Lalitkumar Swain

Drama Action Classics

4.5  

Lalitkumar Swain

Drama Action Classics

ନନ୍ଦଳା ର ଗୋପୀନାଥ

ନନ୍ଦଳା ର ଗୋପୀନାଥ

5 mins
271


ସମୁଦ୍ର ଓ ଚିଲିକା ହ୍ରଦର ଠିକ ମଧ୍ୟ ଭାଗରେ ସବୁଜ ବନାନୀ ଘେରରେ ଛୋଟିଆ ଗାଁ "ନନ୍ଦଳା"। ଶୋଭା ବିମଣ୍ଡିତ ପାରିକୁଦ ର ତଥା ନନ୍ଦଳା ଗାଁ ର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ପୂଜା ପାଉଛନ୍ତି ସେହି ଗ୍ରାମରେ । କେତେ ଯେ ବର୍ଷ ବିତିଗଲାଣି ତାର ହିସାବ କାହା ପାଖରେ ନାହିଁ । ଅତ୍ୟନ୍ତ ପ୍ରତ୍ୟକ୍ଷ ଠାକୁର ରୂପେ ଚାରିଆଡେ ଖ୍ୟାତି। ହେଲେ ଆଜିର ନନ୍ଦଲା ଓ ଗୋପୀନାଥ ମନ୍ଦିର ର ଅବସ୍ଥା ଆଗରୁ ଏମିତି ନଥିଲା।

ଭାରତର ସ୍ୱାଧୀନତା ଆନ୍ଦୋଳନ ର ପ୍ରଥମ ନିଆଁ ଜଳିଥିଲା ଓଡ଼ିଶାର ଏହି ପୂଣ୍ୟମାଟି ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧାଗଡ଼ ଠାରେ । ତତ୍କାଳୀନ ପୁରୀ ଗଜପତି ମୁକୁନ୍ଦଦେବ ଦିରଣୟଙ୍କ ବଳିଷ୍ଠ ନିର୍ଦ୍ଦେଶନା ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ । 1817 ମସିହାରେ ଏକ ପାଇକ ବିଦ୍ରୋହ ସୂତ୍ରଧାର ସାଜିଥିବା ବ୍ୟକ୍ତିଗତ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଲଛମନ ରଣ ନାୟକ।ପାଇକ ବିଦ୍ରୋହ କୁ ଦୀର୍ଘଦିନ ଇଂରାଜ ମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ସେ ଚାଲିଆସିଥିଲେ ପୁରୀ ଜିଲ୍ଲା ପାରିକୁଦ ଅଞ୍ଚଳକୁ।ସାଙ୍ଗରେ ଆଣିଥିଲେ ଖୋର୍ଦ୍ଧା ଗଡର ଇଷ୍ଟଦେବୀ ମା' ବରୁଣାଇ ଙ୍କ ପ୍ରତିମା। ପାରିକୁଦ ଆସିବା ପରେ ବର୍ତମାନର ନନ୍ଦଳା ର ଢ଼ିହବାରି ନାମକ ସ୍ଥାନ ରେ ନିଜ ପରିବାର ସହ ରହିବା କୁ ଲାଗିଲେ। ସେହି ନନ୍ଦଳା ର ଗବବାରି ଠାରେ ରହୁଥିବା ମାଗୁଣି ସ୍ବାଇଁ ଙ୍କ ସହ ଉଭୟ ପରସ୍ପର ଭାବରେ ଆଦାନପ୍ରଦାନ ସହ ବନ୍ଧୁତ୍ବ ସ୍ଥାପନ କରି ଗବ ବରୀରେ ହି ସ୍ଥାୟୀ ବସତି ସ୍ଥାପନ କରିବାକୁ ମନସ୍ଥ କରିଥିଲେ ଏବଂ ସେହି ଦିନ ଠାରୁ ଆଧୁନିକ ନନ୍ଦଳା ଗ୍ରାମର ମୂଳଦୁଆ ପଡ଼ିଥିଲା। ଗବବାରି ଯାହାକି ବର୍ତ୍ତମାନ ପୁରୁଣା ଗାଁ ବୃନ୍ଦାବତୀ ଷ୍ଟାଡିୟମ ନାମରେ ଖ୍ୟାତି ଅର୍ଜ୍ଜନ କରୁଛି।ଗୁଣ୍ଡୁଚିମୂଷା ର ସଂକଳ୍ପ ନେଇ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ ମାନସିକ ଭାବେ ପ୍ରସ୍ତୁତି ଆରମ୍ଭ କଲେ।ସାଥିରେ ଆଣିଥିବା ମା ବରୁଣେଇଙ୍କର ପ୍ରତିମା କୁ ଏକ ଗଛମୂଳେ ସ୍ଥାପନ କରି ପୂଜାର୍ଚ୍ଚନା କରିବାକୁ ଲାଗିଲେ।

