ନିଶ୍ୱ ମାଟିର ବିଶ୍ୱବିଧାତା
ନିଶ୍ୱ ମାଟିର ବିଶ୍ୱବିଧାତା


ପିଲାଟି ଦିନରୁ ମା ଛେଉଣ୍ଡ। ଏଇ ମନ୍ଦିର ବେଢାରେ ମଲା ମା ଓ ସିଏ ପଡ଼ିଥିଲେ। ୧୯୯୯ ମସିହାରେ ମହାବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗେଇ ପୁଅକୁ ସିନା ବଞ୍ଚେଇଦେଲେ ହେଲେ ନିଜକୁ ବଞ୍ଚେଇବାକୁ ସକ୍ଷମ ହୋଇ ନଥିଲେ। ତାର ମା ଥିଲେ ହୁଏତ ତାର ଠିକଣା କହି ପରି ଥାନ୍ତେ । କିନ୍ତୁ ସେଦିନ ସମୁଦ୍ରର ଭୀମ ରୂପ ଓ ପବନର ଭୀମ ଗର୍ଜନ ଆଗରେ ନିଜକୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚେଇବାକୁ ସକ୍ଷମ ହୋଇ ପାରି ନଥିଲା। ମା ସାରଳାଙ୍କୁ ନିଜର ଭକ୍ତି ଶ୍ରଦ୍ଧାଞ୍ଜଳୀ ଦେଇ ଗୋଟିଏ ଆଉ ଶେଷ ବିନତି କରି ଜୀବନର ଶେଷ ନିଶ୍ୱାସକୁ ବାତ୍ୟା ପବନ ସହ ମିଶେଇ ଦେଇ ଥିଲା। ସାରା ରାତି ସେଇ ମନ୍ଦିର ବେଢାରେ କାନ୍ଦି କାନ୍ଦି ରହିଥିବା ଛୋଟ ଛୁଆ ସକାଳୁ ପୂଜରୀ ପାଇଥିଲେ। ମା ସାରଳାଙ୍କ ଦୟାରୁ ଜନ୍ମ ହୋଇଥିବାରୁ ନା ତାର ସାରଳା। ଅଳ୍ପ କିଛି ଦୁଆରେ ହଜାର ହଜାର ଲୋକଙ୍କ ଶବକୁ ପୋଡିବା ପାଇଁ କାଠ ଅଭାବ ପଡୁଥିଲା ଠିକ ସେଇଠି ଏମିତି ଗୋଟେ ଜୀବନକୁ ପାଇଁ ସେଦିନ ମନ୍ଦିର ପୂଜାରୀ ଖୁସିରେ ଆତ୍ମହରା ହୋଇ ଯାଇଥିଲେ ।
ମନ୍ଦିର ପୂଜାରୀ ଥିଲେ ନିଃସନ୍ତାନ। ମା ସାରଳାଙ୍କୁ ଭକ୍ତି କରି, ମାନସିକ କରି ମଧ୍ୟ ବିବାହର 10 ବର୍ଷ ପରେ କିଛି ସନ୍ତାନ ନଥିଲେ। ଅମାପ ଧନ ସମ୍ପତ୍ତି। ଏହି ଛୋଟ ଛୁଆକୁ ମା ସାରଳାଙ୍କ ଆଶ୍ରିବାଦ ମନେକରି ନିଜ ପାଖରେ ଆଣି ରଖିଲେ। ଲାଳନ ପାଳନ କଲେ। ପାଠ ପଢ଼ାଇ ତାକୁ ସୁଶିକ୍ଷା ଦେବାପାଇଁ ଅକ୍ଲାନ୍ତ ପରିଶ୍ରମ କଲେ। ସାରଳା ବଡ଼ ହେବାକୁ ଲାଗିଲା । ପଡ଼ୋଶୀଙ୍କ ମୁହଁରୁ ତାର ହଜିଲା ଅତୀତ କୁ ଶୁଣି ଦୁଃଖ କରିବାକୁ ଲାଗିଲା। ସତ୍ୟ କଥା କୁ ପୂଜରୀ ମହାଶୟ ଗୋଟି ଗୋଟି କରି କହିଲେ। ନିଜ ପୁଅ ଭଳି ସେମାନେ ସବୁକିଛି ଦେଇଛନ୍ତି। ନିଜର