anusaya Raut

Others

3  

anusaya Raut

Others

ଜାରଜ

ଜାରଜ

2 mins
179


ଜାରଜ ଏକ ସମ୍ବେଦନଶୀଳ ଶବ୍ଦ l ପିତୃ ପରିଚୟ ନଥିବା ଜୀବନ l ପରମ୍ପରା ଓ ସଂସ୍କାରକୁ ଭୁଲି ଯାଇଥିବା ଲୋକର ଦୁଷ୍କର୍ମର କୁପରିଣାମ ହେଉଛି ଜାରଜ l ଘନ ତମସାଛନ୍ନ ରାତ୍ରିରେ ଉତ୍ପନ ଶରୀର ତାତି ଓ କାମନାକୁ ଚରିତାର୍ଥ କରିବା ପାଇଁ ଦୁଇଟି ଶରୀରର ଅବୈଧ ନିବିଡ଼ତାରୁ ସୃଷ୍ଟି ନିଷ୍ପାପ ମାଂସପିଣ୍ଡୁଳାଟି ପାଏ ଜାରଜର ଆଖ୍ୟା l ବଂଶ,ମର୍ଯ୍ୟାଦା, ଧର୍ମ,ଭୁଲି କୁପଥରେ ଗତିଶୀଳ ଦୁଇଟି ପାପପୂର୍ଣ୍ଣ ମନ ଓ ଶରୀରରୁ ସମ୍ଭୁତ ସନ୍ତାନ ହିଁ ଜାରଜ l ଅନ୍ୟର ଦୁଷ୍କର୍ମ ପାଇଁ ସମାଜରେ ନିର୍ଯ୍ୟାତିତ ହୁଏ ସେ l ଉପେକ୍ଷିତ, ଯନ୍ତ୍ରଣା ଜର୍ଜରିତ ଓ ଅନ୍ୟର ଆକ୍ଷେପର ଶିକାର ହୁଏ ପ୍ରତିମୁହୂର୍ତ୍ତରେ l କି ଦୋଷ ଥିଲା ତାହାର ? କାହିଁକି ଧରାପୃଷ୍ଠାକୁ ଅଣାଯାଏ ତାକୁ l ପ୍ରତୀକ୍ଷଣରେ ଜଳି ଜଳି ବଂଚିବାକୁ l ଜନ୍ମକରି ମା କରିଦିଏ ପର l ଆବର୍ଜନା ଭାବି ପିଙ୍ଗିଦିଏ ଅଳିଆ କୁଣ୍ଡରେ ତ କେତେବେଳେ କଣ୍ଟାବୁଦା ଭିତରେ, ଆଉ କେତେବେଳେ ନାଳ ନର୍ଦ୍ଦମାରେ l କାହିଁକି ହୁଏ ସେ ଦଣ୍ଡିତ? ଜନ୍ମରୁ ମା ବକ୍ଷର ଅମୃତ ତା ପାଇଁ ସାତପର, ମାଆର ସ୍ୱର୍ଗୀୟ କୋଳର ପରଶ ତା ପାଇଁ ସତ ସପନ l ଯଦି ବି ମାଆର ସ୍ନେହ ମିଳିଲା ତ ପିତୃତ୍ୱର ସନ୍ଧାନ ମିଳେନି l ଅବାଞ୍ଛିତ ମାତୃତ୍ୱର ଜ୍ୱାଳା ସହିବାକୁ ପାଡେ ଉଭୟଙ୍କୁ l ଏମିତି ଏକ କାହାଣୀକୁ ନେଇ ମୋର ଏହି ଗଳ୍ପଟି ଆଶାକରେ ସମ୍ମସ୍ତଙ୍କର ହୃଦୟକୁ ଛୁଇଁବ l

