ରଜ ମଉଜ
ରଜ ମଉଜ
"ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ
ଘେନି ନୂଆ ସଜବାଜ ll"
ସଂକୃତି ଓ ପରମ୍ପରାରେ ପରିପୂର୍ଣ୍ଣ ଆମ ଉତ୍କଳ ଖଣ୍ଡ l ପାରମ୍ପରିକ ପର୍ବ ହେଉଛି ରଜ l ବନରେ ଗଜ ଡାକୁ କି ନ ଡାକୁ ନୂତନ ସଜବାଜର ସମ୍ଭାର ନେଇ ବରଷକୁ ଥରେ ରଜ ଆସେ l ସଭିଙ୍କ ମନରେ ଉନ୍ମାଦନା l ନିଷ୍ଠୁର ନିଦାଘର ସନ୍ତାପରେ ହଳ କର୍ଷିତା ଧରଣୀରେ ଛାଇଯାଏ ନବ ପ୍ରlବୃଟର ସମ୍ଭାର l ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନରେ ଆଦ୍ୟ ଆଷାଢ଼ର ଆକାଶରେ ବର୍ଷଣର ଅପେକ୍ଷାରତ ମେଘର ବାଦଲ ସାଙ୍ଗକୁ ଝୁପୁଝୁପୁ ବର୍ଷା l ଶୀତଳ ଉପଚାରର ଆଦ୍ୟ ଆବାହନ l ଘରେ ଘରେ ପିଠାପଣା, ପୋଡ଼ ପିଠା ସହିତ ମାଂସ ତରକାରୀ, ଆମ୍ବ, ପଣସ ଆଦି ଫଳର ସମ୍ଭାର l ତା ସାଙ୍ଗକୁ ରଜପାନ କୁଆଁରୀ ଝିଅମାନେ ସାଜ ବାଜ ହୋଇ ବାହାରିପଡନ୍ତି ଦୋଳି ଖେଳିବାକୁ l ମନରେ ଅସରନ୍ତି ଆନନ୍ଦ l
ଦିନ ଥିଲା ସେମିତି ବି ଉନ୍ମାଦନା ଥିଲା ପୂଜା ମନରେ l ପ୍ରତିବର୍ଷ ରଜକୁ ବୋଉ ବାପାଙ୍କ ସହିତ କଳି କରି ଯେମିତି ହୋଉ ମୋ ପାଇଁ ନୂଆ ଡ୍ରେସଟେ ଆଣିଦିଏ l ରଜ ପୂର୍ବଦିନ ମୁଣ୍ଡ ସଫାକରି ଦିଏ l ହାତରେ ମେହେନ୍ଦିରେ ସଜେଇ ଦିଏ l ଆଉ ରଜ ଦିନ ସକାଳୁ ସକାଳୁ ଉଠେଇ ଦିଏ l ଗାଧେଇ ପlଧେଇ, ମୁଣ୍ଡ ବାନ୍ଧି, ପାଦରେ ଅଳତା ନଖପାଲିସ ଲଗେଇଦିଏ l ମଥାରେ କୁଙ୍କୁମରେ ଟିପିଟିପି ସଜେଇ ଦେଇ ପୋଡପିଠା ଖାଇବାକୁ ଦିଏ l କହେ , "ଯାଅ ସାଙ୍ଗମାନଙ୍କ ସହିତ ଦୋଳି ଖେଳିବୁ ଆଉ ଆସିଲା ବେଳେ ସାଙ୍ଗମାନଙ୍କୁ ଡାକି ଆଣିବୁ l ମୁଁ ବହୁତ ପିଠା କରିଛି ସେମାନଙ୍କ ପାଇଁ l"
କିନ୍ତୁ ଏଥର ଏସବୁ କହିବା ପାଇଁ ବୋଉ ନାହିଁ କି ନୂଆ ଡ୍ରେସ ଆଣିବା ପାଇଁ ବାପା ନାହାନ୍ତି l ଜଣକ ପରେ ଜଣେ ଡକାଡକି ହେଇ ଚାଲିଗଲେ ଆରପାରିକୁ l ମହାମାରୀର କ୍ରୂର ପ୍ରହାର ଦୁରେଇ ଦେଇଛି ପୂଜାକୁ ସେମାନଙ୍କ ପାଖରୁ l ଆଜି ରଜ,କିନ୍ତୁ ରଜର ରଙ୍ଗ ତାପାଇଁ ଫିକାଳିଆ l ଫୁରଫୁର ନିଖୁରା କେଶ,ସାତ ଶଗଡ଼ ମଇଳା ପୋଷାକ ତl ଦେହରେ, ବିଷାଦପୂର୍ଣ୍ଣ ମନ l ରଜ ମଉଜ ସାଜିଛି ତାପାଇଁ ସଜ୍ଜା l ବାପା ବୋଉଙ୍କ ସହିତ ତାର ବି ହସଖୁସି ସବୁ ମରିଯାଇଛି l ଏମିତି ଭାବନା ସହିତ ବସିଥାଏ ସେ l ହଠାତ ଗାଡିର ଶବ୍ଦ ଶୁଭିଲା ବୁଲି ଚାହିଁଲା ପୂଜା l ଅନାଥ ଆଶ୍ରମରୁ ଲୋକ ଆସିଛନ୍ତି ତାକୁ ନେବାକୁ l ପୁରୁଣା କେଇ ଖଣ୍ଡ ଡ୍ରେସ ବ୍ୟାଗରେ ଭରି ଗାଡିରେ ବସିଲା ପୂଜା l ତା ଜୀବନର ଲମ୍ବା ମୁହୂର୍ତ୍ତକୁ ଅତିବାହିତ କରିବା ଆଶାରେ l ଗାଆଁ ଛାଡି ଯାଉଥିବାରୁ ମନରେ ବହୁତ ଦୁଃଖ ଥାଏ ତାର l ତଥାପି...