ସମୟର ଅଗ୍ରଗତି ସହ ନନ୍ଦଳା ଗ୍ରାମର କଳେବର ବୃଦ୍ଧି ପାଇବାକୁ ଲାଗିଲା । ଆସ୍ତେ ଆସ୍ତେ ଗ୍ରାମକୁ ବିଭିନ୍ନ ସ୍ଥାନରୁ ବିଭିନ୍ନ ଲୋକ ଆସି ନନ୍ଦଳା ଗ୍ରାମର କଳେବର ବୃଦ୍ଧି କରିବାକୁ ଲାଗିଲେ ।ଏହିଭଳି ଅନେକଦିନ ପରେ ନନ୍ଦଳା ଗ୍ରାମରେ ପାଖାପାଖି 40 ପରିବାର ହୋଇଯାଇଥିଲେ ।

ଏହି କ୍ରମରେ ଏଠାରେ ଯଦୁସାହୁ ନାମକ ବାବାଜି ସୁଦୂର ବୃନ୍ଦାବନ ଠାରୁ ପ୍ରଭୁ ଗୋପୀନାଥଙ୍କୁ ଆଣି ଗ୍ରାମରେ ପୂଜାର୍ଚ୍ଚନା କରୁଥିଲେ।ପ୍ରଭୁ ଗୋପୀନାଥ ଥିଲେ ଭାବର ଠାକୁର ଭକ୍ତର ଠାକୁର।ଗ୍ରାମର କଳେବର ସାନ ହେଲେ ମଧ୍ୟ ପ୍ରଭୁଙ୍କ ମହିମାରୁ ଗ୍ରାମର ସମସ୍ତେ ସୁସ୍ଥ ଶିଖିତ ଓ ଜ୍ଞାନୀ ହୋଇ ପାରିଥିଲେ।ଆଖପାଖ ପ୍ରାୟ ଅନେକ ଗୁଡ଼ିଏ ଗ୍ରାମର ପ୍ରଭୁ ଗୋପୀନାଥ ଥିଲେ ପରମ ଆରାଧ୍ୟ ଦେବତା।ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କୁ ରକ୍ଷା କରିବାପାଇଁ ସେବାୟତ ମାନେ ଅନେକ ସମୟରେ ତାଙ୍କୁ ମନ୍ଦିରରୁ ବାହାରକୁ ଆଣିଛନ୍ତି।ଠିକ ସେହିପରି ପ୍ରଭୁ ଗୋପୀନାଥ ମଧ୍ୟ ମନ୍ଦିରରୁ ବାହାରକୁ ବାହାରିଛନ୍ତି କିନ୍ତୁ ଏହାର ଘଟଣା କିଛି ଅଲଗା।

