Lalit kumar Swain

Tragedy Inspirational

3  

Lalit kumar Swain

Tragedy Inspirational

ଅଶିଏ

ଅଶିଏ

6 mins
250


ମନୁଷ୍ୟର ଆବଶ୍ୟକତା ଅସୀମ । ଜନ୍ମରୁ ମୃତୁ ପର୍ଯ୍ୟନ୍ତ ଯାତ୍ରାର କେବଳ ଏହି ଗୋଟିଏ କଥା ସମସ୍ତଙ୍କ ପାଖରେ ଥାଏ । ଭଵ, ଭୟ, ଧନ ,ମୋହ, ସେବା, ବନ୍ଧୁସ୍ନେହ, ସନ୍ତତି, ଜାୟା, ଜାତି ଏହି ପରି କେତେ ରୂପରେ ଅବସ୍ଥାନ କରିଥିବା ଏ ଆବଶ୍ୟକତାକୁ କେହି କେହି ଆଶା ବୋଲି ମଧ୍ୟ କହିଥାନ୍ତି । ଅବଶ୍ୟ ଛୁଆ ବେଳୁ ଏହାର ପରିମାଣ ଯଦିଓ ଅଳ୍ପ ତଥାପି ବୟସର ବୃଦ୍ଧି ସହ ଏହାର ପରିମାଣରେ ବୃଦ୍ଧି ପାଏ । ବହୁତ ଅଳ୍ପ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ବୟସ ଶେଷରେ ଏହାର ପରିମାଣ ସର୍ବାଧିକ ହୋଇଥାଏ । ଅଶି ବରଷରେ ଅଶିଏ ଆଶାକୁ ନେଇ ମଣିଷ ବଞ୍ଚିବାକୁ ଆରମ୍ଭ କରେ । 


ଯୁଧିଷ୍ଠିରଙ୍କ ଆଶ୍ଚର୍ଯ୍ୟ ପ୍ରଶ୍ନର ଉତ୍ତର କଥା ମନେ ପଡ଼ିଯାଏ । ପ୍ରତି ମୁହୂର୍ତ୍ତରେ ଅନେକ ଯିବ ଯମ ମନ୍ଦିରକୁ ଯାଆନ୍ତି । ତଥାପି ଯିବାକୁ ଅଳ୍ପ ସମୟ ଥିଲେ ସୁଦ୍ଧା ଏ ମଣିଷ ଆଉ କିଛି ସମୟ ବଞ୍ଚିବାକୁ ଚାହିଁଥାଏ । ଏହା ହିଁ ସଂସାରର ସବୁଠାରୁ ଆଶ୍ଚର୍ଯ୍ୟ । ଅନେକ ମନୁଷ୍ୟର ଜୀବନ ଆୟୁଷ ଅଶି ବର୍ଷକୁ ସରି ଯାଇଥାଏ । ଯେଉଁ ଅଳ୍ପ କିଛି ଥାଆନ୍ତି ସେମାନଙ୍କ ଅଶାର ପରିମାଣ ମଧ୍ୟ ଅଶିଏ । ସେହିଭଳି ମଣିଷଟିଏ ପବିତ୍ର ବାବୁ । ଚାକିରିରୁ ଅବସର ନେବା ପରେ ଘରେ ରହି ରହି ଆଶା ଗୁଡିକ ବଢି ଯାଇଛି । ସେଗୁଡିକର ତାଲିକା କରିବା ନିହାତି ଅସମ୍ଭବ । ତଥାପି ନାତି ନତୁଣୀର ବାହାଘର, ଭଲ ଘରଟିଏ କରିବା, ପୁଅ ବୋହୁଙ୍କ ନୂଆ ନୂଆ ଜମା ପଲିସି ବିଷୟରେ କହିବା, ନୂଆ ଜାଗା କିଣିବା, ଏମିତି କେତେ କଣ । ସବୁଠାରୁ ବଡ଼ ଆଶା ହେଲା ଜୀବନ ସାରା କରିଥିବା କାର୍ଯ୍ୟ ଗୁଡିକର ସମୀକ୍ଷା ପୁସ୍ତକଟିଏ କରିବା । 


