STORYMIRROR

anusaya Raut

Romance Tragedy

4  

anusaya Raut

Romance Tragedy

ବେଳାଭୂମି

ବେଳାଭୂମି

3 mins
142


   ବେଳାଭୂମି ଏକ ଏପରି ସ୍ଥାନ, ଯେଉଁଠି ଅଶାନ୍ତ ମନକୁ ଶାନ୍ତି ମିଳେ l ମନ ଗହନରେ ବିଷାଦର କାଳିମାକୁ ଅବସାନ କରି ଉନ୍ମାଦନା ଭରି ଦେଉଥିବା ସ୍ଥାନ ହିଁ ବେଳାଭୂମି l ସୁଦୀର୍ଘ ପାରାବାରର କୂଳବର୍ତ୍ତୀ ବାଲୁକା ଶଯ୍ୟାକୁ ବେଳାଭୂମି କୁହାଯାଏ l ଯେମିତି ଉତ୍ତୁଙ୍ଗ ମାଳ ବାଲୁକା ଉପରକୁ ମାଡି ଆସେ ଓ ପଡ଼ିଥିବା ସମସ୍ତ ଅଳିଆ ଆବର୍ଜନା ପରିଷ୍କାର କରି ତl ଗର୍ଭକୁ ନେଇଯାଏ l ସେହିପରି ମଣିଷର ମନକୁ ଧୋଇ ଥାଏ l ମନୁଷ୍ୟ ଯେତେବେଳେ ନିଜକୁ ବେସାହାରା ଓ ହତାଶ ମନେ କରେ l ସେତେବେଳେ ସେ ଚାଲିଯାଏ ସମୁଦ୍ର କୂଳର ସେହି ବାଲୁକା ସୁସଜ୍ଜିତ ଶେଜ ବେଳାଭୂମିକୁ l ସମୁଦ୍ରର ଜୁଆରର ଉଥାନ ପଟନର ଗତିକୁ ଲକ୍ଷ୍ୟ କରି ନିଜ ଜୀବନର ପରିବର୍ତ୍ତିତ ଗତିକୁ ଅନୁଧ୍ୟାନ କରେ l ଆଉ ନିଜ ମନକୁ ବୁଝାଏ l

        ଗ୍ରୀଷ୍ମକାଳୀନ ସନ୍ଧ୍ୟା ନଇଁ ଆସୁଥାଏ l ପ୍ରଚଣ୍ଡ ଗୁଳୁଗୁଳି ସାଙ୍ଗକୁ ଝାଳ, ବିରକ୍ତି କରି ଦେଉଥିଲା ରାଜାର ମନକୁ l ମନରେ ଅସରନ୍ତି ଯନ୍ତ୍ରଣାକୁ ଚାପି ଧରି ହସୁଥାଏ ସିନା ଅନ୍ତର୍ଦହନ ହେଉଥିଲା ତାର l ଶେଯରେ ମୁଁହକୁ ମାଡି କେତେ କଣ ଭାବୁଥିଲା ସେ l କି ଦୋଷ ଥିଲା ତାର? କାହିଁକି ଏକୁଟିଆ କରି ଚାଲିଗଲା ମେଘା ? ମୁଁ କଣ ତାର ପସନ୍ଦ ନଥିଲି? କଣ ଅସୁବିଧା ଥିଲା ତାର? ଏମିତି କେତେ କଣ ପ୍ରଶ୍ନ ଉଙ୍କିମାରୁଥିଲା ରାଜାର ମାନସ ପଟରେ l ଏହି ସମୟରେ ବୋଉର ଡାକ ଶୁଭିଲା l କରେଣ୍ଟ ନାହିଁ ,ଏତେ ଗରମ, ସେଥିରେ ତୁ ସେହି ଖଟ ଉପରେ ପଡ଼ିଛୁ l କେମିତିକା ପିଲାଟେ କେଜାଣି? ଗଲା କଥା ତ ଗଲାଣି l ଆଉ ଭାବିଲେ କଣ ହେବ l ବୋଉର କଥାଶୁଣି ବାହାରକୁ ଆସିଲା ରାଜା l ମୁଁହ ଧୋଇ ଦେହରେ ଖଣ୍ଡେ ଗଞ୍ଜି ଗଳେଇ ଦେଇ ଗାଡି ନେଇ ଚାଲିଗଲା l ଅଥଳ ସିନ୍ଧୁର କତଟ ଦେଶକୁ l ସିମେଣ୍ଟ ତିଆରି ଚୌକି ରେ ବସିଲା l ଅସ୍ତଗାମୀ ସୂର୍ଯ୍ୟର ଲୋହିତ ରଶ୍ମି ସମୁଦ୍ର ଢେଉରେ ପଡି ରକ୍ତlଭ ଦେଖାଯାଉଥାଏ ଜଳରାଶି l ସେ ଦୃଶ୍ୟ ଅବଲୋକନ କରି ରାଜା ତାର ହଜିଯାଇଥିବା ସ୍ମୃତିର ପୁନରାବୃତ୍ତି କରିଚାଲେ l ଯେତେବେଳେ ମନରେ କିଛି ଭୁଲ ବୁଝାବଣା ଆସେ l ମେଘା ଓ ମୁଁ ଏହିସ୍ଥାନକୁ ଆସୁ l ଦୁଇ ପରିବାରର ସ୍ୱୀକୃତି ଥିଲା l ଏଇଠି ବସି ବହୁତ ଗପୁ l ମନଖୋଲା ହସୁ l ମେଘା ବାଲିରେ ଘର ତିଆରି କରେ l ଆଉ ସେହି ଘର ଭିତରେ ଦୁଇଟି ବାଲି ମୂର୍ତ୍ତି l ଆଉ କହେ ଗୋଟିଏ ମୁଁ ଅନ୍ୟଟି ତୁମେ l ବେଳେବେଳେ ଜୁଆର ଆମର ପାଦ ପାଖକୁ ଚାଲିଆସେ l ମେଘା ତିଆରି ଥିବା ଘରକୁ ବାଲିରେ ମିଶାଇ ଦିଏ l ଗେଲ୍ହେଇ ଗେଲ୍ହେଇ କେତେ କାନ୍ଦେ ମେଘା l ଏତେ ପରିଶ୍ରମ କରି ତିଆରି ଥିଲି ଭାଙ୍ଗିଗଲା l ମୁଁ ତାର ମୁଣ୍ଡ ଆଉଁସି ଦେଇ କହେ ହଉ ଚାଲ ଆଜି ବେଳ ହେଲାଣି l କାଲି ଆସିଲେ ଆଉ ନୂଆ ଘର ତିଆରି କରିବା ଦୁହେଁ ମିଶି l 

 ଏମିତି ଏକ ଦିନେ ମେଘା ପୁଣି ଘର ତିଆରି କଲା l ଆଉ ତl କଳ୍ପନାର ଦୁଇଟି ମୂର୍ତ୍ତି l ଗୋଟେ ମୁଁ ଅନ୍ୟଟି ସିଏ l ଏହି ସମୟରେ ଅମାନିଆ ଢେଉଟା ମାଡି ଆସିଲା ଓ ବାଲିଘରକୁ ଭାଙ୍ଗିଦେଲା l ଯେଉଁଥିରେ କେବଳ ମୋର ମୂର୍ତ୍ତିଥିଲା l ମେଘlର ନ ଥିଲା l ମୋ ମନକୁ ବହୁତ ଆଘାତ ଲାଗିଥିଲା ସେଦିନ l ମୋର ଶୁଖିଲା ମୁଁହ ଦେଖି ମୋତେ ଆଶ୍ୱାସନା ଦେଇ ସେ କହୁଥିଲା ମୋର କିଛି ହେବନି ମ l ମୁଁ କଣ ତୁମକୁ ଏତେ ସହଜରେ ଛାଡ଼ିଦେବି? ଛୋଟ ପିଲାଙ୍କ ପରି କଣ ଏମିତି ହଉଛ ମ l ଚାଲ ଏଥର ଘରକୁ ଯିବା l ଆଜି କାହିଁକି ଭଲ ଲାଗୁନାହିଁ l ଦୁଇ ତିନି ଦିନ ଆଉ ଆସିପାରିବିନି l ମାଇଁ ଫୋନ କରିଥିଲେ ତାଙ୍କ ଘରକୁ ଯିବା ପାଇଁ ଭାବୁଛି ଯାଇ ଦୁଇ ତିନି ଦିନ ରହି ଆସିବି l ହଉ ଚାଲେ ଯିବା, ରାଜା କହିଲା l ସେଦିନ ରାତିରେ ମେଘା ଘରୁ ଫୋନ ଆସିଲା ରାଜା ଜଲଦି ଆସ, ମେଘାର ଦେହ ବହୁତ ଖରାପ ସେ ତୁମକୁ ଖୋଜୁଛି l ତରବରରେ ରାଜା ଗାଡି ନେଇ ହାଜର ମେଘା ଘରେ ସେତେବେଳକୁ ମେଘା ଆଉ ନଥିଲା l ଛାତିରେ ଗଭୀର ଯନ୍ତ୍ରଣା ଯୋଗୁଁ ତାର ଏମିତି ହେଲା ବୋଲି ତାର ଘର ଲୋକ କହିଲେ l ରାଜାର ପାଦ ତଳୁ ମାଟି ଖସିଗଲା l ଚତୁଃର୍ଦିଗ ଅନ୍ଧାର ଦେଖାଗଲା l ସେ ନିଜକୁ ବିଶ୍ୱାସ କରି ପାରିଲାନି l ବହୁତ ଜୋରରେ ଚିତ୍କାର କଲା ସେ l ଛାତି ଫଟାଇ କାନ୍ଦିଲା l କିନ୍ତୁ, କଣ ହେବ ଆଉ କଣ ମେଘା ସେ ଅଫେରା ରାଇଜରୁ ଫେରି ଆସିବ l ବେଳାଭୂମିର ସେହି ବାଲୁକା ଉପରେ ତl ସ୍ବପ୍ନର ଘର ତିଆରି କରିବ? ସତରେ ବିଧିର ବିଧାନ କେଡେ ନିର୍ଦୟ ସତେ l କ୍ଷଣିକ ମଧ୍ୟରେ ସବୁ ସ୍ବପ୍ନ ସବୁ ଆଶା ଭାଙ୍ଗି ଚୂରମାର ହୋଇ ଗଲା l


Rate this content
Log in

Similar oriya story from Romance