STORYMIRROR

anusaya Raut

Tragedy

3  

anusaya Raut

Tragedy

ବୋଉ

ବୋଉ

2 mins
230


 ବୋଉ...... ଏକ ଏମିତି ଶବ୍ଦ ଯାହାର ତୁଳନା ନାହିଁ l ଶବ୍ଦକୋଷ ରେ ଏମିତି ଶବ୍ଦ ନାହିଁ ଯାହା ବୋଉ ଶବ୍ଦକୁ ବର୍ଣନା କରିହେବ l ତଥାପି ଏହି ଗଳ୍ପ ମାଧ୍ୟମରେ ବୋଉର ତ୍ୟାଗ ଓ ଅବଦାନକୁ ଉପସ୍ଥାପନା କରିବା ମୋର ଛୋଟିଆ ପ୍ରୟାସ l

   

ଅପର୍ଣ୍ଣା ସତେ ଯେମିତି ସେ ମା ଅର୍ଣ୍ଣପୂର୍ଣ୍ଣା l ପରିବାର ସବୁ କଥା ସେ ବୁଝେ l ତିନିପୁଅ ଓ ଚାରିଝିଅ ମଧ୍ୟରୁ ସାନଝିଅ ଛନ୍ଦା ବ୍ୟତୀତ ଆଉ ସମସ୍ତେ ବିବାହ କରି ସାରିଛନ୍ତି l ବୋହୂମାନେ ଅପର୍ଣ୍ଣାକୁ ଭାରି ମାନନ୍ତି l ଅପର୍ଣ୍ଣାର କେବଳ ଗୋଟିଏ ଚିନ୍ତା ସାନ ଝିଅ ଛନ୍ଦା ପାଇଁ l