ସମୀକ୍ଷା ପୁସ୍ତକ ପାଇଁ ସବୁକିଛି ସଜବାଜ ସାରିଲାଣି । ପାଣ୍ଡୁଲିପି ପୁରା ପ୍ରସ୍ତୁତ ହୋଇ ରହିଛି । ପ୍ରେସ ବୁଝା ସାରିଲାଣି । ଅଧା କାଗଜ ଡିଟିପି ପାଇଁ ଦିଆ ସାରିଲାଣି । କେବଳ ଶେଷ ପାଞ୍ଚ ଫର୍ଦ୍ଦ ଲେଖା ବାକି ଅଛି । ସତୁରି ବର୍ଷରୁ ଅପେକ୍ଷା କରି କରି ସେହି ଫର୍ଦ୍ଦକୁ ଲେଖିବା ସମ୍ଭବ ହୋଇ ପାରୁନାହିଁ । ଜଟାଧାରୀ ବାବା କହିଥିଲେ ବିମଳ ଆସିବ । ସେ ଆସିବା ପରେ ହିଁ ତାଙ୍କ ଜୀବନ ସରିବ । ବିମଳକୁ ଅପେକ୍ଷା କରି କରି ସତୁରୀରୁ ଅଶିଏ ବର୍ଷ ହୋଇଗଲା । ପେନସନ ଟଙ୍କା ସବୁ ସରି ଆସିଲାଣି । ପୁସ୍ତକଟି କରିଦେଲେ ଅହେତୁକ ଖୁସି ମିଳିବ । 


ସେଦିନ ନିଜ ଭଲ ପାଇବାର ଉତ୍ସାହ ସୌମ୍ୟାକୁ ଶେଷ ଦେଖା ଦେଇ ସତୁରି ବର୍ଷରେ ଆସିବା ପରେ ଅଶିଏ ଆଶା ଠାରୁ ବଡ଼ ଆଶା ହେଉଛି ପୁସ୍ତକକୁ ପ୍ରକାଶିତ କରିବା । ସତରରୁ ସତୁରି ବର୍ଷ ସୌମ୍ୟାକୁ ନ ଦେଖି ରହିଥିବା ମଣିଷ ପାଇଁ ଏହି ଦଶ ବର୍ଷ କାଟିବା ଅତ୍ୟଧିକ କଷ୍ଟକର ହୋଇ ପଡ଼ିଲାଣି । ୟା ଭିତରେ ସବୁ ସାଙ୍ଗ ସାଥି ଚାଲିଗଲେଣି, ସୌମ୍ୟା ବି ଆଉ ନାହିଁ । ସ୍ତ୍ରୀ ସୁରମା ଏକା କରି ଯିବାର ପାଞ୍ଚ ବର୍ଷ ହୋଇଗଲାଣି । ଅପେକ୍ଷା ପୁସ୍ତକକୁ । ସରିଗଲେ ଶାନ୍ତିରେ ଶେଷ ନିଶ୍ୱାସ ନେଇ ପାରନ୍ତା । ସୌମ୍ୟାକୁ ଶେଷ ଦେଖା ଦେଇ ଆସିବା ପରେ ନିଜ ମାନସିକ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପବିତ୍ର ବାବୁ ଚାଲିଯାଇଥିଲେ ରାଇକିଆ, କନ୍ଧମାଳର ସେଇ ନିକାଂଚନ ଇଲାକାକୁ । ଚାକିରୀ ଜୀବନର ଅର୍ଦ୍ଧାଧିକ ସମୟ ସେଇଠି ବିତିଥିଲା । ଛନ୍ଦ କପଟ ହୀନ ନିରୀହ ମଣିଷ , ତଥା ସୁହାଇଲା ଭଳି ଜଳବାୟୁ ସେଠାରେ ତାଙ୍କୁ ଅଧିକ ଦିନ ବାନ୍ଧି ରଖି ପାରିଥିଲା । ଯେଉଁଠି ସେ ନିଜକୁ ଅତି ଉତ୍କୃଷ୍ଟ ଜୀବନ ଦେଇ ପାରିଥିଲେ । ଜଣେ ବନ ବିଭାଗ ଅଧିକାରୀ ଭାବେ ସେଠାରେ ଥିବା ଅଧିବାସୀମାନେ ତଥା ବନ୍ୟ ପଶୁ ସମ୍ପଦ ସତେ ଯେପରି ଚିର ସହଚର, ଅତି ଆପଣାର । ଅବସର ନେବାର ଦଶ ବର୍ଷ ପରେ ସେଠାକୁ ଟିକିଏ ଶାନ୍ତି ପାଇଁ ଚାଲିଗଲେ । 