1942 ମସିହାର ଘଟଣା ତତ୍କାଳୀନ ନନ୍ଦଳା ଗ୍ରାମରେ (ପୁରୁଣା ଗାଁ)ପୂଜା ପାଇଥାନ୍ତି ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ।ମନ୍ଦିରରେ ସେତେବେଳେ ଛଅ ମୂର୍ତ୍ତି ପୂଜା ପାଉଥିଲେ । ରାଧା କୃଷ୍ଣଙ୍କ ୪ ମୂର୍ତ୍ତି ଓ ଲଷ୍ମୀ ନାରାୟଣଙ୍କ ୨ ମୂର୍ତ୍ତି। ସେତେବେଳେ ଗ୍ରାମର କଳେବର ବୁଦ୍ଧି ପାଇଁ ପାଖାପାଖି ୪୦ ପରିବାର ହୋଇସାରିଥିଲା। ଗ୍ରାମରେ ସେତେବେଳେ ବସବାସ କରୁଥିବା କିଛି ବ୍ୟକ୍ତିଙ୍କ ନାମ ହେଲା ପଦ୍ମଚରଣ ମାନସିଂହ ,କାଶୀନାଥ ସ୍ୱାଇଁ,ବୈକୁଣ୍ଠ ସାହୁ,ଲୋକନାଥ ସାହୁ,ହାଡୁ ସାହୁ, ବଳରାମ ନାୟକ,ଅରକ୍ଷିତ ନାୟକ, ଯୁଗଳ ନାୟକ, ଗିରିଧାରୀ ସାମନ୍ତ ସିଂହାର , ପ୍ରଭାକର ଦଳେଇ,ବାଞ୍ଛାନିଧି ନାୟକ,ଭାଗତ ନାୟକ, ଦୟାନିଧି ନାୟକ,ପ୍ରାଣନାଥ ସାହୁ,ଅନନ୍ତ ନାୟକ, ଲିଙ୍ଗରାଜ ନାୟକ, ସୋମନାଥ ନାୟକ,ନରସିଂହ ପ୍ରଧାନ, ସଂକୁଳା ନାୟକ,ବିଶ୍ୱନାଥ ନାୟକ,ଦୀନବନ୍ଧୁ ତରାଇ,ଦୀନବନ୍ଧୁ ନାୟକ,ଅବକାଶ ନାୟକ,ଇତ୍ୟାଦି।ଆରାଧ୍ୟ ଦେଵ ଗୋପୀନାଥଙ୍କୁ ପୂଜା ପରିବାରଭାର ପାଲୁରୁ ଗଡର ପୂଜାରୀ ଜଗା ପଣ୍ଡାଙ୍କ ଉପରେ ଥାଏ। ଠାକୁରଙ୍କ ର ଦେଖାଶୁଣା କରିବାପାଇଁ ୬ ଜଣ ମାରଫ୍ତଦାର ଥାନ୍ତି। ସେମାନେ ହେଲେ ପାଇକରାପୁରର ଚତୃଭୂଜ ଦଳେଇ,ସୋମନାଥ ପଲେଇ ଓ ନନ୍ଦଳା ର ଦାସରଥୀ ବିଷୋୟୀ, ଦାମୋଦର ନାୟକ, ଦୟାନିଧି ନାୟକ,ଗଙ୍ଗାଧର ବାଲିଆରସିଂହ।  ଏହି ଛଅ ବ୍ୟକ୍ତି ଠାକୁରଙ୍କର ଭୋଗ ରାଗ ଠୁ ଆରମ୍ଭ କରି ମନ୍ଦିର ଦେଖା ଶୁଣା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବୁଝିଥାନ୍ତି ।ଯଜମାନ ହିସାବରେ ସାହୁ ଘର ଠାକୁରଙ୍କର ହାଣିଲାଭ ବୁଝନ୍ତି।

1942 ମସିହାରେ ବନ୍ୟା ବିଭୀଷିକା କଥା ସମସ୍ତେ ପ୍ରାୟ ଅଳ୍ପେ ବହୁତ ଜାଣିଥିବେ।ଚିଲିକା ର ଜଳ ଏତେ ଭୟଙ୍କର ହୋଇପାରେ ସେଦିନ ପ୍ରଥମ କରି ପରିକୁଦ ବାସି ଦେଖିଥିଲେ।ବନ୍ୟା ଆସି ଫେରିଯାଇଥିଲା ସତ କିନ୍ତୁ ସାଙ୍ଗରେ ନେଇ ଯାଇଥିଲା ଅନେକ ପରିବାରର ଓଠର ହସ, ଧନ ଜୀବନ, ଅନେକ ପରିବାରକୁ ବାସହିନ କରି ଛଡେଇ ନେଇଥିଲା ମୁଖର ଖାଦ୍ୟ। ସେଦିନ ପ୍ରକୃତିର ସେ ବିକଟାଳ ରୂପ ଏକ ନୂଆ କାହାଣୀ ଲେଖିବା ପାଇଁ ବାଧ୍ୟ କରିଥିଲା ସମସ୍ତଙ୍କୁ। ହଠାତ ପାଣି ଆସି ଯିବାରୁ ଗ୍ରାମବାସୀ ମାନେ କଣ କରିବେ କଣ ନକରିବେ କିଛି ଚିନ୍ତା କରିପାରିନଥିଲେ।ପାଖରେ ଥିବା ସେ ଢ଼ିପ ଜାଗା(ବର୍ତ୍ତମାନର ନନ୍ଦଳା) କୁ ଧାଇଁ ଆସିଥିଲେ ଜୀବନ ବଞ୍ଚାଇବା ଆଶାରେ। ଠାକୁରଙ୍କୁ ଛାଡି ଆସିଥିଲେ ସେଇ ପୁରୁଣା ଗାଁ ରେ। କିଛିଲୋକ ମରି ହଜି ଗଲେ। ବନ୍ୟାରେ ଭାଙ୍ଗିଥିବା ଝାଟି ମାଟିର କାନ୍ଥ ତଳୁ କିଛି ଲୋକଙ୍କୁ ଉଦ୍ଧାର କରି ଅଣାଗଲା। ସୁଦୂର ରେ ଥିବା ଭଂପୁର ,ଲକ୍ଷ୍ମଣ ପୁର, ଦୁବୁରା କୁଦି, ଠିକ ନନ୍ଦଳା ଭଳି ଭାସିଯାଇଥିଲା ବନ୍ୟାରେ। ପୁରୁଣା ଗାଁ ରୁ ଆସିଥିବା ଲୋକ ବର୍ତ୍ତମାନ ନନ୍ଦଳା ଠାରେ ବସତି ସ୍ଥାପନ କଲେ। ଗ୍ରାମର କୃଷ୍ଣ ଲୀଳା ପେଡି ବନ୍ୟାରେ ଭାସିଯାଇ ପାଲୁର ଠାରୁ ଉଦ୍ଧାର କରାଯାଇଥିଲା।

