Lalitkumar Swain

Tragedy Inspirational

4.5  

Lalitkumar Swain

Tragedy Inspirational

ଜୀବନରେ ଏମିତି ବି ହୁଏ

ଜୀବନରେ ଏମିତି ବି ହୁଏ

4 mins
273



ପିଲାଦିନ ଧୂଳିଖେଳ ରୁ ବାର୍ଦ୍ଧକ୍ୟ ର ଜୀବନ ଯାତ୍ରା ପର୍ଯ୍ୟନ୍ତ  ଭାଇ ଭଉଣୀ ପରସ୍ପର ସହ ଏମିତି ଏକାଠି ହୋଇ ରହି ଆସିଛନ୍ତି। ପିଲାଟି ଦିନରୁ ଦୁହେଁ ଦୁହିଁଙ୍କୁ ଅଳପ ସମୟ ଅଲଗା ହୋଇ ରହିବା ଅତି କଷ୍ଟକର କଥା। ଦୁହିଁଙ୍କର ଭାବନା, କାମ ଓ ଚିନ୍ତା କରିବାର ଶୈଳୀ ଏକଦମ ସମାନ। ସକାଳରୁ ସଞ୍ଜ ଥରେ ଖେଳ କି ଗପ ଆରମ୍ଭ ହେଲେ ରାତି ପାହିଯାଏ। ଏଥି ପାଇଁ ଅନେକ ସମୟରେ ଗାଳି ଓ ମାଡ଼ ବି ଖାଇଛନ୍ତି।ଭାଇ ଭଉଣୀର ଏ ଭଲ ପାଇବା ଅନନ୍ତ କାଳରୁ ଏମିତି ଅତୁଟ ରହି ଆସିଛି।

ସରୋଜ ର ନିଜର ବୋଲି ଭଉଣୀ ନାହିଁ। ପିଇସୀ ଝିଅ ସରୋଜା । ଡାକ ନାମ ଟୁନି। ବୟସରେ ଛ ବର୍ଷ ବଡ଼। ପିଲାଟି ଦିନରୁ ଦୁହିଁଙ୍କର ସମାନ ବ୍ୟବହାର ଓ ଚାଲି ଚଳନ ପାଇଁ ନାମ ବି ସମାନ ରଖା ଯାଇଥିଲା। ଦୁହେଁ କେବେ ବି ଅଲଗା ହୋଇ ରୁହନ୍ତି ନାହିଁ। ଦୁହିଁଙ୍କ ଘରର ଦୂରତା 20 କିମି ହେଲେ ହେ, ଚାଲି ଚାଲି ସରୋଜ ଚାଲିଯାଏ, ଭଉଣୀ ସହ ଦେଖା କରିବାକୁ। ଖରାଦିନେ ଆମ୍ବ ତୋଳିବା ଠାରୁ ଢୁ ଢୁ ବର୍ଷାରେ ବନିଶିରେ ମାଛ ଧରିବା, ଦୋଳ ଯାତ୍ରା ଦେଖିବା ଠାରୁ ଭଉଁରୀ ସବୁଠି ଏ ଦୁହେଁ।

ସମୟ ସବୁବେଳେ ପରିବର୍ତ୍ତନର ସୂଚନା ନେଇ ଆସିଥାଏ। ସମୟ ଗଡ଼ିବା ସହ ଦୁହେଁ ବଡ଼ ହେଲେ। ସରୋଜ ମାଟ୍ରିକ ପଢିବା ସମୟରେ ହିଁ ଟୁନି ର ବାହାଘର ହୋଇଗଲା। ତା ପରେ ପରେ ସରୋଜ କଲେଜ ପଡିବା ପାଇଁ ଗାଁ ରୁ ସହର ଚାଲିଗଲା। ସଂସାର ଜଞ୍ଜାଳ ଭିତରେ ଟୁନିର ଜୀବନ। ଦୁହିଁଙ୍କ ଭିତରେ ବ୍ୟବଧାନ ବଢିଲେ ସୁଦ୍ଧା ଯେତେବେଳେ କୌଣସି ବନ୍ଧୁ ବାନ୍ଧବ ଭୋଜିରେ କି ପାରିବାରିକ କାର୍ଯ୍ୟକ୍ରମ ରେ ଦେଖା ହୁଅନ୍ତି, ସେମାନଙ୍କ ଗପ ସରେନି। ଏମିତି ଗପି ଗପି ରାତି ପାହିଯାଏ। ପିଲାବେଳ କଥା କୁ ମନେ ପକାଇ ଦୁହେଁ ବହୁତ ଗପନ୍ତି। ଭାଇ ଭଉଣୀ ଠାରୁ ଅଧିକ ସେମାନେ ନିଜକୁ ସାଙ୍ଗ ବୋଲି ଭାବନ୍ତି। ଏମିତି ସମୟ ଗଡି ଗାଡି ସେମାନେ ବାର୍ଦ୍ଧକ୍ୟ ରେ ଉପନୀତ।