ପବିତ୍ର ବାବୁ ସେଠାରେ କିଛି ଦିନ ରହିବା ପରେ ଦେଖା ହୁଏ ଜଟାଧାରୀ ବାବା ଙ୍କ ସହ । ଦେଖୁ ଦେଖୁ ପବିତ୍ର ବାବୁଙ୍କୁ କହି ପକେଇଲେ ତୁମ ଭବିଷ୍ୟ ମୁଁ କହି ସରିଛି,ପୁଣି କାହିଁକି ଆସିଛ । ଜୀବନରେ ପ୍ରଥମ ଦେଖା ତାଙ୍କ ସହ । କେତେବେଳେ ସେ ଭବିଷ୍ୟ କହିଲେ, କିଛି ବୁଝି ପାରିଲେ ନାହିଁ । ବାବା ଆଉଥରେ ନିରେଖି ପବିତ୍ର ବାବୁଙ୍କ କପାଳ ରେଖାକୁ ଦେଖିବାକୁ ଲାଗିଲେ । ମୁରୁକି ମୁରୁକି ହସି କହିଲେ, ଠିକ ତୁମରି ଭାଗ୍ୟ ନେଇ ଆଜିକୁ ଦୁଇ ବର୍ଷ ତଳେ ଆସିଥିଲା ସତର ବର୍ଷର ବାଳକ ବିମଳ । ଜୀବନ ଅନେକ ଅଛିଣ୍ଡା ଅଙ୍କକୁ ସମାଧାନ କରିବା ଆଶାରେ ଆସିଥିଲେ । ଠିକ ତୁମରି ଭାଗ୍ୟ ସହ ତାଙ୍କ ଭାଗ୍ୟ । ବିମଳ କଲେଜରେ ଭଲ ପାଉଥିବା ଝିଅକୁ କଲେଜ ସରିଲା ପରଠୁ ଆଉ କେବେ ଦେଖିବନି ବୋଲି ଶପଥ ନେଇ ଆସିଥିଲା । ମାନସିକ ଅବସାଦରୁ ମୁକ୍ତି ପାଇଁ ଏଠିକି ଆସିଥିଲା । ତମ ଜୀବନରେ ଯାହା ଯାହା ଘଟିଛି, ବିମଳ ଜୀବନରେ ଅନୁରୂପ ଠିକ ସେଇୟା ଘଟିବ । କିଛି ଦିନ ପରେ ସେ ପୁଣି ଆସିବ । ସେ ଆସିଲେ ତୁମ ଠିକଣା ତାକୁ ଦେଇଦେବି, ସେ ତୁମ ସହ ଦେଖା କରିବ । ସେତେବେଳେ ତୁମେ ତୁମ ଜୀବନର ସମସ୍ତ ଘଟଣାକୁ ଏକ ପୁସ୍ତକ ପ୍ରକାଶ କରିଥିଲେ, ବିମଳକୁ ତାର ଜୀବନ ବଞ୍ଚିବାକୁ ସହଜ ହୋଇ ପାରିବ । 