     ଗ୍ରାମବାସୀମାନେ ଗୋପୀନାଥଙ୍କୁ ପୁରୁଣା ଗ୍ରାମରେ ଛାଡି ଆସିଥିଲେ। ଏହାର କୌଣସି ସ୍ଥାୟୀ ସମାଧାନ ନକରି ସେହିଠାକୁ ଯାଇ ପୂଜା କରି ଆସୁଥିଲେ। ପୂଜାରୀ ଏହାର ଫାଇଦା ଉଠାଇ ସମସ୍ତ ପ୍ରତିମା ମାନଙ୍କୁ ଚୋରିକରି କେଉଁ ଆଡେ ନେଇଗଲେ। ଚୋରିର କାରଣ ଭଗବାନ ଙ୍କୁ ହିଁ ଜଣା। ଏମିତି କିଛିଦିନ ପରେ ଭଗବାନଙ୍କୁ ନପାଇ ଗ୍ରାମବାସୀ ଭାରି ବ୍ୟସ୍ତ ହୋଇପଡିଲେ। ଚାରିଆଡେ ଅନୁସନ୍ଧାନ କରିବାକୁ ଲାଗିଲେ। ଫାଲ୍ଗୁନ ମାସର ଦୋଳଯାତ୍ରା ଆସିବାରୁ ସେମାନଙ୍କର ବ୍ୟସ୍ତତା ବଢିଗଲା। କାରଣ ମାଲୁଦ ପଞ୍ଚୁଦୋଳ ପଡ଼ିଆରେ ଯେଉଁ ପଞ୍ଚୁଦୋଳ ଯାତ୍ରା ହୁଏ ସେଠାରେ ପ୍ରଭୁ ଗୋପୀନାଥଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1944 ମସିହାରେ ସେହି ପଞ୍ଚୁଦୋଳ ଯାତ୍ରା ନନ୍ଦଳାବାସୀଙ୍କ ପାଇଁ ଥିଲା ଅଗ୍ନିପରୀକ୍ଷା ସଦୃଶ। ଆଉ କିଛି ଉପାୟ ନ ପାଇ ଗ୍ରାମବାସୀ ନିଷ୍ପତ୍ତି ନେଲେ ପାଳୁର ରାଜାଙ୍କର ମଦନମୋହନଙ୍କ ପ୍ରତିମାକୁ ଆଣି ପଞ୍ଚୁଦୋଳ ଯାତ୍ରା କୁ ନେବେ। ସେଇଆ ହିଁ ହେଲା।

