଚାର କରିଥିଲେ। ପୁରାଣ କହେ ମହାଭାରତ ଯୁଦ୍ଧ ପର ଠାରୁ ଖ୍ରୀଷ୍ଟପୂର୍ବ 362 ରେ ମଗଧର ଶାସକ ମହାପଦ୍ମ ଆନନ୍ଦଙ୍କ ପର୍ଯ୍ୟନ୍ତ ମୋଟ 32 ଜଣ ଶାସକ ଓଡିଶାକୁ ଶାସନ କରିଛନ୍ତି।
ପ୍ରାଚୀନ ଓଡ଼ିଶା ରାଜନୈତିକ ଦୃଷ୍ଟିକୋଣରୁ ଏକ ନିରବର୍ଛିନ ରାଜ୍ୟ ନୁହେଁ, ବରଂ ଅନେକ ଗୁଡିଏ ଛୋଟ ଛୋଟ ରାଜ୍ୟ ମାନଙ୍କର ସମାହାର। ଅତଏବ ଏଠାରେ ଅନେକ ସମୟରେ ଅନେକ ଗୁଡିଏ ଶାସକ ଶାସନ କରି ଆସିଛନ୍ତି।ଘଟଣା କ୍ରମକୁ ମନେ ପକେଇଲେ ଜାଣିବା ମହାପଦ୍ମନନ୍ଦ ଖ୍ରୀଷ୍ଟପୂର୍ବ 36 ରେ ଓଡିଶା ଅଧିକାର କଲେ । ହାତୀ ଗୁମ୍ଫା ଠାରେ ଥିବା ଶିଳା ଲିପିରୁ ଏହା ସ୍ପଷ୍ଟ ଜଣାପଡେ।ପ୍ରାଚୀନ ଓଡ଼ିଶାର ଇତିହାସକୁ ଦେଖିଲେ, ମନରେ କେବଳ ଦୁଇଟା ଶାସକ ବଂଶ କଥା ଉଙ୍କି ମରେ। ମୌର୍ଯ୍ୟ ବଂଶ ଓ ଚେଦୀ ବଂଶ।
କଳିଙ୍ଗ ଯୁଦ୍ଧ ପରେ ଓଡ଼ିଶାର ରୂପ ରେଖ ବଦଳି ଗଲା। ମୌର୍ଯ୍ୟ ଶାସକ ଅଶୋକ ଓ ଓଡ଼ିଆ ଶାସକ ମାନଙ୍କ ମଧ୍ୟରେ ଖ୍ରୀଷ୍ଟପୂର୍ବ 261 ରେ ଦୟାନଦୀ କୂଳରେ ଏକ ଘମାଘୋଟ ୟୁଦ୍ଧ ହୋଇଥିଲା।ଏହି ଯୁଦ୍ଧରେ ପାଖାପାଖି ଏକ ଲକ୍ଷ ଲୋକ ମୃତ୍ୟୁବରଣ କରିବା ସହ ଦେଢ଼ ଲକ୍ଷ ଲୋକ ଆହତ ହୋଇଥିଲେ। ଫଳ ସ୍ୱରୂପ ସେହି ଓଡିଶା ଶାନ୍ତିର ଓଡ଼ିଶାରେ ପରିଣତ ହେଲା। ଅଶୋକଙ୍କ ଅଦର୍ଶ ରାଜ୍ୟ ଶାସନ ଏହି ଠାରୁ ହି ଆରମ୍ଭ ହୋଇଥିଲା।
ଭୁବନେଶ୍ୱର ନିକଟ ଉଦୟଗିରି ର ହାତୀ ଗୁମ୍ଫାରୁ ଖାରବେଳଙ୍କ ରାଜ୍ୟ ଶାସନ ଜଣାପଡେ।ପରେ ପରେ ଯଜ୍ଞଶ୍ରୀ ସାତକର୍ଣ୍ଣି ଓଡ଼ିଶାର ଶାସନ କରିଥିଲେ। ମହାରାଜ ଗଣଭଦ୍ର ଙ୍କ ଶାସନ ଭଦ୍ରକ ଶିଳାଲେଖ ରୁ ଜାଣିହୁଏ।ପରେ ପରେ ଗୁପ୍ତ ପୂର୍ବବଙ୍ଗ ମାନେ ଓଡ଼ିଶାର ଶାସନ କରି ଆସୁଥିଲେ।
ଓଡ଼ିଶା ନିଜର ହସ୍ତତନ୍ତ, ରେଶମ ବସ୍ତ୍ର ବ୍ୟବସାୟ, ଓ ବାଣିଜ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। ସାଂସ୍କୃତିକ ଓ ରାଜନୈତିକ ଦୃଷ୍ଟିକୋଣରୁ ତୃତୀୟ ଶତାବ୍ଦୀ ଠାରୁ ଶେଷ ହିନ୍ଦୁ ଶାସକ ମୁକୁନ୍ଦଦେବ ଙ୍କ ପର୍ଯ୍ୟନ୍ତଓଡ଼ିଶାର ସର୍ବାଙ୍ଗୀନ ବିକାଶ ଚରମ ସୀମାରେ ପଂହଁଚି ପାରିଥିଲା। ଏହି ସମୟରେ ଓଡ଼ିଶାରେ ଶାସନ କରୁଥିବା ଶାସକ ମନେ ଅନେକ ଅବିସ୍ମରଣୀୟ, ଅତୁଳନୀୟ ଓ ଚମତ୍କାର କାର୍ଯ୍ୟ ମାନ କରି ଆଜି ଅମର ହୋଇଯାଇଛନ୍ତି।