   ପିଲାଟି ଦିନରୁ ବାପା ମାଆଙ୍କୁ ହରେଇଥିଲା ମିତା l କଥାରେ ଅଛି "ମାଆ ଅଧା ମାଉସୀ, ବାପା ଅଧା ପିଉସୀ l" ପିଉସୀ କୋଳରେବଡ଼ ହେଇଥିଲା ସେ l ପାଠଶାଠ ତ ଦୂର କଥା ଭଲରେ ଗଣ୍ଡେ ଖାଇବାକୁ ମିଳେନି ତାକୁ l ତାସହିତ ମାଡ଼ ଗାଳି ଖାଇ ପିଠି କାନ ବଧିରା ହେଇଯାଉଥିଲା ତାର l କ୍ରମଶେ ଯୌବନରେ ପାଦ ଥପେ ସେ l ହଠାତ ଦିନେ ଦେଖା ହୁଏ ଅମିତ ସହିତ l ବଂଶ ବୁନିୟାଦୀ, ଜାତି ଧର୍ମ ଓ ଠିକଣା ନଜାଣି ମନ ଦେଇ ବସେ l ଯନ୍ତ୍ରଣାପୂର୍ଣ୍ଣ ଜୀବନରେ ଟିକିଏ ଆଶ୍ୱାସନା ଅନ୍ଧ କରିଦିଏ ତାକୁ l ମାନପ୍ରାଣ ଦେଇ ଭଲପାଏ ଅମିତକୁ l ମିଛ ପ୍ରେମର ବାହାନାକୁ ବୁଝୁପାରେନି ନିଛନ୍ଦି ମିତା l ପାଗଳ ହେଇଯାଏ ତା ଛଳନାମୟୀ ପ୍ରେମରେ l ନିଜ ସତ୍ତାକୁ ଭୁଲିଯାଏ ମିତା l ଏମିତି ଏକ ଦୁର୍ବଳ ମୁହୂର୍ତ୍ତରେ ଦୁଇଟି ଶରୀର ଏକାକାର ହୋଇଯାଏ l ଘନ କଳା ମିଟିମିଟି ଅନ୍ଧାର ଭିତରେ କାମନାର ମୋହକୁ ଚରିତାର୍ଥ କରନ୍ତି ଦୁହେଁ l ରାତ୍ରିର ଅନ୍ଧାକାର ସରିଯାଏ ଉଜ୍ଜ୍ୱଳ ଆଲୋକ l ମିତା ଶରୀରରେ ସଂଚରିତ ହୁଏ ଭ୍ରୁଣ l ମିଥ୍ୟା ପ୍ରତିଶୃତି ଦେଇଚାଲିଥାଏ ଅମିତ l ଚାରି ମାସର ଅନ୍ତସତ୍ତ୍ୱାରେ ମିତା l ଦଗାଦିଆ ପରଦେଶୀ ଅମିତ ଫୁରକିନା ଉଡ଼ିଯାଏ କେଉଁଆଡେ l ଠିକଣା ନଥିବା ଅମିତ ଯୁଆଡେ ଖୋଜିବ ମିତା l କଥା କଥାକେ ପିଉସୀର କଟୁକ୍ତି ଶୁଣିବାକୁ ପଡିଲା ତାକୁ l ତା ସହିତ ସାହିପଡିଶାଙ୍କ ତାହିତପରା l ନିଜ ଭୁଲର ପଶ୍ଚାତାପ କରି ସବୁ ସହିଯାଏ ସେ l ତାପରେ ଜନ୍ମ ନିଏ ପିଣ୍ଟୁ l ତା ମୁହଁକୁ ଚାହିଁ ସବୁ ଭୁଲିଯାଏ ମିତା l କ୍ରମଶଃ ବଡ ହୁଏ ପିଣ୍ଟୁ ଦାଣ୍ଡରେ ଧୂଳି ଖେଳଠାରୁ ବିଦ୍ୟାଳୟରେ ପାଠ ପଢିବାଯାଏଁ, ସାଙ୍ଗସାଥିଠାରୁ ଗାଆଁ ଲୋକଙ୍କର ଇଙ୍ଗିତ ଶୁଣିବାକୁ ପଡେ l କି ଅପରାଧ କରିଥିଲା ନିରୀହ ନିଷ୍ପାପ ଶିଶୁଟି ? କଣ ଥିଲା ତାର ଦୋଷ?



Rate this content
Log in