      ସେପଟେ ଜଗାପଣ୍ଡା ଠାକୁରଙ୍କର ରୀତିନୀତି କୁ ଠିକ ଭାବରେ ପାଳନ କରି ପାରୁ ନଥିଲେ। ଉତ୍ସବ ପାଖେଇ ଆସିବାରୁ ଜଗାପଣ୍ଡା ଠାକୁରଙ୍କୁ ଆଉ ସମ୍ଭାଳି ପାରିଲେ ନାହିଁ। ଠାକୁରଙ୍କ ମହିମା ରୁ ତାଙ୍କର ବହୁଳ କ୍ଷୟକ୍ଷତି ହେଲା। ଶେଷରେ ଗୋଟିଏ ଗଣ୍ଠିଲିରେ ଠାକୁରଙ୍କୁ ବାନ୍ଧି ସମସ୍ତଙ୍କ ଅଜଣାରେ ଶ୍ରୀବିଗ୍ରହମାନଙ୍କୁ ମେଳଣ ପଡିଆକୁ ଆଣିଲେ। ଉପସ୍ଥିତ ଭକ୍ତ ମାନଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଯଥାରୀତି ପୂଜାର୍ଚ୍ଚନା କଲେ। ମେଲନ ପଡିଆ ଠାରୁ ନନ୍ଦଳାର ଦୂରତା ପାଖାପାଖି 12କିମି, ବହୁଡ଼ିବା ସମୟରେ ବଳିପାଟପୁର ନିକଟବର୍ତ୍ତୀ ଦିରିଯାବସା ଠାରେ କିଛି ଶବ୍ଦ ଲୋକମାନେ ଶୁଣିବାକୁ ପାଇଲେ। ମୂର୍ତ୍ତି ଗୁଡିକ ଗଣ୍ଠିଲି ରେ ବନ୍ଧା ହୋଇଥିବାରୁ ଶବ୍ଦ ସମସ୍ତଙ୍କୁ ଶୁଭୁଥିଲା। ବୈକୁଣ୍ଠ ସାହୁ ନାମକ ବ୍ୟକ୍ତି ସନ୍ଦେହରେ ଜଗାପଣ୍ଡାଙ୍କର ଗଣ୍ଠିଲିକୁ ଜୋର କରି ଖୋଲିଲେ। ଦେଖିଲେ ଠାକୁର ସେହିଠାରେ ଅଛନ୍ତି।

ଉତ୍ୟିକ୍ତ ଗ୍ରାମବାସୀ ମାର ପିଟ କରି ଠାକୁରଙ୍କୁ ନେଇ ଆସିଲେ। ପୁଣିଥରେ ପୁରୁଣା ଗାଁ ସ୍ଥିତ ମନ୍ଦିରରେ ସ୍ଥାପନା କରି ପୂଜାର୍ଚ୍ଚନା କଲେ। ଏଥର ପୂଜା କରିବାକୁ ବ୍ରହ୍ମଣଦେଓ ଓ ସାମନ୍ତରାପୁରର ବ୍ରାହ୍ମଣ ମାନଙ୍କୁ ନିଯୁକ୍ତ କରାଗଲା।

ଏହି ଘଟଣାର ଛଅ ମାସ ନ ପୁରୁଣୁ ଜାଗା ପଣ୍ଡା ପୁଣିଥରେ ସୁବିଧା ସୁଯୋଗ ଉଣ୍ଡି ଠାକୁରଙ୍କୁ ଚୋରି କରି ନେଇଗଲେ।ଏଥର ସନ୍ଦେହ ସିଧା ସଳଖ ଜାଗା ପଣ୍ଡା ଙ୍କ ଉପରକୁ ଗଲା। ବହୁତ ଖୋଜା ଖୋଜି କରିବା ପରେ ଗ୍ରାମବାସୀ ଆଉ ଜାଗା ପଣ୍ଡାଙ୍କୁ ପାଇଲେ ନାହିଁ।ସମସ୍ତେ ନିରାଶରେ ଦିନ କାଟୁଥିବା ସମୟରେ ଜ୍ୟୋତିଷ ପାଖକୁ ଯାଇ ଖଡ଼ି ପକାଇବାକୁ ସ୍ଥିର କଲେ । ନିଦ୍ରାବତୀ ଙ୍କ ପାଖରେ ପ୍ରାଥନା କଲେ।ନିଦ୍ରାବତୀ ନ ଆଦେଶରେ ଗ୍ରାମର ପଶ୍ଚିମ ଦିଗରେ ଥିବା ବଡ଼ଖଣ୍ଡିଆ ପୋଖରୀ ରେ ଠାକୁର ଥିବା ଜଣା ପଡିଲା।ସମସ୍ତଙ୍କ ସହଯୋଗ ରେ ପୋଖରୀକୁ ଶୁଖାଇ ପଙ୍କ କାଦୁଅରେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ଠାକୁରଙ୍କୁ ପାଇଲେ ନାହିଁ। ଅନୁସନ୍ଧାନ ଜାରି ରହିଲା। ପୁଣିଥରେ ନିଦ୍ରାବତୀ ଙ୍କ ଆଦେଶ ପ୍ରକାରେ ଅନ୍ୟ ଏକ ସ୍ଥାନକୁ ଖନନ କରିବାରୁ ରାଧାକୃଷ୍ଣଙ୍କ ଚାରି ପ୍ରତିମା ମିଳିଲେ। ଲାଷ୍ମୀନାରାୟଣ ଙ୍କ ଦୁଇ ମୂର୍ତ୍ତି ଯେତେ ଖୋଜାଖୋଜି କଲା ପରେ ମଧ୍ୟ ମିଳି ନଥିଲା। ଶୁଣାଯାଉଛି ସେହି ଲାଷ୍ମୀନାରାୟଣଙ୍କ ମୂର୍ତ୍ତି ପାଳୁର ନିକଟ କେଉଁ ମନ୍ଦିରରେ ପୂଜା ପାଉଛନ୍ତି।