ସୋମବଂଶୀ, ସୂର୍ଯ୍ୟବଂଶୀ ଓ ଗଙ୍ଗବଂଶୀ ଶାସକ ମନେ ଏହି ସମୟରେ ଓଡିଶାକୁ ଏକ ନୂତନ ପରିଚୟ ଦେବା ସହ ଅନେକ କୀର୍ତ୍ତିମାନ ସ୍ଥାପନ କରି ଇତିହାସରେ ଅମର। ସେଗୁଡିକ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ର ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର ଅନ୍ୟତମ। ମୁକୁନ୍ଦଦେବ ଙ୍କ ପରେ ଆଫଗାନ ମନେ ଓଡିଶାକୁ ଶାସନ କଲେ ଓ ପରେ ପରେ ମୋଗଲ ମନେ ଶାସନ କଲେ। ଜାହାଙ୍ଗିର ଶାସନ କାଳରେ 1607 ମସିହାରେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ପରିଣତ ହୋଇଥିଲା।ପରେ ପରେ 1751 ମସିହାରୁ ମରହଟ୍ଟାମାନେ ଓଡିଶା ରେ ଶାସନ କଲେ। 1803 ମସିହାରୁ ଇଂରେଜମନେ ଓଡ଼ିଶାର ଶାସନ ନିଜ ନିୟନ୍ତ୍ରଣ କୁ ନେଇଗଲେ।
ଶକ୍ତିଶାଳୀ ରାଜବଂଶର ଅଭାବ, ରାଜନୈତିକ ଅସ୍ଥିରତା, ସୈନିକ ବଳର ଅଭାବ, ଧନ ରତ୍ନର ଅଭାବ, ଅର୍ଥନୈତିକ ଦୁରବସ୍ତା ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଓଡ଼ିଶା ନିଜର ଅସ୍ତିତ୍ବ ହରେଇ ବସିଲା।ଆଧୁନିକ ଯୁଗରେ ଓଡିଶା ତାର ବିଜୟ ଗାଥା ବିସ୍ମରଣ କରି ସାରିଥିଲା। 1803 ମସିହା ଡିସେମ୍ବର 17 ତାରିଖରେ ଦେଓଗଡ଼ ର ସନ୍ଧି ଅନୁସାରେ ମରହଟ୍ଟା ଶାସନ ର ଶେଷ ହୋଇ ଇଂରେଜ ଶାସନ ଆରମ୍ଭ ହୋଇଥିଲା।ଇଂରେଜ ମାନେ ଓଡିଶା କୁ କେତେ ଗୁଡିଏ ମହଲ ରେ ବିଭକ୍ତ କରି ଶାସନ କାର୍ଯ୍ୟ ଆରମ୍ଭ କରି ଥିଲେ।
ସମୟକ୍ରମେ 1817 ମସିହାର ପାଇକ ବିଦ୍ରୋହ ରେ ଓଡିଶା ନିଜର ପରାକାଷ୍ଠା ପ୍ରଦର୍ଶନ କରିଛି। 1857 ର ସିପାହୀ ବିଦ୍ରୋହ ରେ ଓଡ଼ିଶାର ବୀରପୁତ୍ର ମନେ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଛନ୍ତି। ପରେ ପରେ ୧୮୬୬-୬୭, ମସିହାରେ ନଅଙ୍କ ଦୁର୍ଭିକ୍ଷ କୁ ମଧ୍ୟ ଓଡିଶା ସମ୍ମୁଖିନ କରିଛି। ତଥାପି ହାର ମଣିନାହିଁ ଏଇ ବୀରମାଟି।ତତ୍କାଳୀନ ସମୟରେ ଏହି ଭଳି ବିଦ୍ରୋହ ଓ ଅନେକ ଦୁର୍ବିପାକ ସହ ଲଢେ଼ଇ କରିଛନ୍ତି ଏହି ଓଡିଶା ମାଟିର ବୀର ମାନେ। ପରେ ପରେ ଭାଷାଗତ ଆନ୍ଦୋଳନ ଆରମ୍ଭ ହୁଏ ଏବଂ ଓଡ଼ିଆ ଭାଷା କୁ ସ୍ୱୀକୃତି ମିଳେ।ବହୁ ସଂଗ୍ରାମ ପରେ 1936 ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡିଶା ଗଠନ ହୁଏ, ଯାହାକି ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ରୂପେ ପରିଗଣିତ ହୋଇ ଆସୁଅଛି। ଜାତୀୟ ସ୍ଵାଧୀନତା ଆନ୍ଦୋଳନରେ ଓଡିଶା ଏକ ମୁଖ୍ୟ ଭୂମିକା ନିର୍ବାହ କରେ। ପ୍ରଜା ମଣ୍ଡଳ ଆନ୍ଦୋଳନ ଆରମ୍ଭ କରି , ସମୟ କ୍ରମେ କୃତକାର୍ଯ୍ୟ ହୁଏ। ପରି ଶେଷରେ 1947 ମସିହାରେ ଭାରତ ସ୍ୱାଧୀନ ହେବ ସହିତ ଓଡିଶା ମଧ୍ୟ ସ୍ୱାଧୀନତା ପାଇ, ଆମ ପାଖରେ ଦଣ୍ଡାୟମାନ।
ବନ୍ଦେ ଉତ୍କଳ ଜନନୀ।
ବନ୍ଦେ ଉତ୍କଳ ଜନନୀ।
ନନ୍ଦଳା, ପାରିକୁଦ, ପୁରୀ।