ପବିତ୍ର ବାବୁ ସେହିଦିନ ଠାରୁ ନିଜ ଜୀବନର ସମୀକ୍ଷା ପୁସ୍ତକର ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଲାଗି ପଡ଼ିଛନ୍ତି । ନିଜର ପ୍ରତିଛବି ସମ ମଣିଷଟିଏ ବିମଳକୁ ଦେଖିବାକୁ ଉତ୍କଣ୍ଠା ବଢି ବଢି ଯାଉଛି । ସେ ଆସିଲେ ପୁସ୍ତକର ଶେଷ ପୃଷ୍ଠା ଲେଖା ହେବ । ଉତ୍କଣ୍ଠାର ସହ ଚାହିଁ ଚାହିଁ ଅଶିଏ ବର୍ଷ ହୋଇଗଲା । ସମସ୍ତେ ଚାଲି ଗଲେଣି ହେଲେ ବିମଳ ଆସିନି । ପୁଅ ମନେ ଗାଁ ଛାଡି ସହର ଘରକୁ ଯିବାକୁ ବାଧ୍ୟ କରୁଥାନ୍ତି । ବିମଳ ଆସିଲେ ଏହି ଗାଁକୁ ହିଁ ଆସିବ । ସହରକୁ ଗଲେ ତା ସହ ଦେଖା ହୋଇ ପାରିବ କି ନାହିଁ ଅନିଶ୍ଚିତ । ଏମିତି ଭାବୁ ଭାବୁ ନିଜର ପୁରୁଣା କଥାକୁ ମନେ ପକେଇ ଟିକେ ଆବେଗ ପୁର୍ଣ ହୋଇଗଲେ ପବିତ୍ର ବାବୁ । 


ପ୍ଲସ ଟୁ ସରିବା ପରେ ସୌମ୍ୟା ସହ ଶେଷ ଦେଖା । ବୟସର ଅପରାହ୍ନରେ ଶରୀରର ବ୍ୟତିକ୍ରମ ଯୋଗୁ ଭଲପାଇବାର ହ୍ରାସ ଆଶଙ୍କା କରି ସେଦିନ ସୌମ୍ୟା ଠାରୁ ସବୁଦିନ ପାଇଁ ଦୁରେଇ ଯାଇଥିଲେ । ଅନେକ ଥର ଦେଖା ହେବାର ସୁଯୋଗ ଆସିଥିଲେ ମଧ୍ୟ ଆଉ ଦେଖା କରି ନାହାନ୍ତି । କିନ୍ତୁ ନିଜ ମନକୁ ବୁଝେଇବାକୁ ଅସଫଳ ହୋଇ ଯାଇଥିଲେ । ଘର, ସାଇ ପଡିଶା, ସାଙ୍ଗ ସାଥି ସମସ୍ତେ ବୁଝେଇବା ପରେ ମଧ୍ୟ ନିଜର ମାନସିକ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନଥିଲା । ଅଧିକ ପାଠ ପଢିବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରି ଦିଅ ଯାଇଥିଲା । ନିଜ ପୁଅର ଭବିଷ୍ୟତରେ ସୁଧାର ପାଇଁ ପବିତ୍ର ବାବୁଙ୍କ ବାପା ତାଙ୍କୁ ନିଜ ମାମୁଁ ପାଖକୁ ପଠେଇ ଦେଲେ । ସେହିଦିନ ଠାରୁ ସେ ମାମୁଁଙ୍କ ପାଖରେ ରହି ପାଠ ପଢି ଆସୁଥିଲେ । 


ମାମୁଁ ବନ ବିଭାଗର ଜଣେ କର୍ମଚାରୀ ଥିଲେ । ମାମୁଁଙ୍କ ସହ ସବୁଦିନ ବନକୁ ଯାଇ ବୁଲି ଆସନ୍ତି । ପବିତ୍ର ବାବୁଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ କେବଳ ସୌମ୍ୟା ପାଇଁ ଉତ୍ସର୍ଗୀକୃତ ଥିଲା । ବଣର ଜୀବନରେ କିଛି କରିବାର ଆଦୌ ଇଛା ନଥାଏ । ବଣର ସୌନ୍ଦର୍ଯ୍ୟ ତାଙ୍କୁ କିଛି ପ୍ରଭାବିତ କରି ପାରିନଥିଲା । ସେତେବେଳେ ବଣରେ କାଠ ମାଫିଆଙ୍କ ରାଜ୍ ଚାଲିଥାଏ । ସରକାର ଙ୍କ ଆଖିରେ ଧୂଳି ଦେଇ ସେମାନେ କରୁଥାନ୍ତି ଦୁର୍ନୀତି ପରେ ଦୁର୍ନୀତି । ଜଙ୍ଗଲର ନିରୀହ ଜଡ ଗଛ ଗୁଡିକୁ କାଟି, ବିକି ଦିଅନ୍ତି ଦଲାଲ ଙ୍କ ହାତରେ । ମାମୁଁଙ୍କ ସହ ବଣକୁ ଯିବା ଆସିବା ବେଳେ ଅନେକ ଥର ଦେଖା ହୋଇଛି କାଠ ମାଫିଆଙ୍କ ସହ । ମାମୁଁଙ୍କ ସହ ଅନେକ ଥର ସେମାନଙ୍କ ଝଗଡା ବି ହୋଇଛି । ହେଲେ ସେସବୁ ପବିତ୍ର ବାବୁଙ୍କୁ କିଛି ବିବ୍ରତ କରୁ ନଥାଏ । 