ସମୟର ଚକ ଗଡି ଗଡି ଦିନେ ଏମିତି ସମୟ ଆସିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଏ ସଂସାରରେ ଏମିତି ଏକ ଦାନବ ଆସିଗଲା, ଯାହା କୁ ସାମ୍ନା କରିବା ସାରା ବିଶ୍ୱକୁ କଷ୍ଟକର ହୋଇ ପଡ଼ିଲା। ଦାନବର ଆଁ ଭିତରେ କେତେ ଯେ ନିରୀହ ଲୋକ ବଳି ପଡିଲେ ତାହାର ହିସାବ ନାହିଁ । ପ୍ରକୃତିର ଏ ବିଷମ ପରିସ୍ଥିତି ସେଦିନ ଯିଏ ଅଙ୍ଗେ ନିଭେଇଛି ସେ ହିଁ ଜାଣିଛି । ହାହାକାର ପଡିଗଲା ସବୁଆଡେ । ଦାନବର ଶକ୍ତ ପଞ୍ଝା ଭିତରକୁ ଯିଏ ଥରେ ଗଲା ସେଠୁ ବାହାରିବା ତା ପାଇଁ ମୁସ୍କିଲ ହୋଇଗଲା । ଅନେକ ଶିଶୁ ଅନାଥ ହୋଇଗଲେ, ଅନେକ ନିଜର ଜୀବିକା ହରେଇଲେ। ସମାଜିକ ନିୟମ ଏତେ କଡାକଡି ହୋଇଗଲା ଯେ ଘରୁ ବାହାରକୁ ବାହାରିବା ବି କଷ୍ଟ ହୋଇ ପଡ଼ିଲା।

ଏମିତି ଦିନେ ଦାନବର ପଞ୍ଝା ଭିତରକୁ ଆସିଗଲା ସରୋଜ। ଦିର୍ଘ ଏକ ମାସ ଦାନବ ସହ ଲଢେ଼ଇ କରି କରି ଜିତିଗଲା ସିନା, ଡାକ୍ତର ଙ୍କ ତାଗିଦ ଘରୁ ବାହାରକୁ ଗଲେ ବିପଦ ଘନେଇ ଆସିବ।ଏମିତି ଘରେ ରହି ସମୟ କାଟିବା କଷ୍ଟ ହୋଇ ପଡୁଥାଏ, ହଠାତ ବାପା କହିଲେ ପିଇସୀ ଘରକୁ ଯିବା ପାଇଁ, ଭାର ନେଇକି। ଓଡ଼ିଆ ଜାତିର ପରମ୍ପରା ଅନୁସାରେ ଏସବୁ କରିବାକୁ ପଡିବ। ବାହାରକୁ ଗଲେ ଦାନବର ଆକ୍ରମଣ ଭୟ। ତଥାପି ବାପାଙ୍କ କଥା ରଖି ପିଇସୀ ଘରକୁ ଯିବାକୁ ବହାରିଲା ସରୋଜ। ଗଲାବେଳେ ବୋଉ ତାର କାନେ କାନେ କହିଛି, ସେଠି କାହାକୁ ନ ଛୁଇଁ, ସିଧା ଆସିବାକୁ ଘରକୁ। ସରୋଜ ସେଦିନ ପିଇସୀ ଘରକୁ ଯାଇ ଦେଖିଲା, ପିଇସୀ ଏକା ଅଛି। ଦୁଃଖର ବିଷୟ ସେ ମଧ୍ୟ 15 ଦିନ ହେଲାଣି ସେ ନିଷ୍ଠୁର ଦାନବ ସହ ଲଢେ଼ଇ କରୁଛନ୍ତି। ପଇସା ଙ୍କ ଅବସ୍ଥା ଖରାପ ଥିବାରୁ ହସ୍ପିଟାଲରେ ।ଇଛା ଥିଲେ ବି ସେଠାରେ କାହାକୁ ନ ଛୁଇଁ, ଫେରି ଆସିଥିଲା ସରୋଜ। ମୁଂହ ଅନ୍ଧାର ପଡି ଗଲାଣି। ପକ୍ଷୀ ମନେ ଘରକୁ ଫେରିବା ଆରମ୍ଭ କରି ସାରିଲେଣି।ସରୋଜ ବି ଫେରିଲା।

ଅଳ୍ପ ବାଟ ଆସିଲା ପରେ ଦେଖିଲା, ଜଣେ ସ୍ତ୍ରୀ ଲୋକ ସାଥିରେ ଝିଅ ଟିଏ ଧରି ଚାଲି ଚାଲି ଆସୁଛି। ଆଖ ପାଖରେ ଗାଁ ଗଣ୍ଡା କିଛି ନାହିଁ।ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ ସରୋଜ। ନିକଟକୁ ଯାଇ ଗାଡି ଆଲୁଅରେ ଝାପ୍ସା ଦେଖିଲା ବେଳକୁ, ସେ ଆଉ କେହି ନୁହେଁ, ତାର ସେ ଭଉଣୀ ଟୁନି। ସେମାନେ ଏକ ମୁଁହା ହୋଇ ଚାଲିଥାନ୍ତି। ମୁଁହରେ ବିଷାଦ ର ବିବର୍ଣ୍ଣ ଚିନ୍ହ ସ୍ପଷ୍ଟ ଦେଖା ଯାଉଥାଏ।ସରୋଜ ଜୋରରେ ଡାକ ଛାଡିଲା, ଅପା.... ଅପା.....