ଧନ ସମ୍ପତ୍ତି ସବୁକିଛି ସାରଳା ନାମରେ କରି ସାରିଛନ୍ତି। ପରିବାର କହିଲେ ମୋତେ ତିନି ଜଣ। ସମ୍ପତି ଲୋଭରେ ଅନେକ ଲୋକ ପୂଜାରୀ ମହାଶୟ ଓ ସାରଳା ଙ୍କ ଶତ୍ରୁ ହୋଇ ଯାଇଥାନ୍ତି। ଏହି ଭଳି ଦିନ ପରେ ଦିନ ଆସି ୧୬ ବର୍ଷ ହୋଇଗଲାଣି।
2015 ମସିହାର କଥା। ଓଡ଼ିଶାର ନିତି ଦିନିଆ ଗସ୍ତରେ ଆସୁଥିବା ବାତ୍ୟା ଓ ତାର ପରିବାର ଅକ୍ଟୋବର ମାସରେ ଆସିଥାନ୍ତି। ସତେ ଯେପରି ଚିର ସହଚର। ନିଜର ପ୍ରାଦୁର୍ଭାବ କୁ ଓଡ଼ିଶାରେ ଚିରଦିନ ବଜାୟ ରଖିବାକୁ ବୋଧେ ବାତ୍ୟା ପଣ କରିଛି।ଦୁର୍ଗା ପୂଜା ସମୟର କଥା । ଠିକ ୧୯୯୯ ପରି ଏକ ଭୟଙ୍କର ବାତ୍ୟା ଓଡିଶା କୁ ଆସିଥାଏ। ଦୁର୍ଗା ପୂଜାର ମହୋଲ କୁ ପୁରା ବିଗାଡି ଦେଇଥାଏ। ମହା ଆଡମ୍ବରରେ ଆରମ୍ଭ ହୋଇଥିବା ପୂଜାକୁ ମରୁଭୂମିର ବିଭୀଷିକା ପ୍ରାୟ କରି ସାରିଥାଏ। ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ। ପ୍ରତିବର୍ଷ କିଛି ସ୍ବପ୍ନ ନେଇ ଆସିଥିବା ସମୟ ବାତ୍ୟା ନେଇ ଆସେ ଓ ସ୍ବପ୍ନ ସବୁ ପବନରେ ଉଡେଇ ନିଏ। ସମସ୍ତେ ଯନ୍ତ୍ରଣା ଜର୍ଜରିତ। ଫସଲ ବାଡ଼ି ସବୁକିଛି ଗଲା। ଖୁସି ଓ ସ୍ବପ୍ନ ବର୍ଷା ପାଣିରେ ମିଳେଇ ଧୋଇ ଗଲା। କିନ୍ତୁ ସାରଳା ଏ ପରିସ୍ଥିତିରେ ସୁଧାର ଆଣିବା ପାଇଁ ବହୁତ ଉଦ୍ୟମ କଲା।
ଡରକୁ ଡରିଲେ ଅଧିକା ଡର ଲଗେଇ। ଆମେ ଡରକୁ ନ ଏଡେଇ ପାରିଲେ ମଧ୍ୟ ଡରିବା ଠାରୁ ଅଧିକ ଭଲ, ଛାତି ଫୁଲେଇ ବାଟ ଚାଲିବା। ଯାହା ଦ୍ୱାରା ଆମକୁ କଷ୍ଟର ଅନୁଭବ ଅପେକ୍ଷାକୃତ କମ ହୋଇଥାଏ। ବୋଧହୁଏ ଏହା ସାରଳା ବୁଝି ସାରିଥିଲା। ସେଥିପାଇଁ ଦଶମୀ ବାସି ମା ଙ୍କ ମୁଣ୍ମୟୀ ପ୍ରତିମାକୁ ବିସର୍ଜନ ନ କରି 4 ଦିନ ଯାଏ ରଖି ପୂଜା କଲେ । ଆଉ ସେହି ଚାରିଦିନ ଗ୍ରାମର ଛୋଟ ଛୋଟ ପିଲା ମାନଙ୍କୁ ଏକାଠି କରି , ନୃତ୍ୟ ପରିବେଷଣ କରିଥିଲେ। ବାତ୍ୟା ବେଳର ତାଣ୍ଡବ ପାଇଁ ବିଦ୍ୟୁତ ସରବରାହ ପୁରାପୁରି ଠପ ହୋଇ ଯାଇଥିଲା। କିଛି କିଛି ଚାନ୍ଦା ଆଦାୟ କରି, ଜେନେରେଟର ଲଗାଇ ସେଦିନ ର ବିଭୀଷିକା କୁ ଉତ୍ସବରେ ପରିଣତ କରାଯାଇଥିଲା। ସେହି ଦିନ ଠାରୁ ବାତ୍ୟା ଲଜ୍ଜା ପରବଶ ହୋଇ ଆଉ ଓଡିଶା ଆସିଛି ସତ, ହେଲେ ସେହି ଗାଁ କୁ ଆସିବାର କେବେ ଦୁଃସାହସ କରିନି।
ସାରଳା ର ଏହି କର୍ଯ୍ୟ ଟି ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା। ଦୁଃଖ ଯନ୍ତ୍ରଣାରେ ଉବୁଟୁବୁ ଲୋକ ମାନଙ୍କୁ ସାମୟିକ ଖୁସି ପ୍ରଦାନ କରି ସେ ଅର୍ଜନ କରିଥିଲା ଅସରନ୍ତି ପୁଣ୍ୟ। ହେଲେ ସମୟ ତ ସବୁଦିନେ ସମାନ ନଥିବ। କିଛି ବର୍ଷ ପରେ ଏକ ଦୁର୍ଘଟଣାରେ ତାର (ବାପା) ପୂଜାରୀ ଓ ମା ଙ୍କ ଅକାଳ ମୃତୁ ହୋଇଗଲା। ଦୁଃଖରେ ଭାଙ୍ଗି ପଡିଲା ସାରଳା। ମାନସିକ ଭାରସାମ୍ୟ ହରାଇଥିବା ମଣିଷ ଭଳି ତାର ଆଚରଣ ସମସ୍ତଙ୍କୁ ଅଚମ୍ବିତ କଲା। ଖାଇବା ପେଇବାର ଠିକ ଠିକଣା ନାହିଁ। ସ୍ବପ୍ନ ସବୁ ଛପାଖନା ର ଖରାପ ଅକ୍ଷର ଭଳି ପଡି ରହିଥାଏ କୋଉ କୋଣ ରେ। ପରିସ୍ଥିତି ଅଣାୟତ।
ସୁଖରେ ଇର୍ଷାପରାଯଣ ହୋଇ ରହିଥିବା କିଛି ଅବିବେକି ଓ ସ୍ୱାର୍ଥପର ଲୋକଙ୍କୁ ବୋଧହୁଏ ଭାରତ ପାଳକ ପଡିଗଲା। ଠକି ଭଣ୍ଡି ତାର ସବୁ ସମ୍ପତ୍ତି ନେଇଗଲେ। ଆଇନ ଗତ ପ୍ରମାଣ ଅଭାବରୁ ହୋଇଗଲା ପୁଣିଥରେ ନିଶ୍ୱ। ନିରାଶୟ ଅରକ୍ଷିତ ହୋଇ ଗାଁ ପାଖ ମେଳା ମଣ୍ଡପ ପାଖ ମନ୍ଦିରରେ ରହି ଆସୁଛି।ମନ୍ଦିର ପ୍ରସାଦ କୁ ଖାଇ ମନ୍ଦିର ବେଢାରେ ସୋଇ ପଡୁଛି। ବେଳେ ବେଳେ ପିଲାଦିନ କଥା ମନେ ପଡିଲେ କାନ୍ଦି ପକାଏ। ବିଶ୍ବହିତ ପାଇଁ କିଛି କରିବାକୁ ନିଷ୍ପତ୍ତି ନେଲା। ଠିକ ତାର ଭଳି କିଛି ଅରକ୍ଷିତ ମନେ ଅନେକ ଅନେକ ଅଛନ୍ତି, ନିରାଶୟ ହୋଇ। ଅବହେଳିତ ହୋଇ, ଅତ୍ୟାଚାରିତ ହୋଇ ଅଛନ୍ତି ସେମାନଙ୍କ ପାଇଁ ଭଲ କରିବା ଉଦ୍ଦେଶ୍ୟରେ ବିରାଟ ନିଷ୍ପତ୍ତି ନେଲେ।