ସମସ୍ତଙ୍କଠାରୁ ସାନ ସିଏ (ଛନ୍ଦା) l ତେଣୁ ଭାରି ଗେଲ୍ହା ଅଲିଅଳିରେ ବଢିଛି ସେ l ବିବାହ ବୟସ୍କା ହୋଇଥିଲେ ମଧ୍ୟ ପିଲାଳିଆମୀ ଯାଇନି ଏଯାଏଁ l ନିଜ ହାତରେ ଖାଇ ଯାଣିନି ସେ l ଶାଶୂଘରକୁ ଗଲେ କଣ ଯେ କରିବ! ଏମିତି ସୁଖ ଦୁଃଖରେ ଅପର୍ଣ୍ଣାର ସଂସାର ଚାଲିଥାଏ l ହଠାତ ଦିନେ ଅସୁସ୍ଥ ହୋଇପଡେ ଅପର୍ଣ୍ଣା l ପରବର୍ତ୍ତୀ ସମୟରେ ଜଣାପଡେ ତାକୁ ଦୁରାରୋଗ୍ୟ କ୍ୟାନ୍ସର ହେଇଛି l ପାଦତଳୁ ମାଟି ଖସିଯାଏ ତା'ର l ମୁଣ୍ଡଉପରେ ଝିଅର ବାହାଘର ଓ ପିଲାମାନେ ପକ୍କାଘର ଖଣ୍ଡେ କରିବାକୁ ମନ କରିଛନ୍ତି l ତାପରେ ଏଁ ବ୍ୟାଧି l ପୁଅମାନେ ଚିକିତ୍ସା ଜାରି ରଖିଥାନ୍ତି l ତଥାପି ଭାରି ଯନ୍ତ୍ରଣା l ଦିନେ ସ୍ୱାମୀ ସଦାଶିବଙ୍କୁ ପାଖକୁ ଡାକି ବାସଇଲା ଅପର୍ଣ୍ଣା l ପାଖରେ ବସିଥାଏ ଝିଅ ଛନ୍ଦା l ମା ର ଦେହ ଖରାପ ଥିବାରୁ ଝିଅ ପାଖେ ପାଖେ ଥାଏ l କହିଲା "ହେଇ ଟି ଶୁଣୁଛ ଝିଅ ପାଇଁ ସୁନାହାରଟେ କରିଥିଲି ତା ମନକୁ ଆସୁନି ସେଥିରେ ଏଇ କିଛି ସୁନା ପକେଇ କରିଦେବ l ଛୋଟବେଳୁ ମଗର ମୁହାଁ ରୁଲି ପାଇଁ ସେ ମୋତେ କହିଥିଲା l ସେଇଟା ତା ପାଇଁ ନିଶ୍ଚୟ ଆଣିଦେବ l କିଛି ଉଣା ଯେମିତି ନ ହୁଏ ମୋ ଝିଅର l ଏ ଯନ୍ତ୍ରଣା ଆଉ ସହି ହେଉନି l ମୋର ଚିକିତ୍ସା ପାଇଁ ଆଉ ଖର୍ଚ୍ଚ କରନି "l ଏହା ଶୁଣି କୋହଭରା ଛାତିରେ ଚାଲିଗଲେ ସଦାଶିବ l ଝିଅକୁ ଚାହିଁ ଅପର୍ଣ୍ଣା ବର୍ଣ୍ଣନା କଲେ ତାଙ୍କ ଅତୀତ ବିଷୟରେ l "ତୁ ଜନ୍ମ ହେଇ ନଥାଉ ଦଶ ପ୍ରାଣୀ କୁଟୁମ୍ବ ଜାଣେ ମାତ୍ର ରୋଜଗାରିଆ ତୋ ବାପା l ଅଜା, ଆଈ, ତୋର ଛ 'ଜଣ ଭାଇଭଉଣୀ l ରୋଷେଇ ସାରି ସେମାନଙ୍କୁ ଖାଇବାକୁ ଦେଇ ସାରିଲା ପରେ ମୋ ପାଇଁ ଆଉ ହାଣ୍ଡିରେ ଭାତ ନ ଥାଏ l ଭାତରୁ ବାହାରିଥିବା ପେଜରେ ଲୁଣ ପକେଇ ପିଇ ଦିଏ l ଏବେ ସେ ଦିନ ନାହିଁ ସବୁ କିଛି ବଦଳି ଯାଇଛି l କୌଣସି ଜିନିଷରେ ଅଭାବ ନାହିଁ l କିନ୍ତୁ........."l ଏତିକି କହି ନୀରବ ହୋଇଗଲା ଅପର୍ଣ୍ଣା l ଝିଅ ଛନ୍ଦା ଚାହିଁଦେଲା ବୋଉର ମୁଁହକୁ l ସେତେବେଳକୁ ଆଉ ଅପର୍ଣ୍ଣା କିଛି କହିବା ପାଇଁ ନଥିଲା l ଆଖିରୁ ଦୁଇଧାର ଲୁହ ବହିଯାଉଥିଲା l ନିସ୍ତେଜ ହେଇ ଆସୁଥିଲା ତା ଶରୀର l ଡାକ ପକାଇଲା ଛନ୍ଦା , "ନୂଆବୋଉ , ବାପା ଦୌଡ଼ି ଆସ ସମସ୍ତେ ବୋଉର କଣ ହେଇଗଲା l" ସମସ୍ତେ ଆସି ଦେଖନ୍ତି ତ ଅପର୍ଣ୍ଣା ଆଉ ନାହିଁ l ସୁଖର ସମୟକୁ ଉପଭୋଗ କରିବା ପାଇଁ ସେ ଆଉ ନାହିଁ l ବୋଉର ଅନୁପସ୍ଥିତି , ବୋଉର ସେ ଅତୀତ ଦୁଃଖ କଥା ଭାବି ଆଜି ବି ଗୁମୁରି ଗୁମୁରି କାନ୍ଦେ ଛନ୍ଦା l

 



Rate this content
Log in

Similar oriya story from Tragedy