ଅତୀବ ଶ୍ରଦ୍ଧା, ଭକ୍ତି ଓ ଆଗ୍ରହ ରେ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଗ୍ରାମବାସୀ ଗ୍ରାମକୁ ଆଣିଲେ। ପୁରୁଣା ଗ୍ରାମରେ ଥିବା ମନ୍ଦିରରେ ଆଉ ପୂଜା ନ କରିବା ପାଇଁ ନିଷ୍ପତ୍ତି ନେଲେ। ବନ୍ୟା ପରେ ନୂଆ କରି ଗଢି ଉଠିଥିବା ନନ୍ଦଳା ଗ୍ରାମରେ ପ୍ରଥମେ ଗୋଟିଏ କୁଡ଼ିଆ କରି ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କୁ ପୂଜାର୍ଚ୍ଚନା କଲେ। ଠାକୁର ଙ୍କର ଅଧିକାରୀ ସାହୁ ଘର ଠାକୁରଙ୍କ ଦାଇତ୍ଵ ଗ୍ରାମବାସୀ ଙ୍କୁ ହସ୍ତାନ୍ତର କଲେ।ତାହାର ଚାରି ବର୍ଷ ପରେ ଖପର ଛପର ମନ୍ଦିର ନିର୍ମାଣ କରି ପୂଜା କାର୍ଯ୍ୟ ଆରମ୍ଭ ହେଲା।କିଛିଦିନ ପରେ ଖପର ଉଠାଇ ଆଜବେଷ୍ଟ ପକାଇ ପୂଜା କରାଗଲା କାହାକି ଆଜି ପର୍ଯ୍ୟନ୍ତ ରହି ଆସିଥିଲା। ବର୍ତ୍ତମାନର ଭବ୍ୟ ମନ୍ଦିର ନିର୍ମାଣ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ। ପୁଣିଥରେ ଠାକୁର ମନ୍ଦିର ପରିବର୍ତ୍ତନ କରି କୋଠାଘରେ ଅଛନ୍ତି। କିଛି ଦିନ ପର୍ବ ନୂଆ ଓ ଭବ୍ୟ ମନ୍ଦିରରେ ପଦାର୍ପଣ କରିବେ।

କିଛି ବ୍ୟକ୍ତିଙ୍କ କହିବା ଅନୁସାରେ ଶ୍ରୀ ଶ୍ରୀ ଗୋପୀନାଥ ଦେବ ମାନବୀୟ ଲିଳା ପ୍ରଦର୍ଶନ କରି ନିଜ ଗୃହର ଅଧୁନିକରଣ କରି ଆସୁଛନ୍ତି। ଅଦ୍ୟାବଧି ଗ୍ରାମବାସୀ ମନ୍ଦିରର ଭଲ ମନ୍ଦ ବୁଝି ଆସୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଭଳି ଶ୍ରୀ ଗୋପୀନାଥ ଙ୍କର ସୁରକ୍ଷା ପାଇଁ ଗ୍ରାମବାସୀ ଙ୍କର ଚେଷ୍ଟା ବାସ୍ତବିକ ପ୍ରସଂସାଯୋଗ୍ୟ। ଗ୍ରାମବାସୀଙ୍କର ପ୍ରତ୍ୟେକ ଟି ସୁଖ ଓ ଦୁଃଖରେ ଠାକୁର ନିଜର ଆଶ୍ରିବାଦ କରି ମହିମା ବଜାୟ ରଖିଛନ୍ତି।



Rate this content
Log in

Similar oriya story from Drama