Lalit kumar Swain

Inspirational

4  

Lalit kumar Swain

Inspirational

ବଣର ଭୂତ

ବଣର ଭୂତ

4 mins
194


ଶୋଭା ବିମଣ୍ଡିତ କୋରାପୁଟ ଜିଲ୍ଲା। ଚତୁର୍ଦ୍ଦିଗ ମାଳଭୂମି ଆଚ୍ଛାଦିତ। କାହିଁ କେତେ କେତେ ଜଳ ରାଶି ପାହାଡ଼ ବକ୍ଷ ଭେଦି ନିର୍ଝରିଣୀ ହୋଇ ବହି ଚାଲିଛନ୍ତି ଆଗକୁ ଆଗକୁ। ବିଶ୍ୱର ଦ୍ୱିତୀୟ ସୁଇଜରଲାଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ସୁଦୂର ଏକ ପାହାଡରେ ଏକ ଜଙ୍ଗଲ। ଅତୀବ ଘଞ୍ଚ। ସୂର୍ଯ୍ୟଙ୍କର ରଶ୍ମି ମାଟିକୁ ସ୍ପର୍ଶ କରିବାକୁ ସୁଯୋଗ ଦିଅନ୍ତି ନାହିଁ ବୃକ୍ଷରାଜି।କିଛି ଦଶନ୍ଧି ଧରି ଆଧୁନିକ ମଣିଷ ମାନେ ଯିବା ଆସିବା ବନ୍ଦ କରି ଦେଇଛନ୍ତି। କାରଣ ଭୂତ। ଭୟ ବସା ବାନ୍ଧିଛି ସମସ୍ତଙ୍କ ମନରେ। ନା କେହି କେବେ ଦେଖିଛନ୍ତି ନା କେବେ ବି ସେ ବଣକୁ ଯିବାକୁ ଚେଷ୍ଟା କରିଛନ୍ତି। ତ୍ରେତୟା ଯୁଗର ଶ୍ରୀକୃଷ୍ଣ କୋକୁଆ ଭୟ ସୃଷ୍ଟି କଲା ଭଳି ଠିକ ସେମିତି ଭୟ ସୃଷ୍ଟି ହୋଇ ସାରିଛି କୋରାପୁଟର ସେଇ ଅଗମ୍ୟ ଜଙ୍ଗଲରେ। ଭୂତ।


ଅଦ୍ୱିତୀୟ ସୁଇଜରଲ୍ୟାଣ୍ଡ ଖବର ବିଶ୍ୱ ସାରା ଖେଳିଗଲା। ଏହି ଖବର ଶୁଣି ସୁଦୂର ସୁଇଜରଲ୍ୟାଣ୍ଡରୁ କିଛି ଲୋକ କୋରାପୁଟ ଦେଖିବା ପାଇଁ ଆଗେଇ ଆସିଲେ। କିଛି ସ୍ଥାନୀୟ ଲୋକଙ୍କ ସହ କୋରାପୁଟ ବୁଲାବୁଲି କରି ଅନୁଭବ କଲେ ବାସ୍ତବିକ ଏହି ସ୍ଥାନ ତାଙ୍କ ଦେଶ ଠାରୁ କୌଣସି ଗୁଣରେ କମ ନୁହେଁ। ଖାଲି ଯାହା ଆନୁଷଙ୍ଗିକ ବିକାଶ କରିଦେଲେ ନିଶ୍ଚୟ ଭାବେ ଏକ ସୁନ୍ଦର ଓ ରମଣୀୟ ପର୍ଯ୍ୟଟନ କ୍ଷେତ୍ର ହୋଇ ପାରିବ। ଏଥିପାଇଁ ସେମାନେ ସ୍ଥାନୀୟ ଜନସାଧାରଣ ସହ କଥା ହୋଇ ସରକାରଙ୍କୁ ଦାବି ପତ୍ର ବି ଦେଲେ।ଶେଷରେ ଭୂତ ଥିବା ସେହି ବଣକୁ ବାହାରିଲେ ଯିବା ପାଇଁ। 

ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ବାରଣ ପରେ ବି ସେମାନେ ବାହାରି ପଡିଲେ ସେହି ସ୍ଥାନକୁ। ସେଠାକୁ ଯିବା ପାଇଁ ସମସ୍ତେ ବାରଣ କରିବା ସତ୍ତ୍ୱେ ମଧ୍ୟ କିଛି ଲୋକଙ୍କୁ ମାତ୍ରାଧିକ ଟଙ୍କା ଲୋଭ ଦେଖାଇ ନେଇ ଚାଲିଲେ ସେହି ବଣ ଅଭିମୁଖେ। ନିକାଞ୍ଚନ ଜଙ୍ଗଲ। ରାସ୍ତା ନାହିଁ ଭିତରକୁ ଯିବାକୁ। ନିଜେ ରାସ୍ତା ପ୍ରସ୍ତୁତ କରି ଚାଲିବାକୁ ବିଦେଶୀ ମନେ ନିଜ ସହ କିଛି ହତିଆର, ବନ୍ଦୁକ ନେଇ ଯାଇଥିବା ବେଳେ ସ୍ଥାନୀୟ ଲୋକ ହନୁମାନ ଚାଲିଶା।ବିଦେଶୀ ମାନଙ୍କ ମନରେ ଆନନ୍ଦ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମନ ଭୟ ଓ ଛନକା ଭିତରେ ଯାଉଥାନ୍ତି। ଦୀର୍ଘ ୧ ଦିନର ଅନୁସନ୍ଧାନ ପରେ କୌଣସି ଭୂତକୁ ସେଠାରେ ପାଇଲେ ନାହିଁ। ରାତ୍ରିଯାପନ ପାଇଁ ପ୍ରସ୍ତୁତ ହେଲେ। ରାତ୍ରିରେ ରହିଲେ ପୁଣି ସକାଳ ଫେରିବାକୁ ପ୍ରସ୍ତୁତ ହେଲେ। ସେତେବେଳ ଯାଏ କୌଣସି ଭୂତକୁ ନ ଦେଖି ମନ ଟିକେ ଟିକେ ହାଲୁକା ହେବାକୁ ଲାଗୁଥାଏ।


ଠିକ ଏତିକି ବେଳେ ସାମନାରେ ଧୂଆଁମୟ ପରିବେଶ ସୃଷ୍ଟି ହେଲା। ଉଭା ହେଲେ ଗୋଟିଏ ବଡ ଭୂତ । ବୁଢା ଭୂତ । ସାଙ୍ଗରେ ଯାଇଥିବା ସ୍ଥାନୀୟ ଲୋକ ଚେତାଶୂନ୍ୟ ହୋଇ ଟଳି ପଡିଲେ ସେହି ଠାରେ। ବିଦେଶୀ ଲୋକମାନେ ଅଳ୍ପ ଡରି ଥିଲେ । ଧୈର୍ଯ୍ୟ ଓ ସାହସର ସହ ଆଗେଇ ଯାଇଥିଲେ ଭୂତ ପାଖକୁ।ଆଉ ଜାଣିବାକୁ ପାଇଥିଲେ ସେ ପ୍ରକୃତରେ ଭୂତ ନୁହେଁ। ମଣିଷଟିଏ।

ସେହି ମାଟିର ମଣିଷ। ଧେନୁଆ। ବିଦେଶୀ ମନେ ପ୍ରଥମେ କିଛି ବିଚାର କରିବା ଆଗରୁ ତାକୁ ବନ୍ଦୀ କରିଦେଲେ। ଅଚେତ ହୋଇ ପଡ଼ିଥିବା ସ୍ଥାନୀୟ ଲୋକଙ୍କୁ ଉଠେଇ ଭାବ ବିନିମୟ କରିବାକୁ ଚେଷ୍ଟା ଆରମ୍ଭ କଲେ।


