STORYMIRROR

anusaya Raut

Tragedy

3  

anusaya Raut

Tragedy

ବନ୍ଧୁତା

ବନ୍ଧୁତା

2 mins
202

ବନ୍ଧୁତା ଏକ ଏମିତିକା ବନ୍ଧନ ଯେଉଁଥିରେ ଛଳନା ପରି କୌଣସି ଶବ୍ଦର ସ୍ଥାନ ନାହିଁ l ସମ୍ପର୍କର ଶ୍ରେଷ୍ଠତମ ସ୍ଥାନ ହେଉଛି ବନ୍ଧୁତା l ମାଧବ ଓ ପ୍ରକାଶ ପିଲାଦିନର ଅନ୍ତରଙ୍ଗ ବନ୍ଧୁ l ଜଣଙ୍କ ବିନା ଅନ୍ୟଜଣଙ୍କର ଯେମିତି ଦିନରାତି ହୁଏ ନାହିଁ l ଏକାଠି ଖାଇବା ଏକାଠି ଶୋଇବା ଏକାଠି ବୁଲାବୁଲି କରିବା ସେମାନଙ୍କର କାମ l ଦୁହେଁ ଏକାଠି ଗୋଟିଏ ସଛୋଲରେ ମଧ୍ୟ ପଢ଼ନ୍ତି l ପ୍ରକାଶ ଶ୍ରେଣୀରେ ପ୍ରଥମ ହୁଏ l କିନ୍ତୁ ମାଧବର ଭଲ ପାଠ ହୁଏ ନାହିଁ l ମାଟ୍ରିକରେ ପ୍ରକାଶ ପ୍ରଥମ ଶ୍ରେଣୀରେ ପାଶ କରି ଗାଁ କଲେଜରେ ପଢିଲା l ମାଧବର ବାପା ସହରରେ ଚାକିରୀ କରନ୍ତି l ତେଣୁ ସେ ଯାଇ ତା ବାପାଙ୍କ ପାଖରେ ରହି ପାଠ ପଢିଲା l ଦୁଇ ଅନ୍ତରଙ୍ଗ ବନ୍ଧୁଙ୍କ ମଧ୍ୟରେ ଦୂରତା ବଢିଗଲା ସତ l କିନ୍ତୁ ସ୍ନେହଶ୍ରଦ୍ଧା ସେହିପରି ରହିଲା l ଦୁର୍ଗାପୂଜା ଓ ଅନ୍ୟାନ୍ୟ ଛୁଟିରେ ଗାଁକୁ ଆସିଲେ ମାଧବ ଆସି ପ୍ରକାଶ ପାଖରେ ହାଜର l ପ୍ରକାଶର ମା ମଧ୍ୟ ମାଧବ ଆସିବାର ଦେଖି ବହୁତ ଖୁସି ହୁଏ l ପିଠାପଣା କରି ମାଧବ ମନ ପସନ୍ଦର ରୋଷେଇ କରି ପରଶି ଦିଏ l ପ୍ରକାଶ ଘରେ ଏକ ରକମର ପର୍ବ ପାଳିତ ହୁଏ l ମାଧବ ମଧ୍ୟ ପ୍ରକାଶର ମାଙ୍କୁ ବହୁତ ସମ୍ମାନ ଦିଏ l ଏଥର ମାଧବ ଛୁଟି ସାରି ସହାରକୁ ଗଲାବେଳେ କହି କି ଯାଇଥିଲା, ମାଉସୀ ଏଥର ରଜ ଛୁଟିରେ ଆସିଲେ ମୋ ପାଇଁ ପୋଡ଼ପିଠା କରିବ l ନଡ଼ିଆ ସରୁ ସରୁ କରି କାଟି ପକେଇବ l ପ୍ରକାଶର ମା ମାଧବର ମୁଣ୍ଡ ଆଉଁସି ଦେଇ କହିଲା ହଁ ନିଶ୍ଚୟ କରିବି l ମୋ ପୁଅ କହିବ ମୁଁ କରିବିନି l ଏମିତି କଣ କେବେ ହେଇପାରିବ l 