ହେଲେ ସେମାନେ ନ ଶୁଣି ଆଗେଇ ଚାଲି ଥାନ୍ତି।କିଛି ବାଟ ପରେ ଗାଡି କୁ ରଖି ପୁଣି ଡାକିଲା। ତଥାପି କିଛି ଉତ୍ତର ପାଇଲା ନାହିଁ। ସେଠାରୁ ପିଇସୀ ଘର 10 କିମି ହେବ। ପିଇସୀ ଏକା ଅଛି। ବୋଧେ ସେମାନେ ହସ୍ପିଟାଲ କୁ ଯାଇଥିଲେ ପଇସା ଙ୍କ ସହ ଦେଖା କରିବାକୁ। ଫେରୁଛନ୍ତି। ଦାନବ ନିଶ୍ଚିତ ଭାବରେ ସେମାନଙ୍କ ସହ ଆସିଛି, ନିଜ ପଞ୍ଝା ରେ ଆଉ କାହାକୁ କାହାକୁ ଅକ୍ତିଆର କରିବ। ଏମିତି କେତେ କଣ ଭାବିଦେଲା ସରୋଜ। ତଥାପି ଗାଡି କୁ ବୁଲେଇ ସେମାନଙ୍କ ପାଖକୁ ଗଲା।ଠିକ ସେମାନଙ୍କ ପାଖକୁ ଯାଇଛି କି ନାହିଁ ପଛରୁ କେହି ଜଣେ ତା ଗାଡି କୁ ଜୋର କରି ଅଟକେଇବାକୁ ଚେଷ୍ଟା କରୁଥିଲା। ସ୍ୱ

ନିର୍ବଳ ହୋଇଗଲା ସରୋଜ। ଗାଡି ଆଗକୁ ନେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଯାଇ ପାରୁ ନଥିଲା। ଦୂରରୁ ଡାକ୍ତର ର ତାଗିଦ ଆଉ ବୋଉ ର ପାଟି ଜୋରସେ ଶୁଣା ଯାଉଥିଲା। ଜଲଦି ଫେରିଆସେ। ତଥାପି ଭଉଣୀର ଏ କଷ୍ଟ ସମୟରେ ତାକୁ ସାହାଯ୍ୟ କରିବାକୁ ସମସ୍ତ ଚେଷ୍ଟା କରି ସେ ହୋଇଗଲା ବିବଶ।

ମରିଗଲା ମଣିଷ ପଣିଆ। ଦାନବର ଭୟ ଆଗରେ ଭାଇର ଜୀବନ ଧିକ୍କାର ହୋଇଗଲା। ଯେଉଁ ଭଉଣୀ ସହ ପିଲା ଦିନର ପ୍ରତେକ ଟି ସମୟ ବିତାଇ ଥିଲା, ତାକୁ ଅସମୟରେ ସାହାଯ୍ୟ କରି ପାରୁ ନଥିବାରୁ ବାରମ୍ବାର ଧିକ୍କାର କରୁଥାଏ ସରୋଜ। ରାତିର ଅନ୍ଧାର ଠାରୁ ବେଶୀ ବେଶୀ ଅନ୍ଧାର ଥିଲା ତା ଜୀବନ। ବାରମ୍ବାର ଚେଷ୍ଟା କରି ମଧ୍ୟ ଭଉଣୀର ଅସହାୟ ଅବସ୍ଥାରେ କିଛି ବି କରି ପାରୁ ନଥାଏ। ଏକ ମାସ ସଂଘର୍ଷ କରି ସିନା ଦାନବ କୁ ହରେଇଛି ବୋଲି ଭାବୁଥିଲା, ହେଲେ ବାସ୍ତବରେ ସେ ଆଜି ହାରିଗଲା। ଛାତିକୁ ପଥର କରି ଫେରି ଆସିଥିଲା ସେଦିନ ଏକ କଠୋର ମଣିଷ ଟିଏ ହୋଇ ।ବାରମ୍ବାର ନିଜକୁ ଧିକ୍କାର କରୁଥାଏ, ଆଗେଇ ଚାଲିଥିଲା ସେ ରାସ୍ତାରେ ଯେଉଁଠି ଜୀବନ ଆଗରେ ମଣିଷପଣିଆ ତୁଛ, ଭୟ ଆଗରେ ସମ୍ପର୍କ ମୂଲ୍ୟହୀନ, ସ୍ୱାର୍ଥ ଆଗରେ ଭଉଣୀର କଷ୍ଟ ଅର୍ଥହୀନ। ସରୋଜ ସେଦିନ ହଜି ଗଲା ଏମିତି ଏକ ଦିନୁଆରେ।


Rate this content
Log in

Similar oriya story from Tragedy