ଆରମ୍ଭ ହେଲା କାର୍ଯ୍ୟକ୍ରମ। ଆଜି କାଲି ର ଏ ବସ୍ତୁବାଦୀ ସମାଜରେ ଏକଥା ଶୁଣିବାକୁ ଟିକେ ଖାପଛଡ଼ା ମନେ ହେଲେ ବି କଥାଟି ସତ। ମନ୍ଦିରରେ ଥିବା ପୂଜାରୀଙ୍କ ଠାରୁ କିଛି କିଛି ତଥ୍ୟ ସଂଗ୍ରହ କରିବାକୁ ଲାଗିଲା। ଗୁଗୁଲ ରେ ବି ସେତିକି ତଥ୍ୟ ନଥିବ ଯେତିକି ମନ୍ଦିର ପୂଜାରୀଙ୍କ ପାଖରେ ଥିବା। ଜାଣିବାକୁ ପାଇଲେ ପାଖା ପାଖି ଗ୍ରାମର କେତେଜଣ ଲୋକ ଅସହାୟ ହୋଇ ନିଷ୍ପେସିତ ହେଉଛନ୍ତି। ପ୍ରଥମେ ସେମାନଙ୍କୁ ଖୋଜି ଏକାଠି କଲା। ମନ୍ଦିରକୁ ଆସୁଥିବା ବଦାନ୍ୟ ବ୍ୟକ୍ତି ମାନଙ୍କ ଠାରୁ କିଛି କିଛି ଦାନ ସଂଗ୍ରହ କରି ଆରମ୍ଭ କଲା ତାର କାର୍ଯ୍ୟ। ମନ୍ଦିର ଠାରୁ ବହୁତ ଦୂରରେ ଗୋଚର ଜାଗା ଖଣ୍ଡେ କେଉଁ କାଳରୁ ପଡି ରହିଥିଲା। ସେଠାରେ ସଫା ସଫି କରି ରହିବା ଉପଯୋଗୀ କୁଡ଼ିଆ ଖଣ୍ଡେ କରି ସମସ୍ତଙ୍କୁ ସେଠି ରଖିଲା। ଯେତେବେଳେ ଯାହା ମିଳିଲା ଖାଇଲେ, ଏବଂ ସେଇ କୁଡିଆ ପାଖରେ ଚାଷ କରିବାକୁ ଆରମ୍ଭ କଲେ। ଆସ୍ତେ ଆସ୍ତେ ଖବର ଚାରିଆଡେ ବ୍ୟାପି ଗଲା।
ଚତୁର୍ଦିଗ ରୁ ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ଏଭଳି ନିଃସ୍ୱାର୍ଥପର ସେବା ଭାବ ଦେଖି ଜିଲ୍ଲାର କଲେକ୍ଟର ଜିଲ୍ଲା ମଙ୍ଗଳ ପାଣ୍ଠି ରୁ କିଛି ଓ ସେ ଜାଗା କୁ ସେହି ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଦେଲେ। ବିଭିନ୍ନ ଟିଭି ଓ ଖବର କାଗଜରେ ପ୍ରଥମ ପୃଷ୍ଠା ଅଧିକାର କଲେ ସାରଳା। କେବଳ ଓଡିଶା କାହିଁକି ସାରା ଦେଶରୁ ଦଳିତ ନିଷ୍ପେସିତ ଅନାଥ ଅରକ୍ଷିତ ସମସ୍ତଙ୍କୁ ଥଇଥାନ କରାଗଲା ସେଠି। ମହାନ ଉଦ୍ଦେଶ୍ୟ ଥିବାରୁ ଭାରତ ସରକାର ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ।
ନିଃସ୍ୱାର୍ଥପର ସେବା ଓ ଦୃଢ଼ ମନୋବଳ ଆଗରେ ଧନ ସମ୍ପତ୍ତି ମଧ୍ୟ ତୁଚ୍ଛ ହୋଇଗଲା। ବାସ୍ତବିକ ମାନବ ସେବାକୁ ବ୍ରତ କରି ଆସିଥିବା ସାରଳା ଚିରଦିନ ପାଇଁ ଲୋକଙ୍କ ପାଖରେ ଉଦାହରଣ ହୋଇ ରହିଗଲା। ନିଶ୍ୱ ମାଟିର ବିଶ୍ୱ ବିଧାତା ବୋଲି ଲୋକେ ଆଦର ସମ୍ମାନ କଲେ।