ଧେନୁଆ କୋହ ଭରା କଣ୍ଠରେ ବଖଣିଲା ତାର କାହାଣୀ। ନିଜ କଥା। ବଣ ଜଙ୍ଗଲ ପ୍ରତି ଅହେତୁକ ରୁଚି ରଖୁଥିବା ଧେନୁଆ ଜଣେ ଆଦିବାସୀ। ଜଙ୍ଗଲ ଓ ପାହାଡ଼କୁ ନିଜ ମାଆ ଭଳି ପୂଜା ଅର୍ଚ୍ଚନା କରେ । ବହୁତ ଭଲ ପାଏ। ଆଧୁନିକ ସଭ୍ୟତାର ଆରମ୍ଭରେ କୋରାପୁଟର ସବୁ ବଣ ଜଙ୍ଗଲକୁ କାଟି ସଫା କରି ଦିଆଗଲା। ନିଜର ଭାତ ହାଣ୍ଡି ତଥା ମାର ଏ ଦୟନୀୟ ଅବସ୍ଥା ଦେଖି ନିଜକୁ ସମ୍ଭାଳି ପାରୁ ନଥାଏ। କିନ୍ତୁ ସରକାରୀ କଳର ବନ୍ଧକ ମୁନ୍ନା ଓ ସ୍ଥାନୀୟ ଠିକାଦାରଙ୍କ ସ୍ୱାର୍ଥ ଆଗରେ ମୁଣ୍ଡ ଟେକି ତିଷ୍ଠି ପରି ନଥିଲା ସେ। ଅନେକ ପ୍ରତିବାଦ କରି ପାଇଛି ମାଡ଼, ଗାଳି ଓ ଯନ୍ତ୍ରଣା। ମା ପ୍ରତି ହେଉଥିବା ଅନ୍ୟାୟକୁ ସହି ନ ପାରି ବୋଧହୁଏ ହୋଇଯାଇଥିଲା ଏକ ପ୍ରକାର ମାନସିକ ବିକାରଗ୍ରସ୍ତ ବ୍ୟକ୍ତି। ଆଖି ଆଗରେ ହଜାର ହଜାର ଗଛ କାଟି ଦିଆଗଲା। ଅନେକ ପଥର ଡିନାମାଇଟ ଲଗେଇ ଚୂର୍ଣ୍ଣ କରାଗଲା। କେତେ ଯେ ଜଙ୍ଗଲୀ ଆଦିବାସୀ ପ୍ରାଣ ହରେଇଲେ ତାର କିଛି ଖୋଜ ଖବର ନାହିଁ । ବିବର୍ଣ୍ଣ ହୋଇଗଲା ସବୁଜିମା। ବନ୍ୟ ପ୍ରାଣୀଙ୍କ ଆକୁଳ କ୍ରନ୍ଦନ ବୁକୁ ଫଟେଇ ଦେଇଥିଲା ଧେନୁଆର । ଆଧୁନିକତାର ବଶବର୍ତ୍ତୀ ହୋଇ ଶ୍ରେଷ୍ଠ ଜୀବ ଏତେ ତଳକୁ ଖସି ସୃଷ୍ଟିର ବିନାଶ କରି ପରେ ଏହା ବାସ୍ତବିକ ଆଶ୍ଚର୍ଯ୍ୟ ଲାଗୁଥିଲା। ବାସହରା ହୋଇ ଦଉଡି ଚାଲିଗଲେ। ଆହୁରି ଘଞ୍ଚକୁ ଆହୁରି ଘଞ୍ଚକୁ। କିଛି ଜଙ୍ଗଲକୁ ବଞ୍ଚେଇବା ପାଇଁ ଅବିରତ ଚେଷ୍ଟା କରି ନୂଆ ନୂଆ କଥା ଚିନ୍ତା କଲେ।


ପ୍ରକୃତିର ବିବର୍ଣ୍ଣତାକୁ ବଞ୍ଚେଇବାକୁ ଯାଇ ନିଜେ ନିଜକୁ ବିବର୍ଣ୍ଣ କରି ପାଲଟି ଯାଇଥିଲା ଭୂତ। ସେହି ଦିନ ଠାରୁ ସେହି ଜଙ୍ଗଲକୁ ଆସୁଥିବା ପ୍ରତେକଟି ଲୋକଙ୍କୁ ଭୂତ ହୋଇ ଡ଼ରେଇଛି। ଆବଶ୍ୟକ ପଢିଲେ ଧୂଆଁ ସୃଷ୍ଟି କରି, ବିଭିନ୍ନ ପଦ୍ଧତି ଅପଣାଇ ଡରେଇଛି। ସତ୍ୟତା ଆସିବା ପାଇଁ ନିଜ ରକ୍ତ ବାହାର କରିବାକୁ ବି ପଛାଇ ନାହିଁ ଧେନୁଆ। ଅବିରତ ଚେଷ୍ଟା କଲା ପରେ ପାଖାପାଖି ଏକ ବର୍ଷ ବ୍ୟବଧାନ ପରେ ଲୋକମାନେ ଡ଼ରିବାକୁ ଲାଗିଲେ ସେ ଜଙ୍ଗଲକୁ ଆସିବା ପାଇଁ। ମିଛର ସାହାରା ନେଲା ପଛେ 3 ଦଶନ୍ଧି ଧରି ଜଙ୍ଗଲର କିଛି କ୍ଷତି ବି କରେଇବାକୁ ଦେଲେ ନାହିଁ।

ହେଲେ ଆଜି ଧେନୁଆ ପ୍ରାୟ ବୃଦ୍ଧ ଅବସ୍ଥାରେ ଉପନୀତ। ଆଉ ଅଗଭଳି ଭୂତର ଅଭିନୟ ଭଲ ଭାବରେ କରି ପାରୁନାହିଁ । ବିଦେଶୀ ମନେ ବୋଧହୁଏ ଭୂତକୁ ଡରୁ ନାହାନ୍ତି। ସେଥିପାଇଁ ବୋଧହୁଏ ଆଜି ଜଣା ପଡିଗଲା। ଆଖିରୁ ଲୋତକ ଧାର ବୋହି ପଡିଲା। ଲୁହ ଲହୁ ଦେଇ ବଞ୍ଚେଇ ଥିବା ଜଙ୍ଗଲ ଏବେ ଧ୍ୱଂସ ହୋଇ ଯିବ।ଏଇ କଥା ଭାବି ଭାବି ମାନସ୍ତପରେ ବସି ଯାଇଛି।


ବିଦେଶୀ ମନେ ଏହି କଥା ସବୁ ଶୁଣି କିଛି ସମୟ ନିରବରେ ବସି ପଡିଲେ। ମହାନ ଚିନ୍ତାଧାରାକୁ ନେଇ ବଞ୍ଚିଥିବା ଧେନୁଆକୁ ବନ୍ଧନ ମୁକ୍ତ କରି ସବାସୀ ଦେଲେ। ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ଗୋଟିଏ ନୂଆ ରାସ୍ତା ବାହାର କଲେ। ପରିବେଶ ବଞ୍ଚେଇବାକୁ ଯାଇ ସେଦିନ ବାହାରି ଆସିଗଲେ ଜଙ୍ଗଲରୁ। ଆଉ ସମସ୍ତଙ୍କୁ କହିଲେ ଯେ ବାସ୍ତବିକ ସେହି ଜଙ୍ଗଲରେ ଭୂତ ଅଛି। ସେମାନେ ବହୁତ କଷ୍ଟରେ ନିଜ ଜୀବନ ବଞ୍ଚେଇ ଆସିଛନ୍ତି। ଲୋକମାନଙ୍କ ମନରେ ସେହି ଜଙ୍ଗଲ ପ୍ରତି ଥିବା ଭୟ ଆହୁରି ବଢ଼ିଗଲା ଓ ଜଙ୍ଗଲ ସୁରକ୍ଷିତ ହୋଇ ରହିଲା। ବିଦେଶୀ ମନେ ସେଦିନ ଫେରି ଯାଇଥିଲେ ସତ ହେଲେ ବଞ୍ଚେଇ ଦେଇଥିଲେ ସେଦିନ ସେ ଜଙ୍ଗଲର ସୌନ୍ଦର୍ଯ୍ୟକୁ। ଜଣା ନାହିଁ ଧେନୁଆ ଆଜି ବଞ୍ଚିଛି କି ନାହିଁ। ସେ ଜଙ୍ଗଲରେ ବୋଧହୁଏ ସେ ମରି ମାଟିରେ ମିଶି ଯାଇଥିବ। କିନ୍ତୁ ଜଙ୍ଗଲକୁ ବଞ୍ଚେଇବା ପାଇଁ କରିଥିବା ତ୍ୟାଗ ଆଜି ବି ଆମର। ଖିଲି ଖିଲି ହସୁଥିବା ସେ ଜଙ୍ଗଲର ହସରେ ସେ ଆଜିବି ବଞ୍ଚି ରହିଛି । ସବୁଦିନ ରହିଥିବ ।



Rate this content
Log in

Similar oriya story from Inspirational