ଏମିତି ଦିନେ ନିଜ ଭାବନାରେ ହଜି ଯାଇଥାନ୍ତି ପବିତ୍ର ବାବୁ । ଜଙ୍ଗଲରେ ଥିବା ଏକ ବିରାଟ ଚନ୍ଦନ ଗଛର ଛାଇରେ , ମଧୁର ବାସ୍ନାରେ ସୌମ୍ୟାକୁ ମନ ଭରି ମନେ ପକାଉ ପକାଉ ଅନେକ ସମୟ ବିତିଗଲା । ଅନତି ଦୂରରେ ମାମୁଁ ଗଛ କାଟୁଥିବା କିଛି ମାଫିଆଙ୍କ ସହ ପାଟି କରୁ କରୁ, ତାହା ବିରାଟ ଝଗଡାର ରୂପ ନେଇ ସରିଥାଏ । ମାମୁଙ୍କ ସହ ସେମାନଙ୍କ ଝଗଡା ଏତେ ବଢିଗଲା ଯେ ଧାରୁଆ ଅସ୍ତ୍ରରେ ସେମାନେ ମାମୁଙ୍କୁ ହାଣି ପକେଇଲେ । ପବିତ୍ର ବାବୁ ଚାହିଁଥିଲେ ମାମୁଁଙ୍କ ଜୀବନ ବଞ୍ଚି ପାରିଥାନ୍ତା । ମୂମୁର୍ଷୁ ଅବସ୍ଥାରେ ମାମୁଁଙ୍କ ଜୀବନ, ମାଫିଆ ମାନେ ପବିତ୍ର ବାବୁଙ୍କୁ ବି ଛାଡିଲେ ନାହିଁ । ଘଟଣା ସ୍ଥଳରେ ମାମୁଁଙ୍କ ମୃତ୍ୟୁ ହୋଇଗଲା । ପବିତ୍ର ବାବୁ ସବୁଦିନ ପାଇଁ ନିଜ ସ୍ମରଣ ଶକ୍ତି ହରେଇ ବସିଲେ । ପୁରା ସାଧା କାଗଜ ଭଳି । 


 ଏଭଳି ପରିସ୍ଥିତିରେ କିଛିଦିନ ବିତିଗଲା । ନିଜ ମାମୁଁଙ୍କ ଝିଅ ପଲ୍ଲବୀ ସହ ଜୋର କରି ତାଙ୍କୁ ବିବାହ କରି ଦିଆଗଲା । ବିବାହର ଏକ ବର୍ଷ ପରେ ଏମିତି ଏକ ଦୁର୍ଘଟଣାରେ ତାଙ୍କ ସ୍ମରଣ ଶକ୍ତି ଫେରି ଆସିଲା । ମାମୁଁଙ୍କୁ ଅନେକ ଖୋଜିଲେ । ନିଜର ପାଗଳାମି ପାଇଁ ମାମୁଁଙ୍କ ଜୀବନ ଗଲା । ସେହିଦିନ ଠାରୁ ଶପଥ ନେଲେ ଜାଙ୍ଗଲ ବିଭାଗର ଅଧିକାରୀ ହୋଇ କାଠ ମାଫିଆ ମାନଙ୍କୁ ଉଚିତ ଦଣ୍ଡ ଦିଆଯିବ । ପଢା ପଢି ପୁଣି ଆରମ୍ଭ କରିଦେଲେ । ଝିଅ ଜନ୍ମ ହେବା ପରେ ତାର ନାମ ସୌମ୍ୟା ରଖି ଦେଲେ । ସବୁଦିନ ନିଜ ଝିଅର ମୁହଁକୁ ଦେଖି ଦେଖି ସୌମ୍ୟାର ସ୍ମୃତିକୁ ଭୁଲିବାକୁ ଚେଷ୍ଟା କଲେ । ଏହି ସମୟରେ ସେ ବନ ବିଭାଗୀୟ ଅଧିକାରୀ ରୂପେ ଚାକିରୀ ପାଇଲେ । 


ସେହି ଦିନ ଠାରୁ ନିଜ ଜୀବନକୁ ବାଜି ଲଗେଇ ଜଙ୍ଗଲର ସୁରକ୍ଷା କରି ଆସୁଛନ୍ତି ପବିତ୍ର ବାବୁ । ନିଜ ମାମୁଁଙ୍କ ଭଳି କୌଣସି ବନ ବିଭାଗର କର୍ମଚାରୀ ମାଫିଆଙ୍କ ଦ୍ୱାରା ମୃତ୍ୟୁ ହୋଇନି ସେହି ଦିନ ଠାରୁ । ବନର ସୌନ୍ଦର୍ଯ୍ୟ ସେହିଦିନ ଠାରୁ ବହୁଗୁଣିତ ହୋଇ ଉଠିଲା । ଆଖ ପାଖ ଅଞ୍ଚଳ ତଥା ସରକାରଙ୍କ ଆଖିରେ ସେ ହୋଇଗଲେ ସର୍ବଶ୍ରେଷ୍ଠ ମଣିଷ । 

##############

ବିମଳ କିଛି ଦିନ ପରେ ଜଟାଧାରୀ ବାବାଙ୍କ ପାଖକୁ ଆସିଛି । ବିମଳ ପ୍ଲସ ଟୁ ପରେ ଭଲ ପାଉଥିବା ଝିଅକୁ ନ ଦେଖିବାର ନିଷ୍ପତ୍ତି ନେଇ ଆସିଛି । କିନ୍ତୁ ସେହି ଝିଅର ସ୍ମୃତିକୁ ମନରୁ ବାହାର କରି ପାରୁନାହିଁ । ଜଟାଧାରୀ ବାବା ବିମଳକୁ ପବିତ୍ର ବାବୁଙ୍କ ଠିକଣା ଦେଇ କହିଲେ, ଏହି ବ୍ୟକ୍ତିଙ୍କ ପାଖକୁ ଯାଅ । ସେ ତାଙ୍କ ଜୀବନର ପ୍ରତେକ ଘଟଣା ବଳିକୁ ଲେଖି ରଖିଛନ୍ତି । ତାହା ପଢିବ । ତୁମ ଜୀବନରେ ଠିକ ସେହିଭଳି ଘଟଣା ସବୁ ଘଟିବ । ବିଧି ନିର୍ଦ୍ଦିଷ୍ଟ । ସବୁ ଘଟଣା ଅନୁରୂପ ଘଟିବ, ତୁମେ ଚାହିଁଲେ ବି ତାକୁ ବଦଳାଇ ପାରିବ ନାହିଁ । 


ବିମଳ ଠିକଣା ଧରି ବାହାରି ପଡ଼ିଲା ପବିତ୍ର ବାବୁଙ୍କ ପାଖକୁ । ନିଜ ଭବିଷ୍ୟତକୁ ଜାଣିବାର ଆଗ୍ରହ କାହାର ବା ନଥାଏ । ଅତ୍ୟନ୍ତ ଆନନ୍ଦରେ ଯାଉଥାଏ । ନିଜ ଭବିଷ୍ୟ ଜୀବନକୁ ଜାଣି ନିଜ ମନର ଜିଜ୍ଞାସାକୁ ପୁର୍ଣ କରିବ । ଦୀର୍ଘ ପାଞ୍ଚ ଦିନର ଯାତ୍ରା ପରେ ଯାଇ ପହଞ୍ଚିଲା ପବିତ୍ର ବାବୁଙ୍କ ଘରେ । ଘର ଆଗରେ ଅସମ୍ଭବ ଭିଡ଼ । ସମସ୍ତଙ୍କ ଆଖିରେ ଲୁହ । ଚାରିଆଡେ ଶୋକର ଛାୟା । ପବିତ୍ର ବାବୁ ଆଉ ନାହାନ୍ତି । ବିଚରା ବିମଳ । 



Rate this content
Log in

Similar oriya story from Tragedy