    ରଜ ଆସିଲା ପ୍ରକାଶର ମା ପୋଡ଼ ପିଠା କରି ଚାହିଁ ବସିଥାଏ l ମାଧବ କେତେବେଳେ ଆସିବ l ମଝିରେ ମଝିରେ ମାଧବକୁ ପଚାରୁଥାଏ ପ୍ରକାଶ ଆସିଲାଣି କେତେବେଳେ ଆସି ପହଂଚିବ l ପ୍ରକାଶ ଖାଲି ଘରକୁ ବାହାର ହେଉଥାଏ କେତେବେକେ ମାଧବ ଆସିବ l ସାଙ୍ଗ ହୋଇ ବୋଉ ହାତ ତିଆରି ପୋଡ଼ପିଠା ଖାଇବେ l 

ଏକୁଟିଆ ଖାଇବାକୁ ଇଛା ହେଉନାହିଁ l ପୋଡପିଠାର ଅସଲ ସୁଆଦ ଆସିବନି ମାଧବ ବିନା l ହଠାତ ଗାଡିର ଶବ୍ଦ ଶୁଭିଲା ମାଧବ ଦୌଡ଼ି ଗଲା ଗାଡି ପାଖକୁ l ଦେଖିଲା ଗାଡି ଭିତରେ ଧଳା ଲୁଗା ଘୋଡେଇ ହୋଇ କିଏ ଶୋଇଛି l ମାଧବର ବାପା ସେ ଗାଡ଼ିରେ ମଧ୍ୟ ମୁଣ୍ଡ ତ୍ସଲକୁ କରି ବସିଛନ୍ତି l ପ୍ରକାଶ କହିଲା ମଉସା ମାଧବ ଆସିନି କି l ଏଠି କିଏ ଘୋଡେଇ ହୋଇ ଶୋଇଛନ୍ତି l ପ୍ରକାଶର ପାଟି ଶୁଣି ମାଧବର ବାପା ଜୋରରେ କାନ୍ଦି ଉଠିଲେ ଓ କହିଲେ ମାଧବ ଆଉ ଏ ଦୁନିଆରେ ନାହିଁ l

ଆମ ସମସ୍ତଙ୍କୁ ଛାଡି ସେ ଆର ପାରିକୁ ଚାଲିଯାଇଛି l ପ୍ରକାଶ ନିଜକୁ ବିଶ୍ୱାସ କରିପାରୁ ନଥିଲା l ଏହା କିପରି ସମ୍ଭବ ମୋ ମାଧବ ମୋତେ ଛାଡି କୁଆଡେ ଯାଇପାରେନା l ମୋତେ ଛାଡି ସହରରେ ପାଠ ପଢିବାକୁ ଗଲାଯେ କିନ୍ତୁ ତାର ଆତ୍ମା ମୋ ପାଖରେ ହିଁ ଥିଲା l କେତେ କଷ୍ଟ ସେ ସମୟରେ l ଏବେ ସେ ସଂସାରରୁ ଚାଲିଗଲା ଏତେ କ୍ଷତି କିପରି ସେ ସହି ପାରିବ l ମାଧବ ବିନା ତା ଜୀବନ ଅଧୁରା l ଆଜି ଯାଏ ମାଧବ ବିନା ସେ ଆଉ କାହା ସହିତ ସାଙ୍ଗ ହେଇନି l ମାଧବ ବିନା ସେ ଏତେ ଲମ୍ବା ଜୀବନକୁ କିପରି ଅତି ବାହିତ କରିବ l ଯେଉଁ ଠାରେ ବସୁଛି ପ୍ରକାଶ ପୁରା ନୀରବ ଆଉ ଗୁମସୁମ l ଯିଏ ଯେତେ ବୁଝାଇଲେ ବି ମନକୁ ବୁଝାଇପାରୁନି ପ୍ରକାଶ l



Rate this content
Log in

Similar oriya story